Odiaନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ: ବଦଳିବେ ଢେଙ୍କାନାଳ ଜିଲ୍ଲାପାଳ, ଦେବଗଡ ଓ କଟକ ଗ୍ରାମାଞ୍ଚଳ ଏସପି
ନୂଆଦିଲ୍ଲୀ – ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶା, ପଶ୍ଚିମବଙ୍ଗ, ପଞ୍ଜାବ, ଗୁଜରାଟ କିଛି ଜିଲ୍ଲାପାଳ ଓ ଏସପିଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ ।ଓଡ଼ିଶାରେ ୨ ଜଣ ଏସପି ଓ ଜଣେ ଜିଲ୍ଲାପାଳଙ୍କୁ ବଦଳି ନିର୍ଦ୍ଦେଶ ଦିଆଯାଇଛି। ଢେଙ୍କାନାଳ ଜିଲ୍ଲାପାଳଙ୍କ ସହ ଦେବଗଡ ଓ କଟକ ଗ୍ରାମାଞ୍ଚଳ ଏସପିଙ୍କୁ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ। ସାଧାରଣ ନିର୍ବାଚନ ପୂର୍ବରୁ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
Odiaନିର୍ବାଚନ ପ୍ରସ୍ତୁତି: ଆଜି ବ୍ରହ୍ମପୁର ଓ ଆସ୍କା ସଂସଦୀୟ କ୍ଷେତ୍ର ବିଜେଡି ନେତାଙ୍କ ସହ ନବୀନଙ୍କ ଆଲୋଚନା
ଭୁବନେଶ୍ୱର – ଆଗାମୀ ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ବିଭିନ୍ନ ରଣନୀତି ପ୍ରସ୍ତୁତି ପାଇଁ ତତ୍ପରତା ପ୍ରକାଶ ପାଇଛି । ଗତ ତିନି ଦିନ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂସଦୀୟ କ୍ଷେତ୍ର ଅନୁସାରେ ଦଳର ସ୍ଥିତି ଓ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରୁଛନ୍ତି । ଏ କ୍ରମରେ ଆଜି ବ୍ରହ୍ମପୁର ଓ ଆସ୍କା ସଂସଦୀୟ କ୍ଷେତ୍ରର ବିଜେଡି ନେତାଙ୍କ ସହ ଆଲୋଚନା କରୁଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ। ବୈଠକରେ ସାଙ୍ଗଠନିକ ସ୍ଥିତି [...]
Odiaରାମଦେବଙ୍କୁ ହାଜର ନିର୍ଦ୍ଦେଶ ପରେ ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ କ୍ଷମା ମାଗିଲା ପତଞ୍ଜଳି
ନୂଆଦିଲ୍ଲୀ: ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ପତଞ୍ଜଳି ଆୟୁର୍ବେଦ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛି । ଅବମାନନା ନୋଟିସର ଜବାବ ନ ଦେବାରୁ ଉଭୟ ବାବା ରାମଦେବ ଓ ପତଞ୍ଜଳି ଏମଡି ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ଏପ୍ରିଲ ୨ରେ କୋର୍ଟରେ ହାଜର ହେବାକୁ କହିଥିଲେ ସୁପ୍ରିମକୋର୍ଟ । ଏହି ଆଦେଶର ଦିନକ ପରେ କମ୍ପାନୀ ତରଫରୁ ଆଚାର୍ଯ୍ୟ ବାଳକୃଷ୍ଣ କ୍ଷମା ମାଗିଛନ୍ତି । ଆଜି ଏକ ସଂକ୍ଷିପ୍ତ ସତ୍ୟପାଠରେ ପତଞ୍ଜଳିର ଏମଡି ଆଚାର୍ଯ୍ୟ ବାଳକୃଷ୍ଣ [...]
Odiaକୁଲଡିହା ବନବିଭାଗର କୁମ୍ବିଂ ଅପରେସନ : ୬ ଶିକାରି ଗିରଫ
ନୀଳଗିରି – ଶିକାରୀଙ୍କ ଦୈ।ରାତ୍ମ୍ୟ ଓ ଅବାଧ ଶିକାର ରୋକିବା ପାଇଁ ଆକ୍ସନ ମୋଡ୍ ରେ ବନ ବିଭାଗ । କୁଲଡିହା ବନବିଭାଗ ପକ୍ଷରୁ ଜଙ୍ଗଲ ନିକଟସ୍ଥ ଅଞ୍ଚଳରେ ରାତି ଅଧିଆ କମ୍ବିଂ ଅପରେସନ କରାଯାଇଛି । ବନ ବିଭାଗ ଓ ନୀଳଗିରି ପୋଲିସର ମିଳିତ ଚଢ଼ାଉରେ ୬ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ବାହାବନ୍ଧ ନିକଟ ଡେଉଁଚଖାଲ ଗାଁରେ ମିଳିତ ଚଢ଼ାଉ କରାଯାଇଥିଲା। ଏଥିରେ ୬ ଜଣ ଶିକାରୀଙ୍କ ଗିରଫ କରାଯିବା ସହ ୬ଟି ବନ୍ଧୁକ [...]
Odiaଆତଙ୍କବାଦୀ ସଂଗଠନ ଆଇଏସର ଭାରତ ମୁଖ୍ୟ ଗିରଫ
ଗୁଆହାଟୀ: ଆତଙ୍କବାଦୀ ସଂଗଠନ ଆଇଏସର ଭାରତ ମୁଖ୍ୟ ଓ ତାର ଜଣେ ସହଯୋଗୀଙ୍କୁ ଆସାମର ଧୁବ୍ରି ଜିଲ୍ଲାରୁ ଗିରଫ କରାଯାଇଛି। ଏହି ଦୁଇ ଆତଙ୍କବାଦୀ ବାଂଲାଦେଶରୁ ସୀମା ପାର ହୋଇ ଆସାମରେ ପଶିଥିଲେ। ଗୁଇନ୍ଦା ସୂଚନା ଆଧାରରେ ଏସଟିଏଫ ଉଭୟଙ୍କୁ ବୁଧବାର ଧର୍ମଶାଳା ଅଞ୍ଚଳରୁ ଗିରଫ କରିଥିଲା ବୋଲି ଆସାମ ପୋଲିସର ମୁଖ୍ୟ ଜନସମ୍ପର୍କ ଅଧିକାରୀ ପ୍ରଣବ ଜ୍ୟୋତି ଗୋସ୍ଵାମୀ କହିଛନ୍ତି। ଗିରଫ ପରେ ଉଭୟଙ୍କୁ ଗୁଆହାଟୀର ଏସଟିଏଫ କାର୍ଯ୍ୟାଳୟକୁ ଅଣାଯାଇଥିଲା। ତଦନ୍ତରୁ ଜଣାପଡିଛି ଯେ ଗିରଫ [...]
Odiaତଦନ୍ତ ଶେଷ ନକରି ଅଭିଯୁକ୍ତକୁ ଅନିର୍ଦ୍ଦିଷ୍ଟ କାଳ ଜେଲରେ ରଖିବା ନେଇ ଇଡିଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା
ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ବାରମ୍ବାର ଅତିରିକ୍ତ ଚାର୍ଜସିଟ ଦାଖଲକୁ ସୁପ୍ରିମକୋର୍ଟ ସମାଲୋଚନା କରିଛନ୍ତିି। ଏଭଳି କରି ଇଡି ଅଭିଯୁକ୍ତକୁ ଜାମିନ ଅଧିକାରରୁ ବଞ୍ଚିତ କରୁଛି । ବିନା ବିଚାରଣାରେ ଅଭିଯୁକ୍ତଙ୍କୁ ଅନିର୍ଦ୍ଦିଷ୍ଟ କାଳ ଜେଲରେ ରଖାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି । ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଦୀପଙ୍କର ଦତ୍ତଙ୍କ ଏକ ଖଣ୍ଡପୀଠ ଏକ ମନି ଲଣ୍ଡରିଂ ମାମଲାରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହଯୋଗୀ [...]
Odiaଏନପିଏସ ଅର୍ଥ ହଡପ କରି ବନ୍ଧାହେଲେ ବିଇଓ
ଫୁଲବାଣୀ – ଟଙ୍କା ହଡ଼ପ ଅଭିଯୋଗରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଶିକ୍ଷାଧିକାରୀ ରସାନନ୍ଦ କରଙ୍କୁ ଗିରଫ କରାଯାଇଛି । ଜାତୀୟ ପେନସନ୍ ସିଷ୍ଟମ ( ଏନପିଏସ ) ଅର୍ଥ ସେ ହଡ଼ପ କରିଥିବା ଅଭିଯୋଗ ହୋଇଥିଲା। ବିଇଓ ରସାନନ୍ଦ ଏନପିଏସରୁ ୨୦ ଲକ୍ଷ ଟଙ୍କା ହଡ଼ପ କରି ସେୟାର ମାର୍କେଟରେ ଲଗାଇଥିଲେ। ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ଶିକ୍ଷକମାନଙ୍କ ନ୍ୟାସନାଲ ପେନସନ ସିଷ୍ଟମର ୨୦ ଲକ୍ଷ ଟଙ୍କା ବେଆଇନ ଭାବେ ଉଠାଣ କରି ବିଇଓ ନିଜ [...]
Odiaଆଜିଠୁ ପାଗରେ ପରିବର୍ତ୍ତନ, ଅଧିକାଂଶ ସ୍ଥାନରେ ୮-୧୦ ଡିଗ୍ରୀ ବଢିବ ତାପମାତ୍ରା
ଭୁବନେଶ୍ୱର – ଦୁଇ ଦିନ ଧରି ବର୍ଷା ହେଲା ପରେ ଆଜିଠାରୁ ରାଜ୍ୟରେ ପାଗରେ ପରିବର୍ତ୍ତନ ଆସିବା ସମ୍ଭାବନା ରହିଛି। ଅନେକ ଜିଲ୍ଲାରେ ଆଜିଠୁ ପାରଦ ଉପରମୁହାଁ ହେବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଜିଠୁ ଆସନ୍ତା ୨୪ ତାରିଖ ମଧ୍ୟରେ ରାଜ୍ୟରେ ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୮ରୁ ୧୦ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବା ସମ୍ଭାବନା ରହିଛି। ତେବେ ଆଜି ମଧ୍ୟ କିଛି ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, [...]
Odiaଦୁଇ ଦିନ ବର୍ଷା ଯୋଗୁଁ ଅନେକ ସ୍ଥାନରେ ମାର୍ଚ୍ଚ ସର୍ବନିମ୍ନ ତାପମାତ୍ରାର ବର୍ଷ ବର୍ଷର ରେକର୍ଡ ଭଙ୍ଗ
ଭୁବନେଶ୍ୱର – ଦୁଇ ଦିନ ଧରି ରାଜ୍ୟରେ ଅନେକ ଜିଲ୍ଲାରେ ବର୍ଷା ହୋଇଥିବାରୁ ତାପମାତ୍ରା ଯଥେଷ୍ଟ ହ୍ରାସ ପାଇଥିଲା । ଏପରିକି କିଛି ସ୍ଥାନରେ ତାପମାତ୍ରା ସର୍ବନିମ୍ନ ସ୍ତରରେ ରହି ଅନେକ ବର୍ଷର ରେକର୍ଡ ଭାଙ୍ଗିଛି । ଦୁଇ ଦିନର ବର୍ଷା ଯୋଗୁଁ ଅନେକ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି । ମାର୍ଚ୍ଚରେ ଏଭଳି ସ୍ଥିତି ସୃଷ୍ଟି ହୋଇ ପାରଦ ଖସିବା ବିରଳ ଘଟଣା ବୋଲି ପାଣିପାଗ ବିଭାଗ କହିଛି । ରାଜଧାନୀ ଭୁବନେଶ୍ଵରରେ ମାର୍ଚ୍ଚ ମାସରେ [...]
କେନ୍ଦ୍ର ମନ୍ତ୍ରୀ ଶୋଭା କରନ୍ଦଲାଜେଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

Odiaକେନ୍ଦ୍ର ମନ୍ତ୍ରୀ ଶୋଭା କରନ୍ଦଲାଜେଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ନେଇ ଦ୍ରାବିଡ ମୁନ୍ନେତ୍ରା କଜଗାମ (ଡିଏମକେ)ର ଅଭିଯୋଗ ଆଧାରରେ ନିର୍ବାଚନ କମିଶନ ବୁଧବାର କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତ୍ରୀ ଶୋଭା କରନ୍ଦଲାଜେଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କର୍ଣ୍ଣାଟକର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ୪୮ ଘଣ୍ଟା ମଧ୍ୟରେ ଏହି ମାମଲାରେ ଅନୁପାଳନ ରିପୋର୍ଟ ଦାଖଲ ପାଇଁ ମଧ୍ୟ କହିଛନ୍ତି ନିର୍ବାଚନ କମିଶନ । ମାର୍ଚ୍ଚ ୧ରେ ବେଙ୍ଗାଲୁରୁର ରମେଶ୍ୱରାମ କାଫେରେ [...]
