Odiaଖାଇକୁ ଖସିଲା କ୍ୟାବ୍, ୧୦ ମୃତ
ଶ୍ରୀନଗର: ଜମ୍ମୁରୁ ଶ୍ରୀନଗର ଯାଉଥିବା ଏକ ଯାତ୍ରୀବାହୀ କ୍ୟାବ (ଏସୟୁଭି) ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥର ରାମବନ୍ ଜିଲ୍ଲା ନିକଟରେ ଏକ ଗଭୀର ଖାଇକୁ ଖସିପଡ଼ିଛି । ଏହି ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି | ପୋଲିସ, ଏସଡିଆରଏଫ ଓ କ୍ଯୁଆରଟି ରାମବନ ନିକଟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଅଧିକାରୀଙ୍କ କହିବା ମୁତାବକ, ଶ୍ରୀନଗରରୁ ଜମ୍ମୁକୁ ଯାଉଥିବା ଏହି ଗାଡ଼ି ରାତି ପ୍ରାୟ ୧.୧୫ ସମୟରେ ରାମବନ ଜିଲ୍ଲାର ବ୍ୟାଟେରୀ ଚଶମା [...]
Odiaଆଜି ଆସିପାରେ ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା, କଂଗ୍ରେସର ତାଲିକା ବିଳମ୍ବିତ
ଭୁବନେଶ୍ୱର – ତାପମାତ୍ରା ବୃଦ୍ଧି ସହ ରାଜ୍ୟରେ ନିର୍ବାଚନୀ ତାତି ବି ବଢ଼ିବାରେ ଲାଗିଛି। ଧୀରେ ଧୀରେ ସରଗରମ ହେଉଛି ରାଜନୈତିକ ବାତାବରଣ। ପ୍ରଥମେ ୧୮ଟି ଲୋକସଭା ଆସନରେ ବିଜେପିର ପ୍ରାର୍ଥୀ ଘୋଷଣା ପରେ ଶାସକ ବିଜେଡି ଗୋଟିଏ ଦିନରେ ୧୫ ଲୋକସଭା ଓ ୭୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଥିଲା । କିନ୍ତୁ କଂଗ୍ରେସ ପକ୍ଷରୁ ଏ ଯାଏଁ କୈାଣସି ପ୍ରାର୍ଥୀ ତାଲିକା ଜାରି କରାଯାଇନାହିଁ। ବିଜେପି ମଧ୍ୟ ଏ ଯାଏଁ [...]
Odiaଗ୍ୟାଙ୍ଗଷ୍ଟର ମୁଖତାର୍ ଅନସାରୀଙ୍କ ମୃତ୍ୟୁ ନେଇ ପ୍ରଶ୍ନ ଉଠାଇଲେ ପରିବାର ଲୋକ ଓ ବିରୋଧୀ
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବାନ୍ଦା ଜେଲରେ ଥିବା ଗ୍ୟାଙ୍ଗଷ୍ଟର ତଥା ପୂର୍ବତନ ବିଧାୟକ ମୁଖତାର୍ ଅନସାରୀଙ୍କର ହୃଦଘାତରେ ମୃତ୍ୟୁ ହୋଇଛି। ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। ହଠାତ୍ ଦେହ ଖରାପ ହୋଇଯିବାରୁ ଅଚେତ ଅବସ୍ଥାରେ ଅନସାରୀଙ୍କୁ ଜେଲରୁ ଗୁରୁବାର ରାତି ୮:୩୦ରେ ରାଣୀ ଦୁର୍ଗାବତୀ ମେଡିକାଲକୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଅନସାରୀ ହଠାତ୍ ବାରାକରେ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ଅନସାରୀଙ୍କ ଯେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ସେନେଇ [...]
Odiaଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ସୁନୁ ଗିରିଜା ହରିଚରିତ ସୁହାଏ । ବିପୁଲ ବିସଦ ନିଗମାଗମ ଗାଏ ॥ ହରି ଅବତାର ହେତୁ ଜେହି ହୋଈ । ଇଦମିତ୍ଥଂ କହି ଜାଇ ନ ସୋଈ ॥ ଭାବାର୍ଥ :- ଶ୍ରୀଶିବ କହିଲେ, ହେ ପାର୍ବତୀ ! ଶୁଣ, ସମସ୍ତ ବେଦ ଶାସ୍ତ୍ରାଦିରେ ଶ୍ରୀହରିଙ୍କର ସୁନ୍ଦର ରୂପେ ବିସ୍ତ୍ରୁତ ନିର୍ମଳ ଚରିତ୍ରର ଗାନ କରାଯାଇଛି । ଶ୍ରୀହରି ଙ୍କର ଅବତାର ଯେଉଁ କାରଣରୁ ହୋଇଥାଉ ନା କାହିଁକି, ତାହାକୁ [...]
ଗୀତା ଉପଦେଶ : ଈଶ୍ୱର ଶରଣାପର୍ଣ୍ଣ ବ୍ୟକ୍ତି ନିଜକୁ କର୍ତ୍ତା ଭାବେ କିମ୍ବା କାହାର କାରଣ ଭାବେ ଚିନ୍ତା କରନ୍ତି ନାହିଁ

Odiaଗୀତା ଉପଦେଶ : ଈଶ୍ୱର ଶରଣାପର୍ଣ୍ଣ ବ୍ୟକ୍ତି ନିଜକୁ କର୍ତ୍ତା ଭାବେ କିମ୍ବା କାହାର କାରଣ ଭାବେ ଚିନ୍ତା କରନ୍ତି ନାହିଁ
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମ ସନ୍ୟାସ ଯୋଗ ପଞ୍ଚମ ଅଧ୍ୟାୟରେ କହୁଛନ୍ତି : – ସର୍ବକର୍ମାଣି ମନସା ସଂନ୍ୟସ୍ୟାସ୍ତେ ସୁଖଂ ବଶୀ । ନବଦ୍ୱାରେ ପୁରେଦେହୀ ନୈବ କୁର୍ବନ୍ନ କାରୟନ୍। ଅର୍ଥାତ ଭଗବାନ କହିଲେ – ଶରୀରଧାରୀ ଜୀବ,ଯେଉଁମାନେ ଆତ୍ମସଂଯତ ଏବଂ ଆସକ୍ତି ରହିତ ଅଟନ୍ତି,ସେମାନେ ସେହି ନବଦ୍ୱାର ବିଶିଷ୍ଟ ନଗରରେ ଖୁସିରେ ବାସ କରନ୍ତି । ସେମାନେ ନିଜକୁ କର୍ତ୍ତା ଭାବେ କିମ୍ବା କାହାର କାରଣ ଭାବେ ଚିନ୍ତା କରନ୍ତି ନାହିଁ । [...]
Odiaରାମେଶ୍ୱରମ କାଫେ ବିସ୍ଫୋରଣ ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଗିରଫ
ବେଙ୍ଗାଲୁରୁ: ବେଙ୍ଗାଲୁରୁର ରାମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀକୁ ଗିରଫ କରିଛି ଏନଆଇଏ । ଗିରଫ ବ୍ୟକ୍ତିର ନାଁ ମୁଜାମିଲ ସରିଫ । ଏନ୍ଆଇଏ ସୂଚନା ଅନୁଯାୟୀ, ମୁଜାମିଲ ଅନ୍ୟ ଦୁଇ ଅଭିଯୁକ୍ତ ମୁସାଭିର ହୁସେନ୍ ସାଜିବ ଓ ଅବଦୁଲ ମାତିନ ତାହାକୁ ବିସ୍ଫୋରଣ ପାଇଁ ସାମଗ୍ରୀ ଯୋଗାଇଥିଲା । ଏହି ଦୁଇ ଅଭିଯୁକ୍ତ ଏପର୍ଯ୍ୟନ୍ତ ଧରାପଡ଼ି ନାହାଁନ୍ତି। କର୍ଣ୍ଣାଟକ, ତାମିଲନାଡୁ ଓ ଉତ୍ତର ପ୍ରଦେଶରେ ୧୮ଟି ସ୍ଥାନରେ ଚଢ଼ାଉ କରିବା ପରେ ମୁଜାମିଲଙ୍କୁ ଗିରଫ [...]
Odiaପାରଦ ଉପରମୁହାଁ: ରାଜ୍ୟରେ ୫ଟି ସହରରେ ତାପମାତ୍ରା ୩୯ ଛୁଇଁଲା, ପାରଳାଖେମୁଣ୍ଡି ଉତ୍ତପ୍ତ ସହର
ଭୁବନେଶ୍ୱର – ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଉପରମୁହାଁ ହୋଇଛି । ଆଜି ରାଜ୍ୟର ୫ଟି ସହରରେ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ ଛୁଇଁଛି । ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଆଜି ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଏଠାରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୯.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଆଜି ବୌଦ୍ଧରେ ୩୯.୫, ନୟାଗଡରେ ୩୯.୨, ଟିଟିଲାଗଡରେ ୩୯.୨,ଭବାନୀପାଟଣାରେ ୩୯ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ଆଜି ରାଜ୍ୟର [...]
Odiaଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଗଲେ ଅବସରପ୍ରାପ୍ତ ମହିଳା ହେଲ୍ଥ ଭିଜିଟର
ସୁନ୍ଦରଗଡ଼ – ଲାଞ୍ଚ ନେବା ମାମଲାରେ ସୁନ୍ଦରଗଡ଼ ଜିଲ୍ଲା ଖୁଣ୍ଟା ଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଅବସରପ୍ରାପ୍ତ ମହିଳା ହେଲଥ ଭିଜିଟର ମଥାମଣି ରଥ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସୁନ୍ଦରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ମଥାମଣିଙ୍କୁ ଦୋଷୀ ସାବ୍ୟସ୍ତ କରି ୪ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ଏଥିସହ ତାଙ୍କୁ ୨ ହଜାର ଟଙ୍କା ଜୋରିମାନା ଦେବାକୁ ବି ନିର୍ଦ୍ଦେଶ ଦିଆଯାଇଛି। ଜୋରିମାନା ଅନାଦେୟ ତାଙ୍କୁ ଆଉ ଅଧିକ ତିନିମାସ ଜେଲରେ ରହିବାକୁ ପଡ଼ିବ । [...]
Odiaଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ ଜିଏସଟି ଅଫିସର
ଭୁବନେଶ୍ୱର – ପୁରୀ ଏନଫୋର୍ସମଏଣ୍ଟ ୟୁନିଟର ସିଟିଓ ଓ ଜିଏସଟି ଅଫିସର ମାନସ ରଞ୍ଜନ ବେହେରାଙ୍କୁ ଲାଞ୍ଚ ନେବାବେଳେ ମାଡ଼ି ବସିଛି ଭିଜିଲାନ୍ସ। ଜଣେ ବ୍ୟକ୍ତିଙ୍କ ଜବତ ହୋଇଥିବା ଗାଡ଼ି ଛାଡିବାକୁ ସେ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସରକାରୀ ନିୟମ ଅନୁସାରେ ଗାଡ଼ି ମାଲିକ ଜିଏସଟି ଜୋରିମାନା ବାବଦରେ ୭୯ ହଜାର ୨ ଶହ ଟଙ୍କା ଗତ ୧୯ ତାରିଖରେ ପ୍ରଦାନ କରିଥିଲେ ମଧ୍ୟ ଅଭିଯୁକ୍ତ ଜିଏସଟି ଅଫିସର ମାନସ ରଞ୍ଜନ ବେହେରା ଗାଡ଼ି [...]
Odiaକେଜ୍ରିୱାଲ ପ୍ରସଙ୍ଗରେ ପୁଣି ମୁଣ୍ଡ ପୂରାଇଲା ଆମେରିକା, ଏମିତି ଜବାବ ଦେଲା ଭାରତ
ନୂଆଦିଲ୍ଲୀ: ଭାରତର ଦୃଢ ପ୍ରତିବାଦ ସତ୍ତ୍ୱେ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରି ପ୍ରସଙ୍ଗରେ ଆମେରିକା ପୁଣି ମୁଣ୍ଡ ପୂରାଇଛି। ଆମେରିକାର ଏଭଳି ଆଚରଣକୁ ବିରୋଧ କରିଛି ଭାରତ। ଏହି ପ୍ରସଙ୍ଗରେ ଆମେରିକାର ବୟାନ ଅବାଞ୍ଛିତ ତଥା ଗ୍ରହଣୀୟ ନୁହେଁ ବୋଲି କହିଛି ଭାରତ। କେଜ୍ରିୱାଲ ପ୍ରସଙ୍ଗରେ ଆମେରିକାର ସଦ୍ୟତମ ବୟାନ ନେଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଗୁରୁବାର ଏକ ବିବୃତ୍ତିରେ କହିଛି, “ଆମେରିକାର ସଦ୍ୟତମ ମନ୍ତବ୍ୟ ଅବାଞ୍ଛିତ। ଏହା ଗ୍ରହଣୀୟ ନୁହେଁ । ଭାରତର ନ୍ୟାୟ ବ୍ୟବସ୍ଥା [...]
