Odiaପ୍ରଥମ ଥର ପାଇଁ ରାଜ୍ୟରେ ୪୦ ଟପିଲା ତାପମାତ୍ରା, ମାଲକାନଗିରି ସବୁଠୁ ଉତ୍ତପ୍ତ
ଭୁବନେଶ୍ୱର – ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ତାପମାତ୍ରା। ଚଳିତବର୍ଷ ପ୍ରଥମ ଥର ପାଇଁ ଆଜି ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ରାଜ୍ୟର ୪ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି । ୪୧ ଡିଗ୍ରୀ ସେଲସିୟସ ସହ ମାଲକାନଗିରି ରାଜ୍ୟର ଉତ୍ତପ୍ତ ସହର ହୋଇଛି। ବୈ।ଦ୍ଧ ଓ ଟିଟିଲାଗଡ଼ରେ ତାପମାତ୍ରା ୪୦ ଦଶମିକ ୫ ଡିଗ୍ରୀ ସେଲସିୟସ [...]
Odiaରଥଯାତ୍ରା ନେଇ ପୁରୀ ଜିଲ୍ଲା ପ୍ରଶାସନର ପ୍ରଥମ ପ୍ରସ୍ତୁତି ବୈଠକ
ପୁରୀ – ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ବସିଛି ପ୍ରଥମ ପ୍ରସ୍ତୁତି ବୈଠକ । ଏଥିରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଅକ୍ଷୟ ତୃତୀୟାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି, ରଥକାଠ, ତୀର୍ଥ ପୁଷ୍କରିଣୀ ସଫେଇ, ରଥ ନିର୍ମାଣ, ସ୍ବାସ୍ଥ୍ୟ ଓ ପରିମଳ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍, ପରିବହନ ଓ ରେଳସେବା, ଡ୍ରେନେଜ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହେଉଛି। ରଥଯାତ୍ରା ପାଇଁ ସବୁ ବିଭାଗ କିଭଳି ପ୍ରସ୍ତୁତି କରିଛନ୍ତି ଓ [...]
Odiaପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିବ ଗୋପାଳପୁର ବତିଘର
ବ୍ରହ୍ମପୁର: ଗୋପାଳପୁର ବତିଘର ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିବ। ଟୁରିଷ୍ଟମାନେ ମାତ୍ର ୧୦ ଟଙ୍କାର ଟିକେଟ କାଟି ଏହାର ୧୫୪ଟି ବୃତ୍ତାକାର ପାହାଚ ଚଢି ଶୀର୍ଷକୁ ପହଞ୍ଚିପାରିବେ। ସେହି ୪୫ ମିଟର ଉଚ୍ଚରୁ ଦିଗବଳୟ ପର୍ଯ୍ୟନ୍ତ ବିସ୍ତୃତ ଗଭୀର ସମୁଦ୍ରର ନୀଳ ଜଳରାଶି, ଦୂରରେ ଯାଆସ କରୁଥିବା ଜାହାଜ, ସମୁଦ୍ର ତଟର ପ୍ରାକୃତିକ ସୌନ୍ଦର୍ଯ୍ୟ ସମେତ ବେଳାଭୂମି ସହର ଗୋପାଳପୁରର ସ୍କାଏ ଭିୟୁ ଦେଖି ଆନନ୍ଦ ଉପଭୋଗ କରିପାରିବେ। ଏହାବାଦେ ବତିଘର ପରିସରରେ ନୂଆ କରି ନିର୍ମିତ [...]
Odiaଗ୍ରୀଷ୍ମପ୍ରବାହ ଜାରି : ଦିନ ୨ଟା ୩୦ ସୁଦ୍ଧା ୭ ସହରର ତାପମାତ୍ରା ୩୭ ଡିଗ୍ରୀ ଉପରେ
ଭୁବନେଶ୍ୱର – ପୂର୍ବାନୁମାନ ଅନୁଯାୟୀ ରାଜ୍ୟରେ ଆଜି ବି ଟାଣ ଖରା ଅନୁଭୂତ ହୋଇଛି। ଅନେକ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୩-୪ ଡିଗ୍ରୀ ସେଲସିୟସ ଅଧିକ ରହିଛି। ଆଜି ଦିନ ୨ଟା ୩୦ ମିନିଟ ସୁଦ୍ଧା ରାଜ୍ୟର ୭ଟି ସହରର ତାପମାତ୍ରା ୩୭ ଡିଗ୍ରୀ ସେଲସିୟସରୁ ଅଧିକ ରହିଥିଲା । ୩୮ ଦଶମିକ ୪ ଡିଗ୍ରୀ ସେଲସିୟସ ସହ ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଚାନ୍ଦବାଲିରେ ତାପମାତ୍ରା ଥିଲା ୩୮.୨ ଡିଗ୍ରୀ ସେଲସିୟସ। ରାଉରକେଲାରେ ୩୭.୮, [...]
Odiaବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅଭାବନୀୟ ଘଟଣା : ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ କରି ଦଳୀୟ କର୍ମୀଙ୍କ ବିକ୍ଷୋଭ
ଭୁବନେଶ୍ୱର – ଭୁବନେଶ୍ୱର ଲୋକସଭା ଆସନରୁ ଏଥର ମଧ୍ୟ ବିଜେପି ପ୍ରାର୍ଥୀ ହୋଇଥିବା ଅପରାଜିତା ଷଡ଼ଙ୍ଗୀଙ୍କୁ ନିଜ ଦଳ ଭିତରୁ ହିଁ ବିରୋଧରେ ସମ୍ମୁଖୀନ ହେବାକୁ ପଡ଼ିଛି। ତାହା ପୁଣି ବିଜେପିର ରାଜ୍ୟ କାର୍ଯ୍ୟାଳୟରେ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ ନେତା କାଳୁ ଖଣ୍ଡାୟତଙ୍କ ସମର୍ଥକମାନେ ଅପରାଜିତାଙ୍କୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଭଳି ପରିସ୍ଥିତି ବିଜେପି ପାଇଁ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛି। ରାଜ୍ୟ ବିଜେପିରେ ଯେ ସବୁ କିଛି ଭଲ ନାହିଁ, [...]
Odiaଶଙ୍ଖ ଧରିଲେ ପାରଳାଖେମୁଣ୍ଡିର ପୂର୍ବତନ କଂଗ୍ରେସ ବିଧାୟକ
ଭୁବନେଶ୍ୱର – ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ. ସୂର୍ଯ୍ୟା ରାଓ ଆଜି ବିଜେଡିରେ ସାମିଲ ହୋଇଛନ୍ତି । ସେ କଂଗ୍ରେସ ଟିକେଟରୁ ୨୦୧୪ରେ ପାରଳାଖେମୁଣ୍ଡିରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ସୂର୍ଯ୍ୟା ରାଓଙ୍କୁ ସାଂସଦ ସସ୍ମିତ ପାତ୍ର ଓ ଗଜପତି ବିଜେଡି ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ ଦଳକୁ ସ୍ୱାଗତ କରିଥିଲେ। । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ଓ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗ ଦେଇଛନ୍ତି ବୋଲି ସୂର୍ଯ୍ୟା [...]
Odiaକଂଗ୍ରେସ ଛାଡିଲେ ଚିରଞ୍ଜୀବ ବିଶ୍ୱାଳ
ଭୁବନେଶ୍ୱର – ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି । ଦଳରୁ ଟାଣୁଆ ନେତାଙ୍କ ପଳାୟନ ଜାରି ରହିଛି। ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ଚିରଞ୍ଜୀବ ବିଶ୍ୱାଳ। ଜଗତସିଂହପୁର ଜିଲ୍ଲାର ଜଣେ ଟାଣୁଆ କଂଗ୍ରେସ ନେତା ଭାବେ ପରିଚିତ ଚିରଞ୍ଜୀବ ବିଶ୍ଵାଳ ହେଉଛନ୍ତି ପୂର୍ବତନ ଉପମୁଖ୍ୟ ବସନ୍ତ ବିଶ୍ୱାଳଙ୍କ ପୁଅ । ୨୦୧୪ରେ ସେ ଜଗତସିଂହପୁରରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୯ରେ ସେ ଏହି ଆସନରୁ ଲଢିଥିଲେ ମଧ୍ୟ ହାରି ଯାଇଥିଲେ [...]
Odiaନରସିଂହ ରାଓ ଏବଂ ଚୌଧୁରୀ ଚରଣ ସିଂହଙ୍କ ସହ ୪ ଜଣଙ୍କୁ ମରଣୋତ୍ତର ଭାବେ ଭାରତ ରତ୍ନ ସମ୍ମାନ ପ୍ରଦାନ, ଆଡଭାନୀଙ୍କୁ କାଲି ଦିଆଯିବ
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓ, ଚୌଧୁରୀ ଚରଣ ସିଂହଙ୍କୁ ମରଣୋତ୍ତର ଭାବେ ଭାରତ ରତ୍ନ ସମ୍ମାନ ପ୍ରଦାନ କରିଛନ୍ତି। ଏହି ଦୁଇ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସମେତ ଚାରିଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ମଧ୍ୟ ଦେଶର ଏହି ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜେପି ନଡ୍ଡା, ଏସ୍ ଜୟଶଙ୍କରଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ଥିଲେ। ଏଥର ଭାରତ [...]
Odiaମଦ ଦୁର୍ନୀତି ମାମଲାରେ ଦିଲ୍ଲୀର ଆଉ ଜଣେ ମନ୍ତ୍ରୀଙ୍କୁ ଇଡିର ସମନ
ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର ଦିଲ୍ଲୀ ସରକାରର ଆଉ ଜଣେ ମନ୍ତ୍ରୀ କୈଳାଶ ଗେହଲୋଟଙ୍କୁ ସମନ କରିଛି। ନଜଫଗଡର ଆପ୍ ବିଧାୟକ କୈଳାଶ ଗେହଲୋଟ୍ (୪୯) ସମ୍ପ୍ରତି ଦିଲ୍ଲୀର ପରିବହନ ଓ ଆଇନ ମନ୍ତ୍ରୀ ଅଛନ୍ତି। ସୂତ୍ରରୁ ପ୍ରକାଶ, ଗେହଲଟଙ୍କୁ ଏହି ମାମଲାରେ ହାଜର ହୋଇ ନିଜ ବୟାନ ରେକର୍ଡ କରିବାକୁ କୁହାଯାଇଛି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି ମାର୍ଚ୍ଚ ୨୧ରେ ଦିଲ୍ଲୀ [...]
Odiaତାମିଲ ଅଭିନେତା ଡାନିଏଲ ବାଲାଜୀଙ୍କ ହୃଦଘାତରେ ମୃତ୍ୟୁ
ଚେନ୍ନାଇ: ତାମିଲ ଅଭିନେତା ଡାନିଏଲ ବାଲାଜୀଙ୍କ ହୃଦଘାତରେ ମୃତ୍ୟୁ ହୋଇଯାଇଛି। ତାଙ୍କୁ ୪୮ ବର୍ଷ ହୋଇଥିଲା । ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଗତକାଲି ରାତିରେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବାଲାଜୀଙ୍କ ଅକାଳ ବିୟୋଗ ଖବର ପରେ ତାମିଲ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ଏବଂ ତାଙ୍କ ପ୍ରଶଂସକଙ୍କ ମହଲରେ ଶୋକରେ ଛାୟା ଖେଳିଯାଇଛି । କମଲ ହାସନଙ୍କ ଫିଲ୍ମ ‘ମାରୁଧୁନାୟଗମ୍’ରେ ୟୁନିଟ୍ ପ୍ରଡକ୍ସନ୍ ମ୍ୟାନେଜର ଭାବରେ ଡାନିଏଲ୍ ବାଲାଜୀ ତାଙ୍କ କ୍ୟାରିୟର [...]
