Odiaକେଜ୍ରିୱାଲଙ୍କ ଗିରଫ ବିରୋଧରେ ଆଜି ଦିଲ୍ଲୀରେ ‘ଇଣ୍ଡିଆ’ ମେଣ୍ଟର ମେଗା ରାଲି
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ପ୍ରତିବାଦରେ ‘ଇଣ୍ଡିଆ’ ମେଣ୍ଟ ଆଜି ଜାତୀୟ ରାଜଧାନୀରେ ଏକ ମେଗା ରାଲି ଆୟୋଜନ କରିବ। ଆମ୍ ଆଦମୀ ପାର୍ଟି (ଆପ୍)ର ନେତା ଗୋପାଳ ରାୟ ରବିବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିରୋଧୀ ଦଳର ମିଳିତ ମଞ୍ଚ ଦିଲ୍ଲୀର ରାମଲୀଳା ମଇଦାନରେ ‘ଦେଶ ତଥା ଗଣତନ୍ତ୍ରର ସ୍ୱାର୍ଥ ରକ୍ଷା’ ପାଇଁ ଏହି ମହାରାଲି କରିବ। ଏଥିରେ ଇଣ୍ଡିଆ ମେଣ୍ଟର ସବୁ ସହଯୋଗୀ ଦଳ ସାମିଲ ହେବେ । [...]
Odiaଆଉ ୪-୫ ଦିନ ତାତିରୁ ନିସ୍ତାର ନାହିଁ: ସତର୍କ ରହିବାକୁ ପାଣିପାଗ ବିଭାଗ ଓ ଏସଆରସିଙ୍କ ପରାମର୍ଶ
ଭୁବନେଶ୍ବର – ଆଜି ସକାଳୁ ସକାଳୁ ଭୁବନେଶ୍ବର ଓ କଟକରେ ସମେତ ରାଜ୍ୟର କିଛି ସ୍ଥାନରେ ମେଘୁଆ ପାଗ ରହିଛି । ଛତିଶଗଡ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ପାଗରେ ପରିବର୍ତ୍ତନ ଦେଖାଦେଇଛି। ସକ୍ରିୟ ଘୂର୍ଣ୍ଣିବଳୟ ଏବଂ କାଳବୈଶାଖୀ ପ୍ରଭାବରେ ମେଘୁଆ ପାଗ ରହିଛି। ସେପଟେ ରାଜ୍ୟରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ଦିନ ତାପମାତ୍ରା ୪୦ ଡିଗ୍ରୀ ଟପିଛି । ମାଲକାନଗିରିରେ ଗତକାଲି ସର୍ବାଧିକ ତାପମାତ୍ରା ୪୧ ଡିଗ୍ରୀ ଛୁଇଁଛି। ମାଲକାନଗିରି ସମେତ ୫ଟି [...]
Odiaଦୁଇ ମହିଳା ଖେଳାଳିଙ୍କୁ ମାଡ଼ ମାରିବା ଅଭିଯୋଗରେ ଏଆଇଏଫ୍ଏଫ୍ ସଦସ୍ୟ ଦୀପକ ଶର୍ମା ଗିରଫ
ପାଣାଜୀ: ଦୁଇ ମହିଳା ଖେଳାଳିଙ୍କୁ ମାଡ଼ ମାରିବା ଅଭିଯୋଗରେ ଗୋଆ ପୋଲିସ ଶନିବାର ସର୍ବ ଭାରତୀୟ ଫୁଟବଲ ମହାସଂଘ (ଏଆଇଏଫ୍ଏଫ୍)ର କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ଦୀପକ ଶର୍ମାଙ୍କୁ ଗିରଫ କରିଛି। ଭାରତୀୟ ମହିଳା ଫୁଟବଲ ଲିଗ୍ (ଆଇଡବ୍ଲୁଏଲ୍)ର ଦ୍ୱିତୀୟ ଡିଭିଜନରେ ଭାଗ ନେବାକୁ ଆସିଥିବା ହିମାଚଳ ପ୍ରଦେଶର ଖାଡ୍ ଏଫସିର ଦୁଇଜଣ ଫୁଟବଲ ଖେଳାଳି ଅଭିଯୋଗ କରିଛନ୍ତି ଯେ, ମାର୍ଚ୍ଚ ୨୮ ରାତିରେ କ୍ଲବ୍ ମାଲିକ ଶର୍ମା ସେମାନଙ୍କ ରୁମରେ ପଶି ସେମାନଙ୍କୁ ଆକ୍ରମଣ କରିଥିଲେ। ଡିଏସପି [...]
Odiaଟି-୨୦ ବିଶ୍ୱକପ୍ ପାଇଁ ଏପ୍ରିଲ୍ ଶେଷ ସପ୍ତାହରେ ହୋଇପାରେ ଭାରତୀୟ ଦଳ ଚୟନ
ନୂଆଦିଲ୍ଲୀ: ଆମେରିକା ଓ ୱେଷ୍ଟଇଣ୍ଡିଜରେ ହେବାକୁ ଥିବା ଆଗାମୀ ଟି-୨୦ ବିଶ୍ୱକପ ପାଇଁ ଭାରତର ୧୫ ଜଣିଆ ଦଳ ଏପ୍ରିଲ ଶେଷ ସପ୍ତାହରେ ଘୋଷଣା ହେବା ସମ୍ଭାବନା ରହିଛି। କାରଣ ଏହି ମେଗା ଟୁର୍ଣ୍ଣାମେଣ୍ଟ ପାଇଁ ମେ ୧କୁ ଦଳ ତାଲିକା ଦାଖଲର ସମୟସୀମା ରଖିଛି ଆଇସିସି । ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ସୂତ୍ରରୁ ଶନିବାର ଏହି ସୂଚନା ମିଳିଛି । ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଥିବା ପ୍ରତ୍ୟେକ ଦଳ ମେ ୨୫ ପର୍ଯ୍ୟନ୍ତ ନିଜ ପ୍ରାରମ୍ଭିକ [...]
Odiaନିର୍ବାଚନ ପ୍ରସ୍ତୁତି: ଓଡ଼ିଶା ପୋଲିସ -ଛତିଶଗଡ ପୋଲିସ ମଧ୍ୟରେ ସମନ୍ଵୟ ବୈଠକ
ଭୁବନେଶ୍ୱର – ଆଗାମୀ ନିର୍ବାଚନକୁ ସୁରୁଖୁରୁରେ ଓ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସୁରକ୍ଷା ଦୃଷ୍ଟିରୁ ପଡୋଶୀ ରାଜ୍ୟଗୁଡ଼ିକ ସହ ସମନ୍ଵୟ ଉପରେ ଗୁରୁତ୍ୱ ଦିଆଯାଇଛି। ଏ ପରିପ୍ରେକ୍ଷୀରେ ଆଜି ଓଡ଼ିଶା ପୋଲିସ ଓ ଛତିଶଗଡ଼ ପୋଲିସ ମଧ୍ୟରେ ଆଭାସୀ ମାଧ୍ୟମରେ ଏକ ଆନ୍ତଃ ରାଜ୍ୟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଛି। ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ ଏହି ବୈଠକ ଡାକିଥିଲେ। ଆସନ୍ତା [...]
Odiaଜନ୍ମଦିନରେ ଅନଲାଇନରେ ଅର୍ଡର ହୋଇଥିବା କେକ୍ ଖାଇ ୧୦ ବର୍ଷ ଝିଅର ମୃତ୍ୟୁ
ଚଣ୍ଡିଗଡ଼: ଅନଲାଇନରେ ଅର୍ଡର ହୋଇଥିବା ଜନ୍ମଦିନ କେକ୍ ଖାଇ ଜଣେ ୧୦ ବର୍ଷର ଝିଅର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଗତ ସପ୍ତାହରେ ପଞ୍ଜାବର ପଟିଆଲାରେ ଏହି ଅଭାବନୀୟ ଘଟଣା ଘଟିଛି। ଫୁଡ୍ ପଏଜନିଂ ଯୋଗୁଁ ଝିଅଟିର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। କେକ୍ ଖାଇବା ପରେ ମୃତ ଝିଅର ସାନ ଭଉଣୀ ସହ ତାଙ୍କ ପରିବାରର ସମସ୍ତେ ଅସୁସ୍ଥ ହୋଇପଡ଼ିଥିଲେ। ମୃତ ଝିଅର ଜେଜେବାପା କହିଛନ୍ତି, ପଟିଆଲାର ଏକ ବେକେରୀରୁ କେକ୍ ଅନଲାଇନରେ ଅର୍ଡର କରାଯାଇଥିଲା। [...]
Odiaଆଉ ତିନିଟି ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କଲା ବିଜେପି
ନୂଆଦିଲ୍ଲୀ – ରାଜ୍ୟର ଆଉ ତିନିଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । କଟକରୁ ଭର୍ତ୍ତୃହରି ମହତାବ ନିର୍ବାଚନ ଲଢ଼ିବେ। ଯାଜପୁରରୁ ଡାକ୍ତର ରବୀନ୍ଦ୍ର ନାରାୟଣ ବେହେରାଙ୍କୁ ପ୍ରାର୍ଥୀ କରାଯାଇଛି। କନ୍ଧମାଳରୁ ସୁକାନ୍ତ କୁମାର ପାଣିଗ୍ରାହୀ ନିର୍ବାଚନ ଲଢ଼ିବେ । ଏଥିସହ ବିଜେପି ରାଜ୍ୟର ସମସ୍ତ ଲୋକସଭା ଆସନରୁ ପ୍ରାର୍ଥୀ ଘୋଷଣା କରିଛି । କିଛିଦିନ ତଳେ ବିଜେପି ପ୍ରଥମ ପର୍ଯ୍ୟାୟରେ ୧୮ଟି ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିଥିଲା । ଶାସକ [...]
Odiaସୁନୀତା କେଜ୍ରିୱାଲଙ୍କୁ ଭେଟିଲେ ହେମନ୍ତ ସୋରେନଙ୍କ ପତ୍ନୀ
ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲଙ୍କୁ ଭେଟିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ସୁନୀତାଙ୍କୁ ଭେଟିଥିଲେ କଳ୍ପନା । ଉଭୟଙ୍କ ମଧ୍ୟରେ ଏହି ସାକ୍ଷାତ ପ୍ରାୟ ୧୫ ରୁ ୨୦ ମିନିଟ୍ ଧରି ଚାଲିଥିଲା | ଝାଡ଼ଖଣ୍ଡରେ ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି ଜାନୁଆରୀ ୩୧ରେ ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା । ସେ [...]
ଏପ୍ରିଲ ୨ ତାରିଖରୁ ରାଜ୍ୟରେ ସକାଳୁଆ ସ୍କୁଲ
ଭୁବନେଶ୍ୱର – ରାଜ୍ୟରେ ଖରା ପ୍ରକୋପକୁ ଦେଖି ଏପ୍ରିଲ ୨ରୁ ସକାଳୁଆ ସ୍କୁଲ ହେବ। ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ଓ ଘରୋଇ ସ୍କୁଲରେ ହେବ ସକାଳୁଆ କ୍ଲାସ ହେବ । ପ୍ରଥମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ଯାଏଁ ସକାଳୁଆ ପାଠପଢା ହେବ । ସକାଳ ୭ଟାରୁ ମଧ୍ଯାହ୍ନ ୧୧ଟା ୩୦ ଯାଏଁ କ୍ଲାସ ଚାଲିବ । ସ୍କୁଲରେ ପାନୀୟ ଜଳ, ଓଆରଏସ ଏବଂ ଅନ୍ଯ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ ଓ [...]
Odiaଆଗାମୀ ନିର୍ବାଚନରେ ରାଜ୍ୟର ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
ଭୁବନେଶ୍ୱର – ଦେଶରେ ଆସନ୍ତା ସାଧାରଣ ନିର୍ବାଚନକୁ ଏକ ସମ୍ମିଳିତ ମତଦାନର ପର୍ବ ରୂପେ ପାଳନ କରିବା ପାଇଁ ଭାରତର ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ସେହି କ୍ରମରେ ଓଡ଼ିଶାରେ ନିର୍ବାଚନ ପ୍ରକ୍ରିୟାରେ ସବୁବର୍ଗର ମତାଦାତାଙ୍କୁ ଯେଭଳି ଭାବରେ ସାମିଲ କରାଯାଇପାରିବ ସେହି ସଂକ୍ରାନ୍ତରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ‘ ରାଜ୍ୟ ଷ୍ଟିୟରିଂ କମିଟି ( ସୁଗମ ନିର୍ବାଚନ ) ’ ର ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ [...]
