ଓଡ଼ିଶା ପାଇଁ କଂଗ୍ରେସର ୫୯ ଜଣିଆ ନିର୍ବାଚନ ପ୍ରଚାର କମିଟି ଗଠିତ
ଭୁବନେଶ୍ବର – ଆଗାମୀ ନିର୍ବାଚନ ପାଇଁ ରାଜ୍ୟ କଂଗ୍ରେସର ୫୯ ଜଣିଆ ପ୍ରଚାର କମିଟି ଘୋଷଣା କରାଯାଇଛି। ଭକ୍ତଚରଣ ଦାସ କମିଟିର ଅଧ୍ୟକ୍ଷ ରହିଛନ୍ତି । ଏଆଇସିସି ପକ୍ଷରୁ ଆଜି ଏ ନେଇ ପ୍ରେସ୍ ରିଲିଜ୍ ଜାରି କରାଯାଇଛି। ପ୍ରଚାର କମିଟିର ଉପାଧ୍ୟକ୍ଷ ଅଛନ୍ତି ନବଜ୍ୟୋତି ପଟ୍ଟନାୟକ ଓ ଆବାହକ ଅଛନ୍ତି ସୁଧାଂଶୁ ଶେଖର ଦେଓ । କମିଟିର ସଦସ୍ୟ ଭାବେ ପିସିସି ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ ନେତା ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, କାହ୍ନୁଚରଣ [...]
Odiaଆପକୁ ପୁଣି ଏକ ଝଟକା, ଦିଲ୍ଲୀ ମନ୍ତ୍ରୀ ରାଜକୁମାର ଆନନ୍ଦ ନିଜ ପଦ ଓ ଦଳରୁ ଇସ୍ତଫା ଦେଲେ
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍)ର ସମସ୍ୟା ବଢ଼ିବାରେ ଲାଗିଛି। ଅବକାରୀ ଦୁର୍ନୀତି ମାମଲାରେ ଖୋଦ୍ ଦଳର ଜାତୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ତିନି ଜଣ ନେତା ଜେଲରେ ଥିବା ବେଳେ ଦଳକୁ ପୁଣି ଏକ ଝଟକା ଲାଗିଛି। ଦିଲ୍ଲୀ ମନ୍ତ୍ରୀ ରାଜ କୁମାର ଆନନ୍ଦ ତାଙ୍କ ପଦ ଓ ଆମ୍ ଆଦମୀ ପାର୍ଟିରୁ ଇସ୍ତଫା ଦେଇଛନ୍ତି। କେଜ୍ରିୱାଲ ସରକାରରେ ସାମାଜିକ କଲ୍ୟାଣ ମନ୍ତ୍ରୀ ଥିବା ଆନନ୍ଦ ଇସ୍ତଫା ଦେଇ କହିଛନ୍ତି, [...]
Odiaବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ରାମଦେବ ଓ ବାଳକୃଷ୍ଣଙ୍କ ବଢ଼ିଲା ଅଡ଼ୁଆ, କ୍ଷମା ପ୍ରାର୍ଥନା ଗ୍ରହଣ କଲେନି ସୁପ୍ରିମକୋର୍ଟ
ନୂଆଦିଲ୍ଲୀ:ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଯୋଗ ଗୁରୁ ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ (ଏମଡି) ଆଚାର୍ଯ୍ୟ ବାଳକୃଷ୍ଣଙ୍କ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ଗ୍ରହଣ କରିବାକୁ ସୁପ୍ରିମକୋର୍ଟ ବୁଧବାର ମନା କରି ଦେଇଛନ୍ତି। ଆମେ ଏହି ମାମଲାରେ ଏତେ ଉଦାର ହେବାକୁ ଚାହୁଁ ନାହୁଁ ବୋଲି ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ଖଣ୍ଡପୀଠ ଶୁଣାଣି ବେଳେ କହିଛନ୍ତ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୬ରେ ହେବ। ବରିଷ୍ଠ ଓକିଲ [...]
Odiaବରଗଡ଼ ଜିଲ୍ଲା ଗନ୍ଧମାର୍ଦ୍ଧନ ପର୍ବତରେ ପୋଲିସ -ମାଓବାଦୀ ଗୁଳି ବିନିମୟ, ଛତ୍ରଭଙ୍ଗ ଦେଲେ ମାଓବାଦୀ
ବରଗଡ଼ – ବରଗଡ଼ ଜିଲ୍ଲା ପାଇକମାଳର ଗର୍ଦ୍ଧମାର୍ଦ୍ଧନ ପାହାଡ଼ରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳିବିନିମୟ ହୋଇଛି। ମାଓବାଦୀଙ୍କ ଏକ ଆକ୍ରମଣ ଯୋଜନାକୁ ପଣ୍ଡ କରିଦେଇଛି ପୋଲିସ । ଉଭୟ ପକ୍ଷ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ହୋଇଥଲା। ସ୍ଥାନୀୟ ଏକ ମାଓ କ୍ୟାମ୍ପ ସମ୍ପର୍କରେ ବିଶ୍ଵସ୍ତ ସୂତ୍ରରୁ ଜଣା ପଡ଼ିବା ପରେ ପୋଲିସ ଓ କମାଣ୍ଡୋ ମାଓ କ୍ୟାମ୍ପରେ ପହଞ୍ଚିବା ବେଳକୁ ଦୁର୍ଦ୍ଦାନ୍ତ ମାଓବାଦୀ ତଥା ବିବିଏମ୍ ଡିଭିଜନର କମାଣ୍ଡର ସୁଦର୍ଶନ ସମେତ [...]
ଶେରଗଡ଼, ବେଲଗୁଣ୍ଠାରୁ ପୁରୀ ଯିବ ରଥକାଠ
ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ରକ୍ତପଟା ଗ୍ରାମ ଓ ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ମାଳତୀ ଗ୍ରାମରୁ ପୁରୀର ବିଶ୍ବବିଖ୍ୟାତ ଘୋଷ ଯାତ୍ରା ସକାଶେ ରଥ କାଠ ପଠାଯିବ। ପୁରୀ ଶ୍ରୀମନ୍ଦିରରୁ ଆସିଥିବା ପ୍ରତିନିଧି ଦଳ ପବିତ୍ର ରଥ ନିର୍ମାଣ ସକାଶେ ଉଦ୍ଦିଷ୍ଟ ଫାସୀ ଗଛ ଓ ଉପଯୁକ୍ତ କାଠ ଗଣ୍ଡି ଚିହ୍ନଟ କରାଯାଇଛି। ପୁରୀରୁ ଆସିଥିବା ପ୍ରତିନିଧି ଦଳକୁ ଗ୍ରାମବାସୀ ହର୍ଷ ଉଲ୍ଲାସର ସହ ଘଣ୍ଟ, ମୃଦଙ୍ଗ, ଗିନି ବଜାଇ ସ୍ବାଗତ କରିଥିଲେ। ପ୍ରତିନିଧି ଦଳରେ [...]
Odiaପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ସିଇଓଙ୍କଠାରେ ଫେରାଦ ହେଲା ବିଜେଡି
ଭୁବନେଶ୍ୱର – ବ୍ରହ୍ମପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ରାଜ୍ଯ ମୁଖ୍ଯ ନିର୍ବାଚନ ଅଧିକାରୀଙ୍କଠାରେ ଫେରାଦ ହୋଇଛି ବିଜେଡି। ନିର୍ବାଚନରେ ନିୟୋଜିତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରଦୀପ ପାଣିଗ୍ରାହୀ ନାଲି ଆଖି ଦେଖାଉଥିବା ନେଇ ବିଜେଡି ଅଭିଯୋଗ ହୋଇଛି । ଏ ନେଇ ବିଜେଡିର ଏକ ଟିମ ସିଇଓଙ୍କୁ ଭେଟି ଫେରାଦ ହୋଇଛି । ତାଙ୍କ କଥା ନ ମାନିଲେ ବଦଳି କରିଦେବା ପାଇଁ ବ୍ରହ୍ମପୁରର ସରକାରୀ କର୍ମଚାରୀ ଓ ଅଧିକାରୀଙ୍କୁ [...]
Odiaବିଜେଡିର ୩୮ ଜଣିଆ ନିର୍ବାଚନ ଇସ୍ତାହାର କମିଟି ଗଠିତ : ଚନ୍ଦ୍ରଶେଖର ସାହୁ ଅଧ୍ୟକ୍ଷ, ୬ ସହ- ଅଧ୍ୟକ୍ଷ
ଭୁବନେଶ୍ୱର – ନିର୍ବାଚନ ପାଇଁ ୩୮ ଜଣିଆ ଇସ୍ତାହାର କମିଟି ଗଠନ କରିଛି ବିଜେଡି । ଚନ୍ଦ୍ରଶେଖର ସାହୁ କମିଟିର ଅଧ୍ୟକ୍ଷ ରହିଥିବା ବେଳେ ୬ ଜଣ ସହ ଅଧ୍ୟକ୍ଷ ରହିଛନ୍ତି। ସେମାନେ ହେଲେ ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଦେବ, ସୁଦାମ ମାର୍ଣ୍ଡି, ମଙ୍ଗଳା କିଷାନ, ପଦ୍ମନାଭ ବେହେରା ଓ କସ୍ତୁରୀ ମହାପାତ୍ର। ଡକ୍ଟର ଅମର ପଟ୍ଟନାୟକ କମିଟିର ଆବାହକ ନିଯୁକ୍ତ ହୋଇଛନ୍ତି। ଡକ୍ଟର ସସ୍ମିତ ପାତ୍ର କମିଟିର ସହ ଆବାହକ ଅଛନ୍ତି। କମିଟିରେ ତିନି [...]
Odiaପଣା ସଂକ୍ରାନ୍ତିରୁ ପୁଣି ପାରଦ ହେବ ଉପରମୁହାଁ, ୩ରୁ ୪ ଡିଗ୍ରୀ ଯାଏଁ ବଢିବ ତାପମାତ୍ରା
ଭୁବନେଶ୍ବର – ଆସନ୍ତା ଏପ୍ରିଲ ୧୪ ପଣା ସଂକ୍ରାନ୍ତିରୁ ରାଜ୍ୟରେ ତାପମାତ୍ରା ପୁଣିଥରେ ବୃଦ୍ଧି ପାଇବା ପୂର୍ବାନୁମାନ କରାଯାଇଛି। ରାଜ୍ୟର ସମସ୍ତ ସହରରେ ପାରଦ ୩ରୁ ୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ରାଜ୍ୟରେ ପଶ୍ଚିମ ତଥା ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁର ପ୍ରଭାବ ବୃଦ୍ଧି ହେବାକୁ ଥିବାରୁ ତାପମାତ୍ରାରେ ଅପେକ୍ଷାକୃତ ଅଧିକ ବୃଦ୍ଧି ପାଇବା ଆଶଙ୍କା ରହିଛି। ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିବା [...]
Odiaସ୍ପେଶାଲ ସିକ୍ୟୁରିଟି ବାଟାଲିୟନର ସିପାହୀଙ୍କୁ ଟାଟୁ ମନା, ୧୫ ଦିନ ମଧ୍ୟରେ ଲିଭାଇବାକୁ ନିର୍ଦ୍ଦେଶ
ଭୁବନେଶ୍ୱର – ଦେହରେ ଚିତା କୁଟାଇଥିବା ବା ଟାଟୁ କରିଥିବା ସ୍ପେଶାଲ ସିକ୍ୟୁରିଟି ବାଟାଲିୟନର ପୋଲିସ କର୍ମଚାରୀଙ୍କୁ ଖୁବ୍ ଶୀଘ୍ର ଲିଭାଇବା ପାଇଁ କଡ଼ା ନିର୍ଦ୍ଦେଶ । ଦେହରେ ଟାଟୁ ଥିଲେ ତାହା ଶୀଘ୍ର ଲିଭାଇବାକୁ ଡିସିପି(ସିକ୍ୟୁରିଟି) ନିର୍ଦ୍ଦେଶ ଦେଇଛନ୍ତି। ସ୍ପେଶାଲ ସିକ୍ୟୁରିଟି ବାଟାଲିୟନରେ କାର୍ଯ୍ୟରତ ସିପାହୀମାନଙ୍କୁ ଏ ନେଇ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ୧୫ ଦିନ ମଧ୍ୟରେ ଟାଟୁ ନ ଲିଭାଇଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ ବି ଦିଆଯାଇଛି। ତେବେ ଟାଟୁ ଲିଭାଇବା ନିର୍ଦ୍ଦେଶନାମା । ସ୍ପେଶାଲ [...]
Odiaହାଇକୋର୍ଟରୁ ଝଟକା ପରେ ସୁପ୍ରିମକୋର୍ଟ ଗଲେ କେଜ୍ରିୱାଲ
ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ହାଇକୋର୍ଟରୁ ଝଟକା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୁଧବାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଗିରଫଦାରି ବିରୋଧରେ କେଜ୍ରିୱାଲଙ୍କ ଆବେଦନକୁ ହାଇକୋର୍ଟ ମଙ୍ଗଳବାର ଖାରଜ କରିଦେଇଥିଲେ। କେଜ୍ରିୱାଲ ସୁପ୍ରିମକୋର୍ଟରେ ଏହି ମାମଲାର ଜରୁରୀ ଶୁଣାଣି ପାଇଁ ଅନୁରୋଧ କରିବେ। ତାଙ୍କ ଗିରଫଦାରି ବିରୋଧରେ କେଜ୍ରିୱାଲଙ୍କ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଗତକାଲି ଖାରଜ କରିଥିଲେ। କୋର୍ଟ କହିଥିଲେ କେଜ୍ରିୱାଲଙ୍କ ଗିରଫ ବୈଧ । ଅବକାରୀ ଦୁର୍ନୀତି ସହ ତାଙ୍କର ସିଧାସଳଖ ସମ୍ପୃକ୍ତି ଥିଲା [...]
