Odiaପାକିସ୍ତାନର ପୂର୍ବତନ ଟେଷ୍ଟ ଅଧିନାୟକ ସଇଦ ଅହମ୍ମଦଙ୍କ ପରଲୋକ
ଲାହୋର: ପାକିସ୍ତାନର ପୂର୍ବତନ ଟେଷ୍ଟ ଅଧିନାୟକ ତଥା ତାଙ୍କ ସମୟର ମହାନ ବ୍ୟାଟ୍ସମ୍ୟାନ୍ ସଇଦ୍ ଅହମ୍ମଦଙ୍କ ୮୬ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଅହମ୍ମଦ ୪୧ଟି ଟେଷ୍ଟ ଖେଳିଥିବା ବେଳେ ପାଞ୍ଚ ଶତକ ଏବଂ ୧୬ ଅର୍ଦ୍ଧ ଶତକ ସହ ୨୯୯୧ ରନ୍ କରିଥିଲେ। ଅଫ୍ ସ୍ପିନ୍ ବୋଲିଂ ସହ ସେ ୨୨ ୱିକେଟ୍ ନେଇଥିଲେ। ସେ ୧୯୫୮ ମସିହାରେ ବ୍ରିଜଟାଉନରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ। ସେ ତାଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ [...]
Odiaଠିକାଦାରଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ହାଇସ୍କୁଲ ପ୍ରଧାନଶିକ୍ଷକ
ଭବାନୀପାଟଣା – ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ହାଇସ୍କୁଲ ପ୍ରଧାନଶିକ୍ଷକ। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମକରଗୁଡା ତ୍ରିଶକ୍ତି ହାଇସ୍କୁଲର ପ୍ରଧାନଶିକ୍ଷକ ଦ୍ରୋଣାଚାର୍ଯ୍ୟ ତାଣ୍ଡିଙ୍କୁ ଧରିଛି ଭିଜିଲାନ୍ସ ଟିମ୍। ନୂଆ ସ୍କୁଲ୍ କୋଠା ନିର୍ମାଣ କାମର ବିଲ୍ କରି ଦେବା ପାଇଁ ପ୍ରଧାନଶିକ୍ଷକ ଦ୍ରୋଣାଚାର୍ଯ୍ୟ ତାଣ୍ଡି ଠିକାଦାର ଜୟରାମ ସାହୁଙ୍କଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ। ପରେ ଭିଜିଲାନ୍ସ ପକ୍ଷରୁ ପ୍ରଧାନଶିକ୍ଷକଙ୍କ ସ୍କୁଲ ଅଫିସ ଓ [...]
Odiaଆଇପିଏଲର ଦିନକ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ନେତୃତ୍ୱ ଛାଡ଼ିଲେ ଧୋନି, ଋତୁରାଜ ନୂଆ କ୍ୟାପଟେନ୍
ଚେନ୍ନାଇ: ଆଇପିଏଲ୍ ୨୦୨୪ ସିଜନର ଦିନକ ପୂର୍ବରୁ ଡିଫେଣ୍ଡିଂ ଚାମ୍ପିୟନ୍ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି ମହେନ୍ଦ୍ର ସିଂ ଧୋନି । ତାଙ୍କ ସ୍ଥାନରେ ଋତୁରାଜ ଗାଏକୱାଡଙ୍କୁ ଦଳର ନୂଆ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । କ୍ୟାପଟେନ ଭାବରେ ଚେନ୍ନାଇ ସହିତ ୨୦୦୮ରୁ ଆରମ୍ଭ ହୋଇଥିବା ଧୋନିଙ୍କ ଯାତ୍ରା ଶେଷ ହୋଇଛି । ଧୋନି ୨୦୨୨ ସିଜନ୍ ଆରମ୍ଭରୁ ମଧ୍ୟ ଦଳର ନେତୃତ୍ୱ ରବୀନ୍ଦ୍ର ଜାଡେଜାଙ୍କୁ ହସ୍ତାନ୍ତର କରିଥିଲେ । [...]
Odiaସୁପ୍ରିମକୋର୍ଟଙ୍କ ତାଗିଦ୍ ପରେ ନିର୍ବାଚନୀ ବଣ୍ଡ୍ ନମ୍ବର ସହ ସମସ୍ତ ତଥ୍ୟ ଦାଖଲ କଲା ଏସବିଆଇ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ୍ ପରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ସମସ୍ତ ତଥ୍ୟ ଗୁରୁବାର (ମାର୍ଚ୍ଚ ୨୧) ନିର୍ବାଚନ କମିଶନଙ୍କୁ ଦେଇଛି। ଏସବିଆଇ ଅଧ୍ୟକ୍ଷ ଏନେଇ ଆଜି ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତିି । ଦାଖଲ ତଥ୍ୟରେ ନିର୍ବାଚନୀ ବଣ୍ଡର କ୍ରମିକ ନମ୍ବର ଓ କୋଡ୍ ମଧ୍ୟ ରହିଛି ବୋଲି ଏସବିଆଇ କହିଛି। ଅଦାଲତ ଏସବିଆଇକୁ ଆଜି ଅପରାହ୍ନ ୫ଟା ଯାଏଁ ସମୟ ଦେଇଥିଲେ । ତେବେ ଏସବିଆଇ ଅପରାହ୍ନ [...]
Odiaକେନ୍ଦ୍ରକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ: ହ୍ବାଟସଆପରେ ‘ବିକଶିତ ଭାରତ’ ବାର୍ତ୍ତା ପଠାଇବା ବନ୍ଦ କର
ନୂଆଦିଲ୍ଲୀ: ହ୍ବାଟସଆପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକଶିତ ଭାରତ’ ବାର୍ତ୍ତା ପଠାଇବା ତୁରନ୍ତ ବନ୍ଦ କରିବାକୁ ନିର୍ବାଚନ କମିଶନ ଗୁରୁବାର ଆଇଟି ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନ ଆଚରଣ ବିଧି ଲାଗୁ ହେବା ସତ୍ତ୍ବେ ସରକାରଙ୍କ ତରଫରୁ ‘ବିକଶିତ ଭାରତ’ ନାଁରେ ଲୋକଙ୍କ ନିକଟକୁ ହ୍ବାଟସଆପ୍ ବାର୍ତ୍ତା ପଠାଯାଉଥିବା ଅଭିଯୋଗ କରିଥିଲେ ବିରୋଧୀ । ଏହି ବାର୍ତ୍ତାରେ ସରକାର ନିଜର ବିଭିନ୍ନ ଯୋଜନା ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ତେବେ ଏହା ନିର୍ବାଚନ ଆଚରଣ ବିଧିର [...]
Odiaକେନ୍ଦ୍ରର ‘ଫ୍ୟାକ୍ଟ ଚେକ୍ ୟୁନିଟ୍’ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ, କହିଲେ ଏହା ବାକ୍ ସ୍ୱାଧୀନତାର ଉଲ୍ଲଂଘନ
ନୂଆଦିଲ୍ଲୀ: ଫ୍ୟାକ୍ଟ ଚେକ୍ ୟୁନିଟ୍ (ଏଫସିୟୁ) ଗଠନ ନେଇ କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ଉପରେ ସୁପ୍ରିମକୋର୍ଟ ଗୁରୁବାର ରୋକ୍ ଲଗାଇଛନ୍ତି । କେନ୍ଦ୍ରର ଏହି ପଦକ୍ଷେପ ବାକ୍ ତଥା ଅଭିବ୍ୟକ୍ତିର ସ୍ୱାଧୀନତାର ଉଲ୍ଲଂଘନ ବୋଲି କୋର୍ଟ କହିଛନ୍ତି। ଆଇଟି ଆଇନ, ୨୦୨୧ ଅନୁଯାୟୀ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ତରଫରୁ ଗତକାଲି (ମାର୍ଚ୍ଚ ୨୦) ଏକ ଫ୍ୟାକ୍ଟ ଚେକ୍ ୟୁନିଟ୍ ଗଠନ ନେଇ ବିଜ୍ଞପ୍ତି ଜାରି କରାଯାଇଥିଲା। କେନ୍ଦ୍ରର ଏହି ଫ୍ୟାକ୍ଟ ଚେକ୍ ୟୁନିଟ୍ ସୋସିଆଲ [...]
Odiaସାଂସ୍କୃତିକ ଉତ୍ସବ ପାଇଁ ଭିସୁଟ ଛାତ୍ରଛାତ୍ରୀମାନଙ୍କୁ ପାଶ୍ଚାତ୍ୟ ପୋଷାକ ମନା !
ସମ୍ୱଲପୁର – ଆଗାମୀ ଟେକ୍ନୋ- ସାଂସ୍କୃତିକ ଉତ୍ସବ ପାଇଁ ଭିସୁଟ ଛାତ୍ରଛାତ୍ରୀମାନଙ୍କୁ ପାଶ୍ଚାତ୍ୟ ପୋଷାକ ପିନ୍ଧିବା ମନା । ଭିସୁଟ କୁଳପତି ଡକ୍ଟର ବଂଶୀଧର ମାଝୀ ଛାତ୍ରଛାତ୍ରୀମାନଙ୍କୁ ପାଶ୍ଚାତ୍ୟ ପୋଷାକ ନ ପିନ୍ଧିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ସାଂସ୍କୃତିକ ଉତ୍ସବ ପାଇଁ ପାରମ୍ପରିକ ଭାରତୀୟ ପୋଷାକ ପିନ୍ଧି କ୍ୟାମ୍ପସ ପରିସରକୁ ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଛାତ୍ରଛାତ୍ରୀ ଏହି ନିର୍ଦ୍ଦେଶର ଉଲ୍ଲଂଘନ କରନ୍ତି ତେବେ ସେମାନଙ୍କୁ ଭିସୁଟ ମୁଖ୍ୟ ଫାଟକ ଭିତରକୁ ଛଡା ଯିବନାହିଁ। [...]
Odiaନୂଆ ନିର୍ବାଚନ କମିଶନରଙ୍କ ନିଯୁକ୍ତି ଉପରେ ସ୍ଥଗିତାଦେଶ ଜାରି କରିବାକୁ ମନାକଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଦୁଇ ନୂଆ ନିର୍ବାଚନ କମିଶନରଙ୍କ ନିଯୁକ୍ତି ଉପରେ ସ୍ଥଗିତାଦେଶ ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଗୁରୁବାର ଖାରଜ କରିଛନ୍ତି। ତେବେ କୋର୍ଟ ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ସମ୍ବନ୍ଧୀୟ ନୂଆ ଆଇନର ବୈଧତାକୁ ଚ୍ୟାଲେଞ୍ଜ କରି ଦାଖଲ ଆବେଦନ ଉପରେ ବିଚାର କରିବାକୁ ରାଜି ହୋଇଛନ୍ତି । ନୂଆ ନିର୍ବାଚନ କମିଶନରଙ୍କ ନିଯୁକ୍ତି ଉପରେ ରୋକ୍ ଦାବି କରି ହୋଇଥିବା ଆବେଦନର ଶୁଣାଣି କରି ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ [...]
Odiaଦାମୋଦର ରାଉତଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର – ଗୁରୁତର ଅସୁସ୍ଥ ହୋଇ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅସୁସ୍ଥତା ବିଷୟରେ ଜାଣି ସେ ଚିନ୍ତିତ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ତାଙ୍କର ଦୀର୍ଘାୟୁ ଜୀବନ କାମନା କରିଛନ୍ତି। ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ । ଦାମୋଦର ରାଉତ ଗୁରୁତର ଥିବା ନେଇ ପୁଅ ପୁଅ [...]
Odiaପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଗୁରୁତର ଅସୁସ୍ଥ
ଭୁବନେଶ୍ଵର – ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ ଗୁରୁତର ଅସୁସ୍ଥ। ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଦାମୋଦର ରାଉତ । ଦାମୋଦର ରାଉତ ଗୁରୁତର ଥିବା ନେଇ ପୁଅ ପୁଅ ସମ୍ବିତ ରାଉତ ସୂଚନା ଦେଇଛନ୍ତି । ଗୁରୁତର ଅବସ୍ଥାରେ ଭୁବନେଶ୍ଵରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଦାମ । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି। ଗତ ୧୮ତାରିଖରେ ଦାମଙ୍କୁ ହୃଦଘାତ ହୋଇଥିବା ନେଇ ସୂଚନା ଦେଇଛନ୍ତି [...]
