Odiaକଂଗ୍ରେସରୁ ଇସ୍ତଫା ଦେଲେ ବାପି ସର୍ଖେଲ
ଭୁବନେଶ୍ୱର -ନିର୍ବାଚନ ପୂର୍ବରୁ ପାରାଦୀପର କଂଗ୍ରେସ ନେତା ଅରିନ୍ଦମ ( ବାପି )ସର୍ଖେଲ ଦଳରୁ ଇସ୍ତଫା ଦେଇଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପାଖକୁ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି ବାପି ସର୍ଖେଲ । କିଛି ଦିନ ତଳେ ବାପିଙ୍କ ପତ୍ନୀ ମନିଦୀପା ବିଜେଡିରେ ମିଶିଥିଲେ, ବାପି ସର୍ଖେଲ ୨୦୧୪ ଓ ୨୦୧୯ ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇ ହାରିଯାଇଥିଲେ । କିନ୍ତୁ ଦ୍ୱିତୀୟ ସର୍ବାଧିକ ଭୋଟ ୪୪ ଓ ୪୮ ହଜାର ପାଇଥିଲେ। ୨୦୨୦ ପରଠାରୁ [...]
Odiaଫୋର୍ବସ୍ ଧନୀ ତାଲିକାର ଟପ୍ -୧୦ରେ ମୁକେଶ ଅମ୍ବାନୀ, ଆଦାନୀ ୧୭ତମ ସ୍ଥାନରେ
ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଏଲ୍) ମୁଖ୍ୟ ମୁକେଶ ଅମ୍ବାନୀ ସବୁଠାରୁ ଧନୀ ଭାରତୀୟ ଭାବେ ମାନ୍ୟତା ବଜାୟ ରଖିଛନ୍ତି । ବିଶ୍ବର ଧନୀ ବ୍ୟକ୍ତିଙ୍କୁ ନେଇ ପ୍ରସ୍ତୁତ ଫୋର୍ବସ୍ ତାଲିକାରେ ଅମ୍ବାନୀ ଶ୍ରେଷ୍ଠ ୧୦ରେ ସ୍ଥାନ ପାଇଛନ୍ତି। ସେ ଏହି ତାଲିକାର ନବମ ସ୍ଥାନରେ ରହିଛନ୍ତି। ଫୋର୍ବସ୍ ଅନୁଯାୟୀ, ୬୬ ବର୍ଷୀୟ ଅମ୍ବାନୀଙ୍କ ସମ୍ପତ୍ତି ୧୧୬ ବିଲିୟନ ଡଲାର। ଗତ ବର୍ଷ ଅର୍ଥାତ୍ ୨୦୨୩ରେ ତାଙ୍କ ସମ୍ପତ୍ତିର ମୂଲ୍ୟ ଥିଲା ୮୩.୪ ବିଲିୟନ ଡ଼ଲାର୍ | [...]
Odiaପ୍ରଥମ ଥର ପାଇଁ ଏସସିବିରେ ହେଲା ଯକୃତ ପ୍ରତିରୋପଣ, ସ୍ୱାମୀଙ୍କ ଜୀବନ ବଞ୍ଚାଇବା ପାଇଁ ସ୍ତ୍ରୀ ଦାନ କଲେ ଯକୃତ
କଟକ – ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ପ୍ରଥମ ଥର ପାଇଁ ହେଲା ଯକୃତ ପ୍ରତିରୋପଣ। ସ୍ୱାମୀଙ୍କ ଜୀବନ ବଞ୍ଚାଇବା ପାଇଁ ସ୍ତ୍ରୀ ଦାନ କଲେ ନିଜର ଯକୃତ । ଆଉ ଏହି ଯକୃତ ପ୍ରତିରୋପଣ ଅସ୍ତ୍ରୋପଚାର ଏସସିବିରେ ସଫଳତାର ସହ କରାଯାଇଛି। ଏସସିବି ଇତିହାସରେ ପ୍ରଥମ ଥର ପାଇଁ ଲିଭର ବା ଯକୃତ ପ୍ରତିରୋପଣ କରାଯାଇଛି । ତିଗିରିଆର ଜଣେ ରୋଗୀଙ୍କଠାରେ ସଫଳତାର ସହ ଲିଭର ପ୍ରତିରୋପଣ ହୋଇଛି । ତିଗିରିଆର ୪୫ [...]
Odiaଗ୍ରୀଷ୍ମ ପ୍ରକୋପ ଯୋଗୁଁ ସମ୍ବଲପୁରରେ ବଦଳିଲା ସ୍କୁଲ୍ ସମୟ
ସମ୍ବଲପୁର – ପ୍ରଚଣ୍ଡ ଖରାତାତି ଯୋଗୁଁ ସମ୍ବଲପୁରରେ ସକାଳୁଆ ସ୍କୁଲ୍ ଟାଇମରେ ପରିବର୍ତ୍ତନ କରାଯାଇଛି । ସକାଳ ସାଢେ ୭ ବଦଳରେ ସକାଳ ୬ଟା ୩୦ରୁ ଦିନ ୧୦ଟା ଯାଏଁ ହେବ ପାଠପଢା । ଶ୍ରମିକଙ୍କ କାମ କରିବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ଦିନ ୧୧ଟାରୁ ସାଢ଼େ ୩ଟା ଯାଏଁ ଶ୍ରମିକମାନେ କାମ କରିପାରିବେ ନାହିଁ । ଉଲ୍ଲେଖଯୋଗ୍ୟ ଯେ, ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟର ସବୁ ସ୍କୁଲରେ ଏହି ମାସ ୨ ତାରିଖରୁ [...]
Odiaଆଜିଠୁ ତିନି ଦିନ ବଢିବ ଖରା ପ୍ରକୋପ
ଭୁବନେଶ୍ୱର – ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରଚଣ୍ଡ ଖରାରେ ଅସ୍ତବ୍ୟସ୍ତ ଜନଜୀବନ । ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ତାପ ଜନିତ ସ୍ଥିତି ସଙ୍ଗୀନ ରହିଛି। ଏଣେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଜିଠୁ ୩ ଦିନ ଖରାର ପ୍ରକୋପ ଅଧିକ ବୃଦ୍ଧି ପାଇବ । ଦିନ ସହ ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୪ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବା ନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳ [...]
Odiaକଂଗ୍ରେସରୁ ଇସ୍ତଫା ଧାରା ଜାରି, ଦଳ ଛାଡ଼ିଲେ ଗୌରବ ବଲ୍ଲଭ
ନୂଆଦିଲ୍ଲୀ: ଆଉ ଦୁଇ ସପ୍ତାହ ମଧ୍ୟରେ ଦେଶରେ ଲୋକସଭା ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । କିନ୍ତୁ କଂଗ୍ରେସରୁ ଇସ୍ତଫା ଧାରା ବନ୍ଦ ହେଉନି । ଏବେ ଗୌରବ ବଲ୍ଲଭ କଂଗ୍ରେସର ହାତ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଦେଇଥିବା ଇସ୍ତଫା ପତ୍ରରେ ଗୌରବ ଲେଖିଛନ୍ତି, “ଦଳ ଏକ ନୂଆ ଭାରତର ଆକାଂକ୍ଷାକୁ ଆଦୌ ବୁଝିପାରି ନାହିଁ, ଯେଉଁଥି ପାଇଁ ମୋ ଭଳି ଜଣେ କର୍ମୀ ହତୋତ୍ସାହିତ ହୋଇପଡ଼ିଛି। ରାମ ମନ୍ଦିର [...]
Odiaନିର୍ବାଚନ କାର୍ଯ୍ୟରେ ନିୟୋଜିତ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଗୋଟିଏ ଦିନ ସାମୟିକ ଛୁଟି ଘୋଷଣା
ଭୁବନେଶ୍ବର – ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ଗୋଟିଏ ଦିନ ସ୍ୱତନ୍ତ୍ର ସାମୟିକ ଛୁଟି ମଞ୍ଜୁର କରିଛନ୍ତି। ଯେଉଁ ସରକାରୀ କର୍ମଚାରୀମାନେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହେବେ, ସେମାନଙ୍କୁ ଡ୍ୟୁଟି ପରେ ଗୋଟିଏ ଦିନ ସ୍ୱତନ୍ତ୍ର ସାମୟିକ ଛୁଟି ଦିଆଯିବ। ସେମାନଙ୍କୁ କ୍ୟାଲେଣ୍ଡର ବର୍ଷରେ ସାଧାରଣତଃ ଗ୍ରହଣୀୟ ସାମୟିକ ଛୁଟି(କାଜୁଆଲ ଲିଭ୍) ଏବଂ ସ୍ୱତନ୍ତ୍ର ଛୁଟି (ସ୍ପେସାଲ ସିଏଲ) ବ୍ୟତୀତ ଏହି ସ୍ୱତନ୍ତ୍ର ସାମୟିକ ଛୁଟି [...]
Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ବାମଦେବ ଆଦିକ ରିଷୟ ପୂଜେ ମୁଦିତ ମହୀସ ॥ ଦିଏ ଦିବ୍ୟ ଆସନ ସବହି ସବ ସନ ଲହୀ ଅସୀସ ॥ ଭାବାର୍ଥ :- ମହାରାଜ ଜନକ ସେହିପରି ବାମଦେବ ଆଦି ଉପସ୍ଥିତ ସମସ୍ତ ମୁନିଋଷି ମାନଙ୍କୁ ଅତି ପ୍ରସନ୍ନ ମନରେ ପୂଜାର୍ଚ୍ଚନା କଲେ । ସମସ୍ତଙ୍କୁ ଦିବ୍ୟ ଆସନରେ ବସାଇ ସମସ୍ତଙ୍କ ଠାରୁ ଶୁଭାଶିର୍ବାଦ ପାଇଲେ ।
Odiaଗୀତା ଉପଦେଶ:ଅକର୍ମଣ୍ୟତା ଠାରୁ କର୍ମ ଶ୍ରେଷ୍ଠ ଅଟେ, ନିଜ ସ୍ୱଭାବରେ ପ୍ରେରିତ ହୋଇ, ମନୁଷ୍ୟ ନିଜର ଗୁଣ ଅନୁସାରେ କର୍ମ କରିବାକୁ ଆଗ୍ରହୀ ହୋଇଥାଏ
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ନିଜର ସ୍ୱାଭାବିକ ପ୍ରକୃତି ବିଷୟ ରେ କହୁଛନ୍ତି – ସଦୃଶଂ ଚେଷ୍ଟତେ ସ୍ୱସ୍ୟାଃ ପ୍ରକୃତେର୍ଜ୍ଞାନବାନପି ପ୍ରକୃତିଂ ଯାନ୍ତି ଭୂତାନି ନିଗ୍ରହଃ କିଂ କରିଷ୍ୟତି। ସମସ୍ତ ପ୍ରାଣୀ ନିଜର ସ୍ୱାଭାବିକ ପ୍ରକୃତି ଅନୁସାରେ ପରିଚାଳିତ ହୁଅନ୍ତି, ତେଣୁ ଜ୍ଞାନୀମାନେ ମଧ୍ୟ ସେମାନଙ୍କର ସ୍ୱଭାବ ଅନୁଯାୟୀ କାର୍ଯ୍ୟ କରିଥାଆନ୍ତି । ସେ କ୍ଷେତ୍ରରେ ଜଣେ ଇନ୍ଦ୍ରିୟ-ନିଗ୍ରହ ଦ୍ୱାରା କ’ଣ କରିପାରିବ ?
Odiaଅସହ୍ୟ ହେଉଛି ତାତି : ୧୦ ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରୁ ଅଧିକ , ବୋୖଦ୍ଧ ସବୁଠୁ ଉତ୍ତପ୍ତ
ଭୁବନେଶ୍ୱର – ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ରାଜ୍ୟର ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଥିଲା । ୪୧.୮ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ବୌଦ୍ଧ ଆଜି ରାଜ୍ୟର ଉତ୍ତପ୍ତ ସହର ହୋଇଛି। ମାଲକାନଗିରିରେ ୪୧.୬, ଟିଟିଲାଗଡ଼ରେ ୪୧.୫ ଡିଗ୍ରୀ, ବଲାଙ୍ଗିର ୪୧.୫, ଅନୁଗୋଳରେ ୪୧.୩, ଭବାନୀପାଟଣାରେ ୪୧, ଝାରସୁଗୁଡ଼ାରେ ୪୦.୮, ନୟାଗଡ଼ରେ ୪୦.୬, ସମ୍ବଲପୁର ଓ ତାଳଚେରରେ ୪୦.୪ [...]
