Odiaଗିରଫ ବିରୋଧରେ ସୁପ୍ରିମକୋର୍ଟରୁ ଆବେଦନ ପ୍ରତ୍ୟାହାର କଲେ କେଜ୍ରିୱାଲ
ନୂଆଦିଲ୍ଲୀ:ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ତାଙ୍କ ଗିରଫ ବିରୋଧରେ ସୁପ୍ରିମକୋର୍ଟରେ କରିଥିବା ଆବେଦନକୁ ଅରବିନ୍ଦ କେଜ୍ରିୱାଲ ପ୍ରତ୍ୟାହାର କରି ନେଇଛନ୍ତି । ସୁପ୍ରିମକୋର୍ଟ ତାଙ୍କ ଆବେଦନର ଶୁଣାଣି କରିବାକୁ ରାଜି ହୋଇଥିଲେ ମଧ୍ୟ କେଜ୍ରିୱାଲ ଏହି ନିଷ୍ପତ୍ତି ନେଇଛନ୍ତି । ସଞ୍ଜୀବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ ଖଣ୍ଡପୀଠ କେଜ୍ରିୱାଲଙ୍କ ଆବେଦନର ଶୁଣାଣି କରିଥାନ୍ତେ । କେଜ୍ରିୱାଲଙ୍କ ଓକିଲ ଅଭିଷେକ ମନୁ ସିଂଘଭି ଖଣ୍ଡପୀଠକୁ କହିଥିଲେ [...]
Odiaଶଙ୍ଖ ଭବନରେ ଦାମୋଦର ରାଉତଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ଓ ବିଜେଡି ନେତା
ଭୁବନେଶ୍ୱର – ଦିବଂଗତ ବିଜେଡି ନେତା ଦାମୋଦର ରାଉତଙ୍କୁ ଶଙ୍ଖ ଭବନରେ ଶ୍ରଦ୍ଧାଞ୍ଜଳି ଦେଇ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ବିଧାୟକ ଓ ବରିଷ୍ଠ ନେତୃବୃନ୍ଦ ମଧ୍ୟ ଶଙ୍ଖ ଭବନରେ ଦାମୋଦର ରାଉତଙ୍କ ଶେଷ ଦର୍ଶନ କରି ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଦାମଙ୍କ ପାର୍ଥିବ ଶରୀରକୁ ଆଜି ତାଙ୍କ ଜନ୍ମମାଟି ଜଗତସିଂହପୁର ଜିଲ୍ଲା ଏରସମାକୁ ନିଆଯିବ । ଏରସମାରେ ପରିକ୍ରମା କଲା ପରେ ପାର୍ଥିବ ଶରୀରକୁ ପୁରୀ ନିଆଯାଇ [...]
ଲୋକସଭା ନିର୍ବାଚନରେ ପରାଜୟ ଭୟରେ ବିରୋଧୀ ନେତାଙ୍କୁ ହଇରାଣ କରୁଛି ବିଜେପି, କେଜ୍ରିୱାଲଙ୍କ ଗିରଫକୁ ନେଇ ପ୍ରତିକ୍ରିୟା

Odiaଲୋକସଭା ନିର୍ବାଚନରେ ପରାଜୟ ଭୟରେ ବିରୋଧୀ ନେତାଙ୍କୁ ହଇରାଣ କରୁଛି ବିଜେପି, କେଜ୍ରିୱାଲଙ୍କ ଗିରଫକୁ ନେଇ ପ୍ରତିକ୍ରିୟା
ନୂଆଦିଲ୍ଲୀ: ମଦ ଦୁର୍ନୀତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫକୁ ‘ଇଣ୍ଡିଆ’ ମେଣ୍ଟ ସହ ଜଡ଼ିତ ନେତାମାନେ ବିରୋଧ କରିଛନ୍ତି। ଲୋକସଭା ନିର୍ବାଚନରେ ବିଜେପିକୁ ପରାଜୟ ଭୟ ଘାରୁଛି । ତେଣୁ ନର୍ଭସ ବିଜେପି ବିରୋଧୀ ଦଳଙ୍କୁ ହଇରାଣ କରୁଛି ବୋଲି ‘ଇଣ୍ଡିଆ’ ନେତା ଅଭିଯୋଗ କରିଛନ୍ତି । କେଜ୍ରିୱାଲଙ୍କ ଗିରଫକୁ ନିନ୍ଦା କରି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ବିଜେପି ଅହଂକାର ବଢ଼ିଯାଇଛି । ଦଳ ଏବେ ପ୍ରତି ଦିନ ଲୋକସଭା ନିର୍ବାଚନରେ ନିଜ [...]
Odiaପ୍ରଶ୍ନ ପାଇଁ ଲାଞ୍ଚ ମାମଲା: ମହୁଆ ମୈତ୍ରଙ୍କ ବିରୋଧରେ ମାମଲା ରୁଜୁ କଲା ସିବିଆଇ
ନୂଆଦିଲ୍ଲୀ: ଲୋକପାଲଙ୍କ ନିର୍ଦ୍ଦେଶ କ୍ରମେ ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ସିବିଆଇ ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ରଙ୍କ ବିରୋଧରେ ମାମଲା ରୁଜୁ କରିଛି। ବିଜେପି ନେତା ତଥା ଲୋକସଭା ସାଂସଦ ନିଶିକାନ୍ତ ଦୁବେଙ୍କ ଅଭିଯୋଗ ପରେ ସିବିଆଇ ଏହି ମାମଲାରେ ମହୁଆଙ୍କ ବିରୋଧରେ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ନିଷ୍କର୍ଷ ଆଧରରେ ଲୋକପାଲ ସିବିଆଇକୁ ମହୁଆ ମୈତ୍ରଙ୍କ ବିରୋଧରେ ମାମଲା ରୁଜୁ କରିବାକୁ କହିଥିଲେ। ମହୁଆଙ୍କ ବିରୋଧରେ ଅଭିଯୋଗର ସମସ୍ତ ଦିଗ ତଦନ୍ତ ସହ [...]
Odiaକେଜ୍ରିୱାଲଙ୍କ ଗିରଫ ପ୍ରତିବାଦରେ ଆଜି ଦେଶବ୍ୟାପୀ ବିଜେପି ଅଫିସ ଘେରିବ ଆପ୍
ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି। ଏହାର ପ୍ରତିବାଦରେ ଆମ୍ ଆଦମୀ ପାର୍ଟି ଆଜି ଦେଶବ୍ୟାପୀ ବିଜେପି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ। ଆମ୍ ଆଦମୀ ପାର୍ଟିର ନେତା ଗୋପାଳ ରାୟ, ସୈାରଭ ଭରଦ୍ୱାଜ, ସନ୍ଦୀପ ପଠକ ଏବଂ ଅତିଶୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରିଛନ୍ତି । ରାସ୍ତାରୁ କୋର୍ଟ ପର୍ଯ୍ୟନ୍ତ ଆମର ସଂଗ୍ରାମ ଜାରି ରହିବ ବୋଲି ସେ କହିଛନ୍ତି। ଗୋପାଳ ରାୟ [...]
Odiaଆଜିଠୁ ପ୍ରଥମ ପର୍ଯ୍ୟାୟ ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନ
ଭୁବନେଶ୍ୱର – ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା ଆରମ୍ଭ । ଦୁଇଟି ପର୍ଯ୍ୟାୟରେ ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନ କରାଯିବ । ପ୍ରଥମ ପର୍ଯ୍ୟାୟ ଖାତା ଦେଖା ଆଜିଠୁ ଏପ୍ରିଲ ୨ ତାରିଖ ଯାଏଁ ଚାଲିବ । ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ଏପ୍ରିଲ ୪ତାରିଖରୁ ୧୫ ଯାଏଁ ଚାଲିବ। ମୋଟ ୬୯ଟି ଅଫଲାଇନ ୪୧ଟି ଅନଲାଇନ କେନ୍ଦ୍ରରେ ହେବ ପରୀକ୍ଷା ଖାତା ମୂଲ୍ୟାୟନ। ପ୍ରଥମ ପର୍ଯ୍ୟାୟରେ ୨ ହଜାର ୮୦୦ ଅଧ୍ୟାପକ [...]
Odiaଆଜିଠୁ ଆଇପିଏଲ୍: ସିଏସ୍କେ-ଆର୍ସିବି ଉଦଘାଟନୀ ଲଢ଼େଇ
ଚେନ୍ନାଇ: ବିଶ୍ୱର ସବୁଠାରୁ ଲୋକପ୍ରିୟ ତଥା ଧନୀ କ୍ରିକେଟ ଲିଗ୍ ଆଇପିଏଲର ୧୭ତମ ସଂସ୍କରଣ ଶୁକ୍ରବାର ଠାରୁ ଆରମ୍ଭ ହେଉଛି । ଚେନ୍ନାଇର ଏମ୍. ଏ. ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଉଦ୍ଘାଟନୀ ମ୍ୟାଚରେ ରୟାଲ ଡିଫେଣ୍ଡିଂ ଚାମ୍ପିୟନ୍ ଚେନ୍ନାଇ ସୁପର କିଙ୍ଗ୍(ସିଏସ୍କେ) ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ମୁହାଁମୁହିଁ ହେବେ । ଆସିବି ଟାଇଟଲ ମରୁଡ଼ିର ଅନ୍ତ ଘଟାଇବାକୁ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ୫ ଟ୍ରଫି ସହ ଆଇପିଏଲ୍ ଇତିହାସର ସଫଳ ଦଳ ଚେନ୍ନାଇ [...]
Odiaଦାମୋଦର ରାଉତଙ୍କ ବିୟୋଗ ଓଡ଼ିଶା ରାଜନୀତିର ଅପୂରଣୀୟ କ୍ଷତି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦାମୋଦର ରାଉତଙ୍କ ବିୟୋଗ ଓଡ଼ିଶା ରାଜନୀତିରେ ଏକ ଅପୂରଣୀୟ କ୍ଷତି। ଲୋକଙ୍କ ସେବା ତଥା ଉନ୍ନତି ପାଇଁ ତାଙ୍କ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।
Odiaଦାମୋଦର ରାଉତ: ୫ ଦଶନ୍ଧିର ସକ୍ରିୟ ଓ ଚର୍ଚ୍ଚିତ ରାଜନୈତିକ ଜୀବନ
ଭୁବନେଶ୍ୱର – ଓଡ଼ିଶା ରାଜନୀତିର ଜଣେ ଟାଣୁଆ ନେତା ଥିଲେ ଡାକ୍ତର ଦାମୋଦର ରାଉତ । ସତୁରୀ ଦଶକର ଶେଷ ଭାଗରୁ ଓଡିଶାର ରାଜନୀତିରେ ସକ୍ରିୟ ଥିଲେ ଦାମୋଦର ରାଉତ। ଜନତା ପାର୍ଟି, ଜନତା ଦଳ ଓ ବିଜୁ ଜନତା ଦଳର ସଦସ୍ୟ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଦାମ ବାବୁ । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଅନୁଗତଙ୍କ ମଧ୍ୟରେ ଦାମୋଦର ରାଉତ ଥିଲେ ଅନ୍ୟତମ। ବିଜେଡି ବିଧାୟକ ଭାବେ ନବୀନ ପଟ୍ଟନାୟକଙ୍କ ସରକାରରେ ସେ [...]
Odiaପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ପରଲୋକ
ଭୁବନେଶ୍ୱର – ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ଦେହାନ୍ତ ହୋଇଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଦାମୋଦର ରାଉତ । ମୃତ୍ୟୁବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ଆଜି ସକାଳ ୫ଟା ୨୩ ମିନିଟରେ ଦାମ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ହସ୍ପିଟାଲ ପକ୍ଷରୁ ପ୍ରକାଶ କରାଯାଇଛି । ଦାମୋଦରଙ୍କ ଦେହାନ୍ତ ନେଇ ପୁଅ ସମ୍ବିତ ସୂଚନା ଦେଇଛନ୍ତି। ଗୁରୁତର ଅବସ୍ଥାରେ ଭୁବନେଶ୍ଵରସ୍ଥିତ [...]
