Odiaବିଲ୍ ଝୁଲାଇ ରଖିବା ନେଇ ରାଷ୍ଟ୍ରପତିଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲେ କେରଳ ସରକାର
ନୂଆଦିଲ୍ଲୀ: ରାଜ୍ୟ ବିଧାନସଭା ଦ୍ୱାରା ପାରିତ ଚାରିଟି ବିଲକୁ ରାଷ୍ଟ୍ରପତି ମଞ୍ଜୁରି ନ ଦେବାରୁ କେରଳ ସରକାର ଏନେଇ ସୁପ୍ରିମକୋର୍ଟ ଯିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ବିଲ୍ ଗୁଡ଼ିକ ମଧ୍ୟରେ ବିଶ୍ୱବିଦ୍ୟାଳୟ ଆଇନ (ସଂଶୋଧନ) (ନମ୍ବର ୨) ବିଲ୍, ୨୦୨୧, କେରଳ ସମବାୟ ସମିତି (ସଂଶୋଧନ) ବିଲ୍, ୨୦୨୨, ବିଶ୍ୱବିଦ୍ୟାଳୟ ଆଇନ (ସଂଶୋଧନ) ବିଲ୍, ୨୦୨୨ ଏବଂ ବିଶ୍ୱବିଦ୍ୟାଳୟ ଆଇନ (ସଂଶୋଧନ) (ନମ୍ବର ୩) ବିଲ୍, ୨୦୨୨ ସାମିଲ । କୌଣସି କାରଣ ନ ଦର୍ଶାଇ [...]
Odiaନିର୍ବାଚନ ପ୍ରସ୍ତୁତି: ଆଜି ସମ୍ବଲପୁର ଓ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରେ ଦଳର ସ୍ଥିତି ନେଇ ବିଜେଡିର ସମୀକ୍ଷା
ଭୁବନେଶ୍ବର – ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ସ୍ୱରୂପ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ନବୀନ ନିବାସରେ ସମ୍ବଲପୁର ଓ ସୁନ୍ଦରଗଡ ସଂସଦୀୟ କ୍ଷେତ୍ରର ସ୍ଥିତି ସମୀକ୍ଷା କରୁଛନ୍ତି । ବିଜେଡି ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ପ୍ରଥମେ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ଦଳର ସ୍ଥିତି ଉପରେ ଆଲୋଚନା ହେଉଛି । ଏହି ବୈଠକରେ ସମ୍ବଲପୁର ସଂସଦୀୟ କ୍ଷେତ୍ରର ବରିଷ୍ଠ ନେତା ଓ ପର୍ଯ୍ୟବେକ୍ଷକ ଉପସ୍ଥିତ ଅଛନ୍ତି । ବୈଠକରେ ସାଙ୍ଗଠନିକ ସମ୍ପାଦକ ପ୍ରଣବ [...]
Odiaକେକେଆର୍ ବିଜୟର ହିରୋ ହର୍ଷିତ ରାଣାଙ୍କୁ ଜୋରିମାନା, ଏହି କାରଣରୁ କଟିଲା ୬୦ ପ୍ରତିଶତ ମ୍ୟାଚ୍ ଫି
କୋଲକାତା: ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସକୁ ଶେଷ ଓଭରରେ ରୋମାଞ୍ଚକ ବିଜୟ ଦେଇଥିବା ଯୁବ ଖେଳାଳି ହର୍ଷିତ ରାଣାଙ୍କୁ ହୋଇଛି ଜୋରିମାନା । ଆଇପିଏଲ୍ ଆଚରଣ ସଂହିତା ଉଲ୍ଲଂଘନ ପାଇଁ ରାଣା ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏଥିପାଇଁ ତାଙ୍କ ୬୦ ପ୍ରତିଶତ ମ୍ୟାଚ୍ ଫି କଟିଛି । ସନରାଇଜର୍ସ ମୟଙ୍କ ଅଗ୍ରୱାଲ ଏବଂ ହେନରିକ୍ କ୍ଲାସେନଙ୍କ ୱିକେଟ୍ ନେବା ପରେ ହର୍ଷିତ ରାଣା ଅତି ଆକ୍ରମଣାତ୍ମକ ଢ଼ଙ୍ଗରେ ସେଲିବ୍ରେସନ୍ କରିଥିଲେ । [...]
Odiaଅଧିକାଂଶ ଅଞ୍ଚଳରେ ଦିନ ତାପମାତ୍ରା ବୃଦ୍ଧି, ଚଳିତ ମାସ ଶେଷବେଳକୁ ପାରଦ ୪୦ ଛୁଇଁବା ସମ୍ଭାବନା
ଭୁବନେଶ୍ୱର – ରାଜ୍ୟର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ବଢ଼ିବାରେ ଲାଗିଛି । ଆସନ୍ତା ୪ ଦିନ ମଧ୍ୟରେ ଅନେକ ଜାଗାରେ ଦିନ ତାପମାତ୍ରା ୩ ରୁ ୫ ଡିଗ୍ରୀ ସେଲସିସ ଯାଏଁ ବୃଦ୍ଧି ପାଇବା ସମ୍ଭାବନା ରହିଛି । ଚଳିତମାସ ଶେଷଆଡକୁ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ତାପମାତ୍ରା ୩୯ ରୁ ୪୦ ଡିଗ୍ରୀ ଯାଏଁ ବୃଦ୍ଧି ହେବା ନେଇ ପୂର୍ବାନୁମାନ କରାଯାଇଛି। ଗତକାଲି ୫ଟି ସହରରେ ୩୭ ଡିଗ୍ରୀ ଛୁଇଁଥିଲା ଦିନର ସର୍ବୋଚ୍ଚ [...]
Odiaରୋମାଞ୍ଚକର ମ୍ୟାଚରେ ସନରାଇଜର୍ସକୁ ୪ ରନରେ ହରାଇଲା କେକେଆର୍
କୋଲକାତା: ଆଇପିଏଲ୍ ୨୦୨୪ର ହାଇସ୍କୋରିଂ ତୃତୀୟ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ୪ ରନରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ଦେଇଛି। ଶନିବାର ଅନୁଷ୍ଠିତ ଏହି ରୋମାଞ୍ଚକର ମ୍ୟାଚରେ କେକେଆର ୨୦ ଓଭରରେ ୯ ୱିକେଟ୍ ହରାଇ ୨୦୮ ରନ୍ କରିଥିଲା । ଏହାର ଜବାବରେ ପ୍ୟାଟ୍ କମିନ୍ସଙ୍କ ନେତୃତ୍ଵାଧୀନ ସନରାଇଜର୍ସ ୨୦ ଓଭରରେ ୭ ୱିକେଟ୍ ହରାଇ ୨୦୪ ରନ୍ କରିବାକୁ ସକ୍ଷମ ହୋଇଥିଲା । ଦ୍ରୁତ ବୋଲର ହର୍ଷିତ ରାଣା ଶେଷ ଓଭରରେ ହେନରିକ [...]
Odiaଇଡି ହାଜତରୁ ପ୍ରଥମ ଆଦେଶ ଜାରି କଲେ କେଜ୍ରିୱାଲ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହାଜତରୁ ପ୍ରଥମ ସରକାରୀ ଆଦେଶ ଜାରି କରିଛନ୍ତି। ସୂତ୍ରରୁ ପ୍ରକାଶ, କେଜ୍ରିୱାଲ ରବିବାର ଜାତୀୟ ରାଜଧାନୀର ଜଳ ଯୋଗାଣ ସମ୍ବନ୍ଧୀୟ ଏକ ଆଦେଶ ଜାରି କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଆଦେଶ ବିଭାଗୀୟ ଦିଲ୍ଲୀ ମନ୍ତ୍ରୀ ଅତିଶୀଙ୍କୁ ଏକ ନୋଟ୍ ମାଧ୍ୟମରେ ଜାରି କରିଛନ୍ତି। ଗିରଫ ସତ୍ତ୍ୱେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ବରଂ ସେ ଜେଲରୁ ସରକାର ଚଳାଇବେ ବୋଲି ଆମ୍ ଆଦମୀ [...]
Odiaନିର୍ବାଚନ ଗତିବିଧି: ସବୁ ପ୍ରମୁଖ ଦଳର ପ୍ରାର୍ଥୀ ତାଲିକାକୁ ନେଇ ଉତ୍କଣ୍ଠା
ଭୁବନେଶ୍ୱର – ଧୀରେ ଧୀରେ ଉଷ୍ମ ହେଉଛି ରାଜ୍ୟର ନିର୍ବାଚନୀ ମାହୋଲ । ପ୍ରମୁଖ ଦଳଗୁଡିକ ନିଜ ନିଜର ରଣନୀତିକୁ ଚୂଡାନ୍ତ ରୂପ ଦେବାରେ ବ୍ୟସ୍ତ। ପ୍ରାର୍ଥୀ ଚୟନ ନେଇ ବି କସରତ ଜୋର୍ ଧରିଛି । ସବୁ ଦଳର ସମର୍ଥକ ଅପେକ୍ଷା କରିଛନ୍ତି ପ୍ରାର୍ଥୀ ତାଲିକାକୁ । ଆଶାୟୀଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ନିର୍ବାଚନ ପ୍ରସ୍ତୁତି ସ୍ୱରୂପ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପର୍ଯ୍ୟାୟ କ୍ରମେ ସଂସଦୀୟ କ୍ଷେତ୍ରର ସମୀକ୍ଷା କରୁଛନ୍ତି । ଏଣେ [...]
କଂଗ୍ରେସର ଚତୁର୍ଥ ପର୍ଯ୍ୟାୟ ତାଲିକାରେ ୪୬ ପ୍ରାର୍ଥୀଙ୍କ ନାମ, ବାରାଣସୀରୁ ପୁଣି ମୋଦୀଙ୍କ ବିରୋଧରେ ଲଢ଼ିବେ ଅଜୟ ରାୟ

Odiaକଂଗ୍ରେସର ଚତୁର୍ଥ ପର୍ଯ୍ୟାୟ ତାଲିକାରେ ୪୬ ପ୍ରାର୍ଥୀଙ୍କ ନାମ, ବାରାଣସୀରୁ ପୁଣି ମୋଦୀଙ୍କ ବିରୋଧରେ ଲଢ଼ିବେ ଅଜୟ ରାୟ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ତାଲିକାରେ ୪୬ ଜଣ ପ୍ରାର୍ଥୀଙ୍କ ନାମ ରହିଛି | ଉତ୍ତର ପ୍ରଦେଶର ୯ ଲୋକସଭା ଆସନ ପାଇଁ ମଧ୍ୟ ଦଳ ପ୍ରାର୍ଥୀ ଘୋଷଣା କରିଛି। ତେବେ ଆମେଥି ଏବଂ ରାୟ ବରେଲି ଆସନ ପାଇଁ କୌଣସି ପ୍ରାର୍ଥୀ ଠିକ୍ କରିନାହିଁ ଦଳ। ୟୁପି କଂଗ୍ରେସ ସଭାପତି ଅଜୟ ରାୟ ପୁଣିଥରେ ବାରାଣସୀରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଲଢ଼ିବେ। ଅମରୋହାରୁ ଦାନିଶ୍ [...]
Odiaହୀରାକୁଦରେ ଝାଡ଼ାବାନ୍ତି ସ୍ଥିତିର ଅନୁଧ୍ୟାନ କରିବେ ଦୁଇ ଡାକ୍ତରୀ ଟିମ୍
ସମ୍ବଲପୁର – ସମ୍ବଲପୁର ହୀରାକୁଦ ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିବା ଘଟଣାର ଅନୁଧ୍ୟାନ ପାଇଁ ଭୁବନେଶ୍ଵରରୁ ୨ଟି ଡାକ୍ତରୀ ଟିମ୍ ପହଞ୍ଚିଛନ୍ତି । ହସ୍ପିଟାଲ ଓ ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିବେ ଡାକ୍ତରୀ ଟିମ୍ । ଗତକାଲି କାଲି ଭୀମ୍ସାରର ଏକ ଟିମ୍ ମଧ୍ୟ ହସ୍ପିଟାଲ ଓ ଗ୍ରାଉଣ୍ଡକୁ ଯାଇ ସ୍ଥିତି ପରଖିଥିଲା । ବର୍ତ୍ତମାନ ସୁଦ୍ଧା ଝାଡ଼ାବାନ୍ତିରେ ୧୫୩ ଜଣ ଆକ୍ରାନ୍ତ ହୋଇଛନ୍ତି। ହୀରାକୁଦ ସହରରେ ଗତ ୨୧ ତାରିଖରୁ ଝାଡାବାନ୍ତି ବ୍ୟାପୁଛି । ଉତ୍ତରାଞ୍ଚଳ ଆରଡିସି [...]
Odiaଆଜି ଓଳକଣା ମେଳଣ ଓ ହରିହର ଭେଟ
କଥାରେ ଅଛି “ଓଳକଣା ମେଳଣ, ଆଳି ରାଜା ଝୁଲଣ ଅସୁରେଶ୍ୱର ରାମ ନବମୀ, ପୁରସ୍ତମ ଚନ୍ଦନ” ବିଭିନ୍ନ ସ୍ଥାନରେ ହେଉଥିବା ବିଭିନ୍ନ ଦୋଳ ମେଳଣ ମଧ୍ୟରୁ ଅବିଭକ୍ତ କଟକ ଜିଲ୍ଲା ତଥା କଟକ, କେନ୍ଦ୍ରାପଡ଼ା, ଯାଜପୁର ଜିଲ୍ଲାର ମିଳନ ସ୍ଥଳରେ ହେଉଥିବା ଓଳକଣା ମେଳଣ ଏକ ସ୍ବତନ୍ତ୍ର ତଥା ପୌରାଣିକ ତଥ୍ୟ ସହ ଜଡ଼ିତ ଥିବା ମେଳଣ ଅଟେ। କାରଣ ଏହି ମେଳଣ ପଡ଼ିଆଟି ମହାଭାରତର ବିଭିନ୍ନ ଚରିତ୍ର ସହ ଏହାର ସାମଞ୍ଜସ୍ୟ ରହିଛି।ଏହି ପଡ଼ିଆରେ ଭକ୍ତ [...]
