Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ବଂଧୁ ମନୋହର ସୋହହିଂ ସଂଗା । ଜାତ ନଚାବତ ଚପଲ ତୁଂଗା । ରାଜକୁଅଁର ବର ବାଜି ଦେଖାଵହିଁ । ବଂସ ପ୍ରସଂସକ ବିରିଦ ସୁନାବହିଂ ॥ ଭାବାର୍ଥ :- ପ୍ରଭୁ ଶ୍ରୀରାମଙ୍କ ସାଥିରେ ଅଶ୍ବଚାଳକ ଭାଇ ମନୋହରଙ୍କ ଦ୍ବାରା ଚଞ୍ଚଳ ଘୋଡା ମାନଙ୍କୁ ନାଗଡା ତାଳରେ ନଚାଇ ନଚାଇ ଯାଉଥାନ୍ତି । ଶ୍ରେଷ୍ଠ ଘୋଡା ମାନଙ୍କୁ ବାଦ୍ୟ ତାଳରେ ନଚାଇ ରାଜକୁମାର ମାନେ ଦେଖାଉଥାଆନ୍ତି ଆଉ ମହାରାଜା ଦଶରଥଙ୍କ ସୂର୍ଯ୍ୟ [...]
Odiaଗୀତା ଉପଦେଶ: ନିଜର ସମସ୍ତ ବୁଦ୍ଧି ଭଗବାନଙ୍କ ଠାରେ ସ୍ଥିର ହୋଇଯିବା ହିଁ କର୍ମ ସନ୍ୟାସ ଯୋଗ ଅଟେ
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଷଷ୍ଠ ଅଧ୍ୟାୟରେ ଆତ୍ମସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : – ନ ପ୍ରହୃଷ୍ୟେତ୍ପ୍ରିୟଂ ପ୍ରାପ୍ୟ ନୋଦ୍ୱିଜେତ୍ପ୍ରାପ୍ୟ ଚାପ୍ରିୟମ୍।ସ୍ଥିରବୁଦ୍ଧିରସମ୍ମୂଢ଼ୋ ବ୍ରହ୍ମବିଦ୍ ବ୍ରହ୍ମଣି ସ୍ଥିତଃ। ଅର୍ଥାତ: ଭଗବାନଙ୍କ ଠାରେ ସ୍ଥିତ ରହି, ଯେଉଁ ମାନଙ୍କ ର ବୁଦ୍ଧି ସ୍ଥିର ଏବଂ ମୋହଶୂନ୍ୟ ହୋଇ ଯାଇଥାଏ, ସେମାନେ ସୁଖରେ ଉତ୍ଫୁଲ୍ଲିତ ହୁଅନ୍ତି ନାହିଁ କିମ୍ବା ଦୁଃଖରେ ଉଦ୍ବେଗଗ୍ରସ୍ତ ହୁଅନ୍ତିନାହିଁ ।
Odiaଇସ୍ତଫା ଦେବେନି କେଜ୍ରିୱାଲ, ଜେଲରୁ ସରକାର ଚଳାଇବେ
ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଆପ୍)ର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କୁ ଗୁରୁବାର ଗିରଫ କରିଛି। ଇଡି କେଜ୍ରିୱାଲଙ୍କୁ ପ୍ରାୟ ଦୁଇ ଘଣ୍ଟା ପଚରାଉଚରା ପରେ ତାଙ୍କୁ ଗିରଫ କରିଛି । କୌଣସି ନେତା ମୁଖ୍ୟମନ୍ତ୍ରୀ ପଦରେ ଥାଇ ଗିରଫ ହେବା ସ୍ଵାଧୀନ ଭାରତରେ ଏହା ପ୍ରଥମ ଘଟଣା । ଗିରଫ ପରେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ବୋଲି ଆପ୍ ସ୍ପଷ୍ଟ କରିଛି। [...]
Odiaଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲ ଗିରଫ
ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି । ଗିରଫରୁ ସୁରକ୍ଷା ପାଇଁ କେଜ୍ରିୱାଲଙ୍କ ଆବେଦନ ଦିଲ୍ଲୀ ହାଇକୋର୍ଟ ଖାରଜ କରିବା ପରେ ଇଡି ଟିମ୍ ତାଙ୍କ ବାସଭବନରେ ପହଞ୍ଚିଥିଲା । କିଛି ମିନିଟ୍ ପଚରାଉଚରା କରିବା ପରେ ଆପର ଜାତୀୟ ଆବାହକ କେଜ୍ରିୱାଲଙ୍କୁ ଗିରଫ କରିଛି ଇଡି । ଦିଲ୍ଲୀ ଆପ୍ ସରକାରର ମନ୍ତ୍ରୀ ସୈାରଭ ଭରଦ୍ୱାଜ ମଧ୍ୟ ଟ୍ୱିଟ୍ କରି ଏହି ଖବର [...]
Odiaକେଜ୍ରିୱାଲଙ୍କ ଘରେ ଇଡି ଟିମ୍, ସୁପ୍ରିମକୋର୍ଟ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ଟିମ୍ ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ପହଞ୍ଚିଛନ୍ତି । ଅବକାରୀ ଦୁର୍ନୀତି ସହ ଜଡ଼ିତ ମାମଲାରେ ଇଡି ଟିମ୍ ସର୍ଚ୍ଚ ଓ୍ବାରେଣ୍ଟ୍ ସହ କେଜ୍ରିୱାଲଙ୍କ ବାସଭବନରେ ପହଞ୍ଚିଛନ୍ତି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଆପ୍ ମୁଖ୍ୟଙ୍କ ଘରେ ତଲାସି କରୁଥିବା ଜଣାପଡ଼ିଛି । ଜେରା ପାଇଁ ହାଜର ହେବାକୁ କେଜ୍ରିୱାଲଙ୍କୁ ଇଡି ଆଉ ଏକ ସମନ ମଧ୍ୟ ଜାରି କରିବା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଗିରଫରୁ ସୁରକ୍ଷା [...]
Odiaଏସବିଆଇ ଦେଇଥିବା ନିର୍ବାଚନୀ ବଣ୍ଡ୍ ତଥ୍ୟ ସାର୍ବଜନୀନ କଲେ ଇସି
ନୂଆଦିଲ୍ଲୀ:ନିର୍ବାଚନୀ ବଣ୍ଡ୍ ନେଇ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ଗୁରୁବାର ଦେଇଥିବା ସମସ୍ତ ତଥ୍ୟ ନିର୍ବାଚନ କମିଶନ ନିଜ ୱେବସାଇଟରେ ସାର୍ବଜନୀନ କରିଛନ୍ତି। ଏଥର ନିର୍ବାଚନୀ ବଣ୍ଡ୍ ନମ୍ବର ସହ ଏହି ତଥ୍ୟ ଅପଲୋଡ୍ କରାଯାଇଛି । ପୂର୍ବରୁ ଏସବିଆଇ ଦ୍ବାରା ଦାଖଲ ଅସମ୍ପୂର୍ଣ୍ଣ ତଥ୍ୟ ନେଇ ସୁପ୍ରିମକୋର୍ଟ ବିରକ୍ତି ପ୍ରକାଶ କରିଥିଲେ । ମାର୍ଚ୍ଚ ୨୧ ଅର୍ଥାତ୍ ଆଜି ଅପରାହ୍ନ ୫ଟା ସୁଦ୍ଧା ନିର୍ବାଚନୀ ବଣ୍ଡ୍ ନମ୍ବର ସହ ସମ୍ପୂର୍ଣ୍ଣ ବିବରଣୀ ଦେବାକୁ ଏସବିଆଇକୁ ନିର୍ଦ୍ଦେଶ ଦେଇଥିଲେ [...]
Odiaରାଜ୍ୟସ୍ତରୀୟ ବିଶ୍ୱ ବନ ଦିବସ ୨୦୨୪ ପାଳିତ
ଭୁବନେଶ୍ୱର – ପ୍ରକୃତି ଯେତିକି ସମ୍ପଦ ଓଡ଼ିଶାକୁ ଦେଇଛି ସେତିକି ସମ୍ପଦ ଦେଶର ଅନ୍ୟ କୌଣସି ରାଜ୍ୟକୁ ପ୍ରଦାନ କରିନାହିଁ । ତେଣୁ ଓଡ଼ିଶାରେ ଏ ନେଇ ଆମେମାନେ ଭାଗ୍ୟବାନ । ପ୍ରକୃତି ଓ ପରିବେଶର ସୁରକ୍ଷା ଓ ସମୃଦ୍ଧି ପାଇଁ ଜଙ୍ଗଲ ଓ ବନ୍ୟଜଙ୍କ ସୃଷ୍ଟି ଓ ସୁରକ୍ଷା ଅପରିହାର୍ଯ୍ୟ । ଆମେ ଯଦି ଏଗୁଡ଼ିକର ସୁରକ୍ଷା କରିବା ନାହିଁ, ତା’ହେଲେ ଭବିଷ୍ୟତ ପିଢ଼ି ଆମକୁ କ୍ଷମା ଦେବେ ନାହିଁ ବୋଲି ଜଙ୍ଗଲ , ପରିବେଶ [...]
Odiaପୋଷ୍ଟାଲ ବାଲାଟ୍ରେ ଭୋଟ ଦେବେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଡ୍ରାଇଭର ଓ କଣ୍ଡକ୍ଟର
ଭୁବନେଶ୍ୱର – ଗଣତନ୍ତ୍ର ପାଇଁ ପ୍ରତିଟି ଭୋଟ ମୂଲ୍ୟବାନ । ଯେପରି ମତଦାନରୁ ଜଣେ ବି ମତଦାତା ବାଦ୍ ନ ପଡ଼ନ୍ତି , ସେଥିପ୍ରତି ସର୍ବଦା ଚେଷ୍ଟିତ ରହିଛନ୍ତି ଭାରତ ନିର୍ବାଚନ କମିଶନ । ସେହିକ୍ରମରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା ଡ୍ରାଇଭର , କଣ୍ଡକ୍ଟର ଓ କ୍ଲିନରମାନଙ୍କୁ ମଧ୍ଯ ପୋଷ୍ଟାଲ ବାଲାଟ ମାଧ୍ୟମରେ ମତଦାନ କରିବାର ଅଧିକାର ଦିଆଯାଇଛି । ଓଡ଼ିଶାରେ ମତଦାନ ଦିନ ଯେଉଁ ଡ୍ରାଇଭର , କଣ୍ଡକ୍ଟର ଓ କ୍ଲିନରମାନେ ନିର୍ବାଚନ କାର୍ଯ୍ୟରେ [...]
Odiaନିର୍ବାଚନ ପ୍ରସ୍ତୁତି: ବ୍ରହ୍ମପୁର ଓ ଆସ୍କା ସଂସଦୀୟ କ୍ଷେତ୍ରର ସମୀକ୍ଷା କଲେ ନବୀନ
ଭୁବନେଶ୍ୱର – ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ସ୍ୱରୂପ ବିଜେଡି ପକ୍ଷରୁ ସଂସଦୀୟ କ୍ଷେତ୍ରୱ।ରୀ ସମୀକ୍ଷା ଜାରି ରହିଛି। ଆଜି ପ୍ରଥମେ ଦଳର ସଭାପତି ନବୀନ ପଟ୍ଟନାୟକ ବ୍ରହ୍ମପୁର ଓ ଆସ୍କା ଲୋକସଭା କ୍ଷେତ୍ରର ସମୀକ୍ଷା କରିଛନ୍ତି। ବ୍ରହ୍ମପୁର ଲୋକସଭା କ୍ଷେତ୍ରର ସମୀକ୍ଷା ପରେ ଗଜପତି ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ ଗଣମାଧ୍ୟମକୁ କହିଛନ୍ତି ଯେ, ବ୍ରହ୍ମପୁର ଲୋକସଭା କ୍ଷେତ୍ର ଅଧିନରେ ଥିବା ସମସ୍ତ ବିଧାନସଭା ଆସନ ନେଇ ଆଲୋଚନା ହୋଇଛି। ସବୁ ନିର୍ବାଚନମଣ୍ଡଳୀରେ କିଭଳି [...]
Odiaଲାଞ୍ଚ ନେବାବେଳେ ଧରାପଡିଲେ ବ୍ଲକ ପଶୁଚିକିତ୍ସା ଅଧିକାରୀ
ଦେବଗଡ – ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ପଶୁଚିକିତ୍ସା ଅଧିକାରୀ ( ବିଭିଓ) ଡକ୍ଟର ସୁସ୍ମିତା ସେଠୀ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ କୁକୁଡ଼ା ଚାଷୀଙ୍କଠାରୁ ବିଭିଓ ଜଣକ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ।ଏକ କୁକୁଡ଼ା ଫାର୍ମ ପ୍ରତିଷ୍ଠା ପାଇଁ ପଡ଼ି ରହିଥିବା ସବସିଡି ବିଲ୍ ପାଇବାକୁ ଜଣେ ବ୍ୟକ୍ତିଙ୍କୁ ଆସେଟ୍ ଭେରିଫିକେସନ ରିପୋର୍ଟ ଆବଶ୍ୟକ ହେଉଥିଲା । ତାଙ୍କ ସପକ୍ଷରେ ରିପୋର୍ଟ ଦେବାକୁ ବିଭିଓ ସୁସ୍ମିତା ସେଠୀ ସଂପୃକ୍ତ ବ୍ୟକ୍ତିଙ୍କଠାରୁ [...]
