Odiaଗତ ୨୪ ଘଣ୍ଟାରେ ଗନ୍ଦିଆରେ ସର୍ବାଧିକ ୭୨.୨ ମିମି ବର୍ଷା ରେକର୍ଡ
ଭୁବନେଶ୍ୱର – ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡଘଡି ସହ ବର୍ଷା ଲାଗି ରହିଛି। ଆଜି ସକାଳୁ ଅନେକ ଜିଲ୍ଲାରେ ବର୍ଷା ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଢେଙ୍କାନାଳ ଜିଲ୍ଲାର ଗନ୍ଦିଆରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଗନ୍ଦିଆରେ ୭୨.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଜିଲ୍ଲାର ଭୁବନରେ ୭୨ମିମି, ଅନୁଗୁଳ ଜିଲ୍ଲାର ଆଠମଲ୍ଲିକରେ ୬୮ମିମି, ବୈ।ଦ୍ଧ ଜିଲ୍ଲାର କଣ୍ଟାମାଳରେ ୬୬.୨, କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡିରେ ୬୬ ମିମି ବର୍ଷା ରେକର୍ଡ ହୋଇଛି। ମଙ୍ଗଳବାରଠାରୁ [...]
Odiaଘରେ ପଶି ଦୁଇ ନାବାଳକଙ୍କୁ କୁରାଢ଼ିରେ ହାଣି ହତ୍ୟା, ପୋଲିସ ଏନକାଉଣ୍ଟରରେ ଅଭିଯୁକ୍ତ ନିହତ
ବାଦାୟୁଁ: ଉତ୍ତର ପ୍ରଦେଶର ବଦାୟୁଁ ଜିଲ୍ଲା ମୁଖ୍ୟାଳୟର ସିଭିଲ୍ ଲାଇନ୍ ଥାନା ଅଧୀନ ବାବା କଲୋନୀରେ ଦୁଇଜଣ ନାବାଳକ ଭାଇଙ୍କୁ କୁରାଢ଼ିରେ ହାଣି ଅତି ନୃଶଂସ ଭାବେ ହତ୍ୟା କରାଯାଇଛି । ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଆକ୍ରମଣରେ ତୃତୀୟ ଭାଇ ଗୁରୁତର ଆହତ ହୋଇଛି। ଏହି ଘଟଣାର ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛି। ପୋଲିସ ସୂତ୍ରରୁ ପ୍ରକାଶ, ମଙ୍ଗଳବାର ରାତି ପ୍ରାୟ ୮ଟା ବେଳେ ସିଭିଲ୍ ଲାଇନ୍ ଥାନା ଅନ୍ତର୍ଗତ [...]
Odiaଲୋକସଭା ନିର୍ବାଚନ ଯୋଗୁଁ ୟୁପିଏସସି ସିଭିଲ ସର୍ଭିସ୍ ପରୀକ୍ଷା ସ୍ଥଗିତ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଯୋଗୁଁ ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା (ପ୍ରିଲିମ୍) ସ୍ଥଗିତ ରଖାଯାଇଛି । ଲୋକସଭା ନିର୍ବାଚନ କାର୍ଯ୍ୟସୂଚୀ ପ୍ରକାଶ ପାଇବା ପରେ ୟୁପିଏସସି ଏହି ପରୀକ୍ଷା ସ୍ଥଗିତ ନେଇ ଏହାର ଅଫିସିଆଲ୍ ୱେବସାଇଟ୍ upsc.gov.in ରେ ସୂଚନା ଦେଇଛି। ସିଭିଲ ସର୍ଭିସ ପ୍ରିଲିମ୍ ପରୀକ୍ଷା ମେ ୨୬ରୁ ଆରମ୍ଭ ହେବାର ଥିଲା। ଗତ ଶୁକ୍ରବାର ଲୋକସଭା ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିଥିଲେ ନିର୍ବାଚନ କମିଶନ। ଲୋକସଭା ନିର୍ବାଚନ ଏପ୍ରିଲ ୧୯ ରୁ ଜୁନ୍ ୧ [...]
Odiaପ୍ରଶ୍ନ ପାଇଁ ଲାଞ୍ଚ ମାମଲା: ମହୁଆ ମୈତ୍ରଙ୍କ ବିରୋଧରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ଲୋକପାଳ
ନୂଆଦିଲ୍ଲୀ: ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ବହିଷ୍କୃତ ଲୋକସଭା ସାଂସଦ ମହୁଆ ମୈତ୍ରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ମହୁଆଙ୍କ ବିରୋଧରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଲୋକପାଳ । ସିବିଆଇକୁ ୬ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୌତମ ଆଦାନୀ ଲିଙ୍କ୍ ସମ୍ପର୍କରେ ପ୍ରଶ୍ନ ପଚାରିବା ପାଇଁ ମହୁଆ ଶିଳ୍ପପତି ଦର୍ଶନ ହିରାନନ୍ଦାନୀଙ୍କଠାରୁ ଟଙ୍କା ନେଇଥିଲେ ବୋଲି ବିଜେପି ସାଂସଦ ନିଶିକାନ୍ତ ଦୁବେ ଲୋକସଭା ବାଚସ୍ପତିଙ୍କୁ ଅଭିଯୋଗ [...]
Odiaଗୁରୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା
ଭୁବନେଶ୍ୱର -ଗୁରୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଲାଗି ରହିଛି । ଆଜି ସନ୍ଧ୍ୟାରୁ ପାଗରେ ପରିବର୍ତ୍ତନ ହେବା ସହ ଆସନ୍ତାକାଲିଠୁ ବର୍ଷା ପରିମାଣ ହ୍ରାସ ପାଇବ । ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ହାଲୁକା ବର୍ଷା ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଜି ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କଟକ, ପୁରୀ, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା [...]
Odiaପଖାଳ ଓଡ଼ିଶାର ଖାଦ୍ୟ ବିବିଧତାର ଅନନ୍ୟ ପରିଚୟ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ଆଜି ହେଉଛି ପଖାଳ ଦିବସ । ପ୍ରତି ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ‘ପଖାଳ’ ପାଇଁ ଆଜିର ଦିବସ । ପଖାଳ ଦିବସର ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଆ ଖାଦ୍ଯ ସମ୍ଭାର ମଧ୍ୟରେ ‘ପଖାଳ’ର ସ୍ଥାନ ସର୍ବଦା ସ୍ଵତନ୍ତ୍ର। ପଖାଳ ସହ ଓଡ଼ିଆଙ୍କ ସମ୍ପର୍କ ବହୁ ପୁରାତନ ଏବଂ ଏହା ଆମ ଖାଦ୍ୟ ବିବିଧତାର ଅନନ୍ୟ ପରିଚୟ। ପାରମ୍ପରିକ ଖାଦ୍ଯ ଭାବେ ପ୍ରତି ଓଡ଼ିଆଙ୍କ ଭଳି ପଖାଳ [...]
Odiaଲୋକସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ବିଜ୍ଞପ୍ତି ଜାରି
ନୂଆଦିଲ୍ଲୀ: ଏପ୍ରିଲ ୧୯ରେ ହେବାକୁ ଥିବା ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ନିର୍ବାଚନ କମିଶନ ବୁଧବାର ବିଜ୍ଞପ୍ତି ଜାରି କରିଛନ୍ତି। ବିଜ୍ଞପ୍ତି ଅନୁସାରେ ବିହାର ପାଇଁ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ମାର୍ଚ୍ଚ ୨୮ ରହିଥିବା ବେଳେ ଅରୁଣାଚଳ ପ୍ରଦେଶ, ଆସାମ, ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ରାଜସ୍ଥାନ, ସିକ୍କିମ, ତାମିଲନାଡୁ, ତ୍ରିପୁରା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଜମ୍ମୁ କାଶ୍ମୀର, ଲକ୍ଷଦ୍ବୀପ ଏବଂ [...]
Odiaଆଜି ଶେଷ ହେଉଛି ଯୁକ୍ତ ଦୁଇ ପରୀକ୍ଷା
ଭୁବନେଶ୍ୱର – ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଆଜି ଶେଷ ହେଉଛି । ଫେବ୍ରୁଆରୀ ୧୬ ତାରିଖରୁ ପରୀକ୍ଷା ଆରମ୍ଭ ହୋଇଥିଲା । ଏ ବର୍ଷ ରାଜ୍ୟରେ ୩ ଲକ୍ଷ ୮୬ ହଜାର ୨୫୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ବିଜ୍ଞାନରେ ୧ ଲକ୍ଷ ୧୬ ହଜାର ୪୪୭ , କଳାରେ ସର୍ବାଧିକ ୨ ଲକ୍ଷ ୩୬ ହଜାର ୪୨୫, ବାଣିଜ୍ୟରେ ୨୫,୯୬୦ ଓ ଧନ୍ଦାମୂଳକରେ ୫,୭୬୫ ଜଣ [...]
Odiaଆଜି ପବିତ୍ର ପାପନାଶନୀ ବା ଅଁଳା ଏକାଦଶ ବ୍ରତ
ଏକାଦଶୀ ବ୍ରତରେ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଏ । ଅନ୍ୟ ଅର୍ଥରେ କହିବାକୁ ଗଲେ ଏହି ବ୍ରତରେ ପ୍ରକୃତି ଉପାସନା ପ୍ରତି ମଧ୍ଯ ବିଶେଷ ଧ୍ୟାନ ଦିଆଯାଏ । ସନାତନ ତଥା ହିନ୍ଦୁ ଧର୍ମରେ ଏକଦଶୀ ବ୍ରତକୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇଛି । କୁର୍ମ ପୁରାଣ , ବ୍ରହ୍ମାଣ୍ଡ ପୁରାଣ , ନାରଦ ପୁରାଣ , ବ୍ରହ୍ମ ପୁରଣ , ଭବିଷ୍ୟ ପୁରାଣ , ବ୍ରହ୍ମ କୈବର୍ତ୍ୟ ପୁରାଣ , ଅଗ୍ନି ପୁରଣ ଓ ସ୍କନ୍ଦ [...]
Odiaଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଫଗୁ ଦଶମୀ ନୀତି ସମ୍ପନ୍ନ
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଫଗୁ ଦଶମୀ ନୀତି ସହ ଦୋଳପୂର୍ଣ୍ଣମୀ ଯାତ୍ରାର ଆରମ୍ଭ ହୋଇଛି। ଏଥିପାଇଁ ଗତକାଲି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନିତୀକାନ୍ତି ଅନୁଷ୍ଠିତ ହୋଇଥିଲା। ମହାପ୍ରଭୁଙ୍କ ଚାଚେରୀ ବେଶ ସହ ଚାଚେରୀ ଭୋଗ କରାଯାଇଥିଲା। ଶ୍ରୀମନ୍ଦିରରେ ଆଜି ମଧ୍ୟାହ୍ନ ଧୂପ ଶେଷ ହେବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ତାଙ୍କ ପ୍ରତିନିଧି ଦୋଳଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀ ବିମାନରେ ବସି ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିଥିଲେ। ସେଠାରେ ଅଞ୍ଜଳୀ, ପ୍ରସାଦଲାଗି, ବନ୍ଦାପନା, ଚାମର ପନ୍ତି ଭୋଗ ଅର୍ପଣ [...]
