Odiaଇଭିଏମ୍ ସମ୍ପର୍କରେ ଆରଟିଆଇ ଆବେଦନର ଉତ୍ତର ମିଳୁନି, ନିର୍ବାଚନ କମିଶନଙ୍କ ଉପରେ ବର୍ଷିଲେ ସିଆଇସି
ନୂଆଦିଲ୍ଲୀ: ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ୍) ସମ୍ପର୍କରେ ଆରଟିଆଇ ଆବେଦନର କୌଣସି ଜବାବ ଦେଉନଥିବା ଯୋଗୁଁ ନିର୍ବାଚନ କମିଶନଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରୀୟ ସୂଚନା କମିଶନର (ସିଆଇସି) । ଏକ ରିପୋର୍ଟ ଅନୁଯାୟୀ, ନିର୍ବାଚନ ସମୟରେ ବ୍ୟବହୃତ ଇଭିଏମ୍ ଏବଂ ଭିଭିପାଟ୍ ମେସିନର ବିଶ୍ୱସନୀୟତା ନେଇ କିଛି ବିଶିଷ୍ଟ ବ୍ୟକ୍ତି ପ୍ରଶ୍ନ ଉଠାଇଥିଲେ। ଏହି ମାମଲାରେ କ’ଣ ପଦକ୍ଷେପ ନିଆଯାଇଛି ସେନେଇ ନିର୍ବାଚନ କମିଶନଙ୍କ ଠାରୁ ସୂଚନା ମଗାଯାଇଥିଲା। ହେଲେ କମିଶନ ଏନେଇ ଆବେଦନକାରୀଙ୍କୁ ଗତ ଦୁଇ [...]
Odiaଆଜି ସୁପ୍ରିମକୋର୍ଟରେ କେଜ୍ରିୱାଲଙ୍କ ଆବେଦନର ଶୁଣାଣି
ନୂଆଦିଲ୍ଲୀ: ମଦ ଦୁର୍ନୀତିରେ ତାଙ୍କ ଗିରଫଦାରିକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରିଥିବା ଆବେଦନର ଉପରେ ସୁପ୍ରିମକୋର୍ଟ ଆଜି ଶୁଣାଣି କରିବେ। ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ କେଜ୍ରିୱାଲଙ୍କ ପିଟିସନର ଶୁଣାଣି କରିବେ। ଦିଲ୍ଲୀ ହାଇକୋର୍ଟରୁ କୌଣସି ଆଶ୍ବସ୍ତି ନ ମିଳିବା ପରେ କେଜ୍ରିୱାଲ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆପ୍ ଦାବି କରିଛି ଯେ ମଦ ଦୁର୍ନୀତି ଅଭିଯୋଗ କେଜ୍ରିୱାଲ ଏବଂ ତାଙ୍କ ଦଳକୁ ଶେଷ କରିବା [...]
Odiaଶ୍ରୀ ରାମଚରିତ ମାନସ: ଅଯୋଧ୍ୟା କାଣ୍ଡ
॥ ଅଯୋଧ୍ୟା କାଣ୍ଡ ॥ ଏସିଉ ପୀର ବିହସି ତେହିଂ ଗୋଈ । ଚୋର ନାରି ଜିମି ପ୍ରଗଟି ନ ରୋଈ । ଲଖହିଂ ନ ଭୂପ କପଟ ଚତୁରାଈ । କୋଟି କୁଟିଲ ମନି ଗୁରୂ ପଢାଈ ॥ ଭାବାର୍ଥ :- ପ୍ରବଳ ଇର୍ଷା ଓ ଦ୍ବେଷରେ ଜଳୁଥିବା ହୃଦୟର ପିଡାକୁ ମଧ୍ୟ ସେ ହସିଦେଇ ଲୁଚାଇ ଦେଲେ, ଯେପରି ଚୋରର ସ୍ତ୍ରୀ ଧରାପଡିଲେ ତା’ର ଭେଦ ଖୋଲିଯିବା ଭୟରେ କାନ୍ଦେ ନାହିଁ । ରାଜା [...]
Odiaଗୀତା ଉପଦେଶ: ଯୋଗାରୂଢ ପୁରୁଷଙ୍କ ସର୍ଵ ସଂକଳ୍ପ ଶୁନ୍ୟତା ହିଁ ତାଙ୍କ କଲ୍ୟାଣ
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଆତ୍ମ ସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : – ଆରୁରୁକ୍ଷର୍ମୁନେରଯୋଗଂ କର୍ମ କାରଣମୁଚ୍ୟତେ। ଯୋଗାରୂଢସ୍ୟ ତସୈବ ଶମଃ କାରଣମୁଚ୍ୟତେ। ଅର୍ଥାତ୍:- ହେ ଅର୍ଜ୍ଜୁନ ! ଯୋଗାରୂଢ ହେବାକୁ ମନନଶୀଳ ପୁରୁଷ ଙ୍କ ନିମନ୍ତେ ନିଷ୍କାମ ଭାବରେ କର୍ମ କରିବା ହିଁ ଯୋଗ ପ୍ରାପ୍ତିର ହେତୁ ବୋଲି କୁହାଯାଏ ଏବଂ ଯୋଗାରୂଢ ହୋଇଯିବ ପରେ ସେହି ଯୋଗାରୂଢ ପୁରୁଷଙ୍କ ସର୍ଵ ସଂକଳ୍ପ ଶୁନ୍ୟତା ହିଁ ତାଙ୍କ କଲ୍ୟାଣ ର କାରଣ ବୋଲି [...]
Odiaବୈଷ୍ଣବ କୀଙ୍କରୀ ଶ୍ରୀ ଶ୍ରୀ ପରମେଶ୍ୱରୀ ମାଆଙ୍କ ଶୁଭ ୧୨୫ ତମ ବର୍ଷବ୍ୟାପୀ ଜୟନ୍ତୀ ଉତ୍ସବ ପୁରୀ ଠାରେ ଉଦ୍ଘାଟିତ
ଯୁଗେ ଯୁଗେ ଶ୍ରୀ ଜଗନ୍ନାଥ ଭକ୍ତର ଅଧୀନ। ଭକ୍ତ ମାନଙ୍କ ଭାବକୁ ଗ୍ରହଣ କରି ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଅନେକ ଲୀଳା କରିଛନ୍ତି ଏବଂ ବର୍ତ୍ତମାନ ମଧ୍ୟ କରୁଛନ୍ତି। ଏପରି ଜଣେ ଅନାଲୋଚିତ ଭକ୍ତ ଥିଲେ ବୈଷ୍ଣବ କୀଙ୍କରୀ ଶ୍ରୀ ଶ୍ରୀ ପରମେଶ୍ୱରୀ ମାଆ। ଶ୍ରୀ ରାଧାରମଣ ଫାଉଣ୍ଡେସନ ତରଫରୁ ବୈଷ୍ଣବ କୀଙ୍କରୀ ଶ୍ରୀ ଶ୍ରୀ ପରମେଶ୍ୱରୀ ମାଆ ଙ୍କ ୧୨୫ ତମ ଜନ୍ମ ବାର୍ଷିକ ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ଗୁରୁଚରଣ [...]
Odiaବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା
ଭୁବନେଶ୍ୱର – ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ୭୨ ଜଣିଆ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି । ୩ଟି ଆସନରେ ପ୍ରାର୍ଥୀ ବଦଳାଇଛି ଦଳ । ଘୋଷିତ ତାଲିକା ଅନୁସାରେ ଜୟଦେବ ଆସନରୁ ଜୟନ୍ତ କୁମାର ଭୋଇ, ଏକାମ୍ର ଭୁବନେଶ୍ବରରୁ ପ୍ରଶାନ୍ତ କୁମାର ଚମ୍ପତି, ଜଟଣୀରୁ ସନ୍ତୋଷ ଜେନା, ବେଗୁନିଆରୁ ପୃଥ୍ବୀବଲ୍ଲଭ ପଟ୍ଟନାୟକ, ରଣପୁରରୁ ବିଭୁପ୍ରସାଦ ମିଶ୍ର, ନୟାଗଡ଼ରୁ ରଞ୍ଜିତ ଦାସ ପ୍ରାର୍ଥୀ ହେବେ । କବିସୂର୍ଯ୍ୟନଗରରୁ ବିପିନ ବିହାରୀ ସ୍ବାଇଁ, ଖଲ୍ଲିକୋଟରୁ ଚିତ୍ରସେନ [...]
Odiaସରବଜିତ ସିଂହଙ୍କ ହତ୍ୟାକାରୀ ଆମୀର ସରଫରାଜକୁ ଲାହୋରରେ ଗୁଳିକରି ହତ୍ୟା
ନୂଆଦିଲ୍ଲୀ: ଭାରତୀୟ ନାଗରିକ ସରବଜିତ ସିଂହଙ୍କ ହତ୍ୟାକାରୀ ଆମୀର ସରଫରାଜକୁ ଲାହୋରରେ କିଛି ଅଜଣା ଲୋକ ଗୁଳିକରି ହତ୍ୟା କରିଛନ୍ତି । ଆମୀର ସରଫରାଜ ଓ ତାର ସହଯୋଗୀ ୨୦୧୩ ମସିହାରେ ଲାହୋର ଜେଲରେ ଭାରତୀୟ ନାଗରିକ ସରବଜିତଙ୍କୁ ପିଟିପିଟି ହତ୍ୟା କରିଥିଲେ। ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇର ନିର୍ଦ୍ଦେଶରେ ସରବଜିତଙ୍କୁ ହତ୍ୟା କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା। ସରବଜିତଙ୍କ ହତ୍ୟା ମାମଲାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଡିସେମ୍ବର ୨୦୧୮ରେ ପାକିସ୍ତାନର ଏକ କୋର୍ଟ ପ୍ରମାଣ ଅଭାବରୁ [...]
Odiaଲକ୍ଷ୍ନୌ ସୁପର ଜାଏଣ୍ଟସକୁ ପ୍ରଥମ ଥର ହରାଇଲା କେକେଆର୍
କୋଲକାତା: କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଆଇପିଏଲରେ ପ୍ରଥମ ଥର ପାଇଁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ (ଏଲ୍ଏସଜି) କୁ ହରାଇଛି | ଚଳିତ ସିଜନରେ ଏହା କୋଲକାତାର ଚତୁର୍ଥ ବିଜୟ | ରବିବାର ଇଡେନ୍ ଗାର୍ଡେନ୍ସରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟର ୨୮ ତମ ମ୍ୟାଚରେ କୋଲକାତା ୮ ୱିକେଟରେ ଲକ୍ଷ୍ନୌକୁ ପରାସ୍ତ କରିଛି। କୋଲକାତା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ ଆମନ୍ତ୍ରଣ ପାଇ ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ [...]
Odiaସଲମାନ ଖାନଙ୍କ ଘର ବାହାରେ ଗୁଳିଚାଳନା ପାଇଁ ନିଜକୁ ଦାୟୀ କଲା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନମୋଲ
ମୁମ୍ବାଇ: ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଗୁଳି ଫୁଟିବା ଘଟଣା ପାଇଁ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନମୋଲ ବିଷ୍ଣୋଇ ନିଜକୁ ଦାୟୀ କରିଛି। ଆମେରିକାରେ ରହୁଥିବା ଅନମୋଲ ବିଷ୍ଣୋଇ ଏକ ସୋସିଆଲ ମିଡିଆ ପୋଷ୍ଟରେ ସଲମାନଙ୍କ ଘର ବାହାରେ ଗୁଳିଚାଳନା ପାଇଁ ନିଜକୁ ଦାୟୀ କରିଛି। ଏହା କେବଳ ଏକ ଟ୍ରେଲର ଥିଲା ବୋଲି କହିଛି ଅନମୋଲ ବିଷ୍ଣୋଇ। ରବିବାର ସକାଳେ ସଲମାନ ଖାନଙ୍କ ମୁମ୍ବାଇ ବାସଭବନ ବାହାରେ ମୋଟର ସାଇକେଲରେ [...]
Odiaବଢୁଛି ପାରଦ : ସାଢେ ୧୧ ସୁଦ୍ଧା ୫ ସହରର ତାପମାତ୍ରା ୩୫ ଉପରେ, ଭୁବନେଶ୍ୱର ଉତ୍ତପ୍ତ
ଭୁବନେଶ୍ୱର – ରାଜ୍ୟରେ ଆଜି ବି ଏକ ଅସହ୍ୟ ଗରମ ଦିନ ଅନୁଭୂତ ହେଉଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ସାଢେ ୧୧ଟା ସୁଦ୍ଧା ୫ଟି ସହରର ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ଉପରେ ରହିଛି । ଏହି ସମୟ ସୁଦ୍ଧା ରାଜଧାନୀ ଭୁବନେଶ୍ବର ଥିଲା ରାଜ୍ୟର ଉତ୍ତପ୍ତ ସହର। ଏଠାରେ ସର୍ବାଧିକ ତାପମାତ୍ରା ୩୭ ଦଶମିକ ୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଚାନ୍ଦବାଲିରେ ୩୭,ଝାରସୁଗୁଡାରେ ୩୬.୬, ବାଲେଶ୍ୱରରେ ୩୫.୮, ରାଉରକେଲାରେ [...]
