Odiaଓଡ଼ିଶାରେ ୪ଟି ପର୍ଯ୍ୟାୟରେ ହେବ ବିଧାନସଭା ନିର୍ବାଚନ : ମେ’ ୧୩ରେ ପ୍ରଥମ ଓ ଜୁନ ପହିଲାରେ ଶେଷ ପର୍ଯ୍ୟାୟ ମତଦାନ
ନୂଆଦିଲ୍ଲୀ – ବାଜିଛି ନିର୍ବାଚନ ବିଗୁଲ। ଲୋକସଭା ଓ ଓଡ଼ିଶା ସମେତ ଚାରି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ଓଡ଼ିଶାର ୧୪୭ ବିଧାନସଭା ଆସନରେ ନିର୍ବାଚନ ପାଇଁ ୪ଟି ପର୍ଯ୍ୟାୟରେ ହେବ ମତଦାନ । ମେ’ ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୨୮ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ କରାଯିବ । ମେ’ ୨୦ ତାରିଖରେ ୩୫ଟି ବିଧାନସଭା ଆସନରେ ମତଦାନ ହେବ । ତୃତୀୟ ପର୍ଯ୍ୟାୟ ମତଦାନ ମେ’ [...]
Odiaମେଣ୍ଢାଶାଳ ପୋଲିସ ଫାଣ୍ଡି ‘ଶିଳ୍ପାଞ୍ଚଳ ପୋଲିସ ଷ୍ଟେସନ’ ଭାବେ ଉନ୍ନୀତ : ରହିବେ ୪୧ ଅଧିକାରୀ ଓ କର୍ମଚାରୀ , ସୃଷ୍ଟି ହେବ ୩୪ ନୂଆ ପଦବୀ
ଭୁବନେଶ୍ବର – ଭୁବନେଶ୍ବର ସହରାଞ୍ଚଳ ପୋଲିସ ଜିଲ୍ଲା ମଧ୍ୟରେ ମେଣ୍ଢାଶାଳ ଅଞ୍ଚଳ ଏକ କ୍ରମବର୍ଦ୍ଧିଷ୍ଣୁ ଶିଳ୍ପାଞ୍ଚଳ ଭାବେ ଗଢିଉଠୁଛି । ସେହି ଅଞ୍ଚଳରେ ଆଇଆଇଆଇଟି, ନାଲକୋ ଆର୍ ଆଣ୍ଡ ଡି ସେଣ୍ଟର, ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି ଓ ଜିଆଇଟି ପରି ଅନେକ ଜାତୀୟ ସ୍ତରର ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଓ ଶିଳ୍ପାନୁଷ୍ଠାନ ରହିଛି । ଏଥିସହ ବଢୁଥିବା ଲୋକସଂଖ୍ୟା ଓ ଆବାସିକ କଲୋନୀକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଣ୍ଢାଶାଳରେ ଥିବା ପୋଲିସ ଆଉଟପୋଷ୍ଟକୁ [...]
Odiaଆଗାମୀ ଦଶ ବର୍ଷ ଓଡ଼ିଶାର ଭବିଷ୍ୟତ ପାଇଁ ନିର୍ଣ୍ଣାୟକ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର – ନିର୍ବାଚନ ପୂର୍ବରୁ ବିଜେଡି ସରକାରର ଶେଷ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡିଶାର ସାଢେ ଚାରି କୋଟି ପରିବାରର ସେବା କରିବାକୁ ମନୋନୀତ ହୋଇଥିବାରୁ ସେ ଖୁସି ଅନୁଭବ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ବାତ୍ୟା ବିଧ୍ୱସ୍ତ ପଛୁଆ ରାଜ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇ ସେ କିଭଳି ଆହ୍ୱାନର ସମ୍ମୁଖୀନ ହୋଇଥିଲେ, ସେ ସମ୍ପର୍କରେ କହିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟକୁ ବିକାଶର ପଥରେ ଫେରାଇ [...]
Odiaୟାସିନ ମଲିକଙ୍କ ଜେକେଏଲ୍ଏଫ୍ ଉପରେ କଟକଣା ଆଉ ୫ ବର୍ଷ ବଢ଼ାଇଲେ ସରକାର
ନୂଆଦିଲ୍ଲୀ: ଆତଙ୍କବାଦ ଓ ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗରେ ଜେଲରେ ଥିବା ୟାସିନ୍ ମଲିକଙ୍କ ଜମ୍ମୁ କାଶ୍ମୀର ଲିବରେସନ୍ ଫ୍ରଣ୍ଟ (ଜେକେଏଲ୍ଏଫ୍) ଉପରେ କଟକଣାକୁ କେନ୍ଦ୍ର ସରକାର ଆଉ ୫ ବର୍ଷ ପାଇଁ ବଢ଼ାଇ ଦେଇଛନ୍ତିି । ଏଥିସହ ଜମ୍ମୁ-କାଶ୍ମୀରର ଆଉ ୪ଟି ଗ୍ରୁପକୁ ମଧ୍ୟ ବ୍ୟାନ୍ କରାଯାଇଛି । ଏହି ନିଷ୍ପତ୍ତି ଘୋଷଣା କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଦେଶର ସୁରକ୍ଷା, ସାର୍ବଭୌମତ୍ୱ ଏବଂ ଅଖଣ୍ଡତାକୁ ଚ୍ୟାଲେଞ୍ଜ କରୁଥିବା ବ୍ୟକ୍ତି କଠୋର ଆଇନଗତ [...]
Odiaଆଜିଠୁ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଉପରେ କଟକଣା ଲାଗୁ, କ’ଣ ଚାଲୁ ରହିବ କ’ଣ ନାହିଁ ଜାଣନ୍ତୁ
ନୂଆଦିଲ୍ଲୀ: ଆରବିଆଇ ଗାଇଡଲାଇନ ଅନୁଯାୟୀ, ଆଜି ଠାରୁ ଅର୍ଥାତ୍ ମାର୍ଚ୍ଚ ୧୬ରୁ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଉପରେ ବିଭିନ୍ନ କଟକଣା ଲାଗିବ । ପେଟିଏମ୍ ଓ୍ବାଲେଟରେ ଆପଣ ଟଙ୍କା ଜମା କରିପାରିବେ ନାହିଁ । ଏହାଛଡା ଆପଣ ଯଦି ପେଟିଏମ୍ ର ଫାଷ୍ଟଟ୍ୟାଗ୍ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କୁ ଅନ୍ୟ ବ୍ୟାଙ୍କରୁ ନୂଆ ଫାଷ୍ଟଟ୍ୟାଗ୍ ଆଣିବାକୁ ପଡ଼ିବ। ଏହା ନ କଲେ ଆପଣଙ୍କୁ ଦୁଇଗୁଣ ଟୋଲ୍ ଦେବାକୁ ପଡ଼ିପାରେ । ଯଦି ଆପଣଙ୍କର ପେଟିଏମ୍ ୱାଲେଟରେ ଟଙ୍କା [...]
ନିର୍ବାଚନ ପୂର୍ବରୁ ଶେଷ କ୍ୟାବିନେଟ ବୈଠକରେ ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ, ମହାନଦୀରେ ନିର୍ମାଣ ହେବ ଆଉ ଏକ ଉଚ୍ଚ ସେତୁ

Odiaନିର୍ବାଚନ ପୂର୍ବରୁ ଶେଷ କ୍ୟାବିନେଟ ବୈଠକରେ ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ, ମହାନଦୀରେ ନିର୍ମାଣ ହେବ ଆଉ ଏକ ଉଚ୍ଚ ସେତୁ
ଭୁବନେଶ୍ୱର – ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୭ଟି ବିଭାଗର ୧୪ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ଆଜି ଅପରାହ୍ନରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା ପୂର୍ବରୁ ରାଜ୍ୟ ସରକାରଙ୍କ ଶେଷ କ୍ୟାବିନେଟ ବୈଠକ ବସିଛି । ମହାନଦୀରେ ଆଉ ଏକ ଉଚ୍ଚ ସେତୁ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ କରିଛି କ୍ୟାବିନେଟ। ସାଲେପୁର ବ୍ଲକ ବ୍ରାହ୍ମଣଖଣ୍ଡ-ସାହୁଖେତ ରାସ୍ତାରେ ନିର୍ମାଣ ହେବ ସେତୁ । [...]
Odiaଇଡି ସମନ ମାମଲାରେ କେଜ୍ରିୱାଲଙ୍କୁ ଜାମିନ
ନୂଆଦିଲ୍ଲୀ: ଇଡି ସମନ ଏଡ଼ାଇବା ମାମଲାରେ ରାଉଜ୍ ଆଭେନ୍ୟୁ କୋର୍ଟ ଆପର ରାଷ୍ଟ୍ରୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଶ୍ବସ୍ତି ପ୍ରଦାନ କରିଛନ୍ତିି। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ବାରମ୍ବାର ଇଡି ସମନ ଟାଳିବା କେସରେ କୋର୍ଟ କେଜ୍ରିୱାଲଙ୍କୁ ଜାମିନ ଦେଇଛନ୍ତି। କେଜ୍ରିୱାଲ ଆଜି କୋର୍ଟରେ ହାଜର ହୋଇଥିଲେ । ୧୫,୦୦୦ ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ କେଜ୍ରିୱାଲଙ୍କୁ କୋର୍ଟ ଜାମିନ ମଞ୍ଜୁର କରିଛନ୍ତି। କୋର୍ଟ ତାଙ୍କୁ ବ୍ୟକ୍ତିଗତ ହାଜିରାରୁ ବି ମୁକ୍ତ କରିଛନ୍ତିି। ଏହି [...]
Odiaଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଚିଠି, ବିକଶିତ ଭାରତ ପାଇଁ ଲୋଡ଼ିଲେ ସମର୍ଥନ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରାଯିବ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ଲୋକଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଏଥିରେ ମୋଦୀ ଏକ ବିକଶିତ ଭାରତ ଗଠନ ପାଇଁ ସମର୍ଥନ ଲୋଡିଛନ୍ତି । ମୋଦୀ ଏଥିରେ ଲେଖିଛନ୍ତି, ଆମ ସହ ଆପଣଙ୍କ ସହଭାଗିତା ଏକ ଦଶକ ପୂରଣ କରିବା ଦ୍ୱାରଦେଶରେ ରହିଛି । ୧୪୦ କୋଟି ଭାରତୀୟଙ୍କ ବିଶ୍ୱାସ ଏବଂ ସମର୍ଥନ ମୋତେ ପ୍ରେରଣା ଦିଏ | ମୋଦୀ ଲେଖିଛନ୍ତି – [...]
Odiaଜୁନରୁ ଦିନିକିଆ ଓ ଟି-୨୦ରେ ଲାଗୁ ହେବ ‘ଷ୍ଟପ୍ କ୍ଲକ୍’ ନିୟମ
ଦୁବାଇ: ସମ୍ପ୍ରତି ପରୀକ୍ଷାମୂଳକ ଭାବେ ଚାଲିଥିବା ‘ଷ୍ଟପ୍ କ୍ଲକ୍’ ନିୟମକୁ ଆଇସିସି ଆଗାମୀ ଟି-୨୦ ବିଶ୍ୱକପ ୨୦୨୪ରୁ ସମସ୍ତ ଅନ୍ତର୍ଜାତୀୟ ଦିନିକିଆ ଏବଂ ଟି-୨୦ରେ ସ୍ଥାୟୀ ଭାବେ ଲାଗୁ କରିବ । ଆଇସିସି ଡିସେମ୍ବର ୨୦୨୩ରେ ‘ଷ୍ଟପ୍ କ୍ଲକ୍’ ନିୟମ ପରୀକ୍ଷା ମୂଳକ ଭାବେ ଆରମ୍ଭ କରିଥିଲା। ଏବେ ଏହା ଜୁନ୍ ୧, ୨୦୨୪ରୁ ପୂର୍ଣ୍ଣାଙ୍ଗ ଭାବେ ଲାଗୁ ହେବ। ‘ଷ୍ଟପ୍ କ୍ଲକ୍’ ନିୟମ ଅନୁଯାୟୀ, ଫିଲ୍ଡିଂ ଦଳକୁ ଗୋଟିଏ ଓଭର ଶେଷ ହେବାର ୬୦ ସେକେଣ୍ଡ [...]
Odiaଆଜି କ୍ୟାବିନେଟ ବୈଠକ
ଭୁବନେଶ୍ୱର – ଆଜି ପୂର୍ବାହ୍ନ ୧୧ଟାରେ ବସିବ ରାଜ୍ୟ କ୍ୟାବିନେଟର ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବା ସମ୍ଭାବନା ରହିଛି। ବିଧାନସଭା ନିର୍ବାଚନ ପୂର୍ବରୁ ବର୍ତ୍ତମାନ ସରକାରର ଏହା ଶେଷ କ୍ୟାବିନେଟ ବୈଠକ ହେବ । ବିଭିନ୍ନ ବିଭାଗର ଏକାଧିକ ପ୍ରସ୍ତାବକୁ ବୈଠକରେ ମଞ୍ଜୁରୀ ମିଳିବା ସମ୍ଭାବନା ରହିଛି।
