Odiaସିନ୍ଦେଙ୍କ ଶିବସେନାରେ ଯୋଗଦେଲେ ଗୋବିନ୍ଦା, ଲଢ଼ିପାରନ୍ତି ଲୋକସଭା ନିର୍ବାଚନ
ମୁମ୍ବାଇ: ଲୋକସଭା ନିର୍ବାଚନ ପୂର୍ବରୁ ବଲିଉଡ୍ ଅଭିନେତା ଗୋବିନ୍ଦା ଗୁରୁବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ଵାଧୀନ ଶିବସେନାରେ ଯୋଗ ଦେଇଛନ୍ତି। ସେ ମୁମ୍ବାଇ ଉତ୍ତର ପଶ୍ଚିମରୁ ଲୋକସଭା ନିର୍ବାଚନ ଲଢ଼ିବା ସମ୍ଭାବନା ରହିଛି। ଏହି ଆସନରେ ଶିବସେନାର ଉଦ୍ଧବ ଗୋଷ୍ଠୀ ଅମୋଲ କୀର୍ତ୍ତିକରଙ୍କୁ ପ୍ରାର୍ଥୀ କରିଛି। ଗୋବିନ୍ଦା ମାର୍ଚ୍ଚ ୨୭ରେ ପୂର୍ବତନ ବିଧାୟକ କୃଷ୍ଣ ହେଗଡେଙ୍କୁ ଭେଟିଥିଲେ । ଏହାପରେ ସେ ଆଗାମୀ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ଚର୍ଚ୍ଚା ହୋଇଥିଲା । ଗୋବିନ୍ଦାଙ୍କ [...]
Odiaଲାଞ୍ଚ ନେବାବେଳେ ଧରାପଡିଲେ ରାଜସ୍ୱ ସୁପରଭାଇଜର ଓ ଅବସରପ୍ରାପ୍ତ ଅମିନ
ଭୁବନେଶ୍ୱର – ଜମି ଅଧିଗ୍ରହଣ ସମ୍ପର୍କିତ ଫାଇଲ କାମ ପାଇଁ ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ପାରାଦୀପର ବିଶେଷ ଜମି ଅଧିଗ୍ରହଣ କାର୍ଯ୍ୟାଳୟର ରାଜସ୍ୱ ସୁପରଭାଇଜର ଗଣେଶ ମଲ୍ଲିକ । ତାଙ୍କ ସହ ଜଣେ ଅବସରପ୍ରାପ୍ତ ଅମିନ କ୍ଷୀରୋଦ ରଥଙ୍କୁ ମଧ୍ୟ ଭିଜିଲାନ୍ସ ଧରିଛି । ଜମି ଅଧିଗ୍ରହଣ ସମ୍ପର୍କିତ ପେମେଣ୍ଟ ବାବଦ ଫାଇଲ ପ୍ରୋସେସିଂ ପାଇଁ ରାଜସ୍ୱ ସୁପରଭାଇଜର ଗଣେଶ ମଲ୍ଲିକ ଓ ଅବସରପ୍ରାପ୍ତ ଅମିନ ଅଭିଯୋଗକାରୀଙ୍କଠାରୁ ୪ ହଜାର ଟଙ୍କା [...]
Odiaମା’ ବିରଜାଙ୍କ ଆଶୀର୍ବାଦ ଭିକ୍ଷା କଲେ ପ୍ରଣବ ପ୍ରକାଶ ଦାସ
ପୁରୀ – ବିଜେଡି ପକ୍ଷରୁ ସମ୍ବଲପୁର ଆସନରୁ ଲୋକସଭା ପ୍ରାର୍ଥୀ ଭାବେ ଘୋଷିତ ହୋଇଥିବା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆଜି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର ପରିଦର୍ଶନ କରି ଆଶୀର୍ବାଦ କାମନା କରିଛନ୍ତି । ନିଜ ସମର୍ଥକଙ୍କ ସହ ସେ ବିରଜା ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। ପୂର୍ବରୁ ପ୍ରଣବ ପୁରୀ ଯାଇ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ। ସମ୍ବଲପୁର ଲୋକସଭା ଆସନରେ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ସହ [...]
Odiaଭର୍ତ୍ତୃହରି ଓ ସିଦ୍ଧାନ୍ତଙ୍କ ଉପରେ ବର୍ଷିଲେ ବିଜେଡି ନେତା ମୁନା ଖାଁ
ଭୁବନେଶ୍ବର – ବିଜେଡି ଛାଡି ବିଜେପିରେ ମିଶିଥିବା ସିଦ୍ଧାନ୍ତ ମହାପାତ୍ର ଏବଂ ଭର୍ତ୍ତୃହରି ମହତାବଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେଡି ନେତା ମୁନା ଖାଁ । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନଙ୍କ ବିନା ଉଭୟ ସିଦ୍ଧାନ୍ତ ଓ ଭର୍ତ୍ତୃହରି କିଛି ନୁହନ୍ତି । ନବୀନଙ୍କ ବିନା ଓ୍ବାର୍ଡ ମେମ୍ବର ହେବାକୁ ବି ଯୋଗ୍ୟ ନୁହଁନ୍ତି ବୋଲି କହି ତାତ୍ସଲ୍ୟ କରିଛନ୍ତି ମୁନା । ମୁନା କହିଛନ୍ତି, ଜଣେ ୨୬ ବର୍ଷ ଓ ଅନ୍ଯ ଜଣେ ୧୦ [...]
Odiaଆଉ ୪ ଦିନ ବଢ଼ିଲା କେଜ୍ରିୱାଲଙ୍କ ଇଡି ରିମାଣ୍ଡ
ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କୌଣସି ଆଶ୍ବସ୍ତି ମିଳିନାହିଁ । ଟ୍ରାଏଲ୍ କୋର୍ଟ ତାଙ୍କ ଇଡି ରିମାଣ୍ଡ ଆଉ ଚାରି ଦିନ ବଢ଼ାଇଛନ୍ତି । କେଜ୍ରିୱାଲ ବର୍ତ୍ତମାନ ଏପ୍ରିଲ ୧ ପର୍ଯ୍ୟନ୍ତ ଇଡି ହାଜତରେ ରହିବେ। ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଇଡି ଗତ ଗୁରୁବାର କେଜ୍ରିୱାଲଙ୍କୁ ତାଙ୍କ ବାସଭବନରୁ ଗିରଫ କରିଥିଲା। ପରଦିନ ତାଙ୍କୁ ଟ୍ରାଏଲ କୋର୍ଟ ୬ ଦିନ ଇଡି ରିମାଣ୍ଡରେ ପଠାଇଥିଲେ, [...]
Odiaବଢିଲା ତାତି : ଦିନ ୨ଟା ୩୦ ସୁଦ୍ଧା ଚାନ୍ଦବାଲି ରାଜ୍ୟର ଉତ୍ତପ୍ତ ସହର, ୫ଟି ସହରରେ ତାପମାତ୍ରା ୩୭ ଡିଗ୍ରୀ ଉପରେ
ଭୁବନେଶ୍ୱର – ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରାରେ ବୃଦ୍ଧି ଘଟିଛି । ସ୍ୱାଭାବିକଠାରୁ ୨-୩ ଡିଗ୍ରୀ ସେଲସିୟସ ତାପମାତ୍ରା ବୃଦ୍ଧି ପାଇଛି। ଆଜି ଦିନ ୨ଟା ୩୦ ମିନିଟ ସୁଦ୍ଧା ଚାନ୍ଦବାଲି ଥିଲା ରାଜ୍ୟର ଉତ୍ତପ୍ତ ସହର । ଏଠାରେ ତାପମାତ୍ରା ସର୍ବାଧିକ ୩୮ .୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ହୀରାକୁଦରେ ତାପମାତ୍ରା ଥିଲା ୩୮ ଡିଗ୍ରୀ ସେଲସିୟସ। ସମ୍ବଲପୁରରେ ୩୭.୯, ଝାରସୁଗୁଡାରେ ୩୭.୪, ଭୁବନେଶ୍ୱରରେ ୩୭.୩, [...]
Odia‘ନ୍ୟାୟପାଳିକା ଉପରେ ଚାପ ପକାଉଛି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ’, ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖି ଚିନ୍ତା ପ୍ରକଟ କଲେ ୬୦୦ରୁ ଅଧିକ ଓକିଲ
ନୂଆଦିଲ୍ଲୀ: ନ୍ୟାୟପାଳିକାକୁ ବଦନାମ୍ କରିବା ପାଇଁ ଉଦ୍ୟମ ନେଇ ଚିନ୍ତା ପ୍ରକଟ କରି ଦେଶର ୬୦୦ରୁ ଊର୍ଦ୍ଧ୍ବ ଓକିଲ ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କୁ ଚିଠି ଲେଖିଛନ୍ତି । ନ୍ୟାୟପାଳିକା ଉପରେ ଏକ “ନ୍ୟସ୍ତ ସ୍ବାର୍ଥ ଗୋଷ୍ଠୀ’ ଚାପ ପକାଉଛି ଓ ଏହାକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଛି ବୋଲି ସେମାନେ ଏହି ଚିଠିରେ ଦାବି କରିଛନ୍ତି । ଏହି ଚିଠିରେ ଦସ୍ତଖତ ଥିବା ଓକିଲ ମାନଙ୍କ ମଧ୍ୟରେ ହରିଶ ସାଲଭେ, ମନନ କୁମାର ମିଶ୍ରା, [...]
Odiaକେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ନେଇ ଜନସ୍ବାର୍ଥ ମାମଲା ଖାରଜ
ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହେବା ପରେ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ଦାବି କରି ଦାଖଲ ଏକ ଜନସ୍ବାର୍ଥ ମାମଲାକୁ ଦିଲ୍ଲୀ ହାଇକୋର୍ଟ ଗୁରୁବାର ଖାରଜ କରିଛନ୍ତି। ଭାରପ୍ରାପ୍ତ ମୁଖ୍ୟ ବିଚାରପତି ମନମୋହନଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ଏହି ମାମଲାର ଯଥାର୍ଥତା ଉପରେ କୌଣସି ଟିପ୍ପଣୀ କରିବାକୁ ମନା କରିଦେଇଛନ୍ତି । ଏହି ବିଷୟ ନ୍ୟାୟିକ ହସ୍ତକ୍ଷେପ ବାହାରେ ବୋଲି କହିଛନ୍ତି କୋର୍ଟ। କୋର୍ଟ କହିଛନ୍ତି ଯେ, କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ [...]
Odiaଆଜି ଇଡିରେ ହାଜର ହେବେନି ମହୁଆ
ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ର ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମ୍ମୁଖରେ ହାଜର ହେବେନି। ସେ ପଶ୍ଚିମବଙ୍ଗ କୃଷ୍ଣନଗରରେ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ରହିବେ ବୋଲି କହିଛନ୍ତିି ଏହି ବିବାଦୀୟ ନେତ୍ରୀ। ବୈଦେଶିକ ମୁଦ୍ରା ବିନିମୟ ପରିଚାଳନା ଆଇନ (ଫେମା) ଉଲ୍ଲଂଘନ ମାମଲାରେ ପଚରାଉଚରା ପାଇଁ ଇଡି ମହୁଆ ମୈତ୍ରଙ୍କ ସହ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କୁ ଗତକାଲି ସାନି ସମନ ଜାରି କରିଥିଲା । ଉଭୟଙ୍କୁ ଜେରା ପାଇଁ ମାର୍ଚ୍ଚ ୨୮ ଅର୍ଥାତ୍ ଆଜି [...]
Odiaଆତ୍ମସମର୍ପଣ କଲେ ବିବାଦୀୟ ୟୁଟ୍ୟୁବର ଦମ୍ପତ୍ତି
ଭୁବନେଶ୍ୱର – ଫେରାର ଥିବା ଭଦ୍ରକର ବିବାଦୀୟ ୟୁଟ୍ୟୁବର ମୋନାଲିସା ଭଦ୍ର ଓ ତାଙ୍କ ପତି ବଦ୍ରି ନାରାୟଣ ଆତ୍ମସମର୍ପଣ କରିଛନ୍ତି। ଯାଜପୁର ରୋଡ଼ ବନବିଭାଗ କାର୍ଯ୍ୟାଳୟ ନିକଟରେ ୟୁଟ୍ୟୁବର ଦମ୍ପତ୍ତି ଆତ୍ମସମର୍ପଣ କରିଛନ୍ତି । ବିଭିନ୍ନ ବନ୍ୟଜନ୍ତୁଙ୍କୁ ଘରେ ରଖି ଫଟୋ ଓ ଭିଡିଓ ସୁଟ୍ କରି ସାମାଜିକ ଗଣମାଧ୍ୟମରେ ସେୟାର କରିବା ଘଟଣାରେ ମୋନାଲିସା ଭଦ୍ରଙ୍କ ଘରେ ଚଢ଼ାଉ କରିଥିଲା ବନ ବିଭାଗ । ଗିରଫ ହେବା ଭୟରେ ମୋନାଲିସା ଓ ତାଙ୍କ ସ୍ୱାମୀ [...]
