Odiaଆୟକର ନୋଟିସ୍ ମାମଲାରେ କଂଗ୍ରେସକୁ ସାମୟିକ ଆଶ୍ବସ୍ତି, ନିର୍ବାଚନ ସମୟରେ ହେବନି କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ: ଆୟକର ବିଭାଗ ନୋଟିସ୍ ମାମଲାରେ କଂଗ୍ରେସକୁ ସାମୟିକ ଆଶ୍ବସ୍ତି ମିଳିଛି । ଲୋକସଭା ନିର୍ବାଚନ ଦୃଷ୍ଟିରୁ ପ୍ରାୟ ୩୫୦୦ କୋଟି କର ଆଦାୟ ନୋଟିସ୍ ମାମଲାରେ କଂଗ୍ରେସ ବିରୋଧରେ ଜୁନ୍ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ସୋମବାର ସୁପ୍ରିମକୋର୍ଟଙ୍କୁ କହିଛି ଆୟକର ବିଭାଗ । ଆୟକର ବିଭାଗର ନୋଟିସ୍ ବିରୋଧରେ କଂଗ୍ରେସର ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ଜଷ୍ଟିସ୍ ବି.ଭି ନାଗରତ୍ନା ଏବଂ ଅଗଷ୍ଟିନ [...]
Odiaସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସମ୍ବନ୍ଧିତ ଫଟୋଚିତ୍ର ପ୍ରଦର୍ଶନୀ ଉଦଘାଟିତ
ଭୁବନେଶ୍ୱର – ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସମ୍ବନ୍ଧିତ ଫଟୋଚିତ୍ର ପ୍ରଦର୍ଶନୀ ଜୟଦେବ ଭବନରେ ଉଦଘାଟିତ ହୋଇଯାଇଛି। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ଓ ନିର୍ଦ୍ଦେଶକଙ୍କ ସମେତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ପ୍ରଦର୍ଶନୀରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, [...]
Odiaକାଲିଠାରୁ ରାଜ୍ୟରେ ସକାଳୁଆ ହେବ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ର
ଭୁବନେଶ୍ୱର – ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅନେକ ସ୍ଥାନରେ ପାରଦ ଉପରମୁହାଁ ହୋଇଛି। ପ୍ରଚଣ୍ଡ ଖରା ଯୋଗୁଁ ଆସନ୍ତାକାଲିଠୁ ରାଜ୍ୟର ସବୁ ଅଙ୍ଗନବାଡି ସକାଳୁଆ ହେବ । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। କାଲିଠାରୁ ସକାଳ ୭ରୁ ଦିନ ୧୧ଟା ୩୦ ଯାଏଁ ଅଙ୍ଗନବାଡ଼ି କେନ୍ଦ୍ର ଖୋଲା ରହିବ । ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। କାଲିଠାରୁ ମଧ୍ୟ ରାଜ୍ୟରେ ସକାଳୁଆ ସ୍କୁଲ ହେବ । [...]
Odiaଇଡି ରିମାଣ୍ଡ ଶେଷ ପରେ ଜେଲ୍ ଗଲେ କେଜ୍ରିୱାଲ
ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଇଡି ରିମାଣ୍ଡ ଆଜି ଶେଷ ହେବା ପରେ ତଳକୋର୍ଟ ତାଙ୍କୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି । ସେ ପ୍ରାୟ ଦୁଇ ସପ୍ତାହ ତିହାର ଜେଲରେ ରହିବେ । ରିମାଣ୍ଡ ଅବଧି ଶେଷ ହେବା ପରେ ଇଡି ଆଜି କେଜ୍ରିୱାଲଙ୍କୁ ରାଉଜ୍ ଆଭେନ୍ୟୁ କୋର୍ଟରେ ହାଜର କରିଥିଲା। ଇଡି ତାଙ୍କର ରିମାଣ୍ଡ ପରିବର୍ତ୍ତେ ବିଚାର ବିଭାଗୀୟ ହାଜତ ପାଇଁ ଆବେଦନ କରିଥିଲା [...]
Odiaରାଜ୍ୟରେ ଖରା ପ୍ରକୋପ ଜାରି, ଦିନ ୧୧ଟା ୩୦ ସୁଦ୍ଧା ୮ ସହରର ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ଉପରେ
ଭୁବନେଶ୍ୱର – ଆଜି ବି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଅବ୍ୟାହତ ରହିଛି। ପ୍ରବଳ ଖରା ଓ ଗରମ ଅନୁଭୂତ ହେଉଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ଦିନ ସାଢେ ୧୧ଟା ୩୦ ମିନିଟ ସୁଦ୍ଧା ରାଜ୍ୟର ୮ଟି ସହରରେ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସରୁ ଅଧିକ ରେକର୍ଡ କରାଯାଇଥିଲା। ୩୭ ଦଶମିକ ୬ ଡିଗ୍ରୀ ସେଲସିୟସ ସହ ବାଲେଶ୍ଵର ଥିଲା ରାଜ୍ୟର ଉତ୍ତପ୍ତ ସହର। ଚାନ୍ଦବାଲିରେ ୩୭.୨,ଝାରସୁଗୁଡାରେ ୩୭.୨, ଭୁବନେଶ୍ୱରରେ ୩୬.୬, ହୀରାକୁଦରେ [...]
Odiaଆଜିଠାରୁ ନୂଆ ଆର୍ଥିକ ବର୍ଷ ଆରମ୍ଭ, ଏହି ସବୁ ନିୟମ ବଦଳିଲା
ନୂଆଦିଲ୍ଲୀ: ଆଜି (ଏପ୍ରିଲ୍ ୧)ଠାରୁ ନୂଆ ଆର୍ଥିକ ବର୍ଷ ଆରମ୍ଭ ହୋଇଛି | ପ୍ରତି ମାସ ଆରମ୍ଭରେ ଆର୍ଥିକ ନିୟମ ବଦଳିଥାଏ | ଆଜି ବି ଅନେକ ଆର୍ଥିକ ନିୟମ ବଦଳିଛି। ନିୟମ ପରିବର୍ତ୍ତନ ସାଧାରଣ ଲୋକଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ | ଆଜିଠୁ କ’ଣ ସବୁ ନିୟମ ବଦଳିବ ଆସନ୍ତୁ ଜାଣିବା.. ପିଏଫ୍ ଆକାଉଣ୍ଟ୍ ଟ୍ରାନ୍ସଫର: ଯେତେବେଳେ ଆମେ ଚାକିରି ବଦଳାଇଥାଉ, ଆମକୁ ନିଜ ପିଏଫ୍ ଆକାଉଣ୍ଟ୍ ମଧ୍ୟ ଟ୍ରାନ୍ସଫର କରିବାକୁ ପଡୁଥିଲା । [...]
Odiaଆଜି ସ୍ୱତନ୍ତ୍ର ଓଡ଼ିଶା ଗଠନର ୮୮ ତମ ବାର୍ଷିକୀ : ମହାନାୟକମାନଙ୍କ ସ୍ମୃତି ଚାରଣ କରୁଛି କୃତଜ୍ଞ ରାଜ୍ୟ
ଭୁବନେଶ୍ୱର – ଆଜି ଉତ୍କଳ ଦିବସ । ପ୍ରତ୍ୟେକ ଓଡିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନଟିଏ। ୧୯୩୬ ମସିହା ଆଜିର ଦିନରେ ଆତ୍ମପ୍ରକାଶ କରିଥିଲା ସ୍ୱତନ୍ତ୍ର ଓଡ଼ିଶା। ପ୍ରଥମ ଭାଷାଭିତ୍ତିକ ରାଜ୍ୟ ହୋଇଥିଲା ଓଡ଼ିଶା । ଏଥିପାଇଁ ଓଡ଼ିଶାର ବରପୁତ୍ରମାନେ ଅନେକ ସଂଘର୍ଷ ଓ ସାଧନା କରିଛନ୍ତି । ଓଡ଼ିଆ ଭାଷା ସାହିତ୍ୟର ବିଲୋପ ପାଇଁ ଷଡ଼ଯନ୍ତ୍ର ଚାଲିଥିବା ବେଳେ ଓଡ଼ିଆ ଅସ୍ମିତା ପ୍ରତି ସୃଷ୍ଟି ହୋଇଥିଲା ମହାସଙ୍କଟ । ହେଲେ ସବୁ ପ୍ରତିକୂଳ ପରିସ୍ଥିତି [...]
Odiaଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ଖସାପଡା ଲାଗି ନୀତି, ସଂଧ୍ୟା ୬ରୁ ରାତି ୧୦ ଦର୍ଶନ ବନ୍ଦ
ପୁରୀ – ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ଖସାପଡା ଲାଗି ନୀତି ଅନୁଷ୍ଠିତ ହେବ । ଚୈତ୍ର କୃଷ୍ଣ ସପ୍ତମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ଖସାପଡ଼ା ଲାଗି ନୀତି ହୁଏ । ଏହା ଏକ ଗୁପ୍ତ ନୀତି। ଏଣୁ ଆଜି ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ଅବଗତି ନିମନ୍ତେ ଏହି ସୂଚନା ଦିଆଯାଇଛି ।
Odiaଉତ୍କଳ ଦିବସର ମହାନତା ଆଜି ଓଡ଼ିଆ ଜାତିର ସ୍ବର୍ଣ୍ଣିମ ଇତିହାସ
ଉତ୍କୃଷ୍ଟ କଳାର ଦେଶ ‘ଉତ୍କଳ’। ଭାଷା ନାହିଁ ତ ଆମର ଜାତି ନାହିଁ? ଉତ୍କଳର କାରୁକାର୍ଯ୍ୟ, ପର୍ବପର୍ବାଣି, ପ୍ରଥା ଓ ପରମ୍ପରା ବିଶ୍ୱବିଦିତ। ଇତିହାସର ପୃଷ୍ଟା ଭିତରେ ଉତ୍କଳୀୟମାନଙ୍କର ବୀରତ୍ୱ, ତ୍ୟାଗ, ଆଦର୍ଶ ଓ ପରଂପରା ଚର୍ଚ୍ଚିତ ବିଶ୍ୱବିଖ୍ୟାତ। ଅତୀତରେ ଆମର ଏହି ଉତ୍କଳ ଥିଲା ଛିନ୍ନମସ୍ତା। ଉତ୍କଳ ବୋଲି ଏକ ନିର୍ଦ୍ଦିଷ୍ଟ ଭୁଖଣ୍ଡ ନଥିଲା। ଉତ୍କଳୀୟମାନଙ୍କର ସ୍ୱତନ୍ତ୍ର ପରିଚୟ ନଥିଲା। ୧୯୩୬ ମସିହା ଏପ୍ରିଲ ମାସ ଥିଲା ଓଡ଼ିଆ ଜାତିପାଇଁ ଏକ ସ୍ମରଣୀୟ ଦିବସ। ଏହି [...]
Odiaଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ସୁନୁ ସୁଭ କଥା ଭବାନି ରାମଚରିତ ମାନସ ବିମଲ । କହା ଭୁସୁଂଡି ବଖାନି ସୁନା ବିହଗ ନାୟକ ଗରୁଡ଼ ॥ ଭାବାର୍ଥ :- ଶ୍ରୀଶିବ କହିଲେ, ହେ ପାର୍ବତୀ ! ନିର୍ମଳ ଶ୍ରୀରାମଚରିତ ମାନସର ସେହି ମଙ୍ଗଳମୟୀ କଥାକୁ ଶୁଣ, ଯାହାକୁ କାକଭୁସୁଣ୍ଡି ବହୁତ ରୋଚକ ଢ଼ଙ୍ଗରେ କହିଲେ ଆଉ ପକ୍ଷୀ ମାନଙ୍କ ରାଜା ଗରୁଡଦେବ ତାକୁ ଶୁଣିଥିଲେ ।
