Odiaରାଜନୈତିକ ରାଲିରେ ଯୋଗ ଦେଇ ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ
ଭୁବନେଶ୍ୱର – ରାଜନୈତିକ ଦଳର ନିର୍ବାଚନୀ ରାଲିରେ ଯୋଗ ଦେବା ଶିକ୍ଷୟିତ୍ରୀଙ୍କୁ ମହଙ୍ଗା ପଡ଼ିଛି । ନିଲମ୍ବିତ ହୋଇଛନ୍ତି ସଂପୃକ୍ତ ଶିକ୍ଷୟିତ୍ରୀ । ନିର୍ବାଚନ ଆଚରଣ ବିଧି ଜାରି ରହିଥିବା ବେଳେ ଏକ ରାଜନୈତିକ ଦଳର ରାଲିରେ ଯୋଗ ଦେଇଥିବା ବୌଦ୍ଧ ଜିଲ୍ଲା ଦହ୍ୟା ସରକାରୀ ନୋଡାଲ ହାଇସ୍କୁଲର ସହକାରୀ ଶିକ୍ଷୟତ୍ରୀ ସଂଘମିତ୍ରା ମଲ୍ଲିକଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ ।ଦୁଇ ଦିନ ତଳେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ପଲଶପାଟ ଠାରୁ ଆମ୍ବଗାଁ ପର୍ଯ୍ୟନ୍ତ ଏକ [...]
Odiaଏପ୍ରିଲ ୧୭ରୁ ୨୦ ମଧ୍ୟରେ ପ୍ରଚଣ୍ଡ ତାତି ନେଇ ପୂର୍ବାନୁମାନ
ଭୁବନେଶ୍ବର – ରାଜ୍ୟବାସୀଙ୍କୁ ପୁଣି କଲବଲ କରିବ ତାତି। ବିଭିନ୍ନ ସ୍ଥାନରେ ପୁଣି ବଢିବ ଗ୍ରୀଷ୍ମ ପ୍ରକୋପ । ଆଜିଠାରୁ ବିଭିନ୍ନ ସ୍ଥାନରେ ତାପମାତ୍ରା ୬ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ବଢିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୧୭ରୁ ୨୦ ତାରିଖ ବେଳକୁ ତାପମାତ୍ରା ଆହୁରି ଅଧିକ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଗତକିଛି ଦିନ ଧରି ପାଗରେ ପରିବର୍ତ୍ତନ ଯୋଗୁଁ ଖରା, ତାତିରୁ ଲୋକଙ୍କୁ ଆଶ୍ଵସ୍ତି ମିଳିଥିଲା। ପଶ୍ଚିମା ଝଡ଼ ପ୍ରଭାବ ଅପସରି [...]
Odiaଆଜି ରାଜଧାନୀ ଭୁବନେଶ୍ବରର ପ୍ରତିଷ୍ଠା ଦିବସ : ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ । ଏହି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ରାଜଧାନୀ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ବଚ୍ଛ, ସବୁଜ, ସୁନ୍ଦର ରାଜଧାନୀ ଭୁବନେଶ୍ବର ନିଜ ଐତିହ୍ୟ ଓ ଗରିମାକୁ ଅକ୍ଷୁର୍ଣ୍ଣ ରଖି ଲୋକଙ୍କ ସୁବିଧାକୁ ପ୍ରାଥମିକତା ଦେଇ ବିଭିନ୍ନ କ୍ଷେତ୍ରରେ ନୂଆ ଇତିହାସ ଲେଖିଛି। ରୂପାନ୍ତରଣର ସ୍ପର୍ଶରେ ବିକାଶର ନୂଆ ଶିଖର ଛୁଉଁଛି। ଏହି ଧାରାକୁ ଅତୁଟ [...]
Odiaଜିଲ୍ଲାପାଳଙ୍କ ସମ୍ବଲପୁର ଜିଲ୍ଲାର ବିଭିନ୍ନ ମତଦାନ କେନ୍ଦ୍ର ପରିଦର୍ଶନ
ସମ୍ବଲପୁର: ମତଦାନ ଦିନ ମତଦାତାମାନେ ସୁରୁଖୁରୁରେ, ଅସୁବିଧାମୁକ୍ତ ଓ ସୁବିଧାଜନକ ଢଙ୍ଗରେ ମତଦାନ କରିପାରିବେ ଏବଂ ନିଶ୍ଚିତ ସର୍ବନିମ୍ନ ସୁବିଧା ସହ ମତଦାନର ସମଗ୍ର ଅନୁଭୂତିକୁ ଆନନ୍ଦଦାୟକ କରିପାରିବେ; ଆଜି ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଆଇ.ଏ.ଏସ୍ , କୁଚିଣ୍ଡା ଓ ବାମରାର ଷ୍ଟ୍ରଙ୍ଗରୁମ୍ ଓ ମତଦାନ କେନ୍ଦ୍ରର ସମୀକ୍ଷା କରିଛନ୍ତି। ଆଜି ପୂର୍ବାହ୍ନ ୯ଟାରେ ସମ୍ବଲପୁର ଜିଲ୍ଲାପାଳ କୁଚିଣ୍ଡା କଲେଜ, ବାମରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଲାରିଆପାଲିସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର [...]
Odiaନିର୍ବାଚନ ୨୦୨୪ : ପଶ୍ଚିମବଙ୍ଗ ପୋଲିସ ସହ ଓଡ଼ିଶା ପୋଲିସର ସମନ୍ଵୟ ବୈଠକ
କଟକ – ରାଜ୍ୟରେ ଆଗାମୀ ସାଧାରଣ ଓ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଆଭାସି ଜରିଆରେ ଓଡ଼ିଶା ପୋଲିସ ଓ ପଶ୍ଚିମବଙ୍ଗର ବରିଷ୍ଠ ପୋଲିସ ଅଧିକାରୀଙ୍କ ମଧ୍ୟରେ ଏକ ଆନ୍ତଃରାଜ୍ୟ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲାର ସୀମା ପଶ୍ଚିମବଙ୍ଗ ସହିତ ଲାଗି ରହିଥିବାରୁ ଏହି ଦୁଇ ଜିଲ୍ଲାରେ ଶାନ୍ତିପୂର୍ଣ୍ଣ, ଅବାଧ, ଅପରାଧମୁକ୍ତ ନିର୍ବାଚନ ପରିଚାଳନା କରାଯିବା ନେଇ ସହଯୋଗ ଉପରେ ଆଲୋଚନା ହୋଇଥିଲା। ସୀମାନ୍ତ ଜିଲ୍ଲାଗୁଡିକରେ [...]
Odiaଅଣହିନ୍ଦୁଙ୍କ ପ୍ରବେଶ ରୋକିବାକୁ ପଦକ୍ଷେପ : ଶ୍ରୀମନ୍ଦିର ସିଂହଦ୍ଵାର ଜଗିବେ ପ୍ରତିହାରୀ ସେବକ
ପୁରୀ – ଗତ କିଛି ଦିନ ମଧ୍ୟରେ ଶ୍ରୀମନ୍ଦିରକୁ ଅଣହିନ୍ଦୁଙ୍କ ପ୍ରବେଶର ଏକାଧିକ ଘଟଣା ପରେ ତତ୍ପର ହୋଇଛି ଶ୍ରୀମନ୍ଦିର ପ୍ରଶାସନ। ଏଣିକି ଅଣହିନ୍ଦୁଙ୍କ ପ୍ରବେଶ ରୋକିବେ ସେବାୟତ । ଆସନ୍ତା ୧୪ ତାରିଖରୁ ଶ୍ରୀମନ୍ଦିର ସିଂହଦ୍ବାରରେ ଦୁଇ ଜଣ ଲେଖାଏଁ ପ୍ରତିହାରୀ ସେବକଙ୍କୁ ଏହି ଉଦ୍ଦେଶ୍ୟରେ ମୁତୟନ କରାଯିବ। ପ୍ରଥମ ପର୍ଯ୍ୟାୟରେ ସକାଳେ ୨ ଓ ଦ୍ୱିତୀୟ ପର୍ଯ୍ୟାୟରେ ସନ୍ଧ୍ୟାରେ ୨ ଜଣ ପ୍ରତିହାରୀ ସେବାୟତ ସିଂହଦ୍ଵାରରେ ରହିବେ । ପରବର୍ତ୍ତୀ ସମୟରେ ଚାରିଦ୍ବାରରେ ପ୍ରତିହାରୀ [...]
Odiaମନରେଗା ଅର୍ଥ ହଡପ ମାମଲାରେ ପୂର୍ବତନ ସରପଞ୍ଚଙ୍କୁ ଜେଲ୍
ବ୍ରହ୍ମପୁର – ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗରେ ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କିଡିଗାଁ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଡିମିଡି ରାମାରାଓ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଦଣ୍ଡାଦେଶ ପାଇଛନ୍ତି। ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ପୂର୍ବତନ ସରପଞ୍ଚଙ୍କୁ ଦୋଷୀ ସାବ୍ୟସ୍ତ କରି ଦୁଇ ବର୍ଷ ସଶ୍ରମ କାରା ଦଣ୍ଡାଦେଶ ଦେବା ସହ ୫ ହଜାର ଟଙ୍କା ଲେଖାଏଁ ଜୋରିମାନା ପୈଠ ପାଇଁ ବି ନିର୍ଦ୍ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ତାଙ୍କୁ ଆଉ ତିନିମାସ [...]
Odiaଏପ୍ରିଲ ୧୫ ପର୍ଯ୍ୟନ୍ତ ସିବିଆଇ ହାଜତକୁ ଗଲେ କବିତା
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ କୋର୍ଟ ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତ୍ରୀ କେ.କବିତାଙ୍କୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ସିବିଆଇ ହାଜତକୁ ପଠାଇଛନ୍ତି। ସିବିଆଇ ଓ କବିତାଙ୍କ ଓକିଲଙ୍କ ଯୁକ୍ତି ଶୁଣିବା ପରେ ସ୍ୱତନ୍ତ୍ର ଜଜ୍ କାବେରୀ ବୱେଜା ଏହି ନିର୍ଦ୍ଦେଶ ଦେଇଛନ୍ତି। ସିବିଆଇ ଗୁରୁବାର ତିହାର ଜେଲରେ କବିତା (୪୬)ଙ୍କୁ ଗିରଫ କରିଥିଲା । ଅବକାରୀ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଇଡି ଦ୍ୱାରା ଗିରଫ ହେବା ପରେ କବିତା ତିହାର [...]
Odiaପୋଲିଂ କର୍ମଚାରୀ ଅସୁସ୍ଥ ହେଲେ ବିଏସକେୱ।ଇ ଅଧୀନରେ ଚିକିତ୍ସା ସୁବିଧା ମିଳିବ
ଭୁବନେଶ୍ୱର -ରାଜ୍ୟରେ ଆଗାମୀ ନିର୍ବାଚନ ପାଇଁ ନିୟୋଜିତ ପୋଲିଂ କର୍ମଚାରୀ ଯଦି ଅଂଶୁଘାତରେ ଅସୁସ୍ଥ ହୁଅନ୍ତି, ତାହାହେଲେ ସେମାନଙ୍କ କ୍ୟାସଲେସ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ବିଜୁ ସ୍ବାସ୍ଥ୍ଯ କଲ୍ଯାଣ ଯୋଜନା- ବିଏସକେୱ।ଆଇ ଅଧୀନରେ ପ୍ଯାନେଲଭୁକ୍ତ ରାଜ୍ଯର ସମସ୍ତ ଘରୋଇ ହସ୍ପିଟାଲଗୁଡିକୁ ରାଜ୍ଯ ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗ ଚିଠି ଲେଖିଛି । ନିର୍ବାଚନକାଳୀନ ଡ୍ଯୁଟି ସଂକ୍ରାନ୍ତ ନିଯୁକ୍ତି ପତ୍ର ଦାଖଲ କରାଯିବା ପରେ ଏହି ଚିକିତ୍ସା ସୁବିଧା ଉପଲବ୍ଧ ହେବ। ରାଜ୍ଯର କୋଟି କୋଟି [...]
Odiaଭାରତୀୟ ଅଲିମ୍ପିକ୍ସ ଦଳର ମୁଖ୍ୟ ପଦରୁ ଇସ୍ତଫା ଦେଲେ ମେରୀ କମ
ନୂଆଦିଲ୍ଲୀ: ୬ ଥର ବିଶ୍ୱ ଚାମ୍ପିୟନ୍ ବକ୍ସର ଏମସି ମେରୀ କମ ଆସନ୍ତା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ଦଳର ମୁଖ୍ୟ (ଚିଫ୍ ଡି’ ମିଶନ) ପଦରୁ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଏହି ଦାୟିତ୍ବରୁ ଓହରି ଯାଇଛନ୍ତି। ମେରୀ କମ ତାଙ୍କୁ ଏହି ଦାୟିତ୍ବରୁ ମୁକ୍ତ କରିବାକୁ ଅନୁରୋଧ କରି ଚିଠି ଲେଖିଛନ୍ତି ବୋଲି ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ)ର ସଭାପତି ପି.ଟି ଉଷା କହିଛନ୍ତି । ମେରୀ କମ ଉଷାଙ୍କୁ ଲେଖିଥିବା [...]
