Odiaସିବିଆଇ ଡିଆଇଜି ଭାବେ କେନ୍ଦ୍ରୀୟ ଡେପୁଟେସନରେ ଯିବେ ଆଇପିଏସ ସାରା ଶର୍ମା
ନୂଆଦିଲ୍ଲୀ – କେନ୍ଦ୍ରୀୟ ଡେପୁଟେସନରେ ଯିବେ ଆଇପିଏସ ସାରା ଶର୍ମା। ସିବିଆଇ ଡିଆଇଜି ଭାବେ ସାରା ଶର୍ମା କେନ୍ଦ୍ରୀୟ ଡେପୁଟେସନରେ ଯିବେ । ୫ବର୍ଷ ପାଇଁ ସିବିଆଇରେ ଡିଆଇଜି ଭାବେ ଦାୟିତ୍ୱ ତୁଲାଇବେ। ଏନେଇ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ସାରାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୨୦୧୦ ଓଡ଼ିଶା କ୍ୟାଡର ଆଇପିଏସ ହେଉଛନ୍ତି ସାରା ଶର୍ମା।
Odiaଲୋକସଭା ଓ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ହେବ ତାରିଖ ଘୋଷଣା
ନୂଆଦିଲ୍ଲୀ: ନିର୍ବାଚନ କମିଶନ ଶନିବାର (ମାର୍ଚ୍ଚ ୧୬) ଆଗାମୀ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ । ଏହା ସହ ଓଡ଼ିଶା, ସିକ୍କିମ, ଅରୁଣାଚଳ ପ୍ରଦେଶ ଏବଂ ଆନ୍ଧ୍ର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ କାର୍ଯ୍ୟସୂଚୀ ଘୋଷଣା କରାଯିବ। ଆସନ୍ତାକାଲି ଅପରାହ୍ନ ୩ଟାରେ ନିର୍ବାଚନ ତାରିଖ ଘୋଷଣା କରିବେ କମିଶନ । ଏହାର ସିଧାପ୍ରସାରଣ ନିର୍ବାଚନ କମିଶନଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ କରାଯିବ । ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ହେବା କ୍ଷଣି ପୂରା [...]
Odiaନିର୍ବାଚନୀ ବଣ୍ଡର ନମ୍ବର ପ୍ରକାଶ କରିନାହିଁ ଏସବିଆଇ, ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ନିର୍ବାଚନୀ ବଣ୍ଡ୍ ତଥ୍ୟ ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ)କୁ ପୁଣି ନୋଟିସ ଜାରି କରିଛନ୍ତି । ବଣ୍ଡ୍ ଗୁଡ଼ିକର ନମ୍ବର ପ୍ରକାଶ କରିବାକୁ ଏସବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ବଣ୍ଡ୍ ନମ୍ବର ଦ୍ଵାରା କେଉଁ କମ୍ପାନୀ କେଉଁ ଦଳକୁ କେତେ ଚାନ୍ଦା ଦେଇଛନ୍ତି ତାହା ଜଣାପଡ଼ିବ । କୋର୍ଟ କହିଛନ୍ତି, ମାର୍ଚ୍ଚ ୧୧ ଆଦେଶରେ ନିର୍ବାଚନୀ ବଣ୍ଡର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିବାକୁ ସ୍ପଷ୍ଟ ଭାବରେ କୁହାଯାଇଥିଲା । ହେଲେ [...]
Odiaବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ସଡ଼କ ଦୁର୍ଘଟଣାରେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପ୍ରସନ୍ନ ଆଚାର୍ଯ୍ୟ ଦୁର୍ଘଟଣାରେ ଆହତ ହୋଇଥିବାରୁ ଚିନ୍ତା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କର ଆଶୁ ଆରୋଗ୍ୟ ସହ ସୁସ୍ଥ ଓ ଦୀର୍ଘାୟୁ ଜୀବନ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।
ହିଞ୍ଜିଳିର ଯୁବ ଶିଳ୍ପୀଙ୍କୁ ଉଚ୍ଚ ପ୍ରଶଂସା କଲେ ୟୁପି ମୁଖ୍ୟମନ୍ତ୍ରୀ
ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ନିଜ ଦକ୍ଷତା ବିକଶିତ କରି ଓଡ଼ିଶାର ଯୁବ ପ୍ରତିଭାମାନେ କେବଳ ଆମ ରାଜ୍ୟ ନୁହେଁ ବରଂ ବାହାର ରାଜ୍ୟରେ ମଧ୍ୟ ଝଟକୁଛନ୍ତି। ଆମ ରାଜ୍ୟ ସମେତ ଦେଶ ବିଦେଶରେ ପ୍ରଶଂସା ସାଉଁଟି ଆଣୁଛନ୍ତି। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ଯୁବ କାଷ୍ଠ ଶିଳ୍ପୀ ଅରୁଣ କୁମାର ସାହୁ ଏହାର ଏକ ଉଦାହରଣ ହୋଇପାରିଛନ୍ତି। ତାଙ୍କ ନିର୍ମିତ କାଠରେ ଖୋଦେଇ ହୋଇଥିବା ହନୁମାନ ଚାଳିଶା କଳାକୃତି ଏବେ ଅଯୋଧ୍ୟାର ଶ୍ରୀରାମ ମନ୍ଦିରରେ ଶୋଭା ପାଇବାକୁ [...]
Odiaନାବାଳିକାକୁ ଯୌନ ନିର୍ଯାତନା ଅଭିଯୋଗରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପାଙ୍କ ବିରୋଧରେ ମାମଲା
ବେଙ୍ଗାଲୁରୁ: ଜଣେ ନାବାଳିକାକୁ ଯୌନ ନିର୍ଯାତନା ଅଭିଯୋଗରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଏସ ୟେଦିୟୁରପ୍ପାଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି। ୟେଦିୟୁରପ୍ପାଙ୍କ ବିରୋଧରେ ପକ୍ସୋ ଦଫା ଅନୁଯାୟୀ ମାମଲା ରୁଜୁ ହୋଇଛି। ଅଭିଯୋଗ ଅନୁସାରେ, ଫେବୃଆରୀ ୨ରେ ଜଣେ ମହିଳା ଓ ତାଙ୍କ ନାବାଳିକା ଝିଅ ଅନ୍ୟ ଏକ ଯୌନ ନିର୍ଯାତନା ମାମଲାରେ ସହାୟତା ମାଗିବାକୁ ୟେଦିୟୁରପ୍ପାଙ୍କ ନିକଟକୁ ଯାଇଥିଲେ । ତେବେ ୟେଦିୟୁରପ୍ପା ନାବାଳିକାକୁ ତାଙ୍କ ରୁମକୁ ଟାଣି ନେଇ [...]
Odiaପ୍ରସନ୍ନଙ୍କୁ ଭୁବନେଶ୍ବର ଏୟାରଲିଫ୍ଟ ଯୋଜନା
ସମ୍ବଲପୁର: ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ଯଙ୍କୁ ଭୁବନେଶ୍ବର ସ୍ଥାନାନ୍ତର ପାଇଁ ଯୋଜନା ହୋଇଛି। ତାଙ୍କୁ ଏୟାରଲିଫ୍ଟ କରିବାକୁ ଯୋଜନା ଚାଲିଥିବା ନେଇ ସଂପର୍କୀୟଙ୍କ ସୂତ୍ରରୁ ଜଣାପଡିଛି। ଗତକାଲି ରାତିରେ ଶ୍ରୀ ଆଚାର୍ଯ୍ଯ ଭୁବନେଶ୍ବରରୁ ଫେରୁଥିଲେ। ରେଢ଼ାଖୋଲ ନିକଟରେ ତାଙ୍କ କାର୍ ଟି ଏକ ଟ୍ରଲର୍ ସହ ବାଡେଇ ହୋଇଥିଲା। ଏଥିରେ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ପ୍ରଥମେ ରେଢ଼ାଖୋଲ ଡାକ୍ତରଖାନା ଓ ପରେ ସମ୍ବଲପୁର ବିକାଶ [...]
Odiaଆଜିଠୁ ତିନି ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
ଭୁବନେଶ୍ୱର – କାଳବୈଶାଖୀ ବର୍ଷାପବନ ଯୋଗୁଁ ରାଜ୍ୟର ଅଧିକାଂଶ ସ୍ଥାନରେ ତାତିରୁ ଲୋକଙ୍କୁ ଆଶ୍ୱସ୍ତି ମିଳିଛି । ତାପମାତ୍ରା ହ୍ରାସ ପାଇଛି। ଏଣେ ଆଜିଠୁ ୩ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗଞ୍ଜାମ,ଗଜପତି, ରାୟଗଡ଼ା, କନ୍ଧମାଳ, ଭଦ୍ରକ,ବାଲେଶ୍ୱର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ଆଜି ବର୍ଷା ହୋଇପାରେ । ଆସନ୍ତାକାଲି ( ୧୬ ତାରିଖ) ଏବଂ ୧୭ ତାରିଖରେ [...]
Odiaଆଜିଠୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ
ଭୁବନେଶ୍ୱର – ଆଜିଠାରୁ ଆରମ୍ଭ ହେଉଛି ହେବ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ । ମଧ୍ୟମା ଓ ଷ୍ଟେଟ୍ ଓପନ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଖାତା ଦେଖା ମଧ୍ୟ ଆଜିଠୁ ଆରମ୍ଭ ହେବ । ଖାତା ମୂଲ୍ୟାୟନ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ( ବୋର୍ଡ ) ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ୫୪ଟି କେନ୍ଦ୍ରରେ ୧୫ ହଜାରରୁ ଅଧିକ ଶିକ୍ଷକ ଖାତା ଦେଖାରେ ନିୟୋଜିତ ହେବେ । ଖାତା ଦେଖା ଲାଗି ମୂଲ୍ୟାୟନ କେନ୍ଦ୍ରରେ ସର୍ବନିମ୍ନ [...]
Odiaସଡ଼କ ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଆହତ
ଭୁବନେଶ୍ୱର – ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ସଡ଼କ ଦୁର୍ଘଟଣାରେ ଆହତ। ତାଙ୍କୁ ସମ୍ବଲପୁର ବିକାଶ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରେଢ଼ାଖୋଲ ନିକଟସ୍ଥ ବେଲୋଡ଼ିହିରେ ଘଟିଥିବା ଏକ ସଡକ ଦୁର୍ଘଟଣାରେ ଆହତ ହୋଇଛନ୍ତି ପ୍ରସନ୍ନ। ସୂଚନା ଅନୁସାରେ ଏକ ଗ୍ୟାସ ବୋଝେଇ ଟ୍ୟାଙ୍କର ସହ ପ୍ରସନ୍ନ ଆଚାର୍ଯ୍ୟଙ୍କ କାର୍ ମୁହାଁମୁହିଁ ଧକ୍କା ହୋଇଛି । କାରର ସମ୍ମୁଖ ଭାଗ ଭାଙ୍ଗି ଚୁରମାର ହୋଇଯାଇଛି। ପ୍ରସନ୍ନଙ୍କ ପିଏସଓ ମଧ୍ୟ ଆହତ ହୋଇଛନ୍ତି। ଭୁବନେଶ୍ୱରରୁ ବରଗଡ଼ ଫେରିବା ବେଳେ [...]
