Odiaଗୀତା ଉପଦେଶ: ଯୋଗାରୂଢ ପୁରୁଷଙ୍କ ସର୍ଵ ସଂକଳ୍ପ ଶୁନ୍ୟତା ହିଁ ତାଙ୍କ କଲ୍ୟାଣ
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଆତ୍ମ ସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : – ଆରୁରୁକ୍ଷର୍ମୁନେରଯୋଗଂ କର୍ମ କାରଣମୁଚ୍ୟତେ। ଯୋଗାରୂଢସ୍ୟ ତସୈବ ଶମଃ କାରଣମୁଚ୍ୟତେ। ଅର୍ଥାତ୍:- ହେ ଅର୍ଜ୍ଜୁନ ! ଯୋଗାରୂଢ ହେବାକୁ ମନନଶୀଳ ପୁରୁଷ ଙ୍କ ନିମନ୍ତେ ନିଷ୍କାମ ଭାବରେ କର୍ମ କରିବା ହିଁ ଯୋଗ ପ୍ରାପ୍ତିର ହେତୁ ବୋଲି କୁହାଯାଏ ଏବଂ ଯୋଗାରୂଢ ହୋଇଯିବ ପରେ ସେହି ଯୋଗାରୂଢ ପୁରୁଷଙ୍କ ସର୍ଵ ସଂକଳ୍ପ ଶୁନ୍ୟତା ହିଁ ତାଙ୍କ କଲ୍ୟାଣ ର କାରଣ ବୋଲି [...]
Odiaକାଳବୈଶାଖୀ ପ୍ରଭାବ: ୩୩ ଡିଗ୍ରୀ ସେଲସିୟସରୁ୍ ତଳେ ରାଜ୍ୟର ୧୭ ସହର
ଭୁବନେଶ୍ୱର – ରାଜ୍ୟରେ କାଳବୈଶାଖୀ ବର୍ଷା ଯୋଗୁଁ ରାତିରୁ ମିଳିଛି ଆଶ୍ୱସ୍ତି । କମିଛି ତାପମାତ୍ରା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ସୋମବାର ରାଜ୍ୟର ୧୭ଟି ସହରରେ ଦିନ ତାପମାତ୍ରା ୩୩ ଡିଗ୍ରୀ ସେଲସିୟସରୁ କମ୍ ରହିଛି। ବରଗଡ଼ରେ ଦିନର ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ମାଲକାନଗିରିରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ୩୮ ଦଶମିକ ୭ ଡିଗ୍ରୀ ସହ ମାଲକାନଗିରି ହୋଇଛି ରାଜ୍ୟର ଉତ୍ତପ୍ତ ସହର ।
Odiaବୀର ବିକ୍ରମ ଯାଦବ ପୁଣି ଥରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଯୁକ୍ତ
ଭୁବନେଶ୍ୱର -ବରିଷ୍ଠ ଆଇଏଏସ ଅଫିସର ବୀର ବିକ୍ରମ ଯାଦବଙ୍କୁ ପୁଣି ଥରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତ କରାଯାଇଛି। ବର୍ତ୍ତମାନର ଦାୟିତ୍ୱ ସହିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟ କରିବେ ୧୯୯୬ ବ୍ୟାଚ ଆଇଏଏସ ବୀର ବିକ୍ରମ ଯାଦବ । ପୂର୍ବରୁ ମଧ୍ୟ ଯାଦବ ଶ୍ରୀମନ୍ଦିର ପ୍ରଶାସନର ଦାୟିତ୍ୱରେ ରହିସାରିଛନ୍ତି ।
Odiaଦିଲେଶ୍ୱର ରେଡ୍ଡୀ ଗଞ୍ଜାମ ଜିଲ୍ଲା ବିଜେଡିର କାର୍ଯ୍ୟକାରୀ ସଭାପତି ନିଯୁକ୍ତ
ଭୁବନେଶ୍ୱର – ଦିଲେଶ୍ୱର ରେଡ୍ଡୀଙ୍କୁ ଗଞ୍ଜାମ ଜିଲ୍ଲା ବିଜେଡିର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିଲେଶ୍ୱରଙ୍କ ନିଯୁକ୍ତି ତୁରନ୍ତ କାର୍ଯ୍ୟକାରୀ ହୋଇଛି। ଏ ନେଇ ବିଜେଡି ପକ୍ଷରୁ ପ୍ରେସ ରିଲିଜ ଜରିଆରେ ସୂଚନା ଦିଆଯାଇଛି।
Odiaକେନ୍ଦ୍ରୀୟ ଏଜେନ୍ସି ମୁଖ୍ୟଙ୍କ ବଦଳି ଦାବିରେ ନିର୍ବାଚନ କମିଶନ କାର୍ଯ୍ୟାଳୟ ଆଗରେ ଟିଏମସି ନେତାଙ୍କ ଧାରଣା
ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ), ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ), ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ଆୟକର ଭଳି କେନ୍ଦ୍ରୀୟ ଏଜେନ୍ସି ଗୁଡ଼ିକର ମୁଖ୍ୟଙ୍କ ବଦଳି ଦାବିରେ ତୃଣମୂଳ କଂଗ୍ରେସ ନେତାମାନେ ସୋମବାର ଦିଲ୍ଲୀ ସ୍ଥିତ ନିର୍ବାଚନ କମିଶନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ତେବେ ଦିଲ୍ଲୀ ପୋଲିସ ଟିଏମସି ନେତାଙ୍କୁ ସେଠାରୁ ହଟାଇ ଅଟକ ରଖିଥିବା ଅଭିଯୋଗ ହୋଇଛି । ଧାରଣା ପାଇଁ ଟିଏମସି ନେତାମାନେ ଅନୁମତି ନେଇନଥିଲେ ବୋଲି ଦିଲ୍ଲୀ ପୋଲିସର ଜଣେ [...]
Odiaକେନ୍ଦ୍ରମନ୍ତ୍ରୀଙ୍କ କାର୍ରେ ପିଟି ହୋଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
ବେଙ୍ଗାଲୁରୁ: ବେଙ୍ଗାଲୁରୁର କେ.ଆର.ପୁରମରେ କେନ୍ଦ୍ର କୃଷି ମନ୍ତ୍ରୀ ଶୋଭା କରାନ୍ଦଲାଜେଙ୍କ କାର୍ରେ ପିଟି ହୋଇ ଜଣେ ୬୦ ବର୍ଷୀୟ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ପୋଲିସର ସୂଚନାନୁସାରେ ଏହି ଘଟଣା ଅଞ୍ଚଳର ଗଣେଶ ମନ୍ଦିର ନିକଟରେ ଘଟିଛି। ମୃତକଙ୍କ ନାଁ ପ୍ରକାଶ । ସେ ଜଣେ ବିଜେପି କର୍ମୀ ଥିଲେ ବୋଲି ଜଣାପଡ଼ିଛି। ସୂଚନା ମୁତାବକ, ମନ୍ତ୍ରୀ କାର୍ ଭିତରେ ଥିଲେ । ସେ ନିର୍ବାଚନ ପ୍ରଚାର ପାଇଁ ଯାଉଥିଲେ। ଗୋଟିଏ ସ୍ଥାନରେ ମନ୍ତ୍ରୀଙ୍କ କାର୍ ଅଟକି [...]
Odiaନୂଆ ଏନ୍ଆଇଏ ମୁଖ୍ୟଙ୍କ ନିଯୁକ୍ତି ସମ୍ପର୍କରେ ତଦନ୍ତ ଦାବି କଲା ତୃଣମୂଳ କଂଗ୍ରେସ
ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ)ର ନୂଆ ମହାନିର୍ଦ୍ଦେଶକ ନିଯୁକ୍ତ କରିବା ପୂର୍ବରୁ କେନ୍ଦ୍ର ନିର୍ବାଚନ କମିଶନଙ୍କ ମଞ୍ଜୁରି ନେଇଥିଲା ନାଁ ନାହିଁ ବୋଲି ତୃଣମୂଳ କଂଗ୍ରେସ ସୋମବାର ପ୍ରଶ୍ନ କରିଛି। ଟିଏମସି ଏହି ନିଯୁକ୍ତି ସମ୍ପର୍କରେ ତଦନ୍ତ ଦାବି କରିଛି । ଟିଏମସି ନେତା ସାକେତ ଗୋଖଲେ ଅଭିଯୋଗ କରିଛନ୍ତି ଯେ ଲୋକସଭା ନିର୍ବାଚନ ସମୟରେ କେନ୍ଦ୍ରୀୟ ସଂସ୍ଥା ଗୁଡ଼ିକରେ ବିଜେପିର ‘ସଂଶ୍ଲିଷ୍ଟତା’ ବଢ଼ିବାରେ ଲାଗିଛି । ଗୋଖଲେ ‘ଏକ୍ସ’ରେ ଏକ ପୋଷ୍ଟରେ ଦାବି କରିଛନ୍ତି [...]
Odiaଇସିଆଇଙ୍କ ନାଁ ନେଇ ବିଜେପି ଧମକାଉଛି: ବିଜେଡି
ଭୁବନେଶ୍ବର – ରାଜ୍ୟରେ ବିଜେପି ନେତା ଓ ପ୍ରାର୍ଥୀମାନେ ଭାରତର ନିର୍ବାଚନ କମିଶନ-ଇସିଆଇଙ୍କ ନାଁ ନେଇ ଧମକ ଚମକ ଦେଉଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ସରକାରୀ କର୍ମଚାରୀଙ୍କୁ ଇସିଆଇ ଜରିଆରେ ବଦଳାଇବାକୁ ଧମକାଉଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି । ଏ ନେଇ ଦଳ ନିର୍ବାଚନ କମିଶନଙ୍କଠାରେ ଫେରାଦ ହୋଇଛି । ୨୦୨୪ ନିର୍ବାଚନରେ ସହଯୋଗ ନକଲେ ବଦଳି ନେଇ ବିଜେପି ଧମକାଉଛି ବୋଲି ଇସିଆଇଙ୍କୁ ଚିଠି ଲେଖିଛନ୍ତି ବିଜେଡ଼ି ସାଂସଦ ସସ୍ମିତ ପାତ୍ର। [...]
Odiaବ୍ରହ୍ମପୁର ଓ ଖୋର୍ଦ୍ଧାରେ ନୂଆ ଏସପି ନିଯୁକ୍ତ
ଭୁବନେଶ୍ୱର – ଓଡ଼ିଶାରେ ସାଧାରଣ ଓ ବିଧାନସଭା ନିର୍ବାଚନ ସମ୍ପର୍କିତ ଆଇପିଏସ ଅଫିସର ବଦଳ ପ୍ରକ୍ରିୟା ସ୍ୱରୂପ ନିର୍ବାଚନ କମିଶନ ଆଇପିଏସ ସାର୍ଥକ ଷଡ଼ଙ୍ଗୀଙ୍କୁ ବ୍ରହ୍ମପୁରର ନୂଆ ଏସପି ଭାବେ ନିଯୁକ୍ତ ଦେଇଛନ୍ତି। ସେ ଶ୍ରବଣ ବିବେକ ଏମ୍. ଙ୍କ ସ୍ଥାନରେ ବ୍ରହ୍ମପୁର ଏସପି ଭାବେ ନିଯୁକ୍ତ ହୋଇଛନ୍ତି। ଅବିନାଶ କୁମାରଙ୍କୁ ଖୋର୍ଦ୍ଧା ଜିଲ୍ଲା ଏସପି ଭାବେ ନିଯୁକ୍ତି ଦିଆଯାଇଛି। ଏ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
Odiaଏ ବର୍ଷ ରାଜ୍ୟରେ ବନାଗ୍ନି ସଂଖ୍ୟା ଯଥେଷ୍ଟ ହ୍ରାସ : ପିସିସିଏଫ
ଭୁବନେଶ୍ୱର – ରାଜ୍ୟରେ ଗ୍ରୀଷ୍ମ ଋତୁ ସହ କେତେକ ସ୍ଥାନରେ ବନାଗ୍ନି ବ୍ୟାପିଛି । ଏପ୍ରିଲ ୭ ତାରିଖ ସୁଦ୍ଧା ୮ ହଜାର ପଏଣ୍ଟରେ ଜଙ୍ଗଲ ନିଆଁ ଲାଗିଥିବା ନେଇ ପିସିସିଏଫ ଦେବୀ ଦତ୍ତ ବିଶ୍ୱାଳ ସୂଚନା ଦେଇଛନ୍ତି। ତେବେ ପାଖାପାଖି ୯୯ ଦଶମିକ ୫ ପ୍ରତିଶତ ପଏଣ୍ଟରେ ବନାଗ୍ନି ସଫଳତାର ସହ ଲିଭା ଯାଇଛି ବୋଲି ସେ କହିଛନ୍ତି। ଜନସଚେତନତା ଓ ବୃଷ୍ଟିପାତ ଯୋଗୁଁ ବନାଗ୍ନି ସଂଖ୍ୟା ହ୍ରାସ ପାଇଥିବା ପିସିସିଏଫ ଦେବୀଦତ୍ତ ବିଶ୍ୱାଳ କହିଛନ୍ତି। [...]
