Odiaବ୍ରହ୍ମପୁର ଏସପି ଭାବେ ଆଇପିଏସ ସାର୍ଥକ ଷଡ଼ଙ୍ଗୀଙ୍କ ଦାୟିତ୍ବ ଗ୍ରହଣ
ବ୍ରହ୍ମପୁର – ଆଜି ବ୍ରହ୍ମପୁର ଏସପି ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ସାର୍ଥକ ଷଡ଼ଙ୍ଗୀ । ସେ ସର୍ଭଣା ବିବେକ ଏମଙ୍କ ସ୍ଥାନ ନେଇଛନ୍ତି । ଆଗାମୀ ନିର୍ବାଚନ ଦୃଷ୍ଟିରୁ ନିର୍ବାଚନ କମିଶନଙ୍କ ଆଇପିଏସ ସ୍ତରରେ ଅଦଳବଦଳ ପ୍ରକ୍ରିୟାରେ ୨୦୦୭ ଆଇପିଏସ ସାର୍ଥକ ଷଡ଼ଙ୍ଗୀଙ୍କୁ ବ୍ରହ୍ମପୁର ଏସପି ଭାବେ ଅବସ୍ଥାପିତ କରାଯାଇଛି। ସାର୍ଥକ ଷଡ଼ଙ୍ଗୀ ଅଗ୍ନିଶମ ଡିଆଇଜି ଥିଲେ । ସୂଚନାଯୋଗ୍ୟ ଯେ, ନିର୍ବାଚନ କମିଶନ ଗତ ୩ ତାରିଖରେ ଖୋର୍ଦ୍ଧା ଏସପି ଯୁଗଳ କିଶୋର ବାନୋଥ [...]
Odiaଦଣ୍ଡନାଚ ଚାଲିଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦଣ୍ଡୁଆଙ୍କ ମୃତ୍ୟୁ
ଫୁଲବାଣୀ – ଦଣ୍ଡ ନାଚ ଚାଲିଥିଲା ବେଳେ ଅଘଟଣ । ନାଚ ଚାଲିଥିବା ବେଳେ ବର୍ଷା ହେବାରୁ ଓଦା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଦଣ୍ଡୁଆଙ୍କ ମୃତ୍ୟୁ ହୋଇଛି । କନ୍ଧମାଳ ଜିଲ୍ଲା ଖଜୁରୀପଡା ଅଂଚଳରେ ଘଟିଛି ଏହି ଦୁର୍ଘଟଣା । ସୂଚନା ଅନୁସାରେ ଖଜୁରୀପଡା ଥାନା ସୁଦୃକୁମ୍ପା ଫାଣ୍ଡି ଅନ୍ତର୍ଗତ ଦଳପଡ଼ା ଗାଁରେ ବୌଦ୍ଧ ଜିଲ୍ଲା ହରିପୁର ମୁଣ୍ଡିପଦର ଗାଁର କୋଡିଏରୁ ପଚିଶ ଜଣ ଦଣ୍ଡୁଆ ଦଣ୍ଡ ନାଚ ପରିବେଷଣ କରୁଥିଲେ I ସୋମବାର [...]
Odiaସିଙ୍ଗଡ଼ାରୁ ବାହାରିଲା ଗୋଡ଼ି, ଗୁଟଖା ଓ କଣ୍ଡୋମ୍
ପୁଣେ: ମହାରାଷ୍ଟ୍ରର ପୁଣେ ସହରର ଏକ ନାମୀଦାମୀ କମ୍ପାନୀର କ୍ୟାଣ୍ଟିନରେ ସିଙ୍ଗଡ଼ାରୁ ବାହାରିଛି ଗୋଡ଼ି, ଗୁଟଖା ଓ କଣ୍ଡୋମ୍ । ମାର୍ଚ୍ଚ ୨୭ରେ ସାମ୍ନାକୁ ଆସିଥିବା ଏହି ଘଟଣାରେ ପୋଲିସ ପାଞ୍ଚ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିବା ବେଳେ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଏହି ସିଙ୍ଗଡ଼ା ସବୁ ସହରର ପିମ୍ପ୍ରି ଚିଞ୍ଚୱାଡରେ ଥିବା ଏକ ପ୍ରମୁଖ ଅଟୋ କମ୍ପାନୀକୁ ସପ୍ଲାଏ ହୋଇଥିଲା | ବ୍ୟବସାୟିକ ଶତ୍ରୁତା କାରଣରୁ ସିଙ୍ଗଡ଼ାରେ ଏପରି ଜାଣିଶୁଣି ଅପମିଶ୍ରଣ କରାଯାଇଥିଲା [...]
Odiaଆମେରିକାରେ ପୁଣି ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, ନିଖୋଜର ବହୁଦିନ ପରେ ମିଳିଲା ମୃତଦେହ
ନୂଆଦିଲ୍ଲୀ: ଆମେରିକାରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମାର୍ଚ୍ଚ ୨୦ ତାରିଖରୁ ନିଖୋଜ ଥିବା ଜଣେ ଛାତ୍ରଙ୍କ ମୃତଦେହ ଓହିଓ ପ୍ରଦେଶର କ୍ଲିଭେଲାଣ୍ଡ ସହରରେ ମିଳିଛି। ମୃତ ଛାତ୍ରଙ୍କ ନାମ ମହମ୍ମଦ ଅବଦୁଲ ଅରଫତ ଓ ସେ ହାଇଦ୍ରାବାଦ ବାସିନ୍ଦା ବୋଲି ଜଣାପଡିଛି। ଅରଫତଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । କିଛି ଦିନ ତଳେ ଅରଫତଙ୍କ ବାପାଙ୍କୁ ଜଣେ ଅଜଣା ବ୍ୟକ୍ତି କଲ୍ କରି ଅରଫତଙ୍କୁ ଅପହରଣ କରାଯାଇଥିବା କହିଥିଲେ। [...]
Odiaକେଜ୍ରିୱାଲଙ୍କ ଆବେଦନ ଉପରେ ଆଜି ଆସିବ ହାଇକୋର୍ଟ ରାୟ
ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ତାଙ୍କ ଗିରଫଦାରି ବିରୋଧରେ କେଜ୍ରିୱାଲଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଆଜି ରାୟ ଶୁଣାଇବେ । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଗତ ସପ୍ତାହରେ କୋର୍ଟ ନିଜ ରାୟ ସଂରକ୍ଷିତ ରଖିଥିଲେ। ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତ ଶର୍ମା ଅପରାହ୍ନ ୨:୩୦ରେ କେଜ୍ରିୱାଲଙ୍କ ଆବେଦନ ଉପରେ ରାୟ ପ୍ରକାଶ କରିବେ। କେଜ୍ରିୱାଲ ସମ୍ପ୍ରତି ତିହାର ଜେଲରେ ଅଛନ୍ତି। ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ [...]
Odiaରାଜଧାନୀରେ ମହିଳା କ୍ରୀଡାବିତଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ
ଭୁବନେଶ୍ୱର – ରାଜଧାନୀରେ ଜଣେ ମହିଳା କ୍ରୀଡାବିତଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଭୁବନେଶ୍ୱର ବଡ଼ଗଡ଼ ଥାନା ପୋଲିସ ସୋମବାର ରାତିରେ ଜଣେ ମହିଳା ବକ୍ସରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ବେକରେ ଗାମୁଛା ବାନ୍ଧି ଫ୍ୟାନରେ ଝୁଲି ପଡ଼ିଥିବା ଅବସ୍ଥାରେ ମହିଳା କ୍ରୀଡାବିତଙ୍କ ମୃତଦେହ ଉଦ୍ଧାର ହୋଇଛି । ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ମୃତ ଯୁବତୀ ହେଲେ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଜଗଦଲପୁର ଗାଁର ସରୋଜିନୀ ସୁନ୍ଦରରାୟ। ସରୋଜିନୀ ବକ୍ସିଂ ଓ ଖୋ [...]
Odia୧୧ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
ଭୁବନେଶ୍ୱର – କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଦିନର ପାରଦ ୨ରୁ ୭ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି। ଏଣେ ଆସନ୍ତା ୧୧ ତାରିଖ ଯାଏ ରାଜ୍ୟର ଅଧିକାଂଶ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଆଜି, ଆସନ୍ତାକାଲି ୧୦ ଓ ୧୧ ତାରିଖରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। [...]
ତାରାତାରିଣୀ ପୀଠରେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ
ବ୍ରହ୍ମପୁର – ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କ ପୀଠରେ ଚୈତ୍ର ଯାତ୍ରା ଚାଲିଛି । ଆଜି ଚୈତ୍ର ମାସର ତୃତୀୟ ମଙ୍ଗଳବାର ପାଇଁ ମା’ଙ୍କ ପୀଠରେ ଭିଡ ଜମିଛି। ଏହି ଅବସରରେ ଆଜି ଭୋରରୁ ପୀଠରେ ପହଞ୍ଚି ମାଆଙ୍କ ପୂଜାର୍ଚ୍ଚନା କରିଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ । ମା’ଙ୍କର ଆଜି ସରସ୍ବତୀ ବେଶ ହୋଇଥିବା ବେଳେ, ଦର୍ଶନ କରି ଆଶୀର୍ବାଦ ଲୋଡିଛନ୍ତି କାର୍ତ୍ତିକ ପାଣ୍ଡିଆନ । ସେ ବେଢ଼ା ବୁଲିବା ସହ [...]
Odiaଆଜି ଠାରୁ ଆରମ୍ଭ ହେବ ଚୈତ୍ର ନବରାତ୍ରି, କଣ ରହିଛି ଘଟ ସ୍ଥାପନାର ଶୁଭ ମୁହୂର୍ତ୍ତ ଓ ବିଧି ବିଧାନ
ଚୈତ୍ର ମାସ ଶୁକ୍ଲପକ୍ଷ ପ୍ରତିପଦା ତିଥି ଅର୍ଥାତ ଚୈତ୍ର ନବରାତ୍ରି ରୁ ଆରମ୍ଭ ହୋଇଥାଏ ହିନ୍ଦୁ ନବବର୍ଷ ଠାରୁ ଆରମ୍ଭ ହୋଇଥାଏ l ଚୈତ୍ର ନବରାତ୍ରି କୁ ବସନ୍ତ ନବରାତ୍ରି ବୋଲି ମଧ୍ୟ କୁହାଯାଇଥାଏ l ଏହା ହିନ୍ଦୁ ମାନଙ୍କ ର ପ୍ରଥମ ନବରାତ୍ରି ଅଟେ l ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଚୈତ୍ର ନବରାତ୍ରି ଚଳିତ ବର୍ଷ ଅପ୍ରେଲ ୮ ତାରିଖ ରାତି ୧୧ ଟା ବାଜି ୫୦ ମିନିଟ ରେ ଆରମ୍ଭ ହୋଇ ୯ ତାରିଖ [...]
Odiaଶ୍ରୀ ରାମଚରିତ ମାନସ: ଅଯୋଧ୍ୟା କାଣ୍ଡ
॥ ଅଯୋଧ୍ୟା କାଣ୍ଡ ॥ ଏସିଉ ପୀର ବିହସି ତେହିଂ ଗୋଈ । ଚୋର ନାରି ଜିମି ପ୍ରଗଟି ନ ରୋଈ । ଲଖହିଂ ନ ଭୂପ କପଟ ଚତୁରାଈ । କୋଟି କୁଟିଲ ମନି ଗୁରୂ ପଢାଈ ॥ ଭାବାର୍ଥ :- ପ୍ରବଳ ଇର୍ଷା ଓ ଦ୍ବେଷରେ ଜଳୁଥିବା ହୃଦୟର ପିଡାକୁ ମଧ୍ୟ ସେ ହସିଦେଇ ଲୁଚାଇ ଦେଲେ, ଯେପରି ଚୋରର ସ୍ତ୍ରୀ ଧରାପଡିଲେ ତା’ର ଭେଦ ଖୋଲିଯିବା ଭୟରେ କାନ୍ଦେ ନାହିଁ । ରାଜା [...]
