Odiaଇଡି ହାଜତରୁ ପୁଣି ଏକ ନିର୍ଦ୍ଦେଶନାମା ଜାରି କଲେ କେଜ୍ରିୱାଲ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଇଡି ହାଜତରୁ ପୁଣି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। କେଜ୍ରିୱାଲଙ୍କ ସଦ୍ୟତମ ନିର୍ଦ୍ଦେଶନାମା ତାଙ୍କ ସରକାରର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଜାରି କରିଛନ୍ତି । ବିଭାଗୀୟ ମନ୍ତ୍ରୀ ସୈାରଭ ଭରଦ୍ୱାଜଙ୍କୁ ଏହି ଆଦେଶ ଜାରି କରିଛନ୍ତି କେଜ୍ରିୱାଲ । ସୂଚନାଯୋଗ୍ୟ, ଦିଲ୍ଲୀ ଅବକାରୀ ନୀତି ମାମଲାରେ ଇଡି ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା । କୋର୍ଟ ତାଙ୍କୁ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଇଡି ହାଜତକୁ ପଠାଇଥିଲେ । ଦୁଇ ଦିନ [...]
Odiaଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ଷଷ୍ଠ ତାଲିକା, ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ଲଢ଼ିବେ ପ୍ରହ୍ଲାଦ ଗୁଞ୍ଜଲ
ନୂଆଦିଲ୍ଲୀ: କଂଗ୍ରେସ ଲୋକସଭା ନିର୍ବାଚନ ପାଇଁ ଷଷ୍ଠ ପ୍ରାର୍ଥୀ ତାଲିକା ଜାରି କରିଛି। ଏଥିରେ ରାଜସ୍ଥାନର ୪ ଓ ତାମିଲନାଡୁର ଗୋଟିଏ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ରାଜସ୍ଥାନର କୋଟାରୁ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ଦଳ ପ୍ରହ୍ଲାଦ ଗୁଞ୍ଜଲଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ ଅଜମେରରୁ ରାମଚନ୍ଦ୍ର ଚୌଧୁରୀ, ରାଜସମନ୍ଦରୁ ସୁଦର୍ଶନ ରାୱତ, ଭିଲୱାରାରୁ ଦାମୋଦର ଗୁର୍ଜର ଏବଂ ତାମିଲନାଡୁର ତିରୁନେଲଭେଲିରୁ ସି ରୋବର୍ଟ ବ୍ରୁସଙ୍କୁ ପ୍ରାର୍ଥୀ କରିଛି। ସୂଚନାଯୋଗ୍ୟ, ପ୍ରହ୍ଲାଦ [...]
ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ତାଲିକା ନେଇ ବଢୁଛି ଉତ୍କଣ୍ଠା : ଏପ୍ରିଲ ପ୍ରଥମ ସପ୍ତାହ ସୁଦ୍ଧା ଘୋଷଣା ସମ୍ଭାବନା

Odiaବିଜେଡି ଓ କଂଗ୍ରେସର ପ୍ରାର୍ଥୀ ତାଲିକା ନେଇ ବଢୁଛି ଉତ୍କଣ୍ଠା : ଏପ୍ରିଲ ପ୍ରଥମ ସପ୍ତାହ ସୁଦ୍ଧା ଘୋଷଣା ସମ୍ଭାବନା
ଭୁବନେଶ୍ୱର – ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବିଜେପି ୧୮ଟି ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି । ଆଉ ତିନିଟି ଆସନରେ ପ୍ରାର୍ଥୀ ନେଇ ନିଷ୍ପତ୍ତି ନେଇନାହିଁ ବିଜେପି । କଟକ, ଯାଜପୁର ଓ କନ୍ଧମାଳ ଆସନରେ ବିଜେପି ପ୍ରାର୍ଥୀ ଘୋଷଣା କରିନାହିଁ। ଓଡ଼ିଶାରେ ପ୍ରଥମ ଦଳ ଭାବେ ବିଜେପି ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଏବେ ସମସ୍ତଙ୍କର ନଜର ରହିଛି ଶାସକ ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ତାଲିକା ଉପରେ । [...]
Odiaସାରା ରାଜ୍ୟରେ ବାସନ୍ତିକ ପର୍ବ ହୋଲିର ମହକ : ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ଆଜି ସାରା ଓଡ଼ିଶାରେ ରଙ୍ଗର ପର୍ବ ହୋଲି ହର୍ଷୋଲ୍ଲାସରେ ପାଳନ କରାଯାଉଛି । ହୋଲି ପାଇଁ ପୁରପଲ୍ଲୀରେ ବାତାବରଣ ରଙ୍ଗୀନ ହୋଇଉଠିଛି। ସମସ୍ତେ ଏହି ବାସନ୍ତିକ ଉତ୍ସବର ନିଶାରେ ମସଗୁଲ୍ । ହୋଲି ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହୋଲି ରଙ୍ଗ ଓ ଭାଇଚାରାର ପବିତ୍ର ପର୍ବ ବୋଲି କହି ବା ସହ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ରାଧାଗୋବିନ୍ଦଙ୍କ ଆଶୀର୍ବାଦରୁ ସମସ୍ତଙ୍କ [...]
‘ମୋଦୀ-ମୋଦୀ’ ସ୍ଲୋଗାନ ଦେଉଥିବା ଯୁବକଙ୍କୁ ଚାପୁଡ଼ା ମାରିବା ଉଚିତ୍”, କର୍ଣ୍ଣାଟକ ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ

Odia‘ମୋଦୀ-ମୋଦୀ’ ସ୍ଲୋଗାନ ଦେଉଥିବା ଯୁବକଙ୍କୁ ଚାପୁଡ଼ା ମାରିବା ଉଚିତ୍”, କର୍ଣ୍ଣାଟକ ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ
ବେଙ୍ଗାଲୁରୁ: କର୍ଣ୍ଣାଟକ ମନ୍ତ୍ରୀ ଶିବରାଜ ଟାଙ୍ଗଡାଗିଙ୍କ ମନ୍ତବ୍ୟ ନେଇ ବିବାଦ ସୃଷ୍ଟି ହୋଇଛି । ଟାଙ୍ଗଡାଗି କହିଛନ୍ତି, ‘ମୋଦୀ-ମୋଦୀ’ ସ୍ଲୋଗାନ ଦେଉଥିବା ଯୁବକ ଓ ଛାତ୍ରଙ୍କୁ ଚାପୁଡ଼ା ମାରିବା ଉଚିତ୍।” କର୍ଣ୍ଣାଟକର ଏହି ମନ୍ତ୍ରୀ ମଧ୍ୟ ବେକାରୀ ସମସ୍ୟା ନେଇ ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ଵାଧୀନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତିି । ପ୍ରତି ବର୍ଷ ଦୁଇ କୋଟି ଚାକିରି ଯୋଗାଇବା ପ୍ରତିଶ୍ରୁତିକୁ ବିଜେପି ପୂରଣ କରୁନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। କନ୍ନଡ ଓ [...]
Odiaକେଜ୍ରିୱାଲଙ୍କ ଗିରଫଦାରି ପ୍ରତିବାଦରେ ଆଜି ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରାଉ କରିବ ଆପ୍, ସୁରକ୍ଷା କଡ଼ାକଡ଼ି
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରିକୁ ବିରୋଧ କରି ଆମ୍ ଆଦମୀ ପାର୍ଟି (ଆପ୍) ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନ ଘେରାଉ କରିବ । ଏହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଧାନମନ୍ତ୍ରୀଙ୍କ ସରକାରୀ ଆବାସିକ ଠିକଣା ୭, ଲୋକ କଲ୍ୟାଣ ମାର୍ଗରେ ସୁରକ୍ଷା କଡ଼ାକଡ଼ି କରିଛି। ଜାତୀୟ ରାଜଧାନୀର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ସୁରକ୍ଷା ବୃଦ୍ଧି କରାଯାଇଛି। ଆପର ପ୍ରସ୍ତାବିତ ବିକ୍ଷୋଭ ଯୋଗୁଁ ନୂଆଦିଲ୍ଲୀ ଏବଂ କେନ୍ଦ୍ରୀୟ ଦିଲ୍ଲୀ ଅଞ୍ଚଳରେ ଟ୍ରାଫିକ ପ୍ରଭାବିତ ହୋଇପାରେ [...]
Odiaଆଜିଠୁ ମାଆ ତାରାତାରିଣୀ ପୀଠରେ ଚୈତ୍ର ପର୍ବ
ବ୍ରହ୍ମପୁର – ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ପର୍ବ ଆଜିଠାରୁ ଆରମ୍ଭ ହୋଇଛି । ଚୈତ୍ର ମାସର ପ୍ରଥମ ମଙ୍ଗଳବାର ହୋଇଥିବାରୁ ପୀଠରେ ଭକ୍ତ ଓ ମାନସିକଧାରୀଙ୍କ ସମାଗମ ହୋଇଛି। ଚୈତ୍ର ପର୍ବ ପାଇଁ ପୀଠରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଏ ବର୍ଷ ୫ଟି ମଙ୍ଗଳବାର ଅର୍ଥାତ୍ ମାର୍ଚ୍ଚ ୨୬ ଏପ୍ରିଲ ୨, ୯ ,୧୬ ଓ ୨୩ ତାରିଖ ଦିନ ମାଆଙ୍କ ପୀଠରେ ଚୈତ୍ର [...]
Odiaଶ୍ରୀମନ୍ଦିର ଶ୍ରୀଜୀଉଙ୍କ ଦୋଳଯାତ୍ରା ନୀତି ପାରମ୍ପରିକ ରୀତିରେ ସମ୍ପର୍ଣ୍ଣ
ଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣି ରଥଯାତ୍ରା ଓ ଦେବସ୍ନାନ ପୂର୍ଣ୍ଣିମାକୁ ବାଦ ଦେଲେ ଦୋଳଯାତ୍ରା ପୁରୀମନ୍ଦିର ର ଏକ ବିଶିଷ୍ଟ ପର୍ବ । ଶ୍ରୀଜଗନ୍ନାଥଙ୍କର ବିଭିନ୍ନ ଯାନିଯାତ୍ରା ସମ୍ପର୍କରେ ଯେଉଁ ସବୁ ଉଲ୍ଲେଖ ରହିଛି, ତାହାରି ମଧ୍ୟରେ ଦୋଳଯାତ୍ରାର ବିଶେଷ ଗୁରୁତ୍ୱ ସ୍ୱୀକୃତ ହୋଇଛି । ଦୋଳରେ ଦୋଳ ଗୋବିନ୍ଦ, ଚନ୍ଦନ ଯାତ୍ରାର ଚାପରେ ମଧୁସୂଦନ ଓ ରଥଯାତ୍ରାରେ ରଥ ଉପରେ ବାମନଙ୍କୁ ଦର୍ଶନ କଲେ ଆଉ ପୁନର୍ଜନ୍ମ ହୁଏନାହିଁ ବୋଲି ଆପ୍ତବାକ୍ୟ ଓ ବିଶ୍ୱାସ ରହିଛି । [...]
Odiaଗୀତା ଉପଦେଶ: ସମସ୍ତ କର୍ମର ଅନ୍ତିମ ଉଦ୍ଦେଶ୍ୟ ହେଉଛି ଆନନ୍ଦର ଅନ୍ୱେଷଣ
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ପ୍ରତ୍ୟେକ ବ୍ୟକ୍ତିଙ୍କର କର୍ମର ଉପାଦାନ ସବୁ ବୁଝାଇବାକୁ ଯାଇ କହୁଛନ୍ତି – ସୁଖଂ ତ୍ୱିଦାନୀଂ ତ୍ରିବିଧଂ ଶୃଣୁ ମେ ଭରତର୍ଷଭ। ଅଭ୍ୟାସାଦ୍ରମତେ ଯତ୍ର ଦୁଃଖାନ୍ତଂ ଚ ନିଗଚ୍ଛତି। ଅର୍ଥାତ ଶ୍ରୀକୃଷ୍ଣ କର୍ମକୁ ପ୍ରେରିତ ଏବଂ ନିୟନ୍ତ୍ରିତ କରୁଥିବା କାରକମାନଙ୍କର ବର୍ଣ୍ଣନା କଲେ । ବର୍ତ୍ତମାନ ସେ କର୍ମର ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଛନ୍ତି । ସମସ୍ତ କର୍ମର ଅନ୍ତିମ ଉଦ୍ଦେଶ୍ୟ ହେଉଛି ଆନନ୍ଦର ଅନ୍ୱେଷଣ । ସମସ୍ତେ ଆନନ୍ଦ କାମନା କରୁଛନ୍ତି, ତାଙ୍କର [...]
Odiaଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ନହିଂ ତବ ଆଦି ମଧ୍ୟ ଅବସାନା । ଅମିତ୍ ପ୍ରଭାଉ ବେଦୁ ନହିଂ ଜାନା ॥ ଭବ ଭବ ବିଭବ ପରାଭବ କାରିନି । ବିସ଼୍ବ ବିମୋହନି ସ଼୍ବବସ ବିହରିନି ॥ ଭାବାର୍ଥ :- ହେ ପ୍ରଭୁ, ଆପଣଙ୍କର ଆରମ୍ଭ ନାହିଁ କି ମଝି ନାହିଁ କି ଅନ୍ତ-ଶେଷ ମଧ୍ୟ ନାହିଁ । ଆପଣଙ୍କ ଅସୀମ ପ୍ରଭାବକୁ ବେଦ ମଧ୍ୟ ସମ୍ପୁର୍ଣ୍ଣ ରୂପେ ଜାଣନ୍ତି ନାହିଁ । ଆପଣ ଏହି ସଂସାରର [...]
