Odiaବାଲ୍ଟିମୋର ବ୍ରିଜ୍ ଅଘଟଣ: ଧକ୍କା ଦେଇଥିବା ଜାହାଜର ସମସ୍ତ ସଦସ୍ୟ ଭାରତୀୟ
ଓ୍ୱାଶିଂଟନ: ଆମେରିକାର ବାଲ୍ଟିମୋର ସହରର ଏକ ପ୍ରମୁଖ ବ୍ରିଜକୁ ଧକ୍କା ଦେଇଥିବା ମାଲବାହୀ ଜାହାଜର ସମସ୍ତ ୨୨ ଜଣ ସଦସ୍ୟ ଭାରତୀୟ ବୋଲି ଜଣାପଡ଼ିଛି । ଜାହାଜ ବ୍ରିଜର ଏକ ପିଲାରକୁ ଧକ୍କା ଦେବା ପରେ ଏହା ଭାଙ୍ଗି ଯାଇଥିଲା । ଅନେକ ଗାଡ଼ି ଓ ଲୋକ ନଦୀ ଭିତରକୁ ଖସିପଡ଼ିଥିଲେ । ସୋମବାର ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା। ଉଦ୍ଧାରକାରୀ ଦଳ ନଦୀରେ ତଲାସି କାର୍ଯ୍ୟ ଜାରି ରଖିଛି । ବାଲ୍ଟିମୋରର ‘ଫ୍ରାନ୍ସିସ୍ ସ୍କଟ୍ [...]
Odiaଜାହାଜ ଧକ୍କାରେ ଭୁଶୁଡ଼ିଲା ବ୍ରିଜ୍
ଓ୍ୱାଶିଂଟନ: ଏକ ଜାହାଜ ଧକ୍କାରେ ଆମେରିକା ମେରିଲ୍ୟାଣ୍ଡ ପ୍ରଦେଶର ବାଲ୍ଟିମୋରରେ ଏକ ବ୍ରିଜ୍ ଭୁଶୁଡ଼ି ପଡ଼ିଛି । ସୋମବାର ରାତି ପ୍ରାୟ ୧.୩୦ରେ ସିଙ୍ଗାପୁରର ଏକ କଣ୍ଟେନର ଜାହାଜ ସ୍ଥାନୀୟ ‘ଫ୍ରାନ୍ସିସ୍ ସ୍କଟ୍ କି ବ୍ରିଜ୍’କୁ ଧକ୍କା ଦେଇଥିଲା। ଏହାର କିଛି ମିନିଟ୍ ପରେ ବ୍ରିଜର ଏକ ବଡ଼ ଅଂଶ ଭୁଶୁଡି ପଡିଥିଲା। ଏହି ଦୁର୍ଘଟଣାରେ ଅନେକ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି। ବ୍ରିଜ୍ ଭୁଶୁଡ଼ି ପଡ଼ିବାରୁ ଅନେକ କାର୍ ଓ ଲୋକ ନଦୀ ଭିତରକୁ ପଡ଼ିଥିବା [...]
Odiaହୋଲି ଅଘଟଣ, ଜଳାଶୟରେ ଗାଧୋଇବା ବେଳେ ବୁଡି ୬ ମୃତ
ଭୁବନେଶ୍ୱର – ହୋଲିରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟିଛି। ହୋଲି ଖେଳି ସାରି ପୋଖରୀ, ନଦୀ ଓ କେନାଳରେ ଗାଧୋଇଲା ବେଳେ ବୁଡି ଯାଇ ୬ ଜଣ ପ୍ରାଣ ହରାଇଛନ୍ତି। ସାଲେପୁର କରମୁଆଁ ଗାଁ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ନିଶ୍ଚିନ୍ତକୋଇଲି ଲୁଣା ନଦୀରେ ବୁଡ଼ି ଜଣେ ଯୁବକ ପ୍ରାଣ ହରାଇଛନ୍ତି । ପାରାଦୀପ ଲକ୍ ଥାନା କତକୁଲା ଗାଁ ପୋଖରୀରେ ବୁଡ଼ି ଜଣେ ନାବାଳକର ମୃତ୍ୟୁ ହୋଇଛି। ସୋର, [...]
Odiaପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ, ପାଞ୍ଚ ଚୀନ୍ ନାଗରିକଙ୍କ ସହ ୬ ମୃତ
ଇସଲାମାବାଦ: ପାକିସ୍ତାନରେ ଖାଇବର ପଖତୁନଖ୍ବା ପ୍ରଦେଶର ଗାଲା ଜିଲ୍ଲାର ବେଶାମ ସହରରେ ମଙ୍ଗଳବାର ଏକ ଆତ୍ମଘାତୀ ବିସ୍ଫୋରଣରେ ପାଞ୍ଚ ଚୀନ୍ ନାଗରିକଙ୍କ ସହ ୬ ଜଣଙ୍କର ମୃତ୍ୟୁ ହୋଇଛି। ଚୀନ୍ ଇଞ୍ଜିନିୟରଙ୍କ ଗାଡ଼ିକୁ ଟାର୍ଗେଟ୍ କରି ଏହି ଆତ୍ମଘାତୀ ଆକ୍ରମଣ ହୋଇଥିବା ସୂଚନାରୁ ଜଣାପଡିଛି । ଆତ୍ମଘାତୀ ଜଣକ ବିସ୍ଫୋରକ ଭର୍ତ୍ତି ଏକ ଗାଡିକୁ ଚୀନୀ ନାଗରିକଙ୍କୁ ନେଇ ଯାଉଥିବା ବସକୁ ପିଟି ଦେଇଥିଲା ବୋଲି ପୋଲିସ କହିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବିସ୍ଫୋରକ ଭର୍ତ୍ତି [...]
Odiaଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ କାର୍ଯ୍ୟସୂଚୀ ଘୋଷିତ, ନଭେମ୍ବର ୨୨ରୁ ପର୍ଥରେ ପ୍ରଥମ ଟେଷ୍ଟ
ମେଲବୋର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫିର କାର୍ଯ୍ୟସୂଚୀ ଘୋଷଣା ହୋଇଛି। ଏହି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ନଭେମ୍ବର ୨୨ରୁ ପର୍ଥର ଅପ୍ଟସ୍ ଷ୍ଟାଡିୟମରେ ଆରମ୍ଭ ହେବ । ଅଷ୍ଟ୍ରେଲିଆ ସାଧାରଣତଃ ଆଡିଲେଡ୍ ଓଭାଲରେ ସିଜନର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିଥାଏ । ତେବେ ଏଥର ଏହି ଭେନ୍ୟୁରେ ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ । ଦ୍ବିତୀୟ ଟେଷ୍ଟ ଡିସେମ୍ବର ୬ ରୁ ୧୦ ପର୍ଯ୍ୟନ୍ତ ଚାଲିବ [...]
Odiaଜର୍ମାନୀ ପରେ କେଜ୍ରିୱାଲଙ୍କ ଗିରଫଦାରି ନେଇ ଆମେରିକାର ପ୍ରତିକ୍ରିୟା, କହିଲା ନିରପେକ୍ଷ ନ୍ୟାୟିକ ପ୍ରକ୍ରିୟା ଆଶା କରୁଛୁ
ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରି କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । କେଜ୍ରିୱାଲଙ୍କ ଗିରଫଦାରି ନେଇ ଜର୍ମାନୀ ପରେ ଏବେ ଆମେରିକା ପ୍ରତିକ୍ରିୟା ରଖିଛି। ଭାରତର ଜଣେ ପ୍ରମୁଖ ବିରୋଧୀଦଳ ନେତା କେଜ୍ରିୱାଲଙ୍କ ଗିରଫଦାରୀ ଉପରେ ଆମେ ନଜର ରଖିଛୁ ବୋଲି କହିଛି ଆମେରିକା । ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର କହିଛନ୍ତି, ଆମେ ଭାରତର ପ୍ରମୁଖ ବିରୋଧୀ ନେତା କେଜ୍ରିୱାଲଙ୍କ ଗିରଫଦାରୀ ଘଟଣା [...]
Odiaସମାଲୋଚକଙ୍କୁ କୋହଲିଙ୍କ ଜବାବ, କହିଲେ ଖାଲି ମୋ’ ନାଁ ବ୍ୟବହାର କରନି, ମୋ ଠାରେ ଆହୁରି ଅନେକ ଟି-୨୦ କ୍ରିକେଟ୍ ବି ବାକି ଅଛି
ବେଙ୍ଗାଲୁରୁ: ଚଳିତ ବର୍ଷ ଜୁନରେ ଆମେରିକା ଓ ୱେଷ୍ଟଇଣ୍ଡିଜରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଦଳରେ ତାଙ୍କ ସ୍ଥାନ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ବିରାଟ କୋହଲି ସମାଲୋଚକଙ୍କୁ ଜବାବ ଦେଇଛନ୍ତି । ଆଇପିଏଲରେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)କୁ ଜିତାଇବା ପରେ କୋହଲି କହିଛନ୍ତିି, ସେ ଏବେ ବି ଏହି ଫର୍ମାଟରେ ଖେଳିବାକୁ ସକ୍ଷମ। ପୁଅର ଜନ୍ମ ଯୋଗୁଁ କୋହଲି ଦୁଇ ମାସ କ୍ରିକେଟ୍ ବାହାରେ ଥିଲେ। ସୋମବାର ଆଇପିଏଲ [...]
Odiaଇଣ୍ଡିଆନ ଓପନ ପାରା ଆଥଲେଟିକ୍ସ ଚାମ୍ପିଅନସିପ : ଓଡ଼ିଶାର ସୁଚିତ୍ରା ଓ ଜୟନ୍ତୀଙ୍କୁ ପଦକ
ଭୁବନେଶ୍ୱର – ଓଡ଼ିଶାର ପାରା ଆଥଲେଟମାନଙ୍କୁ ସଫଳତା । ବେଙ୍ଗାଳୁରୁରେ ଚାଲିଥିବା ଷଷ୍ଠ ଇଣ୍ଡିଆନ ଓପନ ପାରା ଆଥଲେଟିକ୍ସ ଚାମ୍ପିଅନସିପରେ ଓଡ଼ିଶାର ସୁଚିତ୍ରା ପରିଡ଼ା ଜାଭେଲିନ ଥ୍ରୋରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଜୟନ୍ତୀ ବେହେରା ଦୁଇଟି ରୈ।ପ୍ୟ ପଦକ ହାସଲ କରିଛନ୍ତି। ଉଭୟ ୧୦୦ ଓ ୪୦୦ ମିଟର ଦୈ।ଡରେ ରୋୖପ୍ୟ ପଦକ ହାସଲ କରିଛନ୍ତି ଜୟନ୍ତୀ ବେହେରା।
Odiaକଙ୍ଗନାଙ୍କୁ ନେଇ ଆପତ୍ତିଜନକ ପୋଷ୍ଟ ପାଇଁ ଅଡ଼ୁଆରେ କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ୍
ନୂଆଦିଲ୍ଲୀ: ଅଭିନେତ୍ରୀ କଙ୍ଗନା ରନାୱତ ଆଗାମୀ ଲୋକସଭା ନିର୍ବାଚନରେ ହିମାଚଳ ପ୍ରଦେଶର ମଣ୍ଡିରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି। ଏଥିସହ ରାଜନୀତିରେ ଏଣ୍ଟ୍ରି ମାରିଛନ୍ତି କଙ୍ଗନା । ତେବେ କଙ୍ଗନାଙ୍କୁ ନେଇ କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତଙ୍କ ଏକ ପୋଷ୍ଟ ଯୋଗୁ ବିବାଦ ସୃଷ୍ଟି ହୋଇଛି । ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଥିବା ଏହି ପୋଷ୍ଟ ଭାଇରାଲ ହେବା ପରେ ସୁପ୍ରିୟା ଶ୍ରୀନେତ୍ ତାହା ଡିଲିଟ୍ କରିଦେଇଛନ୍ତି । ଏଭଳି ଆପତ୍ତିଜନକ ପୋଷ୍ଟ ପାଇଁ ଏହି [...]
ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ପ୍ରଥମ ପାଳିରେ ଭକ୍ତଙ୍କ ଭିଡ଼
ଛତ୍ରପୁର: ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଆଜି ଠାରୁ ଆରମ୍ଭ ହୋଇଛି। ଏଥର ଯାତ୍ରାରେ କିଛିଟା ଭିନ୍ନତା ପରିଲକ୍ଷିତ ହୋଇଛି। ପ୍ରଥମତଃ ଆଜି ହୋଲି ପର୍ବ ପାଳନ କରାଯାଉଛି। ଏଥିସହ ଏଥର ଚୈତ୍ର ମଙ୍ଗଳବାର ଯାତ୍ରା ପୂର୍ବରୁ ଗଞ୍ଜାମ ଜିଲ୍ଲାର ପାରମ୍ପରିକ ୨୧ ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ ହୋଇଯାଇଥିବାରୁ ପ୍ରଥମ ପାଳିରେ ଅପେକ୍ଷାକୃତ ଭକ୍ତଙ୍କ ସମାଗମ କମ୍ ଦେଖିବାକୁ ମିଳୁଛି। ତଥାପି ଶ୍ରଦ୍ଧାଳୁଙ୍କ ଆଗମନରେ ତାରାତାରିଣୀ ପୀଠ କାଲି [...]
