Odiaବିଧାନସଭା ନିର୍ବାଚନ ପାଇଁ ବିଜେପିର ୧୧୨ ଜଣିଆ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା
ନୂଆଦିଲ୍ଲୀ – ବିଧାନସଭା ନିର୍ବାଚନ ପାଇଁ ବିଜେପି ୧୧୨ ଜଣିଆ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ବିଜେପି ଓଡ଼ିଶାର ସମସ୍ତ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। ତାଲିକା ଅନୁସାରେ ସମ୍ବଲପୁରରୁ ଜୟନାରାୟଣ ମିଶ୍ର, ସୁନ୍ଦରଗଡ଼ରୁ କୁସୁମ ଟେଟେ, ଧାମନଗରରୁ ସୂର୍ଯ୍ୟବଂଶୀ ସୂରଜ, ଯାଜପୁରରୁ ଗୌତମ ରାୟ, କୋରେଇରୁ ଆକାଶ ଦାସ ନାୟକ ଓ ସୁକିନ୍ଦାରୁ ପ୍ରଦୀପ ବଳସାମନ୍ତଙ୍କୁ ପ୍ରାର୍ଥୀ କରିଛି ବିଜେପି ।ତଳସରାରୁ ଭବାନୀଶଙ୍କର ଭୋଇ, ବୀରମିତ୍ରପୁରରୁ [...]
Odiaଆପ୍ ନେତ୍ରୀ ଅତିଶୀଙ୍କ ଅଭିଯୋଗ: ବିଜେପିରେ ନ ମିଶିଲେ ମିଳୁଛି ଗିରଫ ଧମକ
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍) ନେତ୍ରୀ ତଥା ଦିଲ୍ଲୀ ମନ୍ତ୍ରୀ ଅତିଶୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ବିଜେପିରେ ନ ମିଶିଲେ ତାଙ୍କୁ ଗିରଫ କରିବାକୁ ଧମକ ଦିଆଯାଉଛି ବୋଲି ଅଭିଯୋଗ କରିଛନ୍ତି ଅତିଶୀ । ତାଙ୍କର ଜଣେ ନିକଟତମ ବ୍ୟକ୍ତିଙ୍କ ଜରିଆରେ ବିଜେପି ତାଙ୍କୁ ଦଳରେ ଯୋଗଦେବାକୁ ଅଫର୍ ଦେଇଛି । ନଚେତ୍ ଏକ ମାସ ମଧ୍ୟରେ ତାଙ୍କୁ ମଧ୍ୟ ଇଡି ଗିରଫ କରିବ ବୋଲି ଧମକ [...]
Odiaବିଭ୍ରାନ୍ତିକର ବିଜ୍ଞାପନ ମାମଲା: ଆଜି କୋର୍ଟରେ ହାଜର ହେବେ ରାମଦେବ ଓ ବାଳକୃଷ୍ଣ
ନୂଆଦିଲ୍ଲୀ: ଯୋଗ ଗୁରୁ ରାମଦେବ ଏବଂ ପତଞ୍ଜଳି ଏମଡି ଆଚାର୍ଯ୍ୟ ବାଳକୃଷ୍ଣ ପତଞ୍ଜଳି ଆୟୁର୍ବେଦର ଔଷଧ ସମ୍ପର୍କିତ ‘ବିଭ୍ରାନ୍ତିକର ବିଜ୍ଞାପନ’ ମାମଲାରେ ଆଜି ସୁପ୍ରିମକୋର୍ଟରେ ହାଜର ହେବେ। ଗତଥର ଶୁଣାଣି ବେଳେ ସୁପ୍ରିମକୋର୍ଟ ରାମଦେବ ଓ ବାଳକୃଷ୍ଣଙ୍କୁ ଅଦାଲତ ଅବମାନନା ନୋଟିସ ଜାରି କରି ଉଭୟଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ନୋଟିସ ସତ୍ତ୍ୱେ ଜବାବ ଦାଖଲ କରିନଥିବାରୁ ରାମଦେବ ଓ ବାଳକୃଷ୍ଣଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ ସୁପ୍ରିମକୋର୍ଟ । ପତଞ୍ଜଳି ଏବଂ ଏହାର [...]
Odiaସବୁ ‘ଭିଭିପାଟ୍’ ସ୍ଲିପର ଗଣତି ପାଇଁ ଆବେଦନ: ନିର୍ବାଚନ କମିଶନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ନୂଆଦିଲ୍ଲୀ: ନିର୍ବାଚନରେ ସମସ୍ତ ‘ଭିଭିପାଟ୍’ ସ୍ଲିପ୍ ଗଣନା କରିବାକୁ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ନିର୍ବାଚନ କମିଶନ ଓ କେନ୍ଦ୍ରକୁ ଜବାବ ତଲବ କରିଛନ୍ତି । ସମ୍ପ୍ରତି ଭିଭିପାଟ୍ ସ୍ଲିପ୍ ମାଧ୍ୟମରେ କେବଳ ପାଞ୍ଚଟି ମନୋନୀତ ଇଭିଏମ୍ (ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍)ର ଯାଞ୍ଚ କରାଯାଉଛି । ‘ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍’ (ଭିଭିପିଏଟି) ହେଉଛି ଏକ ଭୋଟ୍ ଯାଞ୍ଚ ପ୍ରଣାଳୀ । ଏହାଦ୍ବାରା ଜଣେ ଭୋଟର ତାଙ୍କ ଭୋଟ୍ ସଠିକ୍ ପ୍ରାର୍ଥୀଙ୍କୁ ଯାଇଛି କି ନାହିଁ [...]
Odiaଝଟକା ପରେ ଝଟକା : ହାତ ଛାଡିଲେ କେନ୍ଦ୍ରାପଡା କଂଗ୍ରେସର ବରିଷ୍ଠ ନେତା ଗଣେଶ୍ୱର ବେହେରା
ଭୁବନେଶ୍ୱର – ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା ବିଳମ୍ବିତ ହେଉଥିବାରୁ ତୃଣମୂଳ ସ୍ତରରେ ଦଳୀୟ କର୍ମୀ ନିରାଶ ହୋଇଥିବା ବେଳେ ଗୋଟିଏ ପରେ ଗୋଟିଏ ଟାଣୁଆ ନେତା ହାତ ଛାଡ଼ିବାରେ ଲାଗିଛନ୍ତି। ଗତ କିଛି ଦିନ ମଧ୍ୟରେ ବିଧାୟକ, ପୂର୍ବତନ ବିଧାୟକ, ପୂର୍ବତନ ମନ୍ତ୍ରୀ କଂଗ୍ରେସର ହାତ ଛାଡି ବିଜେଡି ଓ ବିଜେପିରେ ଯୋଗ ଦେଇଛନ୍ତି । ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂହ ଭୋଇ, ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ [...]
Odiaରାଜ୍ୟରେ ଆଜିଠୁ ସକାଳୁଆ ହେଲା ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର
ଭୁବନେଶ୍ୱର – ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜନିତ ପ୍ରବଳ ଖରା ଯୋଗୁଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଆଜିଠୁ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ର ସକାଳୁଆ ହୋଇଛି। ସକାଳ ୭ରୁ ୧୧ଟା ୩୦ ଯାଏଁ ଅଙ୍ଗନବାଡ଼ି କେନ୍ଦ୍ର ଖୋଲା ରହିବ । ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠାରୁ ମଧ୍ୟ ରାଜ୍ୟରେ ସକାଳୁଆ ସ୍କୁଲ ଆରମ୍ଭ ହୋଇଛି । ସକାଳ ୭ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ସ୍କୁଲରେ ପାଠପଢା ହେବ । ସରକାରୀ ଓ ଘରୋଇ [...]
Odiaକଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ଶେଷକୃତ୍ୟ
ଭୁବନେଶ୍ବର – ପରଲୋକଗତ ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ଦେହାନ୍ତରେ ଓଡ଼ିଶା ସଙ୍ଗୀତ ଜଗତରେ ଶୋକ ପ୍ରକାଶ ପାଇଥିବା ବେଳେ ଆଜି ତାଙ୍କର ଶେଷକୃତ୍ୟ କରାଯିବ । ପୁରୀ ସ୍ୱର୍ଗଦ୍ୱାରରେ ଶାନ୍ତିଲତା ବାରିକଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ । କର୍କଟ ସହ ସଂଗ୍ରାମ କରୁଥିବା ଲୋକପ୍ରିୟ ଗାୟିକା ଶାନ୍ତିଲତା ବାରିକଙ୍କର ଗତକାଲି ଭୁବନେଶ୍ବରର ଏକ ହସ୍ପିଟାଲରେ ପରଲୋକ ହୋଇଯାଇଥିଲା ।ତାଙ୍କର ମୃତ୍ୟୁ ନେଇ ସ୍ବାମୀ ବସନ୍ତ କୁମାର ଛୋଟରାୟ ସୂଚନା ଦେଇଥିଲେ । ଅଶୀ [...]
Odiaଅଢେ଼ଇ ପାଦ ଦୂରରେ ବିରାଜମାନ କରିଛନ୍ତି ସିରୁଳି ମହାବୀର
ପୁରୀରୁ ୩୩ କି.ମି ଦୂରରେ ସିରୁଳି ଗ୍ରାମରେ ଅବସ୍ଥିତ ସିରୁଳି ମହାବୀର ଓଡ଼ିଶାରେ ଥିବା ମୁଖ୍ୟ ହନୁମାନ ପୀଠ ମାନଙ୍କ ମଧ୍ୟ ରେ ଅନ୍ୟତମ । ଏଠାରେ ଅବସ୍ଥିତ ମହାବୀରଙ୍କ ବିଗ୍ରହ ପ୍ରାୟତଃ ୧୦ ଫୁଟ ଉଚ୍ଚତା ବିଶିଷ୍ଟ ଅଟେ। କିମ୍ବଦନ୍ତୀ କୁହେ ମହାବୀର ପ୍ରଥମେ ଶ୍ରୀମନ୍ଦିର ଭିତରେ ଲକ୍ଷ୍ମୀ ମନ୍ଦିର ରେ ଥିଲେ । ରାତ୍ରି ସମୟ ରେ ମହାବୀରଙ୍କ ନିଶ୍ବାସର ଶବ୍ଦ (ଘୁଙ୍ଗୁଡ଼ି) ମହାଲକ୍ଷ୍ମୀଙ୍କ ନିଦ୍ରାରେ ବ୍ୟାଘାତ ସୃଷ୍ଟି କଳା ଓ ମା ଏହା [...]
Odiaଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ତଦପି ଜଥା ଶୃତ ଜସି ମତି ମୋରୀ । କହିହଉଁ ଦେଖି ପ୍ରଘତି ଅତି ତୋରୀ ॥ ଉମା ପ୍ରସ୍ନ ତବ ସହଜ ସୁହାଈ । ସୁଖଦ ସଂତସଂମତ ମୋହି ଭାଈ ॥ ଭାବାର୍ଥ :- ଶ୍ରୀଶିବପାର୍ବତୀଙ୍କୁ କହିଲେ, ତୁମର ଅତ୍ୟନ୍ତ ଶ୍ରଦ୍ଧା ଆଉ ପ୍ରୀତିକୁ ଦେଖି ମୁଁ ଯେପରି ଶୁଣିଛି ଏବଂ ଯେତିକି ମୋ ବୁଦ୍ଧିରେ ସ୍ମୃତିରେ ଅଛି ସେହି ଅନୁସାରେ ମୁଁ କହିବି । ହେ ପାର୍ବତୀ ! [...]
Odiaଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମ ସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି
ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମ ସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି : – ଯୋଗଯୁକ୍ତୋ ବିଶୁଦ୍ଧାତ୍ମା ବିଜିତାତ୍ମା ଜିତେନ୍ଦ୍ରିୟଃ । ସର୍ବଭୂତାତ୍ମଭୂତାତ୍ମା କୁର୍ବନ୍ନପି ନ ଲିପ୍ୟତେ। ଅର୍ଥାତ୍ : ଯେଉଁ କର୍ମଯୋଗୀମାନଙ୍କର ବୁଦ୍ଧି ବିଶୁଦ୍ଧ ଅଟେ ଏବଂ ଯିଏ ମନ ଓ ଇନ୍ଦ୍ରିୟକୁ ନିୟନ୍ତ୍ରଣ କରିିଥାଆନ୍ତି,ସେମାନେ ସମସ୍ତ ପ୍ରାଣୀଙ୍କଠାରେ ଆତ୍ମାର ଆତ୍ମା ପରମାତ୍ମାଙ୍କୁ ଦେଖିଥାନ୍ତି। ସମସ୍ତ ପ୍ରକାର କର୍ମ କରୁଥିଲେ ମଧ୍ୟ ସେମାନେ ସେଥିରେ ଛନ୍ଦି ହୁଅନ୍ତି ନାହିଁ। ( ଗୀତା [...]
