Odiaଲୋକସଭା ଓ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଆଜି ହେବ ତାରିଖ ଘୋଷଣା
ନୂଆଦିଲ୍ଲୀ -ନିର୍ବାଚନ କମିଶନ ଆଜି ଆଗାମୀ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ । ଏହା ସହ ଓଡ଼ିଶା, ସିକ୍କିମ, ଅରୁଣାଚଳ ପ୍ରଦେଶ ଏବଂ ଆନ୍ଧ୍ର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ କାର୍ଯ୍ୟସୂଚୀ ଘୋଷଣା କରାଯିବ। ଆଜି ଅପରାହ୍ନ ୩ଟାରେ ନିର୍ବାଚନ ତାରିଖ ଘୋଷଣା କରିବେ କମିଶନ । ଏହାର ସିଧାପ୍ରସାରଣ ନିର୍ବାଚନ କମିଶନଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ କରାଯିବ । ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ହେବା କ୍ଷଣି ପୂରା ଦେଶରେ ଆଦର୍ଶ [...]
Odiaସଡ଼କ ଦୁର୍ଘଟଣାରେ ଆହତ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଭେଟିଲେ ୫-ଟି ଅଧ୍ୟକ୍ଷ
ଭୁବନେଶ୍ୱର – ସଡ଼କ ଦୁର୍ଘଟଣାରେ ଆହତ ହୋଇ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଭେଟିଛନ୍ତି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ପ୍ରସନ୍ନ ଆଚାର୍ଯ୍ୟଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଗୁରୁବାର ବିଳମ୍ବିତ ରାତିରେ ପ୍ରସନ୍ନ ଆଚାର୍ଯ୍ୟ ଭୁବନେଶ୍ୱରରୁ ବରଗଡ଼ ଯାଉଥିବା ବେଳେ ତାଙ୍କ କାରକୁ ରେଢ଼ାଖୋଲ ନିକଟରେ ଏକ ଟ୍ୟାଙ୍କର ଧକ୍କା ଦେଇଥିଲା। ପ୍ରସନ୍ନଙ୍କୁ ସମ୍ବଲପୁରର [...]
Odiaଦୁର୍ଘଟଣାରେ କୁନି ଝିଅର ଜୀବନ ଚାଲିଗଲା: ବାପା ଭାଇ ଗୁରୁତର
ବ୍ରହ୍ମପୁର: ଜାତୀୟ ରାଜପଥ ପାର ହେଉଥିବା ବେଳେ ଦ୍ରୁତଗାମୀ କାର୍ ଧକ୍କାରେ ୫ ବର୍ଷୀୟ ଝିଅର ଜୀବନ ଚାଲିଯାଇଛି। ବାପା ଓ ଭାଇ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏଭଳି ଦୁଃଖଦାୟକ ଦୁର୍ଘଟଣା ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଖଲ୍ଲିକୋଟ ବ୍ଲକ୍ ଗଣ୍ଡାପଲ୍ଲୀ ଗ୍ରାମ ନିକଟରେ ଶୁକ୍ରବାର ରାତି ପ୍ରାୟ ୧୦ଟାରେ ଘଟିଛି। ଦୁର୍ଘଟଣାରେ ପ୍ରାଣ ହରାଇଛି ସେହି ଗ୍ରାମର ଲିଙ୍ଗରାଜ ପାତ୍ରଙ୍କ କୁନି ଝିଅର ଉଷାରାଣୀ। ଆଉ ଏଥିରେ ଗୁରୁତର [...]
Odiaଫେରାର ଥିବା ଜଳେଶ୍ବରର ପୂର୍ବତନ ଆଇଆଇସି ଧନେଶ୍ଵର ସାହୁ ତିନି ବର୍ଷ ପରେ ଗିରଫ
ଭୁବନେଶ୍ୱର – ତିନି ବର୍ଷ ହେବ ଫେରାର ଥିବା ଜଳେଶ୍ବର ଥାନାର ପୂର୍ବତନ ଆଇଆଇସି ଧନେଶ୍ଵର ସାହୁ ଧରାପଡ଼ିଛନ୍ତି। କଟକ ଜିଲ୍ଲା ନରସିଂହପୁର ବଡଭୂଇଁ ସ୍ଥିତ ତାଙ୍କ ବାସଭବନରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ସୂଚନାଯୋଗ୍ୟ ଯେ, ୨୦୨୦ ମସିହା ଅଗଷ୍ଟରେ ଧନେଶ୍ଵର ସାହୁ ଜଳେଶ୍ବର ଆଇଆଇସି ଥିବା ବେଳେ ଜଣେ ଡ୍ରଗ ମାଫିଆଙ୍କ ସହ ଡିଲ୍ କରିଥିବା ଅଭିଯୋଗ ହୋଇଥିଲା। ଏକ ଡିଲ୍ ନେଇ ଧନେଶ୍ଵର ଓ ଜଣେ ଡ୍ରଗ ମାଫିଆଙ୍କ ମଧ୍ୟରେ ଫୋନ୍ ବାର୍ତ୍ତାଳାପର ଅଡିଓ [...]
Odia
Odiaନୂଆ ଶିଳ୍ପ ପ୍ରତିଷ୍ଠା ପାଇଁ ଇଡକୋକୁ ହସ୍ତାନ୍ତର ହେବ ବରଗଡ଼ ଚିନିକଳ ଜମି
ଭୁବନେଶ୍ବର – ବରଗଡସ୍ଥିତ ଚିନିକଳ ଜମିକୁ ଇଡକୋକୁ ହସ୍ତାନ୍ତର କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଆଗାମୀ ଦିନରେ ଇଡକୋ ଏହି ଜମିରେ ନୂତନ ଶିଳ୍ପ ପ୍ରତିଷ୍ଠା କରିବାପାଇଁ ପଦକ୍ଷେପ ନେବ। ସୂଚନାଯୋଗ୍ୟ ଯେ ଯନ୍ତ୍ରାଂଶ ରକ୍ଷଣାବେକ୍ଷଣ ଓ ମରାମତି ତଥା ନୂତନ ମେସିନ୍ ପାଇଁ ପାଣ୍ଠି ଅଭାବ ଏବଂ ଅନ୍ୟାନ୍ୟ ବିଭିନ୍ନ କାରଣ ପାଇଁ ଚିନିକଳରେ କାମ ବନ୍ଦ ରହିଥିଲା । ସେଥିପାଇଁ ଏହାର ଜମିକୁ ଇଡକୋକୁ ହସ୍ତାନ୍ତର କରି ନୂତନ ଶିଳ୍ପ [...]
Odiaଦୁଇ କୁଖ୍ୟାତ ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି – ଦୁଇ କୁଖ୍ୟାତ ମାଓବାଦୀ ମାଲକାନଗିରି ପୋଲିସ ଆଗରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ କଡତି ହୁରା ଏବଂ ଗଙ୍ଗା କାର୍ଯ୍ୟାମୀ ବୋଲି ଜଣାପଡିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂ ମୀନା ଏହି ସୂଚନା ଦେଇଛନ୍ତି। ଦୁଇ ମାଓବାଦୀଙ୍କ ନାମରେ ଅନେକ ମାମଲା ରହିଛି । ମାଓ ସଙ୍ଗଠନ ନିଜର ନୀତି ଓ ଆଦର୍ଶରୁ ଓହରି ଯାଇଥିବାରୁ ଏମାନେ ହିଂସା ଛାଡି ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଆତ୍ମସମର୍ପଣ କରିଥିବା [...]
Odiaଭୁବନେଶ୍ୱର ଏୟାରଲିଫ୍ଟ ହେଲେ ପ୍ରସନ୍ନ ଆଚାର୍ଯ୍ୟ
ସମ୍ବଲପୁର – ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଏୟାରଲିଫ୍ଟ କରାଯାଇ ଭୁବନେଶ୍ୱର ଅଣାଯାଇଛି । ତାଙ୍କୁ ପ୍ରଥମେ ଆମ୍ବୁଲାନ୍ସ ଯୋଗେ ସମ୍ବଲପୁରରୁ ଜମାଦାରପାଲ୍ଲି ଏୟାରଷ୍ଟ୍ରିପକୁ ଅଣାଯାଇ ଭୁବନେଶ୍ୱରକୁ ଏୟାରଲିଫ୍ଟ କରାଯାଇଛି। ପ୍ରସନ୍ନ ଆଚାର୍ଯ୍ୟଙ୍କ ମୁହଁରେ ଗଭୀର ଆଘାତ ଲାଗିଥିବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ପ୍ରସନ୍ନଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଭୁବନେଶ୍ୱରରୁ ବରଗଡ଼ ଫେରୁଥିବାବେଳେ ରେଢାଖୋଲ ବେଲଡିହି ନିକଟରେ [...]
ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ – ମାମଲା ବିଚାରାଧୀନ ଥିବାବେଳେ ନିର୍ବାଚନ କମିଶନରଙ୍କୁ କାହିଁକି ନିଯୁକ୍ତ କଲ ?

Odiaସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ – ମାମଲା ବିଚାରାଧୀନ ଥିବାବେଳେ ନିର୍ବାଚନ କମିଶନରଙ୍କୁ କାହିଁକି ନିଯୁକ୍ତ କଲ ?
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଶୁକ୍ରବାର ନୂଆ ଆଇନ ଅନୁଯାୟୀ ଦୁଇ ନିର୍ବାଚନ କମିଶନରଙ୍କ ନିଯୁକ୍ତି ରଦ୍ଦ କରିବାକୁ ମନା କରିଦେଇଛନ୍ତି। ତେବେ ଏହି ମାମଲାର ଶୁଣାଣି ହେବ ବୋଲି କହିଛନ୍ତି କୋର୍ଟ । ସ୍ବେଚ୍ଛାସେବୀ ସଂଗଠନ ‘ଆସୋସିଏସନ ଅଫ୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍)’ ତରଫରୁ ନିର୍ବାଚନ କମିଶନଙ୍କ ନିଯୁକ୍ତି ବିରୋଧରେ ଏହି ପିଟିସନ ଦାୟର ହୋଇଥିଲା । ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ଦୀପଙ୍କର ଦତ୍ତା ଏବଂ ଜଷ୍ଟିସ ଅଗଷ୍ଟିନ ଜର୍ଜ ମସିହଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି [...]
Odiaଅମିତାଭ ବଚ୍ଚନ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
ମୁମ୍ବାଇ: ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି । ୮୧ ବର୍ଷୀୟ ବିଗ୍ ବିଙ୍କୁ ଶୁକ୍ରବାର ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଛାତିରେ ବ୍ଲକେଜ୍ ଯୋଗୁଁ ତାଙ୍କ ଆଞ୍ଜିଓପ୍ଲାଷ୍ଟି ହୋଇଥିବା ଜଣାପଡିଛି। ଏହି ମହାନାୟକଙ୍କ ଅଗଣିତ ପ୍ରଶଂସକ ଓ ଶୁଭେଚ୍ଛୁ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତିି। ଇତି ମଧ୍ୟରେ ଶତାବ୍ଦୀର ଏହି ମହାନାୟକ ଏକ ଟୁଇଟ୍ କରି ତାଙ୍କ ପ୍ରଶଂସକ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେ ଲେଖିଛନ୍ତି – [...]
