Odiaଗିରଫଦାରୀ ବିରୋଧରେ ହାଇକୋର୍ଟ ଗଲେ କେଜ୍ରିୱାଲ , ଜରୁରି ଶୁଣାଣି ସମ୍ଭାବନା ନାହିଁ
ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। କିନ୍ତୁ ତାଙ୍କ ଆବେଦନର ତୁରନ୍ତ ଶୁଣାଣି ହେବା ସମ୍ଭାବନା ନାହିଁ । ହୋଲି କାରଣରୁ କୋର୍ଟ ବନ୍ଦ ଥିବାରୁ ମାର୍ଚ୍ଚ ୨୭ ପୂର୍ବରୁ କେଜ୍ରିୱାଲଙ୍କ ଆବେଦନ ଶୁଣାଣି ହେବା ସମ୍ଭାବନା ନାହିଁ ବୋଲି କୋର୍ଟ ସୂତ୍ରରୁ ପ୍ରକାଶ । ଆମ୍ ଆଦମୀ [...]
Odiaଲାଞ୍ଚ ନେବାବେଳେ ଧରାପଡିଲେ ଥାନା ବାବୁ
ଭୁବନେଶ୍ୱର – ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ଥାନା ବାବୁ। ଭୁବନେଶ୍ୱର ସହିଦ ନଗର ଥାନା ସବ୍ ଇନ୍ସପେକ୍ଟର ପ୍ରିୟବ୍ରତ ପ୍ରଧାନ ଜଣେ ବ୍ୟକ୍ତିଙ୍କଠାରୁ ଜବତ ହୋଇଥିବା ଡ୍ରାଇଭିଂ ଲାଇସେନ୍ସ ଫେରାଇ ଦେବା ପାଇଁ ସେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଡ୍ରାଇଭିଂ ଲାଇସେନ୍ସ ଫେରାଇ ଦେବାକୁ ଅଭିଯୋଗକାରୀ ବ୍ୟକ୍ତିଙ୍କୁ ମୋଟ ୫ ହଜାର ଟଙ୍କା ମାଗିଥିଲେ ସବ୍-ଇନ୍ସପେକ୍ଟର । ଅଭିଯୋଗକାରୀ ଗତ ୨୧ ତାରିଖରେ ତାଙ୍କୁ ୩ ହଜାର ଟଙ୍କା ଦେଇଥିଲେ। କିନ୍ତୁ [...]
Odiaଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକଙ୍କୁ ଜେଲ୍ ଦଣ୍ଡାଦେଶ
ଭୁବନେଶ୍ୱର – ଏକ ଲାଞ୍ଚ ମାମଲାରେ ଅଭିଯୁକ୍ତ ହୋଇଥିବା କେନ୍ଦୁଝର ଜିଲ୍ଲା ସଦର ତହସିଲ ରାଇସୁଆଁ ସର୍କଲର ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ବାଞ୍ଛାନିଧି ଶତପଥୀଙ୍କୁ ୪ ବର୍ଷ ସଶ୍ରମ ଜେଲ୍ ଦଣ୍ଡାଦେଶ ଓ ୨ ହଜାର ଟଙ୍କା ଲେଖାଏଁ ଜୋରିମାନା ଲଗାଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ଜୋରିମାନା ଅନାଦେୟ ୨ ମାସ ଅତିରିକ୍ତ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ। ଦୋଷୀ ସାବ୍ୟସ୍ତ ହେଲା [...]
Odiaପ୍ରତ୍ୟାବର୍ତ୍ତନରେ ପନ୍ତ ଫେଲ୍, ଆଇପିଏଲର ଦ୍ବିତୀୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇଲା ପଞ୍ଜାବ କିଙ୍ଗ୍ସ
ଚଣ୍ଡିଗଡ଼: ଆଇପିଏଲର ୧୭ତମ ସିଜିନର ଦ୍ୱିତୀୟ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ୪ ୱିକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଅଭିଯାନ ଆରମ୍ଭ କରିଛି । ପ୍ରାୟ ଦେଢ଼ ବର୍ଷ ପରେ ଏହି ମ୍ୟାଚ୍ ସହ କ୍ରିକେଟକୁ ଫେରିଥିବା ରିଷଭ ପନ୍ତ ବ୍ୟାଟିଂରେ ସେଭଳି କମାଲ ଦେଖାଇ ପାରିନଥିଲେ । ଟସ୍ ହାରି ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୭୪ ରନ୍ କରିଥିଲା । ଦଳ ପକ୍ଷରୁ ସାଇ ହୋପ୍ ସର୍ବାଧିକ [...]
ନିର୍ବାଚନୀ ବଣ୍ଡ୍: ଭୁଶୁଡ଼ିଥିବା ଉତ୍ତରାଖଣ୍ଡ ଟନେଲ ନିର୍ମାଣ ସହ ଜଡ଼ିତ କମ୍ପାନୀ ବିଜେପିକୁ ଦେଇଛି ୫୫ କୋଟି ଚାନ୍ଦା

Odiaନିର୍ବାଚନୀ ବଣ୍ଡ୍: ଭୁଶୁଡ଼ିଥିବା ଉତ୍ତରାଖଣ୍ଡ ଟନେଲ ନିର୍ମାଣ ସହ ଜଡ଼ିତ କମ୍ପାନୀ ବିଜେପିକୁ ଦେଇଛି ୫୫ କୋଟି ଚାନ୍ଦା
ନୂଆଦିଲ୍ଲୀ: ହାଇଦ୍ରାବାଦ ସ୍ଥିତ ନବଯୁଗ ଇଞ୍ଜିନିୟରିଂ କମ୍ପାନୀ ଲିମିଟେଡ୍ (ଏନଇସି) ନିର୍ବାଚନୀ ବଣ୍ଡ୍ ଜରିଆରେ ବିଜେପିକୁ ୫୫ କୋଟି ଚାନ୍ଦା ଦେଇଛି। ନିର୍ବାଚନ କମିଶନ ସାର୍ବଜନୀନ କରିଥିବା ବଣ୍ଡ୍ ତଥ୍ୟରୁ ଏହା ଜଣାପଡ଼ିଛି। ଏହି କମ୍ପାନୀ ଉତ୍ତରାଖଣ୍ଡର ସିଲ୍କୟାରା-ବାରକୋଟ ଟନେଲ ନିର୍ମାଣର ଠିକା ନେଇଛି ଯାହା ଗତବର୍ଷ ଭୁଶୁଡି ପଡ଼ିଥିଲା । ନିର୍ମାଣାଧୀନ ଏହି ଟନେଲର ଏକ ଅଂଶ ନଭେମ୍ବର ୧୨, ୨୦୨୩ରେ ଭୁଶୁଡ଼ି ପଡ଼ିବାରୁ ୪୧ ଜଣ ଶ୍ରମିକ ଭିତରେ ଫସି ଯାଇଥିଲେ। ଦୀର୍ଘ ଦିନର [...]
Odiaମୁଖ୍ୟ ନିର୍ବାଚନ ଅଧିକାରୀଙ୍କର ନବରଙ୍ଗପୁର ଜିଲ୍ଲା ନିର୍ବାଚନ ପ୍ରସ୍ତୁତି ସମୀକ୍ଷା
ଭୁବନେଶ୍ୱର – ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଜି ନବରଙ୍ଗପୁର ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ସେ ଅତିରିକ୍ତ ପୋଲିସ ଡିଜି ତଥା ରାଜ୍ୟ ପୋଲିସ ନୋଡାଲ ଅଧିକାରୀ ସଂଜୟ କୁମାରଙ୍କ ସହ ମିଶି ନବରଙ୍ଗପୁର ଜିଲ୍ଲାର ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ବିଷୟରେ ସମୀକ୍ଷା କରିଥିଲେ । ଏହି ସମୀକ୍ଷାରେ ଦକ୍ଷିଣ- ପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂ ମୀନା ମଧ୍ୟ ଯୋଗଦେଇ ଆଇନଶୃଙ୍ଖଳା ନେଇ ସମୀକ୍ଷା କରିଥିଲେ । ଆଗାମୀ [...]
Odiaପରମ୍ପରାର ପ୍ରତୀକ: ଗଞ୍ଜାମର ପ୍ରସିଦ୍ଧ ଦୋଳ ଯାତ୍ରା
ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ ଗଞ୍ଜାମ ସହରର ଐତିହ୍ୟସମ୍ପନ୍ନ ପାରମ୍ପରିକ ଦୋଳ ଯାତ୍ରା କାହିଁ କେବେ ଠାରୁ ଆୟୋଜିତ ହେଉଛି। ଗତ ଗୁୁରୁବାରରୁ ଏହା ଆରମ୍ଭ ହୋଇଥିବା ବେଳେ ସୋମବାର ଦୋଳ ପୂର୍ଣ୍ଣିମା ତିଥିରେ ସମାପ୍ତ ହେବ। ଏହା କେବଳ ଜିଲ୍ଲାରେ ନୁହେଁ ବରଂ ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶ୍ରୀ ରାଧାକୃଷ୍ଣଙ୍କ ଦୋଳ ଯାତ୍ରା ଭାବେ ପ୍ରସିଦ୍ଧି ଲାଭ କରିଛି। ଗୁରୁବାରରୁ ଠାକୁରମାନେ ନିଜ ନିଜ ମନ୍ଦିରରୁ ବାହାରି ଦୋଳରେ ବିଜେ କରି ସାହି ଓ ଗାଁ ପରିକ୍ରମା [...]
Odiaକେଜ୍ରିୱାଲଙ୍କ ଗିରଫଦାରୀ ମାମଲାରେ ଜର୍ମାନୀର ମନ୍ତବ୍ୟ ନେଇ ତୀବ୍ର ପ୍ରତିବାଦ ଜଣାଇଲା ଭାରତ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ନେଇ ଜର୍ମାନୀର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ରଙ୍କ ମନ୍ତବ୍ୟରେ ଭାରତ ଆପତ୍ତି ପ୍ରକାଶ କରିଛି । ଭାରତ ଏନେଇ ଶନିବାର ସକାଳେ ଜର୍ମାନ ଦୂତାବାସର ଡେପୁଟି ଚିଫ୍ ଅଫ୍ ମିଶନ ଜର୍ଜ ଏନଜୱିଲରଙ୍କୁ ସମନ କରି ତୀବ୍ର ପ୍ରତିବାଦ ଜଣାଇଛି । ଜର୍ମାନୀର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ରଙ୍କ ମନ୍ତବ୍ୟ ଭାରତର ଆଭ୍ୟନ୍ତରୀଣ ମାମଲା ଓ ନ୍ୟାୟିକ ପ୍ରକ୍ରିୟାରେ ଅନାବଶ୍ୟକ ହସ୍ତକ୍ଷେପ ବୋଲି ଭାରତ କହିଛି। ଜର୍ମାନ ବୈଦେଶିକ ମନ୍ତ୍ରଣାଳୟର ଜଣେ [...]
Odiaଚଳନ୍ତା ଟ୍ରକକୁ ପଛକୁ ପିଟିଲା ବାଇକ୍, ତିନି ବାଇକ ଆରୋହୀ ମୃତ
ଯାଜପୁର – ଯାଜପୁର ଜିଲ୍ଲା କଳିଙ୍ଗନଗରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଜିନ୍ଦଲ କାରଖାନା ମୁଖ୍ୟ ଫାଟକ ନିକଟରେ ଚଳନ୍ତା ଟ୍ରକ୍ ପଛରେ ଏକ ବାଇକ୍ ପିଟି ହେବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତ ମୃତକ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି। ଆଜି ମଧ୍ୟାହ୍ନରେ ଏକ ବାଇକରେ ୩ ଜଣ ଯୁବକ ଦ୍ରୁତ ଗତିରେ ଆସି ଜିନ୍ଦଲ କାରଖାନା ମୁଖ୍ୟ ଫାଟକ ନିକଟରେ ଏକ ଚଳନ୍ତା ଟ୍ରକକୁ ପଛରୁ ଧକ୍କା ଦେଇଥିଲେ। ଛିଟିକି ତଳେ ପଡିଯିବାରୁ ଘଟଣାସ୍ଥଳରେ [...]
Odiaଶ୍ରୀମନ୍ଦିରରେ ପ୍ରବେଶ ବେଳେ ଧରାପଡିଲେ ପୋଲାଣ୍ଡର ମହିଳା ପର୍ଯ୍ୟଟକ
ପୁରୀ – ଶ୍ରୀମନ୍ଦିର ଭିତରେ ପ୍ରବେଶ ବେଳେ ଧରାପଡିଛନ୍ତି ଜଣେ ମହିଳା ବିଦେଶୀ ପର୍ଯ୍ୟଟକ। ସେବାୟତମାନେ ମହିଳାଙ୍କୁ ବିଦେଶିନୀ ବୋଲି ଚିହ୍ନଟ କରିଥିଲେ। ସିଂହଦ୍ଵାର ଥାନାରେ ମହିଳା ବିଦେଶୀ ପର୍ଯ୍ୟଟକଙ୍କ ସମେତ ଅନ୍ୟ ଜଣେ ଯୁବକଙ୍କୁ ଅଟକ ରଖାଯାଇଛି। ବାଇଶି ପାହାଚ ନିକଟରୁ ବିଦେଶିନୀଙ୍କୁ ଚିହ୍ନଟ କରିଥିଲେ ସେବାୟତ । ମହିଳା ବିଦେଶୀ ପର୍ଯ୍ୟଟକ ଜଣଙ୍କ ପୋଲାଣ୍ଡର ନାଗରିକ ହୋଇଥିବା ଜଣାପଡ଼ିଛି । ତେବେ, ସେ କିଭଳି ଓ କାହିଁକି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲେ ସେ [...]
