Odiaନିର୍ବାଚନ ପ୍ରସ୍ତୁତି ସମୀକ୍ଷା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବଲାଙ୍ଗିର ଗସ୍ତ
ବଲାଙ୍ଗିର: ଆସନ୍ତା ସାଧାରଣ ନିର୍ବାଚନ ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଦିନିକିଆ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଆସି ବଲାଙ୍ଗିର ଏବଂ ସୁବର୍ଣ୍ଣପୁର ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ସେ ମତଦାନ କେନ୍ଦ୍ର ଗୁଡିକରେ ପାନୀୟଜଳ , ବିଦ୍ୟୁତ , ଦିବ୍ୟାଙ୍ଗଙ୍କ ପାଇଁ ରାମ୍ପ, ଶୌଚାଳୟ, ଏବଂ ଖରାରୁ ବର୍ତ୍ତିବା ପାଇଁ ଶେଡ ଆଦିକୁ ଗୁରୁତ୍ଵ ଦେବାକୁ ସେ ଅଧିକାରୀମାନଙ୍କୁ କହିଥିଲେ । [...]
Odiaଜାତୀୟ ଡ୍ୟାନ୍ସ ସୋ’ରେ ଚମକିଲେ ବ୍ରହ୍ମପୁରର ଆଦର୍ଶ
ବ୍ରହ୍ମପୁର: ମାତ୍ର ଆଠ ବର୍ଷ ବୟସରେ ଜାତୀୟସ୍ତରର ଟିଭି ଚ୍ୟାନେଲର ଡ୍ୟାନ୍ସ ସୋ’ରେ ଏମିତି ଚମକିଛନ୍ତି ଯେ ନୃତ୍ୟରେ ବିଶାରଦ ବିଶିଷ୍ଟ ବଲିଉଡ୍ ଭେଟେରାନ୍ ଅଭିନେତ୍ରୀ ମାଧୁରୀ ଦିକ୍ଷୀତ ମଧ୍ୟ ଉଚ୍ଚ ପ୍ରଶଂସା କରିବାରୁ ନିଜକୁ ରୋକିପାରି ନାହାନ୍ତି। ବଲିଉଡ୍ ଅଭିନେତା ସୁନିଲ ସେଟ୍ଟୀ ମଧ୍ୟ ଏହି ଛୋଟ ବାଳକଟିର ନୃତ୍ୟ ଅଙ୍ଗୀଭଙ୍ଗୀକୁ ପ୍ରଶଂସା କରିଛନ୍ତି। ଏହି ଉଦୀୟମାନ କୁନି ପ୍ରତିଭା ହେଉଛନ୍ତି ବ୍ରହ୍ମପୁର ନୀଳାଦ୍ରି ବିହାରର ଆଦର୍ଶ ପାତ୍ର। ତାଙ୍କୁ ବିଚାରକମାନେ ଡ୍ୟାନ୍ସ ଉସ୍ତାଦ, ଏକ୍ସପ୍ରେସନ୍ [...]
Odiaବିଜେପିକୁ ଝଟକା : ଦଳ ଛାଡିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ
ଭୁବନେଶ୍ୱର – ନୀଳଗିରି ବିଧାୟକ ସୁକାନ୍ତ ନାୟକ ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି। ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଖକୁ ସେ ଇସ୍ତଫାପତ୍ର ପଠାଇଛନ୍ତି । ୨୦୧୪ରେ ବିଜେଡିରୁ ନିର୍ବାଚନ ଲଢି ଜିତିଥିଲେ ସୁକାନ୍ତ । ହେଲେ ୨୦୧୯ରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ। ୨୦୧୯ରେ ବିଜେପିରୁ ଟିକେଟ ପାଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।
Odiaକେଜ୍ରିୱାଲଙ୍କ ପତ୍ନୀ ଆରମ୍ଭ କଲେ ହ୍ବାଟସଆପ୍ ଅଭିଯାନ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା ତାଙ୍କ ସ୍ବାମୀଙ୍କ ପ୍ରତି ସମର୍ଥନ ଜୁଟାଇବା ପାଇଁ ଶୁକ୍ରବାର ଏକ ହ୍ବାଟସଆପ୍ ଅଭିଯାନ ଆରମ୍ଭ କରିଛନ୍ତି । ଦିଲ୍ଲୀ ଅବକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହାଜତରେ ଥିବା ତାଙ୍କ ସ୍ୱାମୀଙ୍କୁ ସହାୟତା କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ସୁନୀତା କେଜ୍ରିୱାଲ। ଏକ ଡିଜିଟାଲ ସାମ୍ବାଦିକ ସମ୍ମିଳନୀରେ ସୁନୀତା କେଜ୍ରିୱାଲ କହିଛନ୍ତି, ତାଙ୍କ ସ୍ୱାମୀ ଦେଶର ‘ସବୁଠାରୁ ଦୁର୍ନୀତିଗ୍ରସ୍ତ ତଥା [...]
Odiaଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଆୟକର ବିଭାଗର ୧୭୦୦ କୋଟିର ନୋଟିସ୍
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା କଂଗ୍ରେସକୁ ଆଉ ଏକ ଝଟକା ଲାଗିଛି। ପୂର୍ବ ବର୍ଷର ଟ୍ୟାକ୍ସ ରିଟର୍ଣ୍ଣରେ ଅସଙ୍ଗତି ଅଭିଯୋଗରେ ଆୟକର ବିଭାଗ କଂଗ୍ରେସକୁ ୧୭୦୦ କୋଟିର ନୋଟିସ ପଠାଇଛି। ସୂଚନା ଅନୁଯାୟୀ, ସୁଧ ସହିତ ଟିକସ ଜୋରିମାନା ୨୦୧୭-୧୮ ରୁ ୨୦୨୦-୨୧ ବର୍ଷ ମଧ୍ୟରେ ଟ୍ୟାକ୍ସ ରିଟର୍ଣ୍ଣରେ ଅସଙ୍ଗତି ସହ ଜଡ଼ିତ । ଦଳକୁ ଆୟକର ବିଭାଗର ଏହି ସଦ୍ୟତମ ନୋଟିସ୍ କିଛି ଦିନ ତଳେ ମିଳିଛି। ଆୟକର ବିଭାଗ [...]
Odiaବଢୁଛି ଖରା ତାତି, ଦିନ ସାଢେ ୧୧ ସୁଦ୍ଧା ୫ଟି ସହରରେ ପାରା ୩୫ ଡେଇଁଲା, ଚାନ୍ଦବାଲି ଉତ୍ତପ୍ତ
ଭୁବନେଶ୍ୱର – ରାଜ୍ୟରେ ଦିନକୁ ଦିନ ଖରା ତାତି ବଢ଼ିବାରେ ଲାଗିଛି। ଦିନ ୧୧ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ରାଜ୍ୟର ଅନେକ ଜିଲ୍ଲାରେ ଅସହ୍ୟ ଖରା ତାତି ଅନୁଭୂତ ହେଉଛି। ଆଜି ଦିନ ସାଢେ଼ ୧୧ଟା ସୁଦ୍ଧା ହିଁ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରାରେ ବୃଦ୍ଧି ଘଟିଛି। ୫ଟି ସହରରେ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସରୁ ଅଧିକ ରହିଛି। ଚାନ୍ଦବାଲିରେ ସର୍ବାଧିକ ତାପମାତ୍ରା ୩୬ ଦଶମିକ ୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। [...]
Odiaଲୋକସଭା ପ୍ରାର୍ଥୀ ଘୋଷିତ ହେବା ପରେ ପ୍ରଥମ ଥର ସମ୍ବଲପୁର ଗସ୍ତରେ ପ୍ରଣବ ପ୍ରକାଶ ଦାସ
ସମ୍ବଲପୁର – ବିଜେଡିର ଲୋକସଭା ପ୍ରାର୍ଥୀ ଭାବେ ଘୋଷିତ ହେବା ପରେ ଆଜି ପ୍ରଥମଥର ପାଇଁ ସମ୍ବଲପୁର ଗସ୍ତରେ ଯାଇଛନ୍ତି ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଦଳୀୟ ସମର୍ଥକଙ୍କ ସହ ପ୍ରଣବ ପ୍ରଥମେ ସମଲେଶ୍ୱରୀ ମନ୍ଦିର ଯାଇ ମାଆଙ୍କୁ ଦର୍ଶନ କରିଛନ୍ତି । ଏହି ଅବସରରେ ପ୍ରଣବ କହିଛନ୍ତି ଯେ, ସମ୍ବଲପୁର ମାଟି ସହ ତାଙ୍କ ପରିବାରର ୬୦ ବର୍ଷର ସମ୍ପର୍କ । ଏ ମାଟି ସହ ତାଙ୍କ ବାପାଙ୍କର ସୁସମ୍ପର୍କ ରହିଥିଲା । [...]
Odiaବିଜେଡିରେ ମିଶିଲେ ହାତ ଛାଡ଼ିଥିବା ବଲାଙ୍ଗୀରର ଟାଣୁଆ ନେତା ସୁରେନ୍ଦ୍ର ସିଂ ଭୋଇ
ଭୁବନେଶ୍ୱର – ବିଜେଡିର ମିଶ୍ରଣ ପର୍ବ । ବିଜେଡିରେ ସାମିଲ ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ । ଶଙ୍ଖ ଭବନରେ ଆୟୋଜିତ ବିଜେଡିର ମିଶ୍ରଣ ପର୍ବରେ ଆନୁଷ୍ଠାନିକ ଭାବେ ଦଳରେ ସାମିଲ ହୋଇଛନ୍ତି ସୁରେନ୍ଦ୍ର ସିଂହ ଭୋଇ । ଟୁକୁନି ସାହୁ, ସସ୍ମିତ ପାତ୍ର, ଅଧିରାଜ ପାଣିଗ୍ରାହୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ସୁରେନ୍ଦ୍ର। ସୂଚନାଯୋଗ୍ୟ ଯେ, ନୂଆପଡ଼ା ବିଧାୟକ ଅଧୀରାଜ ପାଣିଗ୍ରାହୀଙ୍କ ପରେ ପଶ୍ଚିମ ଓଡ଼ିଶାର ଦ୍ୱିତୀୟ ଟାଣୁଆ ନେତା ଭାବେ ସୁରେନ୍ଦ୍ର [...]
Odiaକେଜ୍ରିୱାଲଙ୍କ ଗିରଫଦାରି ନେଇ ଅନ୍ତର୍ଜାତୀୟ ସ୍ତରରେ ଆଲୋଡ଼ନ; ଜର୍ମାନୀ, ଆମେରିକା ପରେ ଜାତିସଂଘର ପ୍ରତିକ୍ରିୟା
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ଜାତୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରି ଏବେ ଏକ ଅନ୍ତର୍ଜାତୀୟ ପ୍ରସଙ୍ଗ ପାଲଟିଛି । ଜର୍ମାନୀ ଓ ଆମେରିକା ପରେ ଜାତିସଂଘ ବି ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି । ନିର୍ବାଚନ ମୁହାଁ ଭାରତରେ ଲୋକଙ୍କର ରାଜନୈତିକ ତଥା ନାଗରିକ ଅଧିକାରକୁ ସୁରକ୍ଷା ଦେବାକୁ ଆହ୍ବାନ କରିଛି ଜାତିସଂଘ। କେଜ୍ରିୱାଲଙ୍କ ଗିରଫଦାରି ଏବଂ ବିରୋଧୀ ଦଳ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ଦୃଷ୍ଟିରୁ ଆଗାମୀ ସାଧାରଣ ନିର୍ବାଚନ [...]
Odiaରାଜ୍ୟରେ ତାପମାତ୍ରା ଆହୁରି ବଢିବା ସମ୍ଭାବନା, ଆଜି ଅନେକ ଜିଲ୍ଲା ପାଇଁ କାଳବୈଶାଖୀ ସତର୍କତା
ଭୁବନେଶ୍ୱର – ରାଜ୍ୟରେ ଗତ ଦୁଇ ତିନି ଦିନ ଧରି ପାରଦ ଉପରମୁହାଁ ହୋଇଛି। ଅନେକ ସ୍ଥାନରେ ପାରଦ ସ୍ୱାଭାବିକଠାରୁ ୩-୪ ଡିଗ୍ରୀ ସେଲସିୟସ ଅଧିକ ରହୁଛି । ଗତକାଲି ୫ଟି ସହରର ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ ଥିଲା । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା ଆହୁରି ୨-୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହି ମାସ ୩୧ ତାରିଖ ସୁଦ୍ଧା [...]
