Odiaଗୀତା ଉପଦେଶ:ଅକର୍ମଣ୍ୟତା ଠାରୁ କର୍ମ ଶ୍ରେଷ୍ଠ ଅଟେ, ନିଜ ସ୍ୱଭାବରେ ପ୍ରେରିତ ହୋଇ, ମନୁଷ୍ୟ ନିଜର ଗୁଣ ଅନୁସାରେ କର୍ମ କରିବାକୁ ଆଗ୍ରହୀ ହୋଇଥାଏ
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ନିଜର ସ୍ୱାଭାବିକ ପ୍ରକୃତି ବିଷୟ ରେ କହୁଛନ୍ତି – ସଦୃଶଂ ଚେଷ୍ଟତେ ସ୍ୱସ୍ୟାଃ ପ୍ରକୃତେର୍ଜ୍ଞାନବାନପି ପ୍ରକୃତିଂ ଯାନ୍ତି ଭୂତାନି ନିଗ୍ରହଃ କିଂ କରିଷ୍ୟତି। ସମସ୍ତ ପ୍ରାଣୀ ନିଜର ସ୍ୱାଭାବିକ ପ୍ରକୃତି ଅନୁସାରେ ପରିଚାଳିତ ହୁଅନ୍ତି, ତେଣୁ ଜ୍ଞାନୀମାନେ ମଧ୍ୟ ସେମାନଙ୍କର ସ୍ୱଭାବ ଅନୁଯାୟୀ କାର୍ଯ୍ୟ କରିଥାଆନ୍ତି । ସେ କ୍ଷେତ୍ରରେ ଜଣେ ଇନ୍ଦ୍ରିୟ-ନିଗ୍ରହ ଦ୍ୱାରା କ’ଣ କରିପାରିବ ?
Odiaପୁରୀ-ଗୁଣୁପୁର ଟ୍ରେନରେ ଅଗ୍ନିକାଣ୍ଡ
ପାରଳାଖେମୁଣ୍ଡି: ପୁରୀରୁ ଗୁଣପୁର ଯାଉଥିବା ଟ୍ରେନରେ ଶନିବାର ବିଳମ୍ବିତ ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣା ଗଜପତି ଜିଲ୍ଲା କାଶୀନଗର ରେଳଷ୍ଟେସନ୍ ଠାରେ ଘଟିଛି। ଟ୍ରେନର ଏକ ବଗିରେ ଆକସ୍ମିକ ଭାବେ ନିଆଁ ଲାଗିଯାଇଥିଲା। ଟ୍ରେନ କାଶୀନଗର ଷ୍ଟେସନ୍ ଠାରେ ପହଞ୍ଚିଥିବା ବେଳେ କୌଣସି କାରଣରୁ ଏକ ବଗିରେ ହଠାତ୍ ନିଆଁ ଲାଗିଯାଇଥିଲା। ଏହା ଦେଖି ଯାତ୍ରୀମାନେ ଭୟଭୀତ ହୋଇ ଉଠିଥିଲେ। ତେବେ ରେଳ କର୍ମଚାରୀମାନେ ନିଆଁକୁ ତୁରନ୍ତ ଆୟତ୍ତ କରି ନେଇଥିଲେ। କେହି ଏହାକୁ ଯାନ୍ତ୍ରିକ [...]
Odiaରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଭୁବନେଶ୍ୱର: ଚଳିତ ମାସ ଏପ୍ରିଲ ୧୩ ତାରିଖ ଦିନ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ୧୩ ଏପ୍ରିଲ ୧୯୪୮ ମସିହାରେ ପ୍ରତିଷ୍ଠା ହୋଇଥିବା ରାଜଧାନୀ ଭୁବନେଶ୍ଵର ଚଳିତ ବର୍ଷ ୭୬ତମ ବର୍ଷରେ ପଦାର୍ପଣ କରୁଛି। ସାଧାରଣ ନିର୍ବାଚନ-୨୦୨୪ ଦୃଷ୍ଟିରୁ ଆଦର୍ଶ ଆଚରଣ ବିଧି ଅନୁପାଳନ ପୂର୍ବକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବୈଠକରେ ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ [...]
Odiaଚାରି ସହରର ତାପମାତ୍ରା ୪୩ ଡିଗ୍ରୀ ଛୁଇଁଲା, ଅନୁଗୁଳ ଉତ୍ତପ୍ତ ସହର
ଭୁବନେଶ୍ୱର – ଆଜି ମଧ୍ୟ ରାଜ୍ୟରେ ଅସହ୍ୟ ତାତି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଆଜି ଚାରିଟି ସହରର ତାପମାତ୍ରା ୪୩ ଡିଗ୍ରୀ ଛୁଇଁଛି । ରାଜ୍ୟର ସର୍ବାଧିକ ଦିନ ତାପମାତ୍ରା ଅନୁଗୁଳରେ ରେକର୍ଡ କରାଯାଇଛି। ୪୩ ଦଶମିକ ୫ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ଅନୁଗୁଳ ରାଜ୍ୟର ଉତ୍ତପ୍ତ ସହର ହୋଇଛି। ମାଲକାନଗିରିରେ ୪୩ ଦଶମିକ ୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ବୌଦ୍ଧ ଏବଂ ଟିଟିଲାଗଡରେ ତାପମାତ୍ରା ରହିଛି ୪୩ ଡିଗ୍ରୀ ସେଲସିୟସ [...]
Odiaକାରରୁ ୫୫ ଲକ୍ଷରୁ ଅଧିକ ଟଙ୍କା ଜବତ କଲା ବିନିକା ପୋଲିସ
ସୋନପୁର – ଯାଞ୍ଚ ବେଳେ କାରରୁ ମିଳିଲା ପୁଳା ପୁଳା ଟଙ୍କା। ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଏକ କାର୍ ଯାଞ୍ଚ ବେଳେ ପୋଲିସ ନଗଦ ୫୫ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି । ଏହି ଟଙ୍କା ଓଡ଼ିଶା ବାଟ ଦେଇ ଆନ୍ଧ୍ର ପ୍ରଦେଶର କାକିନାଡ଼ା ଯାଉଥିଲା । ତେବେ ଏତେ ପରିମାଣର ଟଙ୍କା କେଉଁ ଉଦ୍ଦେଶ୍ୟରେ ଯାଉଥିଲା, ତାହା ଜଣାପଡ଼ିନାହିଁ। ପୋଲିସ ପକ୍ଷରୁ ଏ ବାବାଦରେ ତଦନ୍ତ ଜାରି ରହିଛି। ବିନିକା ଥାନା ପୋଲିସ ସହରର [...]
Odiaବ୍ରହ୍ମପୁରରୁ ସାରା ରାଜ୍ୟକୁ ଯିବ ବ୍ରେଲି ବ୍ୟାଲଟ୍
ବ୍ରହ୍ମପୁର: ସବୁ ଯୋଗ୍ୟ ନାଗରିକ ଯେପରି ମତଦାନ ଅଧିକାର ସାବ୍ୟସ୍ତ କରିପାରିବେ ସେଥିପ୍ରତି ନିର୍ବାଚନ କମିଶନ ତଥା ରାଜ୍ୟସ୍ତରରେ ମୁଖ୍ୟ ନିର୍ବାଚନ ଅଧିକାରୀ ଗୁରୁତ୍ବ ଦେଉଛନ୍ତି। ଦୃଷ୍ଟିହୀନମାନେ ମଧ୍ୟ ଯେପରି ଏଥିରୁ ବଞ୍ଚିତ ହୁଅନ୍ତି ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଆଉ ସେଥିପାଇଁ ବ୍ରହ୍ମପୁରରେ ଥିବା ରାଜ୍ୟର ଏକମାତ୍ର ତଥା ଆଧୁନିକ ବ୍ରେଲି ପ୍ରେସ୍ ଉପରେ ଗୁରୁ ଦାୟିତ୍ଵ ନ୍ୟସ୍ତ କରାଯାଇଛି। ଏଠାରୁ ରାଜ୍ୟର ସମସ୍ତ ବୁଥକୁ ବ୍ରେଲି ବ୍ୟାଲଟ୍ ପେପର୍ ପଠାଯିବ ଯେଉଁଠି ଦୃଷ୍ଟିହୀନମାନେ ନିଜ [...]
Odiaଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ କନିଷ୍ଠ ଯନ୍ତ୍ରୀଙ୍କୁ ଜେଲ୍
ଜୟପୁର – ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗୁଣୁପୁର ବ୍ଲକର ପୂର୍ବତନ କନିଷ୍ଠ ଯନ୍ତ୍ରୀ ସରୋଜ କୁମାର ପଣ୍ଡାଙ୍କୁ ଜେଲ୍ ଦଣ୍ଡ ହୋଇଛି। ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ କନିଷ୍ଠ ଯନ୍ତ୍ରୀଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ ଦଣ୍ଡାଦେଶ ସହ ୨ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ବି ନିର୍ଦ୍ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ତାଙ୍କୁ ଆଉ ଅଧିକ ୬ ମାସ ଜେଲରେ ରହିବାକୁ ପଡ଼ିବ । ସରୋଜ କୁମାର ପଣ୍ଡା ବର୍ତ୍ତମାନ [...]
Odiaଖରା ଯୋଗୁଁ ଆଉଟଡୋର ଖେଳ ଉପରେ ରାଜ୍ୟ ସରକାରଙ୍କ କଟକଣା
ଭୁବନେଶ୍ୱର – ପ୍ରବଳ ଖରା ହେଉଥିବାରୁ ଆଉଟଡୋର ଖେଳ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ଟାଣ ଖରାରେ କ୍ରିକେଟ, ହକି, ଫୁଟବଲ ଆଦି ନ ଖେଳିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଏ ସମ୍ପର୍କରେ କ୍ରୀଡ଼ା ବିଭାଗ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ଖରାରେ ରାଜ୍ୟର ବିଭିନ୍ନ ଜାଗାରେ ଆଉଟଡୋର ଖେଳ ଚାଲୁଥିବା ନେଇ ସୂଚନା ମିଳିବା ପରେ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ପ୍ରଚଣ୍ଡ ଖରା ଦୃଷ୍ଟିରୁ ଦିନ ୧୧ଟାରୁ [...]
Odiaତାତିରୁ ନିସ୍ତାର ନାହିଁ: ଆଜି ବି ପ୍ରବଳ ଗରମ, ଦିନ ସାଢେ ୧୧ ସୁଦ୍ଧା କେନ୍ଦୁଝର ଉତ୍ତପ୍ତ ସହର
ଭୁବନେଶ୍ୱର – ରାଜ୍ୟରେ ଆଜି ବି ପ୍ରବଳ ଗରମ ଅନୁଭୂତ ହେଉଛି। ଦିନ ୧୧ଟା ୩୦ ମିନିଟ ସୁଦ୍ଧା କେନ୍ଦୁଝରରେ ରାଜ୍ୟର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ୩୮.୬ ଡିଗ୍ରୀ ସହ କେନ୍ଦୁଝର ସବୁଠୁ ଉତ୍ତପ୍ତ ସହର ହୋଇଥିବା ବେଳେ ଝାରସୁଗୁଡ଼ା ଓ ସମ୍ବଲପୁରରେ ୩୭.୪ ,ଚାନ୍ଦବାଲିରେ ୩୭.୨, ହୀରାକୁଦରେ ୩୬.୯ , ରାଉରକେଲାରେ ୩୬.୬, ଭୁବନେଶ୍ବରରେ ୩୬.୨, ବାଲେଶ୍ବରରେ ୩୬, ଗୋପାଳପୁରରେ ୩୨.୨, ପୁରୀରେ ୩୧.୮ ଏବଂ ପାରାଦୀପରେ ୩୧.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ [...]
Odiaପଶ୍ଚିମବଙ୍ଗର ମିଦନାପୁରରେ ଏନଆଇଏ ଟିମ୍ ଉପରେ ଆକ୍ରମଣ
କୋଲକାତା: ପଶ୍ଚିମବଙ୍ଗର ପୂର୍ବ ମିଦନାପୁରରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଟିମ୍ ଉପରେ ଆକ୍ରମଣ ହୋଇଛି। କିଛି ଲୋକ ଏନଆଇଏ ଗାଡ଼ିକୁ ଘେରି ଟେକାମାଡ଼ କରିଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ, କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏନଆଇଏ ଟିମ୍ ଏକ ବୋମା ବିସ୍ଫୋରଣ ମାମଲାର ତଦନ୍ତ ପାଇଁ ଶନିବାର ମିଦନାପୁରର ଭୂପତି ନଗରରେ ପହଞ୍ଚିଥିଲା। ଏନ୍ଆଇଏ ଟିମ୍ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ନେଉଥିବା ବେଳେ ଏହାକୁ ବିରୋଧ କରି ଗ୍ରାମବାସୀ ତଦନ୍ତକାରୀ ସଂସ୍ଥାର [...]
