Odiaଗୀତା ଉପଦେଶ :- ଯିଏ ଭଗବାନଙ୍କ ଆଶ୍ରିତ ହୋଇଥାନ୍ତି ଭଗବାନ ସେହି ଆଶ୍ରିତର କର୍ତ୍ତବ୍ୟ ପାଳନରେ ବାଧା ସୃଷ୍ଟି କରୁଥିବା ମନକୁ ନାଶ କରିଥାନ୍ତି
ମହାଭାରତ ଯୁଦ୍ଧରେ ସଞ୍ଜୟ ଧ୍ରୁତରାଷ୍ଟ୍ର ଙ୍କୁ କହୁଛନ୍ତି : ତଂ ତଥା କୃପୟାବିଷ୍ଟମଶ୍ରୁପୂର୍ଣ୍ଣାକୁଳେକ୍ଷଣମ୍। ବିଷୀଦନ୍ତମିଦଂ ବାକ୍ୟମୁବାଚ ମଧୁସୂଦନଃ। ଅର୍ଥାତ ସଞ୍ଜୟ କହିଲେ, ଅର୍ଜୁନଙ୍କର ଏହିପରି ଦୟାରେ ଅଭିଭୂତ ବିଷାଦଗ୍ରସ୍ତ ମନ ଏବଂ ଲୋତକ ପୂର୍ଣ୍ଣ ଚକ୍ଷୁକୁ ଦେଖି ଶ୍ରୀକୃଷ୍ଣ ଏହି ସବୁ କଥା କହିଲେ। ଦ୍ୱନ୍ଦ୍ୱ ରୂପୀ ଦାନବ, ଯାହା ଅର୍ଜୁନଙ୍କ ମନରେ ଉତ୍ପନ୍ନ ହୋଇ ତାଙ୍କ କର୍ତ୍ତବ୍ୟ ପାଳନରେ ବାଧା ସୃଷ୍ଟି କରୁଅଛି, ତାହାକୁ ନାଶ କରିବାକୁ ଯାଉଛନ୍ତି।
Odiaସନରାଇଜର୍ସ ହାଇଦ୍ରାବାଦକୁ ହରାଇଲା ଗୁଜରାଟ ଟାଇଟନ୍ସ
ଅହମ୍ମଦାବାଦ: ଅଭିଜ୍ଞ ଦ୍ରୁତ ବୋଲର ମୋହିତ ଶର୍ମାଙ୍କ ଚମତ୍କାର ପ୍ରଦର୍ଶନ ପରେ ଡେଭିଡ ମିଲରଙ୍କ ଆକ୍ରମଣାତ୍ମକ ୪୪ ରନର ଇନିଂସ ବଳରେ ଗୁଜରାଟ ଟାଇଟନ୍ସ ରବିବାର ଏଠାରେ ଆଇପିଏଲର ଏକ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୭ ୱିକେଟରେ ହରାଇଛି। ଡେଥ୍ ଓଭରରେ ମୋହିତ ଶର୍ମା ମାପଚୁପ ବୋଲିଂ କରିଥିବାବେଳେ ଆଫଗାନ ସ୍ପିନର ରସିଦ ଖାନ ଏବଂ ନୁର ଅହମ୍ମଦ ମଝି ଇନିଂସରେ ହାଇଦ୍ରାବାଦର ରନ୍ ଗତି ଉପରେ ଅଙ୍କୁଶ ଲଗାଇଥିଲେ । ଫଳରେ ଟସ୍ ଜିତି ପ୍ରଥମେ [...]
Odiaରାମଲୀଳା ମଇଦାନରେ ଇଣ୍ଡିଆ ମେଣ୍ଟର ‘ଗଣତନ୍ତ୍ର ବଞ୍ଚାଅ’ ମହାରାଲି, କେଜ୍ରିୱାଲ ଓ ହେମନ୍ତ ସୋରେନଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ପ୍ରତିବାଦରେ ବିରୋଧୀ ‘ଇଣ୍ଡିଆ’ ମେଣ୍ଟ ତରଫରୁ ରବିବାର ଐତିହାସିକ ରାମଲୀଲା ମଇଦାନରେ ‘ଗଣତନ୍ତ୍ର ବଞ୍ଚାଅ’ ରାଲି ଆୟୋଜନ କରାଯାଇଛି । ଏଥିରେ କେଜ୍ରିୱାଲ ଓ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ତୁରନ୍ତ ମୁକ୍ତ କରିବା ସହ ଏକ ପାଞ୍ଚସୂତ୍ରୀ ଦାବି ରଖାଯାଇଛି। କଂଗ୍ରେସର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ‘ଗଣତନ୍ତ୍ର ବଞ୍ଚାଅ ମହାରାଲି’ର ମଞ୍ଚରୁ ବିରୋଧୀ ମେଣ୍ଟ ତରଫରୁ ଏହି ଦାବି ରଖିଛନ୍ତି । ଏହି [...]
Odiaପାରଳାଖେମୁଣ୍ଡି: ପୂର୍ବ ବିଧାୟକ କେ.ସୁରୀୟା ରାଓ ବିଜେଡିରେ ମିଶିବା ପରେ ଦଳର ଶକ୍ତି ବୃଦ୍ଧି
ପାରଳାଖେମୁଣ୍ଡି: ଗତ ପଞ୍ଚାୟତ ଓ ପୋୖର ନିର୍ବାଚନରେ ଦମଦାର ପ୍ରଦର୍ଶନ କରିଥିବା ବିଜେଡି ଆଦିବାସୀ ବହୁଳ ଓ ରାଜ୍ୟର ଅନ୍ୟତମ ସୀମାବର୍ତ୍ତୀ ଜିଲ୍ଲା ଗଜପତିରେ ନିଜର ଶକ୍ତି ଲଗାତାର ବୃଦ୍ଧି କରି ଚାଲିଛି। ଜିଲ୍ଲାର ପାରଳାଖେମୁଣ୍ଡି ଓ ମୋହନା ନିର୍ବାଚନମଣ୍ଡଳୀରେ ଜନସାଧାରଣଙ୍କ ସହ ଆଦିବାସୀ, ସଂଖ୍ୟାଲଘୁ ଖ୍ରୀଷ୍ଟିଆନଙ୍କ ସମେତ ସମାଜର ସବୁ ବର୍ଗର ଲୋକଙ୍କ ପାଇଁ ବ୍ୟାପକ ଉନ୍ନୟନମୂଳକ କାର୍ଯ୍ୟ କରାଯାଇଛି। ବିଦ୍ୟାଳୟ- ମହାବିଦ୍ୟାଳୟ ଏବଂ ଧର୍ମାନୁଷ୍ଠାନଗୁଡିକର ରୂପାନ୍ତରିକରଣ ସାଙ୍ଗକୁ ପାନୀୟ ଜଳରୁ ଆରମ୍ଭ କରି ସ୍ବାସ୍ଥ୍ୟ, [...]
Odiaଖଲ୍ଲିକୋଟରେ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର୍: ହାଇଆଲର୍ଟ
ଛତ୍ରପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଠାରୁ ଅଳ୍ପ ଦୂରରେ ଏକ ଗ୍ୟାସ୍ ଟ୍ୟାଙ୍କର୍ ଭାରସାମ୍ୟ ହରାଇ ରାସ୍ତା ମଝିରେ ଓଲଟି ପଡ଼ିଛି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପ୍ରଶାସନ, ପୋଲିସ, ଅଗ୍ନିଶମ ବାହିନୀ ହାଇଆଲର୍ଟରେ ରହିଛନ୍ତି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଟ୍ୟାଙ୍କରରେ ଥିବା ଗ୍ୟାସକୁ ଶୀତଳ ରଖିବା ପାଇଁ ତାହା ଉପରେ ଲଗାତର ପାଣି ପକାଉଛନ୍ତି ଦମକଳ ବାହିନୀ। ଉକ୍ତ ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ରଖାଯାଇଥିଲା ବେଳେ ଲୋକଙ୍କୁ ମଧ୍ୟ କୈାଣସି [...]
ବିଜେଡିର ମିଶ୍ରଣ ପର୍ବ : କଂଗ୍ରେସରୁ ଚିରଞ୍ଜୀବ ଓ ବିଜେପିରୁ ସୁକାନ୍ତ ଧରିଲେ ଶଙ୍ଖ
ଭୁବନେଶ୍ବର – ଶାସକ ବିଜେଡିକୁ ଅନ୍ୟ ଦଳର ଟାଣୁଆ ନେତା, ପୂର୍ବତନ ବିଧାୟକ, ବିଧାୟକ ଓ ପୂର୍ବତନ ମନ୍ତ୍ରୀଙ୍କ ଆଗମନ ହେବାରେ ଲାଗିଛି। ଆଜି ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଶଙ୍ଖ ଧରିଥିବା ବେଳେ ବିଜେପିରୁ ଇସ୍ତଫା ଦେଇଥିବା ନୀଳଗିରି ବିଧାୟକ ସୁକାନ୍ତ ନାୟକ ମଧ୍ୟ ବିଜେଡିରେ ନିଜ ସମର୍ଥକଙ୍କ ସହ ଯୋଗ ଦେଇଛନ୍ତି। କହିବାକୁ ଗଲେ ସୁକାନ୍ତଙ୍କର ଘର ବାହୁଡା ହୋଇଛି। ୨୦୧୪ରେ ବିଜେଡି ପ୍ରାର୍ଥୀ ଭାବେ ସେ ନୀଳଗିରିରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। [...]
Odiaଆଡଭାନୀଙ୍କୁ ଭାରତରତ୍ନ ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନିତ କରିଛନ୍ତି। ରାଷ୍ଟ୍ରପତି ରବିବାର ଆଡଭାନୀଙ୍କ ବାସଭବନ ଯାଇ ତାଙ୍କୁ ଦେଶର ଏହି ସର୍ବୋଚ୍ଚ ବେସାମରିକ ସମ୍ମାନ ପ୍ରଦାନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଉପରାଷ୍ଟ୍ରପତି ଜଗଦୀପ ଧନଖଡ, ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ପ୍ରମୁଖ ବରିଷ୍ଠ ନେତା ଉପସ୍ଥିତ ଥିଲେ। ରାଷ୍ଟ୍ରପତି ମୁର୍ମୁ ଗତକାଲି (ମାର୍ଚ୍ଚ ୩୦) ରାଷ୍ଟ୍ରପତି ଭବନରେ ଆୟୋଜିତ [...]
Odiaଆସନ୍ତାକାଲି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ଖସାପଡା ଲାଗି ନୀତି, ସଂଧ୍ୟା ୬ରୁ ରାତି ୧୦ ଦର୍ଶନ ବନ୍ଦ
ପୁରୀ – ଆସନ୍ତାକାଲି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ଖସାପଡା ଲାଗି ନୀତି ଅନୁଷ୍ଠିତ ହେବ । ଚୈତ୍ର କୃଷ୍ଣ ସପ୍ତମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ଖସାପଡ଼ା ଲାଗି ନୀତି ହୁଏ । ଏହା ଏକ ଗୁପ୍ତ ନୀତି। ଏଣୁ ଆସନ୍ତାକାଲି ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ଅବଗତି ନିମନ୍ତେ ଏହି ସୂଚନା ଦିଆଯାଇଛି ।
Odiaବିଜେଡିରେ ମିଶିଲେ ଚିରଞ୍ଜୀବ ବିଶ୍ୱାଳ
ଭୁବନେଶ୍ୱର – ବିଜେଡିରେ ସାମିଲ ହୋଇଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ୱାଳ। ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିବା ଚିରଞ୍ଜୀବ ଆଜି ଶଙ୍ଖ ଭବନରେ ବିଜେଡିରେ ସାମିଲ ହୋଇଛନ୍ତି । ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ବାଳଙ୍କ ପୁଅ ଚିରଞ୍ଜୀବ ଜଗତସିଂହପୁର ଜିଲ୍ଲାର ଜଣେ ଟାଣୁଆ କଂଗ୍ରେସ ନେତା ଭାବେ ପରିଚିତ ଥିଲେ । ୨୦୧୪ରେ ସେ କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ରେ କିନ୍ତୁ ସେ ନିର୍ବାଚନ ହାରିଯାଇଥିଲେ । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ [...]
Odiaବାବର ଆଜମ ପୁଣି ହେଲେ ପାକ୍ ଦଳର ଅଧିନାୟକ
ଇସଲାମାବାଦ: ଆଗାମୀ ଟି-୨୦ ବିଶ୍ୱକପ ପୂର୍ବରୁ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ପୁଣି ବାବର ଆଜମଙ୍କୁ ହ୍ବାଇଟ ବଲ୍ ଦଳର ଅଧିନାୟକ ଭାବେ ନିଯୁକ୍ତ କରିଛି। ବାବରଙ୍କୁ ଦିନିକିଆ ଏବଂ ଟି-୨୦ ଦଳର ନେତୃତ୍ୱ ଦାୟିତ୍ଵ ଦିଆଯାଇଥିବା ବେଳେ ଟେଷ୍ଟ ଅଧିନାୟକତ୍ବ ଶାନ ମାସୁଦଙ୍କ ହାତରେ ରହିବ। ବାବର ପୁଣି ଅଧିନାୟକ ପଦକୁ ଫେରିବେ ବୋଲି ଗତ କିଛି ଦିନ ଧରି ଚର୍ଚ୍ଚା ହେଉଥିଲା । ଶେଷରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଏନେଇ ଆନୁଷ୍ଠାନିକ ଘୋଷଣା କରିଛି [...]
