Odiaନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରବି ଶାସ୍ତ୍ରୀ
ଭୁବନେଶ୍ୱର – ଓଡ଼ିଶା ଗସ୍ତରେ ଥିବା ପୂର୍ବତନ କ୍ରିକେଟର ତଥା ଭାରତୀୟ ଦଳର ପୂର୍ବତନ ମୁଖ୍ୟ କୋଚ୍ ଓ ଭାଷ୍ୟକାର ରବି ଶାସ୍ତ୍ରୀ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ସମୟରେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ । ଭାରତର ପୂର୍ବତନ ଟେଷ୍ଟ କ୍ରିକେଟର କଟକର କୁପୁରସିଂଠାରେ ଏକ ହାଇ ପରଫରମାନ୍ସ କ୍ରିକେଟ ଏକାଡେମୀ ପ୍ରତିଷ୍ଠା ପାଇଁ ଏମଓୟୁ ସ୍ୱାକ୍ଷର [...]
Odiaବାଇକ ଡିକିରୁ ୫ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
ବ୍ରହ୍ମପୁର – ସାମାନ୍ୟ ଅସାବଧାନତାରୁ ୫ ଲକ୍ଷରୁ ଅଧିକ ଟଙ୍କା ୫ ମିନିଟରେ ଲୁଟି ନେଲେ ଲୁଟେରା । ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଜୟପ୍ରକାଶ ନଗରରେ ଗାଡ଼ି ଡିକିରୁ ଜଣେ ବ୍ୟକ୍ତିଙ୍କ ୫ ଲକ୍ଷ ୬୦ ହଜାର ଟଙ୍କା ଲୁଟ୍ କରି ପଳାଇଛନ୍ତି ଲୁଟେରା । ଏସବୁ ଟଙ୍କା ସୁନାଦେଈ ଗାଁର ଜୟକୃଷ୍ଣ ମହାରଣାଙ୍କର ବୋଲି ଜଣାପଡିଛି। ଜୟକୃଷ୍ଣ ଆକ୍ସିସ ବ୍ୟାଙ୍କରୁ ଟଙ୍କା ଉଠାଇ ବାଇକ୍ ଡିକିରେ ରଖି ଚା’ ପିଇବା ପାଇଁ ଅଟକିଥିଲେ । [...]
Odiaବିଏସପିର ବହିଷ୍କୃତ ସାଂସଦ ଦାନିଶ୍ ଅଲି କଂଗ୍ରେସରେ ସାମିଲ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ବହୁଜନ ସମାଜ ପାର୍ଟି (ବିଏସପି)ର ବହିଷ୍କୃତ ସାଂସଦ ଦାନିଶ୍ ଅଲି ବୁଧବାର କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସରେ ଯୋଗଦେବା ପରେ ଅଲି କହିଛନ୍ତି, “ଆଜି ଦେଶର ଅବସ୍ଥା କାହାକୁ ଅଛପା ନାହିଁ। ଗୋଟିଏ ପଟେ ବିଭାଜନକାରୀ ଶକ୍ତି ଏବଂ ଅନ୍ୟ ପଟେ ଗରିବ, ନିଷ୍ପେସିତ ତଥା ଦଳିତ ଲୋକଙ୍କୁ ନ୍ୟାୟ ପାଇଁ ସଂଗ୍ରାମ କରୁଛନ୍ତି। ମୋର ଭବିଷ୍ୟତ ରାଜନୈତିକ ଯାତ୍ରା ପାଇଁ ମୁଁ ଆଜି କଂଗ୍ରେସ ଦଳର ସଦସ୍ୟତା ଗ୍ରହଣ କରିବାକୁ [...]
Odiaପପୁ ଯାଦବଙ୍କ ଦଳ ‘ଜନ ଅଧିକାର’ର କଂଗ୍ରେସରେ ବିଲୟ
ପାଟଣା: ବିହାରରେ ପପୁ ଯାଦବ ତାଙ୍କ ଦଳ ‘ଜନ ଅଧିକାର’କୁ କଂଗ୍ରେସରେ ବିଲୟ କରିଛନ୍ତି। ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ପପୁ ଯାଦବ ଏହି ସୂଚନା ଦେଇଛନ୍ତି। ପପୁ ଯାଦବ ଗଣମାଧ୍ୟମକୁ କହିଛନ୍ତି, ‘ଜନ ଅଧିକାର’ ପାର୍ଟି କଂଗ୍ରେସରେ ମିଶ୍ରଣ ହୋଇଛି। ପପୁଙ୍କ ପତ୍ନୀ ରଣଜିତ୍ ରଂଜନ ଜଣେ କଂଗ୍ରେସ ନେତ୍ରୀ ତଥା ରାଜ୍ୟସଭା ସାଂସଦ।ସାମ୍ବାଦିକ ସମ୍ମିଳନୀରେ ଯେତେବେଳେ ପପୁ ଯାଦବଙ୍କୁ ତାଙ୍କ ପତ୍ନୀଙ୍କ ନାମ ନେବାକୁ କୁହାଯାଇଥିଲା ସେ କହିଥିଲେ – ସେ ଜଣେ କଂଗ୍ରେସ [...]
Odiaଲୋକସଭା ନିର୍ବାଚନ: ଅମାନତ ହରାଇଥିବା ପ୍ରାର୍ଥୀଙ୍କ ସଂଖ୍ୟା ବଢ଼ିଛି
ନୂଆଦିଲ୍ଲୀ: ଦେଶରେ ୧୯୫୧ ମସିହାରେ ଅନୁଷ୍ଠିତ ପ୍ରଥମ ଲୋକସଭା ନିର୍ବାଚନ ଠାରୁ ଆରମ୍ଭ କରି ୨୦୧୯ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ୭୧ ହଜାରରୁ ଅଧିକ ପ୍ରାର୍ଥୀ ନିଜ ଅମାନତ ବଞ୍ଚାଇବାରେ ବିଫଳ ହୋଇଛନ୍ତି । ନିର୍ବାଚନ କମିଶନଙ୍କ ତଥ୍ୟରୁ ଏହା ଜଣାପଡ଼ିଛି । ୨୦୧୯ ଲୋକସଭା ନିର୍ବାଚନରେ ୮୬ ପ୍ରତିଶତ ପ୍ରାର୍ଥୀ ଅମାନତ ହରାଇଥିଲେ । ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ, ଯେଉଁ ପ୍ରାର୍ଥୀମାନେ ମୋଟ ଭୋଟ୍ ର ଏକ ଷଷ୍ଠାଂଶ ହାସଲ କରିବାରେ ବିଫଳ ହୁଅନ୍ତି, [...]
Odiaଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ଇଡିଠୁ ଜବାବ ଲୋଡ଼ିଲେ ହାଇକୋର୍ଟ
ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଇଡି ସମନ ବିରୋଧରେ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ସେ ଗିରଫରୁ ସୁରକ୍ଷା ପାଇଁ ଆବେଦନ କରିଛନ୍ତି। କେଜ୍ରିୱାଲଙ୍କ ଆବେଦନ ଉପରେ ଜବାବ ଦାଖଲ କରିବାକୁ ଇଡିକୁ କହିଛନ୍ତି ହାଇକୋର୍ଟ । ତେବେ ଇଡିରେ ସେ କାହିଁକି ହାଜର ହେବାକୁ ଚାହୁଁନାହାଁନ୍ତି ବୋଲି କେଜ୍ରିୱାଲଙ୍କୁ ପ୍ରଶ୍ନ କରିଛନ୍ତି ହାଇକୋର୍ଟ । କୋର୍ଟ କହିଛନ୍ତି, ଆମେ ଏପରି ମାମଲା ଦେଖିଛୁ। ସାଧାରଣତଃ ପ୍ରଥମ କିମ୍ବା ଦ୍ୱିତୀୟ ଦିନରେ କେହି [...]
Odiaରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ପୁଣି ବିଜେପିରେ ଯୋଗ ଦେଲେ ସୌନ୍ଦରରାଜନ
ଚେନ୍ନାଇ: ତେଲେଙ୍ଗାନାର ରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ତାମିଲିସାଇ ସୌନ୍ଦରରାଜନ ପୁଣି ବିଜେପିରେ ଯୋଗ ଦେଇଛନ୍ତି । ବୁଧବାର ସେ ତାମିଲନାଡୁ ବିଜେପି ସଭାପତି କେ ଅନ୍ନାମଲାଇଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି । ସେ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବା ସମ୍ଭାବନା ରହିଛି । ରାଜ୍ୟପାଳ ପଦ ଛାଡ଼ି ବିଜେପିରେ ଯୋଗଦେବା ପରେ ସୌନ୍ଦରରାଜନଙ୍କୁ ବାମ ଦଳ ଓ ଡିଏମକେ ସମାଲୋଚନା କରିଛନ୍ତି । ଏନେଇ ଅନ୍ନାମଲାଇ କହିଛନ୍ତି, ଉଚ୍ଚ ପଦରେ ଥିବା କୌଣସି [...]
Odiaଠିକାଦାରଙ୍କଠାରୁ ଲାଞ୍ଚ ନେବାବେଳେ ଧରାପଡିଲେ କନିଷ୍ଠ ଯନ୍ତ୍ରୀ
ଭୁବନେଶ୍ୱର – ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଖୋର୍ଦ୍ଧା ଜିଲ୍ଲା ଖୋର୍ଦ୍ଧା ବ୍ଲକର କନିଷ୍ଠ ଯନ୍ତ୍ରୀ। ଜଣେ ଠିକାଦାରଙ୍କଠାରୁ ଲାଞ୍ଚ ନେବାବେଳେ କନିଷ୍ଠ ଯନ୍ତ୍ରୀ ସଙ୍ଗୀତା ମହାପାତ୍ରଙ୍କୁ ଧରିଛି ଭିଜିଲାନ୍ସ ଟିମ୍। ଏକ ଉନ୍ନୟନମୂଳକ କାମର ବିଲ୍ ପାସ୍ କରାଇଦେବା ପାଇଁ ସଂପୃକ୍ତ ଠିକାଦାରଙ୍କଠାରୁ କନିଷ୍ଠ ଯନ୍ତ୍ରୀ ଜଣକ ୫୦ ହଜାର ଟଙ୍କା ଦାବି କରିଥିଲେ। ଏ ନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ ଠିକାଦାର । ଏହାପରେ କନିଷ୍ଠ ଯନ୍ତ୍ରୀ ଙ୍କୁ ଧରିବା ପାଇଁ ଯୋଜନା [...]
Odiaବିଜେଡିରେ ସାମିଲ ହେଲେ ଖଡ଼ିଆଳ ବିଧାୟକ ଅଧୀରାଜ
ଭୁବନେଶ୍ୱର – କଂଗ୍ରେସରୁ ଇସ୍ତଫା ଦେଇଥିବା ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଆଜି ବିଜେଡିରେ ସାମିଲ ହୋଇଛନ୍ତି। ଶଙ୍ଖ ଭବନରେ ଆୟୋଜିତ ବିଜେଡିର ମିଶ୍ରଣ ପର୍ବରେ ଶତାଧିକ ସମର୍ଥକଙ୍କ ସହ ଦଳରେ ମିଶିଛନ୍ତି ଅଧୀରାଜ । ସୂଚନାଯୋଗ୍ୟ ଯେ, ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିଲେ ଖଡ଼ିଆଳ ବିଧାୟକ। ନିର୍ବାଚନ ପୂର୍ବରୁ ଗୋଟିଏ ପରେ ଗୋଟିଏ ଟାଣୁଆ ନେତା କଂଗ୍ରେସ ଛାଡୁଥିବାରୁ ଦଳ ପାଇଁ ଚିନ୍ତାର କାରଣ ହୋଇଛି।
Odiaଫତେଗଡ ନବନିର୍ମିତ ରାମ ମନ୍ଦିରରୁ ଚୋରି
ନୟାଗଡ଼ – ନବନିର୍ମିତ ମନ୍ଦିରରୁ ଚୋରି । ନୟାଗଡ଼ ଜିଲ୍ଲା ଫତେଗଡର ଗିରିଗୋବର୍ଦ୍ଧନ ପାହାଡ ଉପରେ ନବନିର୍ମିତ ଶ୍ରୀରାମ ମନ୍ଦିରରୁ ଚୋରି ଅଭିଯୋଗ ହୋଇଛି। ବିଳମ୍ୱିତ ରାତିରେ ଚୋରି କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ। ଆଜି ସକାଳେ ମନ୍ଦିର ପୂଜକ ମୁଖ୍ୟ ଫାଟକର ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ।ମନ୍ଦିର ଭିତର ହୁଣ୍ଡି ଭଙ୍ଗା ଯାଇଥିବା ମଧ୍ୟ ସେ ଦେଖିବାକୁ ପାଇଥିଲେ । ଚୋରି ନେଇ ପୂଜକ ମନ୍ଦିର କମିଟିକୁ ଜଣାଇବା ପରେ କମିଟି ପକ୍ଷରୁ ଫତେଗଡ [...]
