Odiaନିର୍ବାଚନ ପୂର୍ବରୁ ଡିଜିପିଙ୍କ ମାଲକାନଗିରି ଗସ୍ତ, ସୁରକ୍ଷା ସ୍ଥିତିର ସମୀକ୍ଷା
ମାଲକାନଗିରି – ନିର୍ବାଚନ ପୂର୍ବରୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ମାଲକାନଗିରି ଜିଲ୍ଲା ଗସ୍ତ କରି ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଡିଜିପି ଅରୁଣ କୁମାର ଷଡ଼ଙ୍ଗୀ ଆଜି ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇ ସ୍ବାଭିମାନ ଅଞ୍ଚଳରେ ବିଏସଏଫ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ମାଓ ମୁକାବିଲା ନେଇ ବିଏସଏଫ ଅଧିକାରୀ ଓ ଏସ୍ପିଙ୍କ ସହ ଆଲୋଚନା କରିଛନ୍ତି ଡିଜିପି । ପୋଲିସ ଡିଜି ଅରୁଣ କୁମାର ଷଡ଼ଙ୍ଗୀ ୪ଟି ଜିଲ୍ଲାର ଏସ୍ପି, ଡିଆଇଜି ଓ [...]
୬ ବର୍ଷ ପାଇଁ ସୁରେଶ ରାଉତରାୟ କଂଗ୍ରେସରୁ ବହିଷ୍କୃତ
କଂଗ୍ରେସ – ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କୁ ଦଳରୁ ବହିଷ୍କାର କରାଯାଇଛି। ବିଶୃଙ୍ଖଳା ଓ ଦଳବିରୋଧୀ କାର୍ଯ୍ୟପାଇଁ ସୁରଙ୍କୁ ୬ ବର୍ଷ ପାଇଁ ଦଳରୁ ବରଖାସ୍ତ କରିଛି ଦଳ । ଏ ନେଇ ଏକ ପ୍ରେସ ରିଲିଜ ଜରିଆରେ ଏଆଇସିସି ପକ୍ଷରୁ ସୂଚନା ଦିଆଯାଇଛି। କିଛି ଦିନ ତଳେ ତାଙ୍କୁ ନୋଟିସ ଦିଆଯାଇଥିଲା। ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ପୁଅ ମନ୍ମଥ ରାଉତରାୟଙ୍କ ପାଇଁ ସୁର ପ୍ରଚାର କରୁଥିବା ଅଭିଯୋଗ ହେବା ପରେ [...]
Odiaଦିନ ୧୧ରୁ ୩ଟା ଯାଏଁ ଶ୍ରମିକଙ୍କୁ କାମ ମନା : ନିୟମ କଡାକଡି ପାଳନ ପାଇଁ ସବୁ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି
ଭୁବନେଶ୍ୱର – ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ଆସନ୍ତା କିଛି ଦିନ ମଧ୍ୟ ପ୍ରବଳ ଗ୍ରୀଷ୍ମପ୍ରବାହ ହେବ । ଏ ଦୃଷ୍ଟିରୁ ଶ୍ରମିକମାନେ ଦିନ ୧୧ଟାରୁ ୩ଟା ଯାଏଁ କାମ କରିବେ ନାହିଁ। ଏହି ନିର୍ଦ୍ଦେଶ ପୂର୍ବରୁ ବଳବତ୍ତର ଥିଲେ ମଧ୍ୟ୍ୟ କଡାକଡି ଭାବେ ପାଳନ କରାଯାଉନାହିଁ। ଅନେକ ସ୍ଥାନରେ ଶ୍ରମିକମାନେ ଦିନ ୧୧ଟାରୁ ୩ଟା ମଧ୍ୟରେ କାମ କରୁଥିବା ଖବର ମିଳିଥିବାରୁ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସବୁ ଜିଲ୍ଲାପାଳଙ୍କୁ ଚିଠି [...]
Odiaଲୋକସଭା ନିର୍ବାଚନ ପୂର୍ବରୁ ରେକର୍ଡ ୪,୬୫୦ କୋଟି ଟଙ୍କା ଜବତ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ ଦେଶର ବିଭିନ୍ନ ସ୍ଥାନରୁ ଏଯାବତ୍ ରେକର୍ଡ ୪,୬୫୦ କୋଟି ଟଙ୍କା ନଗଦ ଜବତ କରିଛନ୍ତିି। ଜବତ ପରିମାଣ ୭୫ ବର୍ଷର ଲୋକସଭା ନିର୍ବାଚନ ଇତିହାସରେ ସର୍ବାଧିକ ବୋଲି କମିଶନ ସୋମବାର କହିଛନ୍ତି। ଗତ ମାର୍ଚ୍ଚ ୧ ତାରିଖରୁ ଦୈନିକ ୧୦୦ କୋଟି ଟଙ୍କା ଜବତ କରାଯାଇଛି । ଦେଶରେ ଲୋକସଭା ନିର୍ବାଚନ ଏପ୍ରିଲ ୧୯ରୁ ୭ଟି ପର୍ଯ୍ୟାୟରେ ଆରମ୍ଭ ହେବ। ଜୁନ୍ ୪ରେ ଭୋଟ ଗଣତି ସହ ଫଳାଫଳ [...]
Odiaଅସହ୍ୟ ତାତି କରୁଛି କଲବଲ : ଦିନ ସାଢେ ୨ଟା ସୁଦ୍ଧା ୪ ସହରର ତାପମାତ୍ରା ୪୦ ଉପରେ, ଭୁବନେଶ୍ୱର ସବୁଠୁ ଉତ୍ତପ୍ତ
ଭୁବନେଶ୍ୱର – କଲବଲ କରୁଛି ତାତି । ଆଜି ବି ରାଜ୍ୟରେ ଅସହ୍ୟ ଗ୍ରୀଷ୍ମତାପ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ଦିନ ୨ଟା ୩୦ ସୁଦ୍ଧା ରାଜ୍ୟର ୪ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ବା ଏହାଠାରୁ ଅଧିକ ରେକର୍ଡ କରାଯାଇଛି। ଭୁବନେଶ୍ୱର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି। ଏଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୧.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଚାନ୍ଦବାଲିରେ ୪୧.୧, ଝାରସୁଗୁଡାରେ [...]
Odiaକେଜ୍ରିୱାଲଙ୍କ ବିଚାର ବିଭାଗୀୟ ହାଜତ ମିଆଦ ଏପ୍ରିଲ ୨୩ ପର୍ଯ୍ୟନ୍ତ ବୃଦ୍ଧି
ନୂଆଦିଲ୍ଲୀ: ଦିଲ୍ଲୀର ଏକ କୋର୍ଟ ସୋମବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିଚାର ବିଭାଗୀୟ ହାଜତ ମିଆଦକୁ ଏପ୍ରିଲ ୨୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସିବିଆଇ ଏବଂ ଇଡି ମାମଲାର ସ୍ୱତନ୍ତ୍ର ବିଚାରପତି କାବେରୀ ବୱେଜା ଏହି ଆଦେଶ ଦେଇଛନ୍ତି। ଏହା ପୂର୍ବରୁ କେଜ୍ରିୱାଲଙ୍କୁ ଭିଡିଓ କନଫରେନ୍ସ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିଲା। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ୧୫ ଏପ୍ରିଲ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ତଦନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ରହିଛି । ତେଣୁ [...]
Odiaରାଜନୈତିକ କାର୍ଯ୍ୟରେ ସଂପୃକ୍ତି ଅଭିଯୋଗ ପରେ ଶିକ୍ଷକଙ୍କୁ ବଦଳି
ବୌଦ୍ଧ- ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗରେ ବୌଦ୍ଧ ଜିଲ୍ଲାର ଜଣେ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ। ରାଜନୈତିକ କାର୍ଯ୍ୟରେ ସମ୍ପୃକ୍ତି ଅଭିଯୋଗରେ ଳ ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଆଦିବାସୀ ହାଇସ୍କୁଲର ସହକାରୀ ଶିକ୍ଷକ ଗୋବର୍ଦ୍ଧନ ପ୍ରଧାନଙ୍କୁ ବଦଳି କରାଯାଇଛି । ଏ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଶିକ୍ଷକ ଗୋବର୍ଦ୍ଧନ ପ୍ରଧାନ ରାଜନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତ ରହୁଥିବା ନେଇ ଜିଲ୍ଲା [...]
Odiaବୌଦ୍ଧ-ଫୁଲବାଣୀ ଗେଟାମୁଣ୍ଡା ଘାଟିରେ ବସ୍ -ଟ୍ରକ ମୁହାଁମୁହିଁ ଧକ୍କା, ୨୩ ଆହତ
ଫୁଲବାଣୀ – ବୌଦ୍ଧ-ଫୁଲବାଣୀ ଗେଟାମୁଣ୍ଡା ଘାଟିରେ ଯାତ୍ରୀବାହୀ ବସ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ୨୩ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ଆମ୍ବୁଲାନ୍ସ ଓ ଚାରିଛକ ଦମକଳ ବାହିନୀ ଦ୍ୱାରା ପୁରୁଣା କଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ଖମ୍ବେଶ୍ୱରୀ ନାମକ ଯାତ୍ରୀବାହୀ ବସ ବୌଦ୍ଧରୁ ବାଲିଗୁଡା ଯାଉଥିବା ବେଳେ ବୌଦ୍ଧ-କନ୍ଧମାଳ ସୀମାନ୍ତ ରାଣୀପଥର ସ୍ଥିତ ଗେଟାମୁଣ୍ଡା ଘାଟି ନିକଟ ଉପରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ [...]
Odiaରାହୁଲ ଗାନ୍ଧୀଙ୍କ ହେଲିକପ୍ଟର ଯାଞ୍ଚ୍ କଲେ ନିର୍ବାଚନ ଅଧିକାରୀ
ଚେନ୍ନାଇ: ନିର୍ବାଚନ କମିଶନ ଅଧିକାରୀମାନେ ସୋମବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ହେଲିକପ୍ଟର ଯାଞ୍ଚ୍ କରିଛନ୍ତି। ତାମିଲନାଡୁର ନୀଳଗିରିରେ ଫ୍ଲାଇଙ୍ଗ ସ୍କ୍ବାଡ୍ ଅଧିକାରୀମାନେ ତାଙ୍କ ହେଲିକପ୍ଟରରେ ତଲାସି କରିଥିଲେ। ଏହି ତଲାସି ସମ୍ବନ୍ଧୀୟ ଅଧିକ ସୂଚନା ପ୍ରକାଶ କରାଯାଇ ନାହିଁ। ରାହୁଲ ତାମିଲନାଡୁ ନୀଳଗିରି କଲେଜର କଳା ଓ ବିଜ୍ଞାନ ଛାତ୍ରଛାତ୍ରୀ ମାନଙ୍କୁ ଭେଟିବାକୁ ଆସିଥିଲେ। ତାମିଲନାଡୁ ପରେ ରାହୁଲ ଗାନ୍ଧୀ କେରଳର ୱାୟାନାଡରେ ପହଞ୍ଚିଥିଲେ। ଏଠାରେ ସେ ଏକ ରୋଡ୍ ସୋ କରିଥିଲେ । ଏହା [...]
Odiaଅମରନାଥ ଯାତ୍ରା ପାଇଁ ଆଜିଠୁ ପଞ୍ଜୀକରଣ
ନୂଆଦିଲ୍ଲୀ: ଅମରନାଥ ଯାତ୍ରା ଜୁନ୍ ୨୯ରୁ ଆରମ୍ଭ ହେବ । ଏହି ଯାତ୍ରା ଅଗଷ୍ଟ ୧୯ ପର୍ଯ୍ୟନ୍ତ ଚାଲିବ । ଅମରନାଥ ଯାତ୍ରା ପାଇଁ ପଞ୍ଜୀକରଣ ଆଜିଠାରୁ (ଏପ୍ରିଲ ୧୫) ଆରମ୍ଭ ହୋଇଛି। ଏଥର ଯାତ୍ରା ୫୨ ଦିନ ଧରି ଚାଲିବ। ଗତବର୍ଷ ଏହି ଯାତ୍ରା ଜୁଲାଇ ୧ରୁ ଆରମ୍ଭ ହୋଇଥିଲା। ସରକାରୀ ଆଦେଶନାମା ଅନୁଯାୟୀ, ୧୩ ରୁ ୭୦ ବର୍ଷ ମଧ୍ୟରେ ଭାରତୀୟ ନାଗରିକମାନେ ଅମରନାଥ ଯାତ୍ରା କରିପାରିବେ। ଯାତ୍ରା ପାଇଁ ଆବଶ୍ୟକ ଡାକ୍ତରୀ ପ୍ରମାଣପତ୍ର [...]
