ଗଞ୍ଜାମ ଜିଲ୍ଲାର ପ୍ରାଚୀନ ଲୋକନୃତ୍ୟ ଦଣ୍ଡ ନାଚ, କାଲି ମେରୁ ଯାତ୍ରା
ବ୍ରହ୍ମପୁର: କାହିଁ କେଉଁ ଆବହମାନ କାଳରୁ ଗଞ୍ଜାମ ଜିଲ୍ଲାର ପୁରପଲ୍ଲୀରୁ ଆରମ୍ଭ କରି ସହରାଞ୍ଚଳ ଯାଏଁ ଚୈତ୍ର ମାସରେ ଦଣ୍ଡ ନାଚ ହୋଇ ଆସୁଛି। ଗୋଟିଏ ପଟେ ସ୍ଥାନୀୟ ଜନଜୀବନର ପ୍ରତିଫଳନ କରୁଥିବା ଲୋକପରମ୍ପରା ଆଧାରିତ ନୃତ୍ୟ ସଙ୍ଗୀତ ତ ଆରପଟେ କଠିନତମ ସାଧନା କରି ଦୈବୀ କୃପା ହାସଲ କରିବା ନିମନ୍ତେ କଠୋର ସାଧନାର ଝଲକ ଯେଉଁଠି ଦେଖିବାକୁ ମିଳିଥାଏ ତାହା ହେଉଛି ଦଣ୍ଡ ନାଚ ବା ଦଣ୍ଡ ଯାତ୍ରା। ଜିଲ୍ଲାରେ ଗତ କିଛି ଦିନ [...]
Odiaମଣ୍ଡିରେ କଙ୍ଗନାଙ୍କୁ ଟକ୍କର ଦେବେ କଂଗ୍ରେସର ବିକ୍ରମାଦିତ୍ୟ ସିଂହ
ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ କଙ୍ଗନା ରନାଓ୍ବତଙ୍କୁ ଟକ୍କର ଦେବା ପାଇଁ କଂଗ୍ରେସ ପ୍ରାର୍ଥୀ ଚୂଡାନ୍ତ କରିଛି । କଙ୍ଗନାଙ୍କ ବିରୋଧରେ ବିକ୍ରମାଦିତ୍ୟ ସିଂହ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହେବେ। ହିମାଚଳ ପ୍ରଦେଶ କଂଗ୍ରେସ ସଭାପତି ତଥା ବିକ୍ରମାଦିତ୍ୟଙ୍କ ମାଆ ପ୍ରତିଭା ସିଂହ ଏନେଇ ସ୍ପଷ୍ଟ କରିଛନ୍ତି। ମଣ୍ଡି ଆସନରୁ ବିକ୍ରମାଦିତ୍ୟ ସିଂହ କଂଗ୍ରେସର ପ୍ରାର୍ଥୀ ହେବେ ବୋଲି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ମଧ୍ୟ ସଙ୍କେତ ଦେଇଛନ୍ତି। [...]
ରାମେଶ୍ୱରମ୍ କାଫେ ବିସ୍ଫୋରଣ: ଗିରଫ ଦୁଇ ଅଭିଯୁକ୍ତଙ୍କୁ ବେଙ୍ଗାଲୁରୁ ଅଣାଗଲା, ୧୦ ଦିନିଆ ରିମାଣ୍ଡରେ ନେଲା ଏନ୍ଆଇଏ

Odiaରାମେଶ୍ୱରମ୍ କାଫେ ବିସ୍ଫୋରଣ: ଗିରଫ ଦୁଇ ଅଭିଯୁକ୍ତଙ୍କୁ ବେଙ୍ଗାଲୁରୁ ଅଣାଗଲା, ୧୦ ଦିନିଆ ରିମାଣ୍ଡରେ ନେଲା ଏନ୍ଆଇଏ
ବେଙ୍ଗାଲୁରୁ: ରାମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ଦ୍ୱାରା କୋଲକାତାରୁ ଗିରଫ ହୋଇଥିବା ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଶନିବାର ବେଙ୍ଗାଲୁରୁ ଅଣାଯାଇଛି। ସ୍ବାସ୍ଥ୍ୟ ପରୀକ୍ଷା ପରେ ଉଭୟ ଅଭିଯୁକ୍ତଙ୍କୁ ସ୍ଥାନୀୟ ଏନଆଇଏ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଦୁଇ ଅଭିଯୁକ୍ତଙ୍କୁ ୧୦ ଦିନ ଏନ୍ଆଇଏ ରିମାଣ୍ଡରେ ପଠାଇଛନ୍ତି। କୋଲକାତାର ଏକ କୋର୍ଟ ଶୁକ୍ରବାର ଏହି ବିସ୍ଫୋରଣ ମାମଲାରେ ଉଭୟ ଅଭିଯୁକ୍ତଙ୍କୁ ତିନି ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ବେଙ୍ଗାଲୁରୁ ନେବା ପାଇଁ [...]
Odiaସଞ୍ଜୟ ସିଂହଙ୍କ ଅଭିଯୋଗ: ତିହାର ଜେଲରେ କେଜ୍ରିୱାଲଙ୍କୁ ପରିବାର ଲୋକଙ୍କ ସହ ଭେଟିବାକୁ ଅନୁମତି ଦିଆଯାଉ ନାହିଁ
ନୂଆଦିଲ୍ଲୀ: ତିହାର ଜେଲରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତାଙ୍କ ପରିବାର ଲୋକଙ୍କ ସହ ବ୍ୟକ୍ତିଗତ ଭାବେ ଭେଟିବାକୁ ଦିଆଯାଉ ନାହିଁ ବୋଲି ଆମ୍ ଆଦମୀ ପାର୍ଟି (ଆପ୍)ର ବରିଷ୍ଠ ନେତା ତଥା ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂହ ଶନିବାର ଅଭିଯୋଗ କରିଛନ୍ତି । ସାମ୍ବାଦିକମାନଙ୍କ ସହ ବାର୍ତ୍ତାଳାପ ବେଳେ ସେ କହିଛନ୍ତି, “ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ମନୋବଳ ଭାଙ୍ଗିବାକୁ ଚେଷ୍ଟା କରାଯାଉଛି। ତାଙ୍କ ପରିବାରକୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରିବାକୁ ଅନୁମତି ଦିଆଯାଉ ନାହିଁ। ତାଙ୍କ ପରିବାରକୁ [...]
Odiaଏପ୍ରିଲ ୧୫ରେ କେଜ୍ରିୱାଲଙ୍କ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ମଦ ଦୁର୍ନୀତିରେ ତାଙ୍କ ଗିରଫଦାରିକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରିଥିବା ଆବେଦନର ଉପରେ ସୁପ୍ରିମକୋର୍ଟ ଏପ୍ରିଲ ୧୫ରେ ଶୁଣାଣି କରିବେ। ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ କେଜ୍ରିୱାଲଙ୍କ ପିଟିସନର ଶୁଣାଣି କରିବେ। ଦିଲ୍ଲୀ ହାଇକୋର୍ଟରୁ କୌଣସି ଆଶ୍ବସ୍ତି ନ ମିଳିବା ପରେ କେଜ୍ରିୱାଲ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆପ୍ ଦାବି କରିଛି ଯେ ମଦ ଦୁର୍ନୀତି ଅଭିଯୋଗ କେଜ୍ରିୱାଲ ଏବଂ ତାଙ୍କ ଦଳକୁ ଶେଷ [...]
Odiaକାଲିଠୁ ସମଲେଶ୍ବରୀ ମନ୍ଦିର ପରିସରରେ ପାନ, ଗୁଟକା ବ୍ୟବହାର ଉପରେ ରୋକ୍
ସମ୍ବଲପୁର – ଶ୍ରୀମନ୍ଦିର ଓ ଶ୍ରୀଲିଙ୍ଗରାଜ ମନ୍ଦିର ପରେ ଏଣିକି ମା’ ସମଲେଶ୍ବରୀଙ୍କ ମନ୍ଦିର ପରିସରରେ ମଧ୍ୟ ପାନ, ଗୁଟକା ବ୍ୟବହାର ଉପରେ କଟକଣା ଲାଗିଛି । ଆସନ୍ତାକାଲିଠାରୁ ମା’ ସମଲେଶ୍ବରୀଙ୍କ ପୀଠ ପରିସରରେ ପାନ ଗୁଟକା ବ୍ୟବହାର ଉପରେ ରୋକ୍ ଲାଗିବ । ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। କୌଣସି ପ୍ରକାର ମାଦକ ଦ୍ରବ୍ୟ ମନ୍ଦିର ପରିସର ଭିତରକୁ ନଆଣିବାକୁ ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଛି । ଏହି ନିଷ୍ପତ୍ତିକୁ [...]
Odiaବିଜେପି ବିରୋଧରେ ସିଇଓଙ୍କଠାରେ ଫେରାଦ ହେଲା ବିଜେଡି , ଆଣିଲା ଗୁଣ୍ଡାଗର୍ଦ୍ଦି ଅଭିଯୋଗ
ଭୁବନେଶ୍ୱର – ବିଜେପି ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କଠାରେ ପୁଣି ଫେରାଦ ହେଲା ବିଜେଡି । ବ୍ରହ୍ମପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଅଭିଯୋଗ କରିଛି ବିଜେଡିର ଏକ ଟିମ୍ । ବିଜେପି ଗୁଣ୍ଡା ଗର୍ଦ୍ଦି କରୁଛି ବୋଲି ଶାସକ ଦଳ ଅଭିଯୋଗ କରିଛି । ଜଙ୍କିଆ ଥାନା ଆଇଆଇସିଙ୍କୁ ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବଙ୍କ ଧମକ ଦେଉଥିବା ଅଭିଯୋଗ କରିଛି ବିଜେଡି । ସାମ୍ୱାଦିକଙ୍କୁ ଆକ୍ରମଣ ଘଟଣାରେ ଏତଲା ନ [...]
Odiaଫେରିଲା ତାତି : ସାଢେ ୧୧ ସୁଦ୍ଧା ୩ ସହରର ତାପମାତ୍ରା ୩୬ ଡିଗ୍ରୀ ଉପରେ
ଭୁବନେଶ୍ୱର – କିଛି ଦିନର ବିରତି ପରେ ଆଜି ପୁଣି ଫେରିଛି ତାତି । ଅନେକ ସ୍ଥାନରେ ଉପରମୁହାଁ ହୋଇଛି ପାରଦ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ସାଢେ ୧୧ଟା ସୁଦ୍ଧା ରାଜ୍ୟରେ ତିନିଟି ସହରର ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ ଉପରେ ରହିଥିଲା । ଚାନ୍ଦବାଲି ଥିଲା ରାଜ୍ୟର ଉତ୍ତପ୍ତ ସହର । ଏଠାରେ ତାପମାତ୍ରା ୩୬.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ବାଲେଶ୍ବରରେ ୩୬.୪, ଭୁବନେଶ୍ବରରେ ୩୬.୨,ଗୋପାଳପୁରରେ [...]
ତିନି ପ୍ରମୁଖ ଦଳଙ୍କ ବିଧାନସଭା ପ୍ରାର୍ଥୀ ଘୋଷଣା ଅସମ୍ପୂର୍ଣ୍ଣ: ଆଜି ଆସିପାରେ ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ତାଲିକା

Odiaତିନି ପ୍ରମୁଖ ଦଳଙ୍କ ବିଧାନସଭା ପ୍ରାର୍ଥୀ ଘୋଷଣା ଅସମ୍ପୂର୍ଣ୍ଣ: ଆଜି ଆସିପାରେ ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ତାଲିକା
ଭୁବନେଶ୍ଵର – ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରମୁଖ ଦଳର ଘୋଷିତ ପ୍ରାର୍ଥୀମାନେ ପ୍ରଚାର ମଇଦାନକୁ ଓହ୍ଲାଇବାରେ ଲାଗିଛନ୍ତି । କିନ୍ତୁ ଏବେ ବି ବିଧାନସଭା ନିର୍ବାଚନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀ ଚୟନ ପ୍ରକିୟା ସମ୍ପୂର୍ଣ୍ଣ ହୋଇନାହିଁ। ବିଜେଡି ଓ ବିଜେପି ସମସ୍ତ ୨୧ଟିଯାକ ଲୋକସଭା ଆସନରେ ପ୍ରାର୍ଥୀ ଦେଇସାରିଛନ୍ତି। କଂଗ୍ରେସ କିନ୍ତୁ ସବୁଥିରେ ପ୍ରାର୍ଥୀ ଘୋଷଣା କରିନାହିଁ। ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କ୍ଷେତ୍ରରେ କଂଗ୍ରେସ ଅନ୍ୟ [...]
Odiaଆଜି ବିଜେଡି ଇସ୍ତାହାର କମିଟିର ବୈଠକ
ଭୁବନେଶ୍ୱର – ନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତି ଆଗେଇ ଚାଲିଥିବା ବେଳେ ଦଳ ପକ୍ଷରୁ ଗଠନ କରାଯାଇଥିବା ଇସ୍ତାହାର କମିଟିର ବୈଠକ ଆଜି ବସିବ । ଭୁବନେଶ୍ବର ସ୍ଥିତ ଦଳର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ବସିବ ଇସ୍ତାହାର କମିଟିର ପ୍ରଥମ ବୈଠକ । ଇସ୍ତାହାର ପାଇଁ ୩୮ ଜଣିଆ କମିଟି ଗଠନ କରିଛି ବିଜେଡି । କମିଟିର ପରାମର୍ଶ ଆଧାରରେ ପ୍ରସ୍ତୁତ ଦଳର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରାଯିବ । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ [...]
