Odiaକେକେଆର୍-ରୟାଲ୍ସ, ଗୁଜରାଟ-ଦିଲ୍ଲୀ ଆଇପିଏଲ୍ ମ୍ୟାଚ୍ କାର୍ଯ୍ୟସୂଚୀରେ ପରିବର୍ତ୍ତନ
ନୂଆଦିଲ୍ଲୀ: ବିସିସିଆଇ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କେକେଆର୍ ର ଏହି ଘରୋଇ ମ୍ୟାଚ୍ ଏପ୍ରିଲ ୧୭ରେ ହେବାର ଥିଲା । ଏବେ ଏହି ମ୍ୟାଚ୍ ଦିନକ ପୂର୍ବରୁ ଅର୍ଥାତ୍ ଏପ୍ରିଲ ୧୬ରେ ଖେଳାଯିବ । ସେହିପରି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏପ୍ରିଲ ୧୬ରେ ଖେଳାଯିବାକୁ ଥିବା ଗୁଜରାଟ ଟାଇଟାନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ [...]
Odiaପୁଣି ଆରମ୍ଭ ହୋଇପାରେ ଚାମ୍ପିୟନ୍ସ ଲିଗ୍ ଟି-୨୦ ଟୁର୍ଣ୍ଣାମେଣ୍ଟ; ଭାରତ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବୋର୍ଡ ମଧ୍ୟରେ ଚାଲିଛି ଆଲୋଚନା
ମୁମ୍ବାଇ: ଦଶ ବର୍ଷ ପୂର୍ବେ ବନ୍ଦ ହୋଇଯାଇଥିବା ଚାମ୍ପିୟନ୍ସ ଲିଗ୍ କ୍ଲବ୍ ଟି-୨୦ ଚାମ୍ପିୟନସିପ ପୁଣି ଆରମ୍ଭ ହୋଇପାରେ। ଏନେଇ ଭାରତ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ କ୍ରିକେଟ୍ ବୋର୍ଡ ମଧ୍ୟରେ ଆଲୋଚନା ଚାଲିଥିବା ଜଣାପଡ଼ିଛି। ଚାମ୍ପିୟନ୍ସ ଟି-୨୦ ଲିଗ୍ ଶେଷ ଥର ପାଇଁ ୨୦୧୪ରେ ଅନୁଷ୍ଠିତ ହୋଇଥିଲା । ଟୁର୍ଣ୍ଣାମେଣ୍ଟର ଶେଷ ସଂସ୍କରଣରେ କୋଲକାତା ନାଇଟ୍ ରାଇଡର୍ସକୁ ହରାଇ ଚେନ୍ନାଇ ସୁପର କିଙ୍ଗସ୍ ଟାଇଟଲ୍ ଜିତିଥିଲା | ସେତେବେଳେ ଭାରତର ତିନିଟି ଦଳ, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ [...]
ରମ୍ଭା ରାଜପ୍ରାସାଦର ନବକଳେବର
ଛତ୍ରପୁର: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସଂଗ୍ରାମରେ ଗଞ୍ଜାମ ଜିଲ୍ଲା ରମ୍ଭା ରାଜପ୍ରାସାଦର ଭୂମିକା ଅବିସ୍ମରଣୀୟ। ଏଇଠୁ ହିଁ ପଡ଼ିଥିଲା ଭାଷାଭିତ୍ତିକ ଏକ ସ୍ବତନ୍ତ୍ର ରାଜ୍ୟ ଗଠନ ଆନ୍ଦୋଳନର ମୂଳଦୁଆ। ଉତ୍କଳ ସମ୍ମିଳନୀର ପ୍ରଥମ ବୈଠକ ଏହି ରାଜଉଆସରେ ଆୟୋଜିତ ହୋଇ ରଣନୀତି ନିର୍ଦ୍ଧାରଣ କରାଯାଇ ଥିଲା। ଆଉ ଯେତେବେଳେ ସାରା ରାଜ୍ୟ ୮୯ତମ ଉତ୍କଳ ଦିବସ ପାଳିଛି , ସେତେବେଳେ ଏହି ଐତିହ୍ୟସମ୍ପନ୍ନ ରାଜବାଟୀର ନବକଳେବର ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଆମ [...]
Odiaରାଜ୍ୟର ୨ ଜିଲ୍ଲାପାଳ, ୫ ଏସପି ଓ ଜଣେ ଆଇଜିଙ୍କ ବଦଳି ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ – ନିର୍ବାଚନ କମିଶନ ଆଜି ଓଡିଶାର ୮ ଜଣ ଆଇଏଏସ ଓ ଆଇପିଏସ ଅଧିକାରୀଙ୍କୁ ତୁରନ୍ତ ବଦଳି କରିବା ଲାଗି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ହେଉନଥିବା ସ୍ଥାନକୁ ୮ ଆଇଏଏସ ଓ ଆଇପିଏସ ଅଧିକାରୀଙ୍କୁ ବଦଳି କରିବା ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ୨ ଜିଲ୍ଲାପାଳ , ୫ ଏସପି ଓ ଜଣେ ଆଇଜିଙ୍କୁ ବଦଳି କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। କଟକ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଜଗତସିଂହପୁର ଜିଲ୍ଲାପାଳ [...]
Odiaଛତିଶଗଡର ବିଜାପୁରରେ ଏନକାଉଣ୍ଟର, ଟଳିଲେ ୯ ନକ୍ସଲ
ବିଜାପୁର: ଛତିଶଗଡର ନକ୍ସଲ ପ୍ରଭାବିତ ବିଜାପୁର ଜିଲ୍ଲାରେ ହୋଇଥିବା ଏନକାଉଣ୍ଟରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି । ସୁରକ୍ଷା ବାହିନୀର ଏହି ଅପରେସନରେ ୯ ଜଣ ନକ୍ସଲ ନିହତ ହୋଇଛନ୍ତି । ଜଣେ ଅଧିକାରୀ କହିଛନ୍ତି, ଗଙ୍ଗାଲୁର ପୋଲିସ ଥାନା ଅଞ୍ଚଳରେ ନକ୍ସଲ ଗତିବିଧି ସମ୍ପର୍କରେ ସୂଚନା ପାଇବା ପରେ ନକ୍ସଲ ବିରୋଧୀ ଅପରେସନ ପାଇଁ ସୋମବାର ସୁରକ୍ଷା ବାହିନୀକୁ ପଠାଯାଇଥିଲା। ଏହି ଟିମରେ ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି), ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) [...]
Odiaବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ୪୯ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା
ଭୁବନେଶ୍ୱର – ଆଗାମୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରାଯାଇଛି। ତାଲିକାରେ ୪୯ ଜଣ ପ୍ରାର୍ଥୀ ଅଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକ ନୂଆପଡା ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ। ପଦ୍ମପୁରରୁ ଟଙ୍କଧର ସାହୁ, ବିଜେପୁରରୁ କିଶୋର ଦଫାଦାର, ବରଗଡ଼ରୁ ନିପନ ଦାସ, ଭଟଲିରୁ ବ୍ରହ୍ମା ମହାକୁଡ଼, ବ୍ରଜରାଜନଗରରୁ କିଶୋର ପଟେଲ ଓ ତଳସରା- ପ୍ରବୋଧ ତିର୍କୀଙ୍କୁ ପ୍ରାର୍ଥୀ କରିଛି ଦଳ । ସୁନ୍ଦରଗଡ଼ରୁ ସୁଧାରାଣୀ ରାଉଡ଼ିଆ, ରଘୁନାଥପାଲୀରୁ [...]
Odiaଅବକାରୀ ଦୁର୍ନୀତି ମାମଲାରେ ଆପ୍ ନେତା ସଞ୍ଜୟ ସିଂହଙ୍କୁ ମିଳିଲା ଜାମିନ
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆମ୍ ଆଦମୀ ପାର୍ଟି ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କୁ ମଙ୍ଗଳବାର ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତିି। ଗିରଫ ହେବାର ୬ ମାସ ପରେ ମୁକୁଳିଛନ୍ତି ଏହି ଆପ୍ ନେତା । ଜାମିନ ସର୍ତ୍ତାବଳୀ ଟ୍ରାଏଲ କୋର୍ଟ ସ୍ଥିର କରିବେ ବୋଲି କହିଛନ୍ତି ସୁପ୍ରିମକୋର୍ଟ। କୋର୍ଟ କହିଛନ୍ତି, ସଞ୍ଜୟ ସିଂହ ରାଜନୈତିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିପାରିବେ | ଅବକାରୀ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାର ବିଚାରଣା [...]
Odiaକଂଗ୍ରେସ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ପ୍ରକାଶ
ଭୁବନେଶ୍ୱର – କଂଗ୍ରେସ ପକ୍ଷରୁ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି କଂଗ୍ରେସ। ୮ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ବରଗଡ଼ରୁ ସଞ୍ଜୟ ଭୋଇ, ସୁନ୍ଦରଗଡ଼ରୁ ଜନାର୍ଦ୍ଦନ ଦେହୁରୀ, ବଲାଙ୍ଗିରରୁ ମନୋଜ ମିଶ୍ର, କଳାହାଣ୍ଡିରୁ ଦ୍ରୌପଦୀ ମାଝୀ ଓ ନବରଙ୍ଗପୁରରୁ ଭୁଜବଳ ମାଝୀ ନିର୍ବାଚନ ଲଢ଼ିବେ। କନ୍ଧମାଳରୁ ଅମିର ଚାନ୍ଦ ନାୟକ , ବ୍ରହ୍ମପୁରରୁ ରଶ୍ମିରଂଜନ ପଟ୍ଟନାୟକ ଓ କୋରାପୁଟରୁ ସପ୍ତଗିରି ଉଲାକାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ।
Odiaବିଜେପିରୁ ଇସ୍ତଫା ଦେଲେ ଦେବରାଜ
ଆସିକା: ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇଥିବା ଦେବରାଜ ମହାନ୍ତି ଏବେ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଗତଥର ବିଜେଡି ପ୍ରାର୍ଥିନୀ ମଞ୍ଜୁଳା ସ୍ବାଇଁ ଠାରୁ ପରାଜିତ ହୋଇଥିଲେ। ଦେବରାଜ ୩୫ ପ୍ରତିଶତ ବା ୩୯ ହଜାର ୯ ଶହ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଥିଲେ। ମଙ୍ଗଳବାର ବିଜେପି ଆସିବାରୁ ସରୋଜ ପାଢ଼ୀଙ୍କୁ ପ୍ରାର୍ଥୀ ଘୋଷଣା ପରେ ଏଥିରେ ଅସନ୍ତୋଷ ବ୍ୟକ୍ତ କରି ଦେବରାଜ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ [...]
‘କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରୁହ’, ପତଞ୍ଜଳି ବିଜ୍ଞାପନ ମାମଲାରେ ରାମଦେବଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

Odia‘କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରୁହ’, ପତଞ୍ଜଳି ବିଜ୍ଞାପନ ମାମଲାରେ ରାମଦେବଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ପତଞ୍ଜଳି ଆୟୁର୍ବେଦର ଔଷଧ ସମ୍ପର୍କିତ ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଯୋଗଗୁରୁ ବାବା ରାମଦେବ ଓ ତାଙ୍କ ସହଯୋଗୀ ଆଚାର୍ଯ୍ୟ ବାଳକୃଷ୍ଣ ଆଜି ସୁପ୍ରିମକୋର୍ଟରେ ହାଜର ହୋଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିନଥିବାରୁ ଉଭୟଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ଉଭୟଙ୍କ କ୍ଷମା ପ୍ରାର୍ଥନାକୁ ମଧ୍ୟ କୋର୍ଟ ଗ୍ରହଣ କରି ନାହାଁନ୍ତି । ସୁପ୍ରିମକୋର୍ଟ ରାମଦେବ ଓ ବାଳକୃଷ୍ଣଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୦ରେ [...]
