Odiaକୁଲଦୀପ ଯାଦବଙ୍କୁ ବିଶ୍ରାମ ନେବାକୁ ପରାମର୍ଶ
ମୁମ୍ବାଇ: ଭାରତୀୟ ସ୍ପିନର କୁଲଦୀପ ଯାଦବ ଏକ ‘ଗ୍ରୋଇନ’ ଇଞ୍ଜୁରିରୁ ସୁସ୍ଥ ହେଉଛନ୍ତି। ତେଣୁ ସତର୍କତାମୂଳକ ପଦକ୍ଷେପ ଭାବେ ଚଳିତ ଆଇପିଏଲରୁ ବିଶ୍ରାମ ନେବାକୁ ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍ ମ୍ୟାନେଜମେଣ୍ଟ ତାଙ୍କୁ ପରାମର୍ଶ ଦେଇଛି । ଜୟପୁରରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ଦିଲ୍ଲୀ କ୍ୟାପିଟାଲ୍ସର ଦ୍ୱିତୀୟ ମ୍ୟାଚରେ ବାମହାତୀ ସ୍ପିନର କୁଲଦୀପ ଆହତ ହୋଇଥିଲେ । ସେହି ମ୍ୟାଚରେ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଆଘାତ ଯୋଗୁଁ ୨୯ ବର୍ଷୀୟ କୁଲଦୀପ ପରବର୍ତ୍ତୀ ମ୍ୟାଚରୁ ଓହରିବାକୁ [...]
Odiaବିଧାନସଭା ନିର୍ବାଚନ ପାଇଁ ବିଜେଡିର ତୃତୀୟ ପ୍ରାର୍ଥୀ ତାଲିକା ଘୋଷଣା କଲେ ନବୀନ
ଭୁବନେଶ୍ୱର- ବିଧାନସଭା ନିର୍ବାଚନ ପାଇଁ ବିଜେଡି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ତଥା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ତୃତୀୟ ପର୍ଯ୍ୟାୟ ତାଲିକା ଅନୁସାରେ ରେଙ୍ଗାଳିରୁ ସୁଦର୍ଶନ ହରିପାଲ , ରାଉରକେଲାରୁ ସାରଦା ପ୍ରସନ୍ନ ନାୟକ, ବୀରମିତ୍ରପୁରରୁ ରୋହିତ ଯୋଶେଫ ତିର୍କୀ, କେନ୍ଦୁଝରରୁ ମୀନା ମାଝୀ, ରାଇରଙ୍ଗପୁରରୁ ରାଇସିନ ମୁର୍ମୁ, ବାଲେଶ୍ଵରରୁ ସ୍ୱରୂପ କୁମାର ଦାସ, ବାରବାଟୀ-କଟକରୁ ପ୍ରକାଶ ବେହେରା, ସାଲେପୁରରୁ ପ୍ରଶାନ୍ତ ବେହେରା ଓ [...]
Odiaୟୁପି ମାଦ୍ରାସା ଆଇନ ରଦ୍ଦ ନେଇ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମାଦ୍ରାସା ଶିକ୍ଷା ବୋର୍ଡ ଆଇନ, ୨୦୦୪କୁ ରଦ୍ଦ କରିବା ନେଇ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ଅନ୍ତରୀଣ ସ୍ଥଗିତାଦେଶ ଜାରି କରିଛନ୍ତି। ଆହ୍ଲାବାଦ ହାଇକୋର୍ଟ ଏହି ମାଦ୍ରାସା ଆଇନକୁ ‘ଅସାମ୍ବିଧାନିକ’ ଏବଂ ଧର୍ମନିରପେକ୍ଷତା ବିରୋଧୀ ଦର୍ଶାଇ ରଦ୍ଦ କରିଥିଲେ । ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ହାଇକୋର୍ଟ ରାୟ ବିରୋଧରେ ଦାୟର ଆବେଦନ ସଂକ୍ରାନ୍ତରେ କେନ୍ଦ୍ର, ଉତ୍ତର ପ୍ରଦେଶ ସରକାର ଓ [...]
Odiaଖୁବ୍ ଶୀଘ୍ର ୟୁପିଆଇ ଜରିଆରେ ଟଙ୍କା ଜମା କରିବା ସୁବିଧା ମିଳିବ
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଖୁବ୍ ଶୀଘ୍ର ୟୁପିଆଇ (ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍) ଜରିଆରେ ନଗଦ ଟଙ୍କା ଜମା କରିବାକୁ ସୁବିଧା ଉପଲବ୍ଧ କରାଇବ। ଏହା ସହିତ ପିପିଆଇ (ପ୍ରିପେଡ୍ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟସ୍) କାର୍ଡ ଧାରକମାନଙ୍କୁ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ପରି ତୃତୀୟ ପକ୍ଷ ୟୁପିଆଇ ଆପ୍ ମାଧ୍ୟମରେ ପେମେଣ୍ଟ କରିବାକୁ ମଧ୍ୟ ଅନୁମତି ଦେବାକୁ ପ୍ରସ୍ତାବ ଦିଆଯାଇଛି । ଏଟିଏମରେ ୟୁପିଆଇ ବ୍ୟବହାର କରି କାର୍ଡ ରହିତ ଟଙ୍କା ଉଠାଇବା ଦୃଷ୍ଟିରୁ ବର୍ତ୍ତମାନ ୟୁପିଆଇ ବ୍ୟବହାର କରି ନଗଦ [...]
Odiaଦୂରଦର୍ଶନରେ ‘ଦି କେରଳା ଷ୍ଟୋରି’ର ପ୍ରସାରଣ ନେଇ ବିବାଦ, ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହେଲା କଂଗ୍ରେସ
ଥିରୁବନନ୍ତପୁରମ୍: ବିବାଦୀୟ ଚଳଚ୍ଚିତ୍ର ‘ଦି କେରଳା ଷ୍ଟୋରି’ର ପ୍ରସାରଣ ନେଇ ଦୂରଦର୍ଶନର ନିଷ୍ପତ୍ତି ବିରୋଧରେ କେରଳ କଂଗ୍ରେସ ଶୁକ୍ରବାର ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଛି । ଦୂରଦର୍ଶନରେ ଏହି ଫିଲ୍ମର ପ୍ରସାରଣ ବିଜେପିର ନିର୍ବାଚନୀ ସମ୍ଭାବନାକୁ ଦୃଢ଼ୀଭୂତ କରିବା ପାଇଁ ଧର୍ମ ଆଧାରରେ ସମାଜକୁ ଭାଗ ଭାଗ କରିବାକୁ ଏକ ‘ନିରବ ପ୍ରୟାସ’ ବୋଲି କଂଗ୍ରେସ ଅଭିଯୋଗ କରିଛି । ‘ଦି କେରଳା ଷ୍ଟୋରି’ର ପ୍ରସାରଣ ପାଇଁ ଦୂରଦର୍ଶନର ନିଷ୍ପତ୍ତିକୁ କେରଳର ବାମପନ୍ଥୀ ସରକାର ଏବଂ ରାଜ୍ୟର [...]
Odiaବିଜେପିରୁ ଇସ୍ତଫା ଦେଲେ ବରିଷ୍ଠ ନେତା ରବିନାରାୟଣ ପାଣି
ଭୁବନେଶ୍ୱର – ନିର୍ବାଚନ ଋତୁରେ ଟିକେଟ ପାଇନଥିବା ଓ ଅସନ୍ତୁଷ୍ଟ ନେତାମାନଙ୍କ ଇସ୍ତଫା ପର୍ବ ଜାରି ରହିଛି। ଏ କ୍ରମରେ ଆଜି ବିଜେପି ଛାଡିଛନ୍ତି ପୂର୍ବତନ ଲୋକସଭା ସଦସ୍ୟ ଓ ପୂର୍ବତନ ବିଧାୟକ ରବି ନାରାୟଣ ପାଣି । ଦଳରେ ତାଙ୍କ ପରି ବରିଷ୍ଠ ଓ ସଚ୍ଚୋଟ ନେତାଙ୍କୁ ଅଣଦେଖା କରାଯାଇ ଅନ୍ୟମାନଙ୍କୁ ପଦ ପଦବୀ ଦିଆଯାଉଛି ବୋଲି ବିଜେପି ସଭାପତିଙ୍କୁ ଦେଇଥିବା ନିଜର ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ରବି ପାଣି । ୧୯୮୯ରୁ ୧୯୯୧ [...]
Odiaଦିନ ୧୧ରୁ ସାଢେ ୩ ଯାଏଁ ଶ୍ରମିକଙ୍କୁ କାମ ମନା
ଭୁବନେଶ୍ୱର – ପ୍ରଚଣ୍ଡ ଖରା ଓ ଗୁଳୁଗୁଳି ଦୃଷ୍ଟିରୁ ଶ୍ରମିକମାନଙ୍କ ସୁରକ୍ଷା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଖରା ଦୃଷ୍ଟିରୁ ଶ୍ରମିକମାନେ ଦିନ ୧୧ରୁ ସାଢେ ୩ଟା ଯାଏଁ କାମ କରିବେ ନାହିଁ। ଶ୍ରମ ଓ କର୍ମଚାରୀ ରାଜ୍ଯ ବୀମା ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ଏପ୍ରିଲରୁ ଜୁନ୍ ୧୫ ପର୍ଯ୍ୟନ୍ତ ଶ୍ରମିକଙ୍କ ଉପରେ ନଜର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ରାଜସ୍ବ କମିଶନର ଓ ଜିଲ୍ଲାପାଳଙ୍କୁ ଏ ଦିଗରେ ବିହିତ ପଦକ୍ଷେପ [...]
Odiaଗ୍ରୀଷ୍ମ ପ୍ରକୋପ : ୪୪ ଡିଗ୍ରୀ ଛୁଇଁପାରେ ରାଜଧାନୀର ତାପମାତ୍ରା
ଭୁବନେଶ୍ୱର – ରାଜଧାନୀ ଭୁବନେଶ୍ବରରେ ଆଜି ପ୍ରଚଣ୍ଡ ଖରା । ୪୪ ଡିଗ୍ରୀ ସେଲସିୟସ ଛୁଇଁପାରେ ରାଜଧାନୀର ତାପମାତ୍ରା। ଆଜି ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀର ତାପମାତ୍ରା ଥିଲା ୪୩ ଦଶମିକ ୨ ଡିଗ୍ରୀ ସେଲସିୟସ । ଏ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟର କୈାଣସି ସହରରେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁଛି । ଆଜି ଦିନ ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୩୯.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । ପ୍ରବଳ [...]
Odiaବିଜେପି ବିରୋଧରେ ବୟାନ ନେଇ ଆତିଶୀଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ୍
ନୂଆଦିଲ୍ଲୀ: ନିର୍ବାଚନ କମିଶନ ଶୁକ୍ରବାର ଦିଲ୍ଲୀ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଆପ୍) ନେତ୍ରୀ ଆତିଶୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗଦେବାକୁ ତାଙ୍କ ସହ ଦଳ ଯୋଗାଯୋଗ କରିଥିଲା ବୋଲି ସେ ଯେଉଁ ଦାବି କରିଥିଲେ, ତାହାକୁ ପ୍ରମାଣ ସହ ସାବ୍ୟସ୍ତ କରିବାକୁ ଆତିଶୀଙ୍କୁ କହିଛନ୍ତି କମିଶନ । ଆତିଶୀ ଦୁଇ ଦିନ ତଳେ ଦାବି କରିଥିଲେ ଯେ ଜଣେ ଘନିଷ୍ଠ ସହଯୋଗୀଙ୍କ ଜରିଆରେ ଦଳରେ [...]
Odiaସଞ୍ଜୟ କୌଶଲ ନୂଆ କେନ୍ଦ୍ରାଞ୍ଚଳ ଆଇଜି, ପୋଲିସ ମୁଖ୍ୟାଳୟକୁ ଗଲେ ଆଶିଷ ସିଂହ
ଭୁବନେଶ୍ୱର – ନିର୍ବାଚନ କମିଶନଙ୍କ ଆଦେଶ ପରେ ରାଜ୍ୟରେ ଆଇପିଏସ ସ୍ତରରେ ଅଦଳବଦଳ କରାଯାଇଛି। ସଞ୍ଜୟ କୌଶଲଙ୍କୁ ନୂଆ କେନ୍ଦ୍ରାଞ୍ଚଳ ଆଇଜି ଭାବେ ନିଯୁକ୍ତ କରାଯାଇଛି। ଆଶିଷ ସିଂହଙ୍କ ଜାଗାରେ ତାଙ୍କୁ ନିଯୁକ୍ତି ଦିଆଯାଇଛି। ଆଶିଷ ସିଂହଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ପୂର୍ବରୁ ନିର୍ବାଚନ କମିଶନଙ୍କ ଆଦେଶରେ ଉମାଶଙ୍କର ଦାସଙ୍କୁ ଅନୁଗୁଳ ଏସ୍ପି, ଆର୍. ପ୍ରକାଶଙ୍କୁ କଟକର ନୂଆ ଡିସିପି ଓ ବ୍ରିଜେଶ କୁମାର ରାୟ ହେଲେ ରାଉରକେଲା ଏସ୍ପି ଭାବେ ନିଯୁକ୍ତ କରାଯାଇଥିଲା [...]
