Odiaଖଣିକୁ ଖସିଲା ବସ୍, ୧୨ ମୃତ
ଦୁର୍ଗ: ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଖଣି ଖାଇକୁ ଖସି ପଡ଼ିବାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନାନୁସାରେ, ଏହି ବସ୍ କେଡିଆ ଡିଷ୍ଟିଲେରୀର ୨୭ ଜଣ କର୍ମଚାରୀଙ୍କୁ ନେଇ କୁମାରୀରୁ ଭିଲାଇକୁ ଫେରୁଥଲା । ମଙ୍ଗଳବାର ରାତି ପ୍ରାୟ ୯ଟାରେ ଖାପ୍ରି ନିକଟରେ ଭାରସାମ୍ୟ ହରାଇ ବସ୍ ୫୦ ଫୁଟ ତଳକୁ [...]
Odiaତିନି ଦଳର ପ୍ରାର୍ଥୀ ଘୋଷଣା ପ୍ରକ୍ରିୟା ଅସମ୍ପୂର୍ଣ୍ଣ : ବହୁ ପଛରେ ପଡିଛି କଂଗ୍ରେସ, କର୍ମୀ ମହଲରେ ନୈରାଶ୍ୟ
ଭୁବନେଶ୍ୱର – ରାଜ୍ୟରେ ଆଗାମୀ ସାଧାରଣ ଓ ବିଧାନସଭା ନିର୍ବାଚନ ପାଇଁ ଧୀରେ ଧୀରେ ବାତାବରଣ ସରଗରମ ହେବାରେ ଲାଗିଛି। ଟିକେଟ ପାଇଥିବା ତିନି ପ୍ରମୁଖ ଦଳର ନେତାମାନେ ପ୍ରଚାର ମଇଦାନକୁ ବି ଓହ୍ଲାଇଲେଣି । କିନ୍ତୁ ତିନି ଦଳର ପ୍ରାର୍ଥୀ ଘୋଷଣା ପ୍ରକ୍ରିୟା ଏ ଯାଏଁ ସଂପୂର୍ଣ୍ଣ ହୋଇପାରିନାହିଁ। ବିଜେଡି ଗୋଟିଏ ଲୋକସଭା ଆସନ ଓ ୩୯ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିନାହିଁ। ବିଜେପି ସମସ୍ତ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିଥିବା ବେଳେ [...]
Odiaଆଜି ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ବନକଲାଗି ନୀତି , ୪ ଘଣ୍ଟା ବନ୍ଦ ରହିବ ଦର୍ଶନ
ପୁରୀ – ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ବନକଲାଗି ନୀତି। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଆଜି ଚାରି ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ । ଦ୍ୱିତୀୟ ଭୋଗ ମଣ୍ଡପ ଶେଷ ହେବା ପରେ ଶ୍ରୀଜିଉଙ୍କ ବନକଲାଗି ନୀତି ହେବ । ଏହି ନୀତି ହେତୁ ସନ୍ଧ୍ୟା ୬ରୁ ରାତି ୧୦ ଯାଏଁ ମହାପ୍ରଭୁଙ୍କୁ ଭକ୍ତ ଦର୍ଶନ କରିପାରିବେ ନାହିଁ।
Odiaଯୋଡା ମୁଣ୍ଡ ଶିଶୁ ଜଗା ଫୁଲବାଣୀ ଜିଲ୍ଲା ମେଡ଼ିକାଲରେ ପାଳିଲା ଜନ୍ମଦିନ
ଫୁଲବାଣୀ – ୨୦୧୮ ମସିହାରେ ବିଶ୍ବର ଅତ୍ୟନ୍ତ ବିରଳ ଅସ୍ତ୍ରୋପଚାର ମାଧ୍ୟମରେ ଦିଲ୍ଲୀ ଏମ୍ସରେ ଯୋଡା ମୁଣ୍ଡ ଶିଶୁ ଜଗା ବଳିଆ ସଫଳତାର ସହିତ ଅଲଗା ହୋଇଥିଲେ । ଏହି ଅପରେସନର ଦୁଇ ବର୍ଷ ପରେ ବଳିଆର ମୃତ୍ୟୁ ହୋଇଥିଲା। ତେବେ ପ୍ରଥମରୁ ହିଁ ଉଭୟେ ଦିଲ୍ଲୀ ଏମ୍ସ , କଟକ ବଡ ମେଡିକାଲ ଓ ଫୁଲବାଣୀ ଜିଲ୍ଲା ମେଡ଼ିକାଲରେ ରହି ଆସୁଥିଲେ। ଆଜି ଏମସିଏଚ ୱାର୍ଡ ର ସ୍ଵତନ୍ତ୍ର କ୍ୟାବିନରେ ଜଗା ପାଳିଛି ନିଜର ନବମ [...]
Odiaହେମା ମାଳିନୀଙ୍କ ବିରୋଧରେ ଅଶ୍ଳୀଳ ମନ୍ତବ୍ୟ ଅଭିଯୋଗରେ କଂଗ୍ରେସ ନେତା ସୁରଜେୱାଲାଙ୍କୁ ଇସି ନୋଟିସ
ନୂଆଦିଲ୍ଲୀ: ଅଭିନେତ୍ରୀ ତଥା ବିଜେପି ସାଂସଦ ହେମା ମାଳିନୀଙ୍କ ବିରୋଧରେ ଅଶ୍ଳୀଳ ମନ୍ତବ୍ୟ ଅଭିଯୋଗରେ ମଙ୍ଗଳବାର ନିର୍ବାଚନ କମିଶନ କଂଗ୍ରେସ ନେତା ରଣଦୀପ ସୁରଜେୱାଲାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। କମିଶନ ଏହି ମାମଲାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ବି ଜବାବ ତଲବ କରିଛନ୍ତି। ସର୍ବସାଧାରଣ ଭାଷଣରେ ମହିଳାଙ୍କ ସମ୍ମାନ ସଂକ୍ରାନ୍ତ ନିର୍ଦ୍ଦେଶାବଳୀକୁ କଂଗ୍ରେସ ନେତାମାନେ କଡ଼ାକଡ଼ି ପାଳନ କରିବା ପାଇଁ ସେ କେଉଁ ପଦକ୍ଷେପ ନେଇଛନ୍ତି ତାହା ଜଣାଇବାକୁ ଖଡ଼ଗେଙ୍କୁ କହିଛନ୍ତି ନିର୍ବାଚନ [...]
Odiaହାଇକୋର୍ଟ ରାୟ ବିରୋଧରେ ସୁପ୍ରିମକୋର୍ଟ ଯିବେ କେଜ୍ରିୱାଲ
ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ତାଙ୍କ ଗିରଫଦାରି ମାମଲାରେ ହାଇକୋର୍ଟ ରାୟ ବିରୋଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୁପ୍ରିମକୋର୍ଟ ଯିବେ ବୋଲି ମଙ୍ଗଳବାର ଆମ୍ ଆଦମୀ ପାର୍ଟି ସୂତ୍ରରୁ ଜଣାପଡିଛି। ଇଡି ଦ୍ବାରା ତାଙ୍କ ଗିରଫଦାରି ବିରୋଧରେ କେଜ୍ରିୱାଲଙ୍କ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ଖାରଜ କରିଥିଲେ। ଜଷ୍ଟିସ୍ ସ୍ବର୍ଣ୍ଣକାନ୍ତ ଶର୍ମା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଆବେଦନ ଉପରେ ରାୟ ଶୁଣାଇ କହିଥିଲେ ଯେ, ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରି ଆଇନଗତ ବିଧିବିଧାନର ଉଲ୍ଲଂଘନ ନୁହେଁ। ତାଙ୍କ ଇଡି [...]
ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ‘ଓଡ଼ିଶାକୁ ବିଲ୍ ଗେଟ୍ସଙ୍କ ପ୍ରଶଂସା’
ଭୁବନେଶ୍ୱର – ନିକଟରେ ମାଇକ୍ରୋସଫ୍ଟ ସହ ସଂସ୍ଥାପକ ବିଲ୍ ଗେଟ୍ସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାର ବିକାଶ ପାଇଁ ଭୂୟସୀ ପ୍ରଶଂସା କରିଥିଲେ । ରାଜ୍ୟର ସାମଗ୍ରିକ ବିକାଶ ପାଇଁ ବିଲ୍ ଗେଟ୍ସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ବ ଓ ସ୍ୱାସ୍ଥ୍ୟ, ପୋଷଣ, କୃଷି ଓ ସହରାଞ୍ଚଳ ସଂସ୍କାର ପରି ପ୍ରମୁଖ କ୍ଷେତ୍ରର ବିକାଶ ପାଇଁ ତାରିଫ କରିଥିଲେ । ଏଥିସହ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି, ମୁକ୍ତା ଯୋଜନା ଓ ଜାଗା ମିଶନ [...]
Odiaକେଜ୍ରିୱାଲଙ୍କୁ ଝଟକା, ଆବେଦନ ଖାରଜ କଲେ ହାଇକୋର୍ଟ
ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଗିରଫ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହାଇକୋର୍ଟରୁ କୌଣସି ଆଶ୍ବସ୍ତି ମିଳିନାହିଁ। ଇଡି ଦ୍ବାରା ତାଙ୍କ ଗିରଫଦାରି ବିରୋଧରେ ତାଙ୍କ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତିି ଯେ, କେଜ୍ରିୱାଲ ତାଙ୍କ ଗିରଫକୁ ଚ୍ୟାଲେଞ୍ଜ କରି ଏହି ଆବେଦନ କରିଥିଲେ। ଏହା ଜାମିନ ଆବେଦନ ନୁହେଁ। ହାଇକୋର୍ଟ କହିଛନ୍ତିି, ଇଡି ଦ୍ବାରା କେଜ୍ରିୱାଲଙ୍କ ଗିରଫ ବେଆଇନ ନୁହେଁ। ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କ ବିରୋଧରେ ଅଭିଯୋଗ ନେଇ ଇଡି [...]
କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ସତ୍ୟପାଠ ଯାଞ୍ଚ୍ କରିବାକୁ ସିବିଡିଟିକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

Odiaକେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ସତ୍ୟପାଠ ଯାଞ୍ଚ୍ କରିବାକୁ ସିବିଡିଟିକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ତିରୁବନନ୍ତପୁରମ୍ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ଦ୍ବାରା ଦାଖଲ ସତ୍ୟପାଠରେ ପ୍ରଦତ୍ତ ତଥ୍ୟ ଯାଞ୍ଚ କରିବାକୁ ନିର୍ବାଚନ କମିଶନ ମଙ୍ଗଳବାର କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି)କୁ ନିର୍ଦ୍ଦେଶ ଦେଇଛନ୍ତି। ଚନ୍ଦ୍ରଶେଖର ସତ୍ୟପାଠରେ ତାଙ୍କ ପ୍ରକୃତ ସମ୍ପତ୍ତି ତଥ୍ୟ ଲୁଚାଇଛନ୍ତି ବୋଲି ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଥିଲା କଂଗ୍ରେସ। ଏଥର ଥିରବନନ୍ତପୁରମରେ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କ ସହ ହେବ ଚନ୍ଦ୍ରଶେଖରଙ୍କ ମୁକାବିଲା। ସୂଚନାନୁସାରେ, ଚନ୍ଦ୍ରଶେଖରଙ୍କ [...]
Odiaମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କୁ ‘ଜେଡ୍’ ସୁରକ୍ଷା
ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କୁ କେନ୍ଦ୍ର ସରକାର ‘ଜେଡ୍’ ଶ୍ରେଣୀର ଭିଆଇପି ସୁରକ୍ଷା ଦେଇଛନ୍ତି। ଗୃହ ମନ୍ତ୍ରଣାଳୟ ଏହି କାର୍ଯ୍ୟ ପାଇଁ ପ୍ରାୟ ୪୦-୪୫ ଯବାନଙ୍କ ଏକ ଟିମ୍ ନିୟୋଜିତ କରିବାକୁ ସିଆରପିଏଫକୁ ଦାୟିତ୍ଵ ଦେଇଛି। ରାଜୀବ କୁମାରଙ୍କ ପ୍ରତି ବିପଦ ଆଶଙ୍କା ଥିବାରୁ ତାଙ୍କ ସୁରକ୍ଷା ବୃଦ୍ଧି କରାଯାଇଥିବା ଗୃହ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି । କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ମୁଖ୍ୟ ନିର୍ବାଚନ କମିଶନରଙ୍କ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ନେଇ ସୁପାରିସ [...]
