Odiaବିଜେପି ଜାରି କଲା ଘୋଷଣାପତ୍ର: ୟୁସିସି, ଏକକାଳୀନ ନିର୍ବାଚନ ଲାଗୁ କରିବାକୁ ପ୍ରତିଶ୍ରୁତି
ନୂଆଦିଲ୍ଲୀ: ବିଜେପି ୨୦୨୪ ଲୋକସଭା ନିର୍ବାଚନ ପାଇଁ ରବିବାର ନିଜ ଘୋଷଣାପତ୍ର ଜାରି କରିଛି। ଦଳ ଏହାକୁ ‘ସଂକଳ୍ପପତ୍ର – ମୋଦୀ କି ଗ୍ୟାରେଣ୍ଟି’ ଭାବେ ନାମିତ କରିଛି। ଦିଲ୍ଲୀର ପାର୍ଟି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳର ନିର୍ବାଚନ ଇସ୍ତାହାର ଉନ୍ମୋଚିତ କରିଛନ୍ତିି। ଏହି ଅବସରରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ରାଜନାଥ ସିଂହ, ଅମିତ ଶାହ ଏବଂ ନିର୍ମଳା ସୀତାରମଣ ପ୍ରମୁଖ ଉପସ୍ଥିତି ଥିଲେ। ଘୋଷଣାପତ୍ର ଜାରି କରିବା ପରେ ଉପସ୍ଥିତ [...]
Odiaଇସ୍ରାଏଲ ଉପରେ ୨୦୦ ମିସାଇଲ୍ ଓ ଡ୍ରୋନ୍ ଦାଗିଲା ଇରାନ
ତେଲ ଅଭିଭ୍: ଇସ୍ରାଏଲ ଉପରେ ଆକ୍ରମଣ କରିଛି ଇରାନ। ଇରାନ ସେନା ଇସ୍ରାଏଲ ଉପରେ ପ୍ରାୟ ୨୦୦ ଡ୍ରୋନ୍ ଏବଂ ମିସାଇଲ ସହ ଆକ୍ରମଣ କରିଛି। ଶନିବାର ବିଳମ୍ବିତ ରାତିରେ ଏହି ଆକ୍ରମଣ ହୋଇଥିବା ଇସ୍ରାଏଲ୍ ସେନା ପକ୍ଷରୁ ସୂଚନା ଦିଆଯାଇଛି। ଆମେରିକାର ସେନା କିଛି ଡ୍ରୋନକୁ ଗୁଳିକରି ଖସାଇ ଦେଇଥିଲା । ଏହାଛଡ଼ା ଇସ୍ରାଏଲର ଆଇରନ୍ ଡୋମ୍ ମଧ୍ୟ ଇରାନର ଅନେକ ମିସାଇଲକୁ ନିଷ୍ପ୍ରଭ କରି ଦେଇଥିଲା। ଇରାନର ମିସାଇଲ ଓ ଡ୍ରୋନ ଆକ୍ରମଣରେ ଇସ୍ରାଏଲର [...]
Odiaସଲମାନ ଖାନଙ୍କ ଘର ବାହାରେ ଫାୟରିଂ
ମୁମ୍ବାଇ: ଅଭିନେତା ସଲମାନ ଖାନଙ୍କ ମୁମ୍ବାଇ ସ୍ଥିତ ଘର ବାହାରେ ରବିବାର ସକାଳେ ବାଇକରେ ଆସି ଦୁଇ ଜଣ ଅଜଣା ବ୍ୟକ୍ତି ଫାଙ୍କା ଗୁଳିଚାଳନା କରିଛନ୍ତିି। ଜଣେ ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ ବାନ୍ଦ୍ରା ଅଞ୍ଚଳରେ ଥିବା ସଲମାନ ରହୁଥିବା ‘ଗାଲାକ୍ସି ଆପାର୍ଟମେଣ୍ଟ’ ବାହାରେ ଭୋର୍ ପ୍ରାୟ ୫ ଟା ସମୟରେ ଦୁଇଜଣ ବ୍ୟକ୍ତି ବାଇକରେ ଆସି ଚାରି ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଥିଲେ । ଏହି ଘଟଣାରେ କେହି ମୃତାହତ ହୋଇ ନାହାଁନ୍ତି। ଫରେନସିକ୍ [...]
Odiaରୋଡ୍ ଶୋ’ ବେଳେ ଟେକାମାଡ଼, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ୍ ଆହତ
ବିଜୟୱାଡା : ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍ ଜଗନ୍ ମୋହନ ରେଡ୍ଡୀ ଶନିବାର ରାତିରେ ବିଜୟୱାଡାରେ ନିଜ ଦଳ ଓ୍ବାଇଏସ୍ଆରସିପି ପାଇଁ ପ୍ରଚାର କରୁଥିବାବେଳେ ଜଣେ ଅଜଣା ଦୁର୍ବୃତ୍ତର ଟେକା ମାଡ଼ରେ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ‘ମେମନ୍ଥା ସିଦ୍ଧମ୍ (ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ)’ ଶୀର୍ଷକ ନିର୍ବାଚନ ପ୍ରଚାର ବେଳେ ତାଙ୍କ ଉପରକୁ ଟେକା ମାଡ଼ ହୋଇଥିଲା । ଗୋଟିଏ ଟେକା ଠିକ୍ ତାଙ୍କ ବାମ ଆଖି ଉପରକୁ କପାଳରେ ବାଜିବାରୁ ସେ ଆହତ ହୋଇଥିଲେ । ଜଗନଙ୍କ [...]
Odiaପୁରୀରେ ଜଗା ଦର୍ଶନ ସାରି ଫେରୁଥିବା ବେଳେ ଓଲଟିଲା ଛତିଶଗଡ଼ ତୀର୍ଥଯାତ୍ରୀଙ୍କ ବସ୍ , ୧୫ ଆହତ
ବରଗଡ – ପୁରୀରେ ଶ୍ରୀଜିଉଙ୍କ ଦର୍ଶନ ସାରି ଫେରୁଥିବାବେଳେ ଦୁର୍ଘଟଣା । ପଡୋଶୀ ଛତିଶଗଡର କିଛି ଯାତ୍ରୀ ପୁରୀରେ ଜଗନ୍ନାଥ ଦର୍ଶନ ସାରି ଫେରୁଥିବା ବେଳେ ସେମାନଙ୍କ ବସ୍ ପଦ୍ମପୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଗୁରୁତର ଆହତ ହୈଇଛନ୍ତି । ସେମାନଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବସ ଯାତ୍ରୀମାନେ ପୁରୀରୁ ଜଗନ୍ନାଥ ଦର୍ଶନ ସାରି ପରେ ନୃସିଂହନାଥଙ୍କୁ ଦର୍ଶନ କରି ଛତିଶଗଡ଼ ବରୋଦା ଫେରିବାର କାର୍ଯ୍ୟକ୍ରମ ରହିଥିଲା [...]
Odiaଦନ୍ତା ନେଲା ବୃଦ୍ଧାଙ୍କ ଜୀବନ
ଢେଙ୍କାନାଳ -ହାତୀ ଆକ୍ରମଣରେ ଯାଇଛି ଆଉ ଏକ ଜୀବନ । ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ଗୋବରୀ ଗାଁରେ ଦନ୍ତା ଆକ୍ରମଣରେ ସୁରୁ ମୁଣ୍ଡା ନାମ୍ନୀ ଜଣେ ବୃଦ୍ଧା ପ୍ରାଣ ହରାଇଛନ୍ତି । ବୃଦ୍ଧାଜଣକ ଆଜାଦ ଭୋରରେ ମହୁଲ ଗୋଟାଇବା ପାଇଁ ଗାଁ ପାଖ ଚାଙ୍ଗୁରିଆପାଳ ଜଙ୍ଗଲକୁ ଯାଇଥିବା ବେଳେ ଏକ ଦନ୍ତା ହାବୁଡ଼ରେ ପଡ଼ି ଯାଇଥିଲେ । ଦନ୍ତା ତାଙ୍କୁ କଚାଡ଼ି ଦେବାରୁ ଘଟଣା ସ୍ଥଳରେ ହିଁ ସୁରୁଙ୍କର ମୃତ୍ୟୁ ହୋଇଥିଲା।
Odiaଓଡ଼ିଆ ନବବର୍ଷ, ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀରେ ସାରା ରାଜ୍ୟ ଉତ୍ସବ ମୁଖର
ଭୁବନେଶ୍ୱର – ଆଜି ସାରାରାଜ୍ୟରେ ମହାବିଷୁବ ସଂକ୍ରାନ୍ତି ହର୍ଷୋଲ୍ଲାସରେ ପାଳନ କରାଯାଉଛି । ଆଜି ମଧ୍ୟ ଓଡ଼ିଆ ନବବର୍ଷ । ନୂଆ ଓଡିଆ ପାଞ୍ଜିର ଆଜି ଶୁଭାରମ୍ଭ ହୋଇଛି । ଆଜି ମଧ୍ୟ ରାଜ୍ୟରେ ପାଳନ ହେଉଛି ହନୁମାନ ଜୟନ୍ତୀ। ଗଞ୍ଜାମ ଓ ଅନ୍ୟ କିଛି ଜିଲ୍ଲାରେ ଆଜି ପାରମ୍ପରିକ ଦଣ୍ଡ ନାଚର ଉଦଯାପନୀ ଭାବେ ମେରୁ ସଂକ୍ରାନ୍ତି ପାଳନ କରାଯାଉଛି । ପଣା ସଂକ୍ରାନ୍ତି, ହନୁମାନ ଜୟନ୍ତୀ ଓ ଓଡ଼ିଆ ନୂଆବର୍ଷ ପାଇଁ ସାରା ରାଜ୍ୟରେ [...]
Odiaଆଜିଠୁ ସମଲେଶ୍ବରୀ ମନ୍ଦିର ପରିସରରେ ପାନ, ଗୁଟକା ମନା
ସମ୍ବଲପୁର – ଶ୍ରୀମନ୍ଦିର ଓ ଶ୍ରୀଲିଙ୍ଗରାଜ ମନ୍ଦିର ପରେ ମା’ ସମଲେଶ୍ବରୀଙ୍କ ମନ୍ଦିର ପରିସରରେ ମଧ୍ୟ ପାନ, ଗୁଟକା ବ୍ୟବହାର ଉପରେ କଟକଣା ଲାଗିଛି । ଆଜିଠାରୁ ମା’ ସମଲେଶ୍ବରୀଙ୍କ ପୀଠ ପରିସରରେ ପାନ ଗୁଟକା ବ୍ୟବହାର ଉପରେ ରୋକ୍ ଲାଗିଛି ।ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। କୌଣସି ପ୍ରକାର ମାଦକ ଦ୍ରବ୍ୟ ମନ୍ଦିର ପରିସର ଭିତରକୁ ନଆଣିବାକୁ ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଛି । ଏହି ନିଷ୍ପତ୍ତିକୁ ନମାନିଲେ କାର୍ଯ୍ୟାନୁଷ୍ଠାନ [...]
ଓଡ଼ିଶା ପାଇଁ କଂଗ୍ରେସର ୯ ଜଣିଆ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା, ବାଲେଶ୍ଵରରୁ ଲଢିବେ ଶ୍ରୀକାନ୍ତ ଜେନା
ଓଡ଼ିଶା ପାଇଁ କଂଗ୍ରେସର ୯ ଜଣିଆ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା, ବାଲେଶ୍ଵରରୁ ଲଢିବେ ଶ୍ରୀକାନ୍ତ ଜେନା
ନୂଆଦିଲ୍ଲୀ – ଆଗାମୀ ଲୋକସଭା ନିର୍ବାଚନ ପାଇଁ ରାଜ୍ୟ କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଓଡ଼ିଶା ପାଇଁ ଆଉ ୯ଟି ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଅନୁସାରେ ବାଲେଶ୍ଵର ଲୋକସଭା ଆସନରୁ ଲଢ଼ିବେ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା । କେନ୍ଦୁଝର ଆସନରୁ ମୋହନ ହେମ୍ବ୍ରମ, ଭଦ୍ରକରୁ ଅନନ୍ତ ପ୍ରସାଦ ସେଠୀ, ଯାଜପୁରରୁ ଅଞ୍ଚଳ ଦାସ, ଢେଙ୍କାନାଳରୁ ସସ୍ମିତା ବେହେରା, କେନ୍ଦ୍ରାପଡାରୁ ସିଦ୍ଧାର୍ଥ ସ୍ୱରୂପ ଦାସ, ଜଗତସିଂହପୁରରୁ [...]
Odiaଇସ୍ରାଏଲ ଲିଙ୍କ୍ ଥିବା ଜାହାଜକୁ ଜବତ କଲା ଇରାନ ସେନା, ଜାହାଜରେ ଅଛନ୍ତି ୧୭ ଭାରତୀୟ
ତେଲ ଅଭିଭ୍: ଇସ୍ରାଏଲ ଲିଙ୍କ୍ ଥିବା ଏକ ଜାହାଜକୁ ଇରାନର ନୌସେନା ଜବତ କରିନେଇଥିବା ଖବର ସାମ୍ନାକୁ ଆସିଛି। ତେବେ ବଡ଼ କଥା ହେଉଛି ୟୁଏଇରୁ ଆସୁଥିବା ଏହି ଜାହାଜରେ ୧୭ ଜଣ ଭାରତୀୟ ନାଗରିକ ଅଛନ୍ତି । ଏମ୍ଏସସି ଏରିଜ୍ ନାମକ ଏହି ଜାହାଜ ମୁମ୍ବାଇର ଜବାହରଲାଲ ନେହେରୁ ବନ୍ଦରକୁ ଆସୁଥିଲା | ଜାହାଜଟି ହର୍ମୁଜ୍ ଷ୍ଟ୍ରେଟ୍ ଦେଇ ଯାଉଥିବାବେଳେ ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି) କମାଣ୍ଡୋ ହେଲିକପ୍ଟର ଦ୍ଵାରା ଓହ୍ଲାଇ ଜାହାଜକୁ [...]
