Odiaକେଜ୍ରିୱାଲଙ୍କୁ ହାଇକୋର୍ଟରୁ ମିଳିଲାନି ଆଶ୍ବସ୍ତି
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହାଇକୋର୍ଟରୁ କୌଣସି ଆଶ୍ବସ୍ତି ମିଳିନାହିଁ। ହାଇକୋର୍ଟ କେଜ୍ରିୱାଲଙ୍କୁ ମୁକ୍ତ କରିବା ପାଇଁ କୌଣସି ଅନ୍ତରୀଣ ଆଦେଶ ଜାରି କରିବାକୁ ମନା କରି ଦେଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସମ୍ପ୍ରତି ଇଡି ରିମାଣ୍ଡରେ ଅଛନ୍ତି। ଇଡି ଦ୍ୱାରା ତାଙ୍କ ଗିରଫଦାରିକୁ ଚ୍ୟାଲେଞ୍ଜ କରି କେଜ୍ରିୱାଲଙ୍କ ପିଟିସନ ଉପରେ ଜଷ୍ଟିସ ସ୍ୱର୍ଣ୍ଣକାନ୍ତ ଶର୍ମାଙ୍କ ଖଣ୍ଡପୀଠ କେନ୍ଦ୍ରୀୟ ଏଜେନ୍ସିକୁ ନୋଟିସ ଜାରି କରିଛନ୍ତି। [...]
Odiaବିଜେଡିର ୬ ଜଣିଆ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କଲେ ନବୀନ
ଭୁବନେଶ୍ୱର – ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବାର ମାତ୍ର କିଛି ଘଣ୍ଟା ପରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା ଘୋଷଣା କରିଛି ବିଜେଡି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୬ ଜଣିଆ ଦ୍ୱିତୀୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ପୁରୀ ଲୋକସଭା ଆସନରୁ ଅରୂପ ପଟ୍ଟନାୟକ ପ୍ରାର୍ଥୀ ହେବେ । ଢେଙ୍କାନାଳରୁ ଅବିନାଶ ସାମଲ, ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ, କନ୍ଧମାଳରୁ ଅଚ୍ୟୁତ ସାମନ୍ତ, କଟକରୁ ସନ୍ତୃପ୍ତ ମିଶ୍ର ଓ [...]
Odiaମମତା, କଙ୍ଗନାଙ୍କ ବିରୋଧରେ ମନ୍ତବ୍ୟ: ଦିଲୀପ ଘୋଷ, ସୁପ୍ରିୟା ଶ୍ରୀନେତଙ୍କୁ ଇସିର କାରଣ ଦର୍ଶାଅ ନୋଟିସ୍
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଅଭିନେତ୍ରୀ କଙ୍ଗନା ରନାଓ୍ବତଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ଦିଲୀପ ଘୋଷ ଓ କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତଙ୍କୁ ନିର୍ବାଚନ କମିଶନ ବୁଧବାର କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ସାଧାରଣ ନିର୍ବାଚନ ପାଇଁ ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ବିଜେପି କଙ୍ଗନାଙ୍କୁ ପ୍ରାର୍ଥୀ କରିଛି।ଘୋଷ ଏବଂ ଶ୍ରୀନେତଙ୍କ ମନ୍ତବ୍ୟକୁ ‘ଅଶୋଭନୀୟ ଓ ଅନୁଚିତ’ ବୋଲି କହିଛନ୍ତି ନିର୍ବାଚନ [...]
Odia୨ ଅନ୍ତଃରାଜ୍ୟ ଅପରାଧୀଙ୍କୁ କାବୁ କଲା ବ୍ରହ୍ମପୁର ପୋଲିସ
ବ୍ରହ୍ମପୁର: ମୁମ୍ବାଇ ଓ ଚେନ୍ନାଇରେ ଅପରାଧ ଘଟାଇ ଫେରାର ଥିବା ଜଣେ ଗଞ୍ଜେଇ କିଙ୍ଗ୍ ପିନ୍ ସମେତ ୨ ଅନ୍ତଃରାଜ୍ୟ ଅପରାଧୀଙ୍କୁ କାବୁ କରି ବ୍ରହ୍ମପୁର ପୋଲିସ ସେଠାକାର ପୋଲିସକୁ ହସ୍ତାନ୍ତର କରିଛି। ଏମାନେ ବେଆଇନ ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ସେମାନେ ହେଲେ ଦିଗପହଣ୍ଡି ଥାନା ଇଲାକାର ଧରମପୁର ଗାଁର ରଞ୍ଜନ ନାୟକ (୩୪) ଓ ଗୋଳନ୍ଥରା ଥାନା ଅନ୍ତର୍ଗତ ହନ୍ତୁଳୁ ଗ୍ରାମର କେ.ହୃଷିକେଶ ରେଡ୍ଡୀ (ରିଶି, ୨୬)। ରଞ୍ଜନ ୨୦୨୧ରୁ ଏନଡିପିଏସ୍ [...]
Odiaପଞ୍ଜାବରେ ଆପକୁ ବଡ଼ ଝଟକା: ଏକମାତ୍ର ସାଂସଦ ସୁଶୀଲ ରିଙ୍କୁ ବିଜେପିରେ ମିଶିଲେ
ଚଣ୍ଡିଗଡ଼: ଲୋକସଭା ନିର୍ବାଚନ ପୂର୍ବରୁ ପଞ୍ଜାବରେ ଆମ୍ ଆଦମୀ ପାର୍ଟି (ଆପ୍)କୁ ବଡ଼ ଝଟକା ଲାଗିଛି । ଦଳର ଏକମାତ୍ର ସାଂସଦ ସୁଶୀଲ କୁମାର ରିଙ୍କୁ ବୁଧବାର ବିଜେପିରେ ଯୋଗ ଦେଇଛନ୍ତି। ଦଳ ଏଥର ମଧ୍ୟ ରିଙ୍କୁଙ୍କୁ ଜଳନ୍ଧରରୁ ଟିକେଟ୍ ଦେଇଥିଲା। ହେଲେ ସେ ଝାଡ଼ୁ ଛାଡ଼ି ପଦ୍ମ ଧରିଛନ୍ତି। ରିଙ୍କୁଙ୍କ ବ୍ୟତୀତ ଜଳନ୍ଧର ପଶ୍ଚିମରୁ ଆପ୍ ବିଧାୟକ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ଏହା ପୂର୍ବରୁ ଶୀତଳ ଦଳରୁ ଇସ୍ତଫା ଦେଇଥିଲେ । ବିଜେପିରେ [...]
Odiaକେରଳ ମୁଖ୍ୟମନ୍ତ୍ରୀଙ୍କ ଝିଅ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କଲା ଇଡି
କୋଚି: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କେରଳର ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ଝିଅ ବୀଣା ବିଜୟନଙ୍କ ସହ ତାଙ୍କ ମାଲିକାନାରେ ଥିବା ଆଇଟି କମ୍ପାନୀ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରିଛି। ଏକ ବେସରକାରୀ ଖଣି କମ୍ପାନୀ ବୀଣା ଓ ତାଙ୍କ କମ୍ପାନୀକୁ କରିଥିବା ବେଆଇନ ଟଙ୍କା ଟ୍ରାନ୍ସଫର ଅଭିଯୋଗ ସହ ଏହି ମାମଲା ଜଡ଼ିତ। ସୂଚନା ମୁତାବକ, ଇଡି ମନି ଲଣ୍ଡରିଂ ନିରୋଧୀ (ପିଏମ୍ଏଲ୍ଏ) ଆଇନ ଅଧୀନରେ ଏହି ମାମଲା ରୁଜୁ କରିଛି । ଏଥିରେ [...]
Odiaମହୁଆ ମୈତ୍ର ଓ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କୁ ଇଡି ସମନ
ନୂଆଦିଲ୍ଲୀ: ବିଦେଶୀ ମୁଦ୍ରା ବିନିମୟ ପରିଚାଳନା ଆଇନ (ଫେମା) ଉଲ୍ଲଂଘନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ର ଏବଂ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କୁ ସାନି ସମନ ଜାରି କରିଛି। ଉଭୟଙ୍କୁ ଜେରା ପାଇଁ ମାର୍ଚ୍ଚ ୨୮ରେ ହାଜର ହେବାକୁ କୁହାଯାଇଛି। ‘ଲାଞ୍ଚ ନେଇ ପ୍ରଶ୍ନ ପଚାରିବା’ ମାମଲାରେ ମହୁଆ ମୈତ୍ରଙ୍କୁ ଡିସେମ୍ବର ମାସରେ ଲୋକସଭାରୁ ବହିଷ୍କାର କରାଯାଇଥିଲା। ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଟିଏମସି ତାଙ୍କୁ ପୁଣି ପଶ୍ଚିମବଙ୍ଗର କୃଷ୍ଣନଗର ଆସନରୁ [...]
Odiaବିଧାନସଭା ନିର୍ବାଚନ ପାଇଁ ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା ଜାରି, ହିଞ୍ଜିଳିରୁ ଷଷ୍ଠଥର ପାଇଁ ଲଢିବେ ନବୀନ
ଭୁବନେଶ୍ୱର – ବିଧାନସଭା ନିର୍ବାଚନ ପାଇଁ ଶାସକ ବିଜୁ ଜନତା ଦଳ ପକ୍ଷରୁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ପ୍ରଥମ ପ୍ରାର୍ଥୀ ତାଲିକାରେ ୭୨ ଜଣଙ୍କ ନାମ ରହିଛି। ଆଜି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ପରମ୍ପରା କ୍ରମେ ମହାପ୍ରଭୁ ଜଗନ୍ନାଥଙ୍କୁ ସମ୍ମାନ ଜଣାଇ ଜଗନ୍ନାଥ ସାରକାଙ୍କ ନାମ ପ୍ରଥମେ ଘୋଷଣା କରିଥିଲେ ନବୀନ। ଜଗନ୍ନାଥ ସାରକା ବିଷମ କଟକରୁ ପ୍ରାର୍ଥୀ ହେବେ । ଗୁଣୁପୁରରୁ ଲଢ଼ିବେ [...]
Odiaଲୋକସଭା ନିର୍ବାଚନ ପାଇଁ ବିଜେଡିର ୯ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା, ସମ୍ବଲପୁରରୁ ଲଢ଼ିବେ ପ୍ରଣବ ପ୍ରକାଶ ଦାସ
ଭୁବନେଶ୍ୱର – ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେଡି ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ୨୧ରୁ ୯ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଲୋକସଭା ଆସନରୁ ପ୍ରତିଦ୍ବନ୍ଦିତା କରିବେ । କଳାହାଣ୍ଡି ଲୋକସଭା ଆସନରୁ ଲମ୍ବୋଦର ନିଆଲ, ଭୁବନେଶ୍ୱରରୁ ମନ୍ମଥ ରାଉତରାୟ, କେନ୍ଦ୍ରାପଡାରୁ ଅଂଶୁମାନ ମହାନ୍ତି, ନବରଙ୍ଗପୁରରୁ ପ୍ରଦୀପ ମାଝୀ, ସୁନ୍ଦରଗଡ଼ରୁ ଦିଲୀପ ତିର୍କି, [...]
Odiaବିଧାନସଭା ନିର୍ବାଚନ ପାଇଁ ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କଲେ ନବୀନ, ପ୍ରଥମେ ଆସିଲା ପ୍ରଥମେ ଜଗନ୍ନାଥ ସାରକାଙ୍କ ନାମ, ନବୀନ ପୁଣି ଲଢିବେ ହିଞ୍ଜିଳିରୁ
ଭୁବନେଶ୍ୱର – ବିଧାନସଭା ନିର୍ବାଚନ ପାଇଁ ଶାସକ ବିଜୁ ଜନତା ଦଳ ପକ୍ଷରୁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ପରମ୍ପରା କ୍ରମେ ମହାପ୍ରଭୁ ଜଗନ୍ନାଥଙ୍କୁ ସମ୍ମାନ ଜଣାଇ ବିଦାୟୀ ବିଧାୟକ ଜଗନ୍ନାଥ ସାରକାଙ୍କ ନାମ ପ୍ରଥମ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ ନବୀନ। ସେ ବିଷମ କଟକରୁ ପ୍ରାର୍ଥୀ ହେବେ । ଅତାବିରାରୁ ଲଢ଼ିବେ ସ୍ନେହାଙ୍ଗିନୀ ଛୁରିଆ। ଗୁଣୁପୁର ବିଧାନସଭା ଆସନରୁ [...]
