Odiaକୁସ୍ତି ସଂଘ ସଭାପତି ମୋତେ ଅଲିମ୍ପିକ୍ସରେ ଖେଳିବାରୁ ରୋକିବା ପାଇଁ ଚାହୁଁଛନ୍ତି: ବିନେଶ
ନୂଆଦିଲ୍ଲୀ: ତାଙ୍କ ସହଯୋଗୀ ଷ୍ଟାଫଙ୍କୁ ଅନୁମତି ପତ୍ର ନ ଦେଇ ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ) ତାଙ୍କୁ ଅଲିମ୍ପିକ୍ସରେ ଅଂଶଗ୍ରହଣରୁ ବଞ୍ଚିତ କରିବାକୁ ଚାହୁଁଛି ବୋଲି ରେସଲର ବିନେଶ ଫୋଗଟ ଶୁକ୍ରବାର ଅଭିଯୋଗ କରିଛନ୍ତି। ତେବେ ଡବ୍ଲୁଏଫ୍ଆଇ କହିଛି ଯେ ନିର୍ଦ୍ଧାରିତ ସମୟସୀମା ଶେଷ ହେବା ପରେ ବିନେଶ ଅନୁମତି ପତ୍ର ପାଇଁ ଆବେଦନ କରିଥିଲେ। ତାଙ୍କ ବିରୋଧରେ ଡୋପିଂ ଷଡ଼ଯନ୍ତ୍ର କରାଯାଉଥିବା ନେଇ ମଧ୍ୟ ଆଶଙ୍କା ବ୍ୟକ୍ତ କରିଛନ୍ତି ବିନେଶ। ୨୦୧୯ ଓ ୨୦୨୨ ବିଶ୍ୱ [...]
Odiaନିର୍ବାଚନ ପ୍ରଚାରରେ ଭାଗ ନେବା ପାଇଁ ସିସୋଦିଆଙ୍କ ଜାମିନ ଆବେଦନ, ସିବିଆଇ ଓ ଇଡିକୁ ନୋଟିସ୍
ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା ଆମ୍ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କ ଅନ୍ତରୀଣ ଜାମିନ ଆବେଦନ ଉପରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ସିବିଆଇ ଓ ଇଡିକୁ ନୋଟିସ୍ ଜାରି କରି ଜବାବ ତଲବ କରିଛନ୍ତି। ଆସନ୍ତା ଏପ୍ରିଲ ୨୦ରେ କୋର୍ଟ ଏହି ମାମଲାର ଶୁଣାଣି କରିବେ। ଲୋକସଭା ନିର୍ବାଚନ ପ୍ରଚାରରେ ଭାଗ ନେବା ପାଇଁ ମନୀଷ ସିସୋଦିଆ ଅନ୍ତରୀଣ ଜାମିନ ଆବେଦନ କରିଛନ୍ତି। ଦିଲ୍ଲୀ ମଦ ନୀତି ସହ ଜଡିତ ମନି [...]
Odiaଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଚାଲିଛି ଷଡ଼ଯନ୍ତ୍ର: ଆତିଶୀ
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ୱାଧୀନ କେନ୍ଦ୍ର ସରକାର ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଏକ ବଡ଼ ରାଜନୈତିକ ଷଡ଼ଯନ୍ତ୍ର କରୁଛନ୍ତି। ଏଭଳି ଅଭିଯୋଗ କରିଛନ୍ତି ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ ଆତିଶୀ । ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଆତିଶୀ ଦାବି କରିଛନ୍ତି ଯେ ଗତ କିଛି ମାସ ମଧ୍ୟରେ ଏଭଳି ଅନେକ ଘଟଣା ଘଟିଛି ଯାହା ଏହି ଆଶଙ୍କାକୁ ଦୃଢ଼ୀଭୂତ କରୁଛି। ସେ କହିଛନ୍ତି, “ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ତାଙ୍କ ସରକାରକୁ ହଟାଇବା [...]
Odiaରାମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲାରେ ଏନ୍ଆଇଏକୁ ବଡ଼ ସଫଳତା, ଦୁଇ ଫେରାର ଅଭିଯୁକ୍ତ କୋଲକାତାରୁ ଗିରଫ
ନୂଆଦିଲ୍ଲୀ: ବେଙ୍ଗାଲୁରୁ ରାମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲାରେ ଏନଆଇଏକୁ ମିଳିଛି ବଡ଼ ସଫଳତା । ଫେରାର ଥିବା ଦୁଇ ଅଭିଯୁକ୍ତ ଅବଦୁଲ ମାଥିନ ତାହା ଓ ମୁସାବୀର ହୁସେନ୍ ଶାଜିବଙ୍କୁ ଏନଆଇଏ ଟିମ୍ ଶୁକ୍ରବାର କୋଲକାତାରୁ ଗିରଫ କରିଛି। ମୁସାବିର ହୁସେନ୍ ଶାଜିବ ରାମେଶ୍ଵରମ କାଫେରେ ଆଇଇଡି ବୋମା ରଖିଥିଲା । ଅବଦୁଲ ମାଥିନ ଏହି ବିସ୍ଫୋରଣ ପାଇଁ ସମସ୍ତ ସହାୟତା ଯୋଗାଇଥିଲା। ଆଜି ସକାଳେ ଏନଆଇଏ ଟିମ୍ କୋଲକାତା ନିକଟରେ ଫେରାର ଦୁଇ ଅଭିଯୁକ୍ତଙ୍କୁ ଠାବ [...]
Odiaମହିଳାଙ୍କ ରାଜନୈତିକ ପ୍ରତିନିଧିତ୍ଵ: ବିଜେଡି ପୁଣି ଆଗରେ, ଏଥର ମଧ୍ୟ ୩୩ ପ୍ରତିଶତ ଲୋକସଭା ପ୍ରାର୍ଥୀ ମହିଳା
ଭୁବନେଶ୍ୱର – ମହିଳା ସଶକ୍ତିକରଣ ଉପରେ ସର୍ବଦା ଗୁରୁତ୍ୱାରୋପ କରୁଥିବା ବିଜୁ ଜନତା ଦଳ ମହିଳାମାନଙ୍କ ଉପଯୁକ୍ତ ରାଜନୈତିକ ପ୍ରତିନିଧିତ୍ଵ କ୍ଷେତ୍ରରେ ମଧ୍ୟ ଅନ୍ୟ ଦଳମାନଙ୍କ ପାଇଁ ଅନୁକରଣୀୟ ଉଦାହରଣ ପ୍ରସ୍ତୁତ କରିଛି । ୨୦୧୯ ସାଧାରଣ ନିର୍ବାଚନ ଭଳି ଏଥର ମଧ୍ୟ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୧ ଲୋକସଭା ଆସନ ମଧ୍ୟରେ ୭ଟିରେ ମହିଳା ପ୍ରାର୍ଥୀ ଘୋଷଣା କରିଛନ୍ତି । ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଏ ଯାଏଁ ଘୋଷିତ ବିଜେଡିର ୧୧୭ [...]
Odiaନିର୍ବାଚନ ପରେ ମହଙ୍ଗା ହେବ ମୋବାଇଲ୍ ଡାଟା ପ୍ୟାକ୍, ୧୫ ରୁ ୧୭ ପ୍ରତିଶତ ବଢ଼ିପାରେ ଟାରିଫ୍
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପରେ ମହଙ୍ଗା ହେବ ମୋବାଇଲ୍ ଡାଟା ପ୍ୟାକ୍ । ଟେଲିକମ୍ କମ୍ପାନୀ ଗୁଡ଼ିକ ଟାରିଫ୍ ବଢ଼ାଇବା ପାଇଁ ସଜବାଜ ହେଲେଣି। ଏକ ରିପୋର୍ଟ ମୁତାବକ, ନିର୍ବାଚନ ପରେ ମୋବାଇଲ୍ ଟାରିଫ୍ ୧୫ ରୁ ୧୭ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହେବା ସମ୍ଭାବନା ରହିଛି। ସର୍ବ ପ୍ରଥମେ ଏୟାରଟେଲ ଟାରିଫ୍ ବୃଦ୍ଧି ଘୋଷଣା କରିପାରେ। ଏପ୍ରିଲ ୧୯ ରୁ ଜୁନ୍ ୧ ପର୍ଯ୍ୟନ୍ତ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ଜୁନ୍ ୪ରେ ଆସିବ ଫଳାଫଳ [...]
Odiaଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ
ନୂଆଦିଲ୍ଲୀ: ମେ ୭ ତାରିଖରେ ୧୨ଟି ରାଜ୍ୟର ୯୪ଟି ଆସନରେ ହେବାକୁ ଥିବା ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ ଶୁକ୍ରବାର ଠାରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଷ୍ଟ୍ରପତିଙ୍କ ତରଫରୁ ନିର୍ବାଚନ କମିଶନ ଏନେଇ ବିଜ୍ଞପ୍ତି ଜାରି କରିବା ପରେ ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି। ନାମାଙ୍କନ ପତ୍ର ଦାଖଲ ପାଇଁ ଏପ୍ରିଲ୍ ୧୯ ହେଉଛି ଶେଷ ତାରିଖ | ମଧ୍ୟପ୍ରଦେଶର ବୈତୁଲ ନିର୍ବାଚନମଣ୍ଡଳୀରେ “ସ୍ଥଗିତ” ଥିବା ମତଦାନ [...]
Odiaପୂର୍ବତନ ମନ୍ତ୍ରୀ କମଳା ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
ଭୁବନେଶ୍ୱର – ପୂର୍ବତନ ମନ୍ତ୍ରୀ କମଳା ଦାସଙ୍କ ବିୟୋଗରେ ରାଜ୍ୟର ରାଜନୈତିକ ମହଲରେ ଶୋକ ପ୍ରକାଶ ପାଇଛି। ପୂର୍ବତନ ମନ୍ତ୍ରୀ ତଥା ଭୋଗରାଇର ପୂର୍ବତନ ବିଧାୟିକାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜନସେବାରେ ତାଙ୍କର କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସେ ସମବେଦନା ଜଣାଇଛନ୍ତି। ପୂର୍ବତନ ମନ୍ତ୍ରୀ କମଳା ଦାସଙ୍କ ଚିକିତ୍ସାଧୀନ [...]
Odiaଆଜିଠୁ ପୁଣି ଉପରମୁହାଁ ହେବ ପାରଦ
ଭୁବନେଶ୍ୱର – ତିନି ଚାରି ଦିନର କାଳବୈଶାଖୀ ବର୍ଷା ଓ କୋହଲା ପାଗ ପରେ ଆଜିଠାରୁ ରାଜ୍ୟରେ ପାରଦ ପୁଣି ଉପରମୁହାଁ ହେବା ସମ୍ଭାବନା ରହିଛି। ଆଜିଠୁ ୪ ଦିନ ଯାଏଁ ଦିନ ତାପମାତ୍ରା ୬ରୁ ୮ ଡିଗ୍ରୀ ସେଲସିୟସ ଯାଏଁ ବଢିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗତ କିଛିଦିନ କାଳବୈଶାଖୀ ପ୍ରଭାବରେ ୧୦ ଜିଲ୍ଲାରେ ଅସହ୍ୟ ତାତିରୁ ଆଶ୍ୱସ୍ତି ମିଳିଥିଲା । କିନ୍ତୁ ଆଜିଠାରୁ ପାରଦ ଉପରମୁହାଁ ହେବ [...]
Odiaପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ କମଳା ଦାସଙ୍କ ପରଲୋକ
କଟକ – ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ କମଳା ଦାସଙ୍କ ପରଲୋକ ହୋଇଯାଇଛି। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜି ଛନ୍ତି କମଳା ଦାସ । କମଳା ଦାସ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଦଶମ, ଏକାଦଶ ଓ ଦ୍ୱାଦଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ କମଳା ଦାସ । ସେ ଭୋଗରାଇ ବିଧାନସଭା ଆସନରୁ ୧୯୯୦ ଓ ୧୯୯୫ ମସିହାରେ ଜନତା ଦଳ ଟିକେଟରେ ନିର୍ବାଚିତ ହୋଇଥିଲେ। [...]
