Odiaଶୁଭମାନ ଗିଲଙ୍କୁ ୧୨ ଲକ୍ଷ ଜୋରିମାନା
ନୂଆଦିଲ୍ଲୀ: ଚେନ୍ନାଇ ସୁପରକିଙ୍ଗ୍ସ ଠାରୁ ଶୋଚନୀୟ ପରାଜୟ ପରେ ଗୁଜରାଟ ଟାଇଟନ୍ସର କ୍ୟାପଟେନ ଶୁଭମାନ ଗିଲଙ୍କୁ ଆଉ ଏକ ଝଟକା ଲାଗିଛି । ଏହି ମ୍ୟାଚରେ ତାଙ୍କ ଦଳର ମନ୍ଥର ଓଭର ହାର ଯୋଗୁଁ ଗିଲଙ୍କୁ ୧୨ ଲକ୍ଷ ଟଙ୍କା ଜୋରିମାନା ହୋଇଛି । ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ଗିଲଙ୍କ ନେତୃତ୍ଵାଧୀନ ଗୁଜରାଟ ଟାଇଟାନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା | ତେବେ ଦଳ ବିରୋଧରେ ମନ୍ଥର ଓଭର [...]
Odiaଶଙ୍ଖ ଫୁଙ୍କିଲେ ସୁରଙ୍କ ସାନପୁଅ ମନ୍ମଥ
ଭୁବନେଶ୍ୱର – ବିଜେଡିରେ ସାମିଲ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ। ଆଜି ଭୁବନେଶ୍ୱରରେ ବିଜେଡି କାର୍ଯ୍ୟାଳୟ ଶଙ୍ଖ ଭବନରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ପୂର୍ବତନ ପାଇଲଟ ମନ୍ମଥ ରାଉତରାୟ। ସେ ପାଇଲଟ ଚାକିରି ଛାଡ଼ିବା ପରେ ରାଜନୀତି ପ୍ରତି ମନ ବଳାଇଥିଲେ। ସେ କେଉଁ ଦଳରେ ଯୋଗ ଦେବେ, ସେ ନେଇ ଗତ କିଛି ଦିନ ହେବ ଜୋରଦାର ଚର୍ଚ୍ଚା ହେଉଥିଲା [...]
Odiaପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ସରିବ ନାମାଙ୍କନ ଦାଖଲ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମାର୍ଚ୍ଚ ୨୦ରୁ ନାମାଙ୍କନ ଦାଖଲ ଆରମ୍ଭ ହୋଇଥିଲା | ମାର୍ଚ୍ଚ ୨୮ରେ ନାମାଙ୍କନ ଯାଞ୍ଚ କରାଯିବ । ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ତାରିଖ ହେଉଛି ମାର୍ଚ୍ଚ ୩୦ । ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟରେ ୨୧ ରାଜ୍ୟର ୧୦୨ଟି ଆସନରେ ମତଦାନ ହେବ । ତେବେ ବିହାରରେ ହୋଲି ଯୋଗୁଁ ମାର୍ଚ୍ଚ ୨୮ ନାମାଙ୍କନ [...]
Odiaବିଜେଡିରେ ଯୋଗ ଦେବେ ସୁରେଶ ରାଉତରାୟଙ୍କ ପୁଅ ମନ୍ମଥ
ଭୁବନେଶ୍ୱର – ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ମନ୍ମଥ ଆଜି ବିଜେଡିରେ ଯୋଗ ଦେବେ । ପାଇଲଟ ଚାକିରି ଛାଡି ରାଜନୀତିରେ ଲମ୍ଫ ପ୍ରଦାନ ପାଇଁ ନିଷ୍ପତ୍ତି ନେଇଥିବା ମନ୍ମଥ ଆଜି ପୁରୁଣା ଭୁବନେଶ୍ୱର ମାଉସୀ ମା’ ଛକରୁ ସମର୍ଥକମାନଙ୍କ ସହ ଶୋଭାଯାତ୍ରାରେ ଯାଇ ଶଙ୍ଖ ଭବନରେ ବିଜେଡିରେ ମିଶିବେ । ମନ୍ମଥ କେଉଁ ଦଳରେ ମିଶିବେ, ସେ ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଜୋର୍ ଧରିଥିଲା [...]
Odiaବାଲ୍ଟିମୋର ବ୍ରିଜ୍ ଭୁଶୁଡ଼ିବା ଘଟଣା, ନିଖୋଜ ୬ ବ୍ୟକ୍ତି ମୃତ ଘୋଷିତ
ୱାଶିଂଟନ: ମାଲବାହୀ ଜାହାଜ ଧକ୍କା ପରେ ଆମେରିକାର ମେରିଲ୍ୟାଣ୍ଡ ପ୍ରଦେଶ ବାଲ୍ଟିମୋର ସହରର ଏକ ପ୍ରମୁଖ ବ୍ରିଜ୍ ଭୁଶୁଡ଼ିବା ଘଟଣାରେ ନିଖୋଜ ୬ ଜଣ ଲୋକଙ୍କୁ ମୃତ ଘୋଷଣା କରାଯାଇଛି। କୋଷ୍ଟଗାର୍ଡ ଅଧିକାରୀ ଆଡମିରାଲ ଶାନନ ଗିଲ୍ରାଥ ମଙ୍ଗଳବାର ସନ୍ଧ୍ୟାରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ‘ଫ୍ରାନ୍ସିସ୍ ସ୍କଟ୍ କି ବ୍ରିଜ୍’ ଭୁଶୁଡିବା ପରେ ପେଟାପ୍ସକୋ ନଦୀରେ ବହୁ ଘଣ୍ଟା ଧରି ସର୍ଚ୍ଚ ଅପରେସନ କରାଯାଇଥିଲା। ପାଣିର ତାପମାତ୍ରା ଏବଂ ଅନ୍ୟାନ୍ୟ କାରଣ ଆଧାରରେ ନଦୀରେ [...]
Odiaଟିକେଟ ଘୋଷଣା ପୂର୍ବରୁ ବିଜେଡିର ଆଜି ଶେଷ ସମୀକ୍ଷା ବୈଠକ, ୪ଟି ଲୋକସଭା ଆସନରେ ଦଳୀୟ ସ୍ଥିତିର ହେବ ସମୀକ୍ଷା
ଭୁବନେଶ୍ୱର – ଆସନ୍ତା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ପୂର୍ବରୁ ଆଜି ବିଜେଡିର ଶେଷ ସମୀକ୍ଷା ବୈଠକରେ ୪ଟି ସଂସଦୀୟ କ୍ଷେତ୍ରର ସ୍ଥିତି ନେଇ ଆଲୋଚନା ହେବ । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବରିଷ୍ଠ ଦଳୀୟ ନେତା, ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଆଜି ନବୀନ ନିବାସରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର ଓ ଭଦ୍ରକ ଲୋକସଭା ଆସନକୁ ନେଇ ସମୀକ୍ଷା ହେବ । ଟିକେଟ ଘୋଷଣା ପୂର୍ବରୁ ଲୋକସଭା କ୍ଷେତ୍ରର ଏହା ଶେଷ ସମୀକ୍ଷା ବୈଠକ। [...]
Odiaକେଜ୍ରିୱାଲଙ୍କ ଆବେଦନ ଉପରେ ଆଜି ହାଇକୋର୍ଟରେ ଶୁଣାଣି
ନୂଆଦିଲ୍ଲୀ: ଇଡି ଦ୍ବାରା ତାଙ୍କ ଗିରଫଦାରି ବିରୋଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଆଜି ଶୁଣାଣି କରିବେ। ଜଷ୍ଟିସ ସ୍ୱର୍ଣ୍ଣକାନ୍ତ ଶର୍ମାଙ୍କ ଖଣ୍ଡପୀଠ ପୂର୍ବାହ୍ନ ୧୦ଟାରେ ଏହି ମାମଲାର ଶୁଣାଣି କରିବ। ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଇଡି ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା। ପରଦିନ ଟ୍ରାଏଲ କୋର୍ଟ ତାଙ୍କୁ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଇଡି ହାଜତକୁ ପଠାଇଥିଲେ। ତାଙ୍କ ଗିରଫଦାରିକୁ ଚ୍ୟାଲେଞ୍ଜ କରି [...]
Odiaସମ୍ବଲପୁର ପୀରବାବା ଛକରେ ବୋମା ମାଡ ଘଟଣାର ତଦନ୍ତ ଜାରି, ଶାନ୍ତି ବଜାୟ ପାଇଁ ଜିଲ୍ଲାପାଳଙ୍କ ଅପିଲ୍
ସମ୍ବଲପୁର – ସମ୍ବଲପୁର ପୀରବାବା ଛକରେ ବୋମା ମାଡ ଘଟଣାର ତଦନ୍ତ ଚାଲିଥିବା ବେଳେ ସହର ସମେତ ଜିଲ୍ଲାରେ ଶାନ୍ତି ବଜାୟ ରଖିବାକୁ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ସିସିଟିଭି ଫୁଟେଜ ଓ ପାରିପାଶ୍ୱିର୍କ ସ୍ଥିତିକୁ ନେଇ ପୋଲିସ ଓ ସାଇଣ୍ଟିିଫିକ୍ ଟିମ୍ ଘଟଣାର ତଦନ୍ତ କରୁଛି । ଖୁବଶୀଘ୍ର ଅଭିଯୁକ୍ତ ଧରାପଡିବ ବୋଲି ଜିଲ୍ଲାପାଳ କହିଛନ୍ତି । ସହରରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ରହିଛି । ଦରକାର ପଡିଲେ ଘଟଣା ସ୍ଥଳରେ [...]
Odiaଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଚାରି ଘଣ୍ଟା ବନ୍ଦ ରହିବ ଦର୍ଶନ
ପୁରୀ – ଆଜି ଚୈତ୍ର କୃଷ୍ଣ ଦ୍ୱିତୀୟା ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ହେବ ବନକଲାଗି ନୀତି। ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ଲାଗି ଆଜି ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ବନକଲାଗି ନୀତି ଅତ୍ୟନ୍ତ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ଚତୁର୍ଦ୍ଧା ମୂରତିଙ୍କ ସାଧାରଣ ଭକ୍ତ ଦର୍ଶନ କରିପାରିବେ ନାହିଁ। କିନ୍ତୁ ପାର୍ଶ୍ଵ ଦେବାଦେବୀଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ବନକଲାଗି ନୀତି ପାଇଁ ଜୟ ବିଜୟ [...]
Odiaକୋରାପୁଟ ପୋଡାଗଡ ନିକଟରେ ଓଲଟିଲା ବସ : ୧ ମୃତ , ୨୦ ଆହତ
କୋରାପୁଟ – କୋରାପୁଟ ଜିଲ୍ଲାରେ ସଡ଼କ ଦୁର୍ଘଟଣା । କୋରାପୁଟ ସଦର ଥାନା ପୋଡାଗଡ ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କ ମଧ୍ୟରୁ କେତେକ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ବସ୍ଟି ମାଲକାନଗିରିରୁ ବ୍ରହ୍ମପୁର ଆସୁଥିବା ବେଳେ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି ।
