Odiaବଦଳିଲେ ଯାଜପୁର ଜିଲ୍ଲାପାଳ, ନିଖିଲ ପୱନ କଲ୍ୟାଣ ନୂଆ ଜିଲ୍ଲାପାଳ
ଭୁବନେଶ୍ୱର – ବଦଳିଲେ ଯାଜପୁର ଜିଲ୍ଲାପାଳ। ଶୁଭଙ୍କର ମହାପାତ୍ରଙ୍କ ସ୍ଥାନରେ ନିଖିଲ ପୱନ କଲ୍ୟାଣଙ୍କୁ ଯାଜପୁରର ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି। ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁସାରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଆଇଏଏସ ନିଖିଳ ପୱନ କଲ୍ୟାଣଙ୍କୁ ଯାଜପୁର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି।
Odia୬ ମାସ ପରେ ଜେଲରୁ ବାହାରିଲେ ଆପ୍ ନେତା ସଞ୍ଜୟ ସିଂହ
ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହେବାର ୬ ମାସ ପରେ ଆମ୍ ଆଦମୀ ପାର୍ଟି (ଆପ୍) ନେତା ସଞ୍ଜୟ ସିଂହ ବୁଧବାର ସନ୍ଧ୍ୟାରେ ଜେଲରୁ ମୁକୁଳିଛନ୍ତି । ସୁପ୍ରିମକୋର୍ଟ ସଞ୍ଜୟଙ୍କୁ ଗତକାଲି ଜାମିନ ଦେଇଥିଲେ । ଅବକାରୀ ନୀତି ମାମଲାରେ ତାଙ୍କ ବିରୋଧରେ ଇଡି ଯେଉଁ ଲାଞ୍ଚ ନେଇଥିବା ଅଭିଯୋଗ କରିଛି, ତାହାର କୌଣସି ପ୍ରମାଣ କେନ୍ଦ୍ରୀୟ ସଂସ୍ଥା ଏଯାବତ୍ ଦେଇପାରି ନାହିଁ । ଏଭଳି ସ୍ଥଳେ ତାଙ୍କୁ ୬ ମାସ ଯାଏ ଜେଲରେ ରଖିବାର [...]
Odiaକେଜରିୱାଲଙ୍କ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ
ନୂଆଦିଲ୍ଳୀ: ଅବକାରୀ ଦୁର୍ନୀତି ମାମଲାରେ ଇଡି ଦ୍ୱାରା ତାଙ୍କ ଗିରଫଦାରିକୁ ଚ୍ୟାଲେଞ୍ଜ କରି କେଜ୍ରିୱାଲଙ୍କ ଆବେଦନ ଉପରେ ଦିଲ୍ଳୀ ହାଇକୋର୍ଟ ନିଜ ରାୟ ସଂରକ୍ଷିତ ରଖିଛନ୍ତି । ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତ ଶର୍ମା ଦୁଇ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ବୁଧବାର ରାୟ ସଂରକ୍ଷିତ ରଖିଛନ୍ତି । ଅ।।ଜି ହାଇକୋର୍ଟରେ ଶୁଣାଣି ବେଳେ କେଜ୍ରିୱାଲ ତାଙ୍କ ଗିରଫଦାରିର ସମୟ ଉପରେ ପ୍ରଶ୍ନ ଉଠାଇଥିଲେ । ତାଙ୍କ ଗିରଫଦାରି ଲୋକସଭା ନିର୍ବାଚନରେ ସବୁ ଦଳ ପାଇଁ ସମାନ ସୁଯୋଗ ଏବଂ [...]
Odiaବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା
ଭୁବନେଶ୍ୱର – ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭା ନିର୍ବାଚନ ପାଇଁ ଦଳର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୨୭ ଜଣ ନେତା ସ୍ଥାନ ପାଇଛନ୍ତି। ଆସିକାରୁ ମଞ୍ଜୁଳା ସ୍ୱାଇଁ, ବ୍ରହ୍ମପୁରରୁ ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଖଲ୍ଲିକୋଟରୁ ସୂର୍ଯ୍ୟମଣି ବୈଦ୍ୟ, ପାରଳାଖେମୁଣ୍ଡିରୁ ରୂପେଶ ପାଣିଗ୍ରାହୀ,ମୋହନାରୁ ଅନ୍ତର୍ଯ୍ୟାମୀ ଗମାଙ୍ଗୋ, ପଟାଙ୍ଗୀରୁ ପ୍ରଫୁଲ୍ଲ ପାଙ୍ଗୀ ବ୍ରଜରାଜନଗରୁ ଅଳକା ମହାନ୍ତି, ଝାରସୁଗୁଡ଼ାରୁ ଦୀପାଳି ଦାସ, ତଳସରାରୁ ବିନୟ [...]
Odiaବିଜେଡିର ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ଘୋଷଣା
ଭୁବନେଶ୍ୱର – ବିଜୁ ଜନତା ଦଳ ପକ୍ଷରୁ ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳ ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃତୀୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ବ୍ରହ୍ମପୁରରୁ ଲଢ଼ିବେ ଭୃଗୁ ବକ୍ସିପାତ୍ର। ବଲାଙ୍ଗୀରରୁ ସୁରେନ୍ଦ୍ର ସିଂହ ଭୋଇ, ଭଦ୍ରକରୁ ମଞ୍ଜୁଳା ମଣ୍ଡଳ, ବରଗଡ଼ରୁ ପରିଣିତା ମିଶ୍ର ଓ କେନ୍ଦୁଝରରୁ ଧନୁର୍ଜୟ ସିଦ୍ଧୁ ନିର୍ବାଚନ ଲଢ଼ିବେ।
Odiaକେଜ୍ରିୱାଲଙ୍କ ଆଇଫୋନ୍ ଅନଲକ୍ କରିବାକୁ ଇଡିର ଅନୁରୋଧ ପ୍ରତ୍ୟାଖ୍ୟାନ କଲା ଆପଲ୍
ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଗିରଫ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆଇଫୋନକୁ ଅନଲକ୍ କରିବାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ସାହାଯ୍ୟ କରିବାକୁ ମନା କରିଦେଇଛି ଆପଲ୍। କେଜ୍ରିୱାଲଙ୍କ ଆଇଫୋନରେ ମଦ ଦୁର୍ନୀତି ସହ ଜଡ଼ିତ ତଥ୍ୟ ରହିଛି ବୋଲି ଇଡି ଦାବି କରିଛି। ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଆଇଫୋନ ପାସଓ୍ବାର୍ଡ ଦ୍ବାରା ଲକ୍ ହୋଇଥିବାରୁ ଇଡି ଏହାକୁ ଖୋଲିବାକୁ ଆପଲର ସହାୟତା ଲୋଡିଥିଲା । ମିଡିଆ ରିପୋର୍ଟ ମୁତାବକ, କେଜ୍ରିୱାଲଙ୍କ ଆଇଫୋନ୍ ଅନଲକ୍ କରିବାକୁ ଇଡି [...]
Odiaୱାୟନାଡ ଆସନରୁ ନାମାଙ୍କନ ଦାଖଲ କଲେ ରାହୁଲ ଗାନ୍ଧୀ
ୱାୟନାଡ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଗାମୀ ଲୋକସଭା ନିର୍ବାଚନ ପାଇଁ ବୁଧବାର କେରଳର ୱାୟନାଡ ଆସନରୁ ନାମାଙ୍କନ ଦାଖଲ କରିଛନ୍ତି। ଏହା ପୂର୍ବରୁ ସେ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଏକ ରୋଡ୍ ସୋ କରି ଲୋକଙ୍କ ଆଶୀର୍ବାଦ ଓ ସମର୍ଥନ ଲୋଡ଼ିଥିଲେ । ଆପଣମାନଙ୍କ ଜନପ୍ରତିନିଧି ହେବା ସୌଭାଗ୍ୟର ବିଷୟ ବୋଲି ସ୍ଥାନୀୟ ଲୋକଙ୍କୁ କହିଥିଲେ ରାହୁଲ । ଏଥର ୱାୟନାଡ ଲୋକସଭା ଆସନରେ ତ୍ରିମୁଖୀ ଲଢ଼େଇ ହେଉଛି। ଇଣ୍ଡିଆ ମେଣ୍ଟର ଦୁଇ ସହଯୋଗୀ [...]
Odiaକଂଗ୍ରେସ ଛାଡ଼ି ବିଜେପିରେ ମିଶିଲେ ବକ୍ସର ବିଜେନ୍ଦର ସିଂ
ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଆଉ ଏକ ଝଟକା ଲାଗିଛି। ବକ୍ସିଂରେ ଭାରତର ପ୍ରଥମ ଅଲିମ୍ପିକ୍ ପଦକ ବିଜେତା ବିଜେନ୍ଦର ସିଂ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ବିଜେନ୍ଦର ସିଂ ୨୦୧୯ ଲୋକସଭା ନିର୍ବାଚନରେ ଦକ୍ଷିଣ ଦିଲ୍ଲୀରୁ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ତେବେ ସେ ହାରି ଯାଇଥିଲେ। ଚଳିତ ଥର ବିଜେନ୍ଦର ଉତ୍ତର ପ୍ରଦେଶର ମଥୁରାରୁ ବିଜେପି ସାଂସଦ ତଥା ଅଭିନେତ୍ରୀ ହେମାମାଳିନୀଙ୍କ ବିରୋଧରେ ଲଢ଼ିବେ ବୋଲି ଚର୍ଚ୍ଚା [...]
Odiaମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ବିପୁଳ ପରିମାଣର ବିସ୍ଫୋରକ ଠାବ
ମାଲକାନଗିରି – ନକ୍ସଲ ବିରୋଧୀ ଅଭିଯାନରେ ମାଲକାନଗିରି ଜିଲ୍ଲା ପୋଲିସକୁ ବଡ ସଫଳତା ମିଳିଛି। କାଲିମେଳା ଥାନା ଅନ୍ତର୍ଗତ ଆନ୍ଧ୍ର ଓଡିଶା ସୀମାନ୍ତରେ ଥିବା ଦୟାଲତୁଙ୍ଗ ଗାଁ ନିକଟ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ଏସପି ନିତେଶ ୱଧୱାନୀଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଡିଭିଏଫ ଓ ଗୁଇନ୍ଦା ବିଭାଗର କର୍ମଚାରୀମାନେ ମିଳିତ ରୂପେ ସମ୍ପୃକ୍ତ ଅଞ୍ଚଳରେ ତଲାସୀ ଅଭିଯାନ ଆରମ୍ଭ କରିଥିଲେ । ଏହି ସମୟରେ ଜଙ୍ଗଲ ମଧ୍ୟରେ [...]
Odiaଶଙ୍ଖ ଧରିଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା
ଭୁବନେଶ୍ୱର – ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା ଆଜି ବିଜେଡିରେ ସାମିଲ ହୋଇଛନ୍ତି। କିଛି ଦିନ ତଳେ ପ୍ରକାଶ ବିଜେପିରୁ ଇସ୍ତଫା ଦେଇଥିଲେ । ଆଜି ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବରେ ପ୍ରକାଶ ବେହେରା ଦଳରେ ଯୋଗ ଦେଇଛନ୍ତି। ୨୦୧୪ ମସିହାରେ କଂଗ୍ରେସ ଟିକେଟରେ ଲଢି ସାଲେପୁରରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ପ୍ରକାଶ ବେହେରା । ୨୦୧୯ରେ ସେ ବିଜେପିରେ ସାମିଲ ହେଇଥିଲେ । ୨୦୧୯ ନିର୍ବାଚନରେ ସେ ବିଜେପି ଟିକେଟରେ ସାଲେପୁରରୁ ଲଢ଼ିଥିଲେ।
