Odiaଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ କାମ କଲା କଛୁ ମୁନିହି ନ ବ୍ୟାପୀ । ନିଜ ଭୟଁ ଡରେଉ ମନୋଭବ ପାପୀ ॥ ସୀମ କି ଚାଁପି ସକଇ କୋଉ ତାସୁ । ବଡ ରଖବାର ରମାପତି ଜାସୁ ॥ ଭାବାର୍ଥ :- କିନ୍ତୁ, କାମଦେବଙ୍କର କୌଣସି କଳା କୌଶଳ ନାରଦ ମୁନିଙ୍କ ଉପରେ ପ୍ରଭାବ ପକାଇ ପରିଲା ନାହିଁ । ତେବେ ପାପୀ କାମଦେବ ନିଜର କ୍ଷତିହେବା ଭୟରେ ଡରିଗଲେ । ଲକ୍ଷ୍ମୀପତି ଭଗବାନ ବିଷ୍ଣୁ [...]
Odiaଗୀତା ଉପଦେଶ- ଆମ ଚେତନାର ସ୍ତର ଆମ ମନର ସ୍ଥିତି ଅନୁସାରେ ନିର୍ଦ୍ଧାରିତ
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କର୍ମ ସନ୍ନ୍ୟାସ ସମ୍ବନ୍ଧରେ କହୁଛନ୍ତି- ଯତ୍ ସାଂଖ୍ୟୈଃ ପ୍ରାପ୍ୟତେ ସ୍ଥାନଂ ତଦ୍ୟୋଗୈରପି ଗମ୍ୟତେ। ଏକଂ ସାଂଖ୍ୟଂ ଚ ଯୋଗଂ ଚ ଯଃ ପଶ୍ୟତି ସ ପଶ୍ୟତି।। ଅର୍ଥାତ କର୍ମ ସନ୍ନ୍ୟାସ ଦ୍ୱାରା ଯେଉଁ ଉଚ୍ଚ ସୋପାନ ପ୍ରାପ୍ତ ହୋଇଥାଏ, ଭକ୍ତିଯୁକ୍ତ କର୍ମ ଆଚରଣ ଦ୍ୱାରା ମଧ୍ୟ ତାହା ପ୍ରାପ୍ତ ହୋଇଥାଏ । ତେଣୁ ଯେଉଁ ବ୍ୟକ୍ତି କର୍ମ ସନ୍ୟାସ ଓ କର୍ମ ଯୋଗକୁ ସମାନ ରୂପରେ ଦେଖିଥାଏ, ସେ ତତ୍ତ୍ୱକୁ ତା’ର ବାସ୍ତବ [...]
Odiaବିଜୟ ଅମୃତା କୁଲାଙ୍ଗେଙ୍କୁ ଓମଫେଡ ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି
ଭୁବନେଶ୍ୱର – ଆଇଏଏସ ବିଜୟ ଅମୃତା କୁଲାଙ୍ଗେଙ୍କୁ ଓମଫେଡର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଏ ନେଇ ରାଜ୍ୟ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓମଫେଡ୍ ପରିଚାଳନା ନିର୍ଦ୍ଦେଶକ ପଦବୀ ଯୁଗ୍ମ ସଚିବ ପାହ୍ୟା ସହ ସମାନ । ୨୦୧୩ ବ୍ୟାଚର ଆଇଏଏସ ଅଫିସର ବିଜୟ ଅମୃତା କୁଲାଙ୍ଗେ ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମର କମିଶନର ଥିଲେ । ତା’ ପୂର୍ବରୁ ସେ ଗଞ୍ଜାମ ଜିଲ୍ଲାପାଳ ରହିଥିଲେ ।
Odiaଆଇପିଏଲ୍ ପୂର୍ବରୁ ଆରସିବି ନାଁ ବଦଳିଲା
ବେଙ୍ଗାଲୁରୁ : ଆଇପିଏଲ୍ ୨୦୨୪ ସିଜନ୍ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଦଳ ନାଁ ବଦଳାଇବାକୁ ନିଷ୍ପତ୍ତି ନେଇଛି । ବେଙ୍ଗାଲୁରୁର ଏମ୍ ଚିନ୍ନସ୍ବାମୀ ଷ୍ଟାଡିୟମରେ ‘ଅନବକ୍ସ’ ଇଭେଣ୍ଟରେ ଆରସିବି ଏହାର ନୂଆ ନାମ ଘୋଷଣା କରିଛି। ଦଳ ଏବେ ‘ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ’ ଭାବେ ଜଣାଯିବ । ଏହାଛଡ଼ା ଦଳ ଆଗାମୀ ସିଜନ୍ ପାଇଁ ନୂଆ ଜର୍ସି ଉନ୍ମୋଚନ କରିଛି । The City we love, the Heritage we embrace, and [...]
Odiaବସ୍ -ବୋଲେରୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ୧୩ ଆହତ
ଫୁଲବାଣୀ – କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ଥାନା ଅଧୀନସ୍ଥ ମାଲାନସୁଗା ଛକ ନିକଟରେ ଆଜି ଅପରାହ୍ନରେ ଏକ ଯାତ୍ରୀବାହୀ ମିନିବସ ସହ ବୋଲେରୋର ମୁହାଁମୁହିଁ ଧକ୍କା ହେବାରୁ ବସ୍ ଚାଳକ ଆଦିକନ୍ଦ ପଣ୍ଡାଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୧୩ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ସୂଚନାନୁସାରେ ଆଜି ଅପରାହ୍ଣରେ ଫୁଲବାଣୀ ଅଭିମୁଖେ ସିଲକ ସଫାରି ନାମକ ଏକ ଘରୋଇ ଯାତ୍ରୀବାହୀ ମିନିବସ୍ (ଓଆର ୦୨ [...]
Odiaକଂଗ୍ରେସକୁ ଆଉ ଏକ ଝଟକା, ଦଳରୁ ଇସ୍ତଫା ଦେଲେ ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ
ଭୁବନେଶ୍ୱର – ନିର୍ବାଚନ ପୂର୍ବରୁ ଦଳ ଡିଆଁ ଓ ଇସ୍ତଫାର ପର୍ବ ଜାରି ରହିଛି। ଏ କ୍ରମରେ ଆଜି ରାଜ୍ୟ କଂଗ୍ରେସକୁ ଆଉ ଏକ ଝଟକା ଲାଗିଛି । ଦଳରୁ ଇସ୍ତଫା ଦେଇଛନ୍ତି ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ। ସେ ତାଙ୍କ ଇସ୍ତଫା ପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। ଅଧୀରାଜ କଂଗ୍ରେସର ହାତ ଛାଡି ପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ୨୫ ବର୍ଷ କାଳ କଂଗ୍ରେସରେ ଥିଲେ ଅଧୀରାଜ। ପୂର୍ବରୁ [...]
Odiaରାଜ୍ୟର ଅନେକ ଜିଲ୍ଲାରେ କାଳବୈଶାଖୀ ବର୍ଷା, ୧୨ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
ଭୁବନେଶ୍ୱର – କାଳବୈଶାଖୀ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ଆଜି ପ୍ରବଳ ବର୍ଷା ହୋଇଛି । ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି। ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ନୟାଗଡ଼ ଜିଲ୍ଲାର ଅନେକ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି। ଏଣେ ରାଜ୍ୟରେ ଆସନ୍ତାକାଲି ସକାଳ ସୁଦ୍ଧା କିଛି ଜିଲ୍ଲାରେ ଝଡ଼ବର୍ଷା ଓ ବଜ୍ରପାତ ଆଶଙ୍କା ରହିଛି। ୫୦-୬୦ କିମି ବେଗରେ ପବନ ବହିବା ସମ୍ଭାବନା ମଧ୍ୟ ରହିଛି। କେତେକ ସ୍ଥାନରେ ୭-୧୧ [...]
Odiaଅପମିଶ୍ରିତ ମସଲା ପ୍ରସ୍ତୁତ ହେଉଥିବା ଗୋଦାମରେ ଚଢ଼ାଉ
ବ୍ରହ୍ମପୁର – ବ୍ରହ୍ମପୁରର ଏକ ଅପମିଶ୍ରିତ ମସଲା ଗୋଦାମରେ ଚଢାଉ କରିଛି ପୋଲିସ। ବଡ଼ବଜାର ଥାନା ବ୍ରଜରାଜନଗର ଚତୁର୍ଥ ଲେନରେ ଏକ ଅପମିଶ୍ରିତ ମସଲା ଗୋଦାମ ଚାଲୁଥିଲା । ସେଠାରେ ଲଙ୍କା ଗୁଣ୍ଡ ଓ ମସଲା ଗୁଣ୍ଡରେ ଅପମିଶ୍ରଣ ହେଉଥିବା ସୂଚନା ପାଇଲା ପରେ ପୋଲିସ ଓ ବ୍ରହ୍ମପୁର ମହାନଗର ନିଗମର ଖାଦ୍ୟ ନିରାପତ୍ତା ବିଭାଗ ମିଳିତ ଭାବେ ଚଢ଼ାଉ କରିଥିଲେ । ଗୋଦାମକୁ ସିଲ୍ କରାଯିବା ସହ ମାଲିକ ଶିବଶଙ୍କର ସାହୁକୁ ଅଟକ ରଖାଯାଇ ପଚରାଉଚରା [...]
Odiaମୋହନା: ପୋଲରୁ ୩୦ ଫୁଟ ତଳକୁ ଖସିଲା ବାଇକ୍, ୨ ମୃତ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଆର୍.ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡ଼ ବିଦ୍ୟୁତ୍ ସବଷ୍ଟେସନ୍ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ପୋଲରୁ ପ୍ରାୟ ୩୦ ଫୁଟ ତଳକୁ ମୋଟର ସାଇକେଲ ଖସି ୨ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଛେଳିଗଡ଼ ଖ୍ରୀଷ୍ଟିଆନ ସାହିର ମଣ୍ଟୁ ପାଳ (୨୨) ଓ ଟୁକୁନା ସିଂ(୩୨)ଙ୍କ ମୃତ୍ୟୁ ଘଟିଛି। ଦୁହେଁ ଗୋଟିଏ ମୋଟର ସାଇକେଲରେ ନିକଟସ୍ଥ ଡୁମ୍ବା ଗାଁ ଆଡକୁ ଯାଉଥିଲେ l ଏହି ସମୟରେ ବିଦ୍ୟୁତ୍ ସବଷ୍ଟେସନ୍ ନିକଟରେ [...]
Odiaସିଏଏ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍, ତିନି ସପ୍ତାହ ମଧ୍ୟରେ ଜବାବ ଦାଖଲ ନିର୍ଦ୍ଦେଶ
ନୂଆଦିଲ୍ଲୀ: ବିବାଦୀୟ ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧରେ ହୋଇଥିବା ଆବେଦନ ଉପରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ଏନେଇ କେନ୍ଦ୍ରକୁ ନୋଟିସ୍ ଜାରି କରିଛନ୍ତିି। ତିନି ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କେନ୍ଦ୍ରକୁ କହିଛନ୍ତି କୋର୍ଟ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୯ରେ ହେବ। ସିଏଏ ବିରୋଧରେ ସୁପ୍ରିମକୋର୍ଟରେ ୨୩୭ ଆବେଦନ ଦାୟର ହୋଇଛି । ଏଥିମଧ୍ୟରୁ ୨୦ଟି [...]
