Odiaକେବେ ପ୍ରତ୍ୟାହାର ହେବନି ସିଏଏ : ଅମିତ ଶାହ
ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ବିରୋଧୀ ଦଳ ତୁଷ୍ଟିକରଣ ରାଜନୀତି କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତିି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏକ ସାକ୍ଷାତକାରରେ ଶାହ କହିଛନ୍ତି ଯେ ସିଏଏ ଆଇନକୁ କେବେ ବି ପ୍ରତ୍ୟାହାର କରାଯିବ ନାହିଁ। ଦେଶରେ ଭାରତୀୟ ନାଗରିକତା ନିଶ୍ଚିତ କରିବା ଆମର ସାର୍ବଭୌମ ଅଧିକାର ଏବଂ ଆମେ ଏହା ସହ ସାଲିସ କରିପାରିବୁ ନାହିଁ ବୋଲି ଶାହ କହିଛନ୍ତି । ବିରୋଧୀ ଦଳ ତୁଷ୍ଟିକରଣ ରାଜନୀତି କରୁଛନ୍ତି । [...]
Odia୬ ବର୍ଷ ପରେ ବନବିଭାଗ କ୍ୟାମେରାରେ ଠାବ ହେଲା ବିରଳ କଳା ବାଘ
ସୁନ୍ଦରଗଡ – ବନ ବିଭାଗ କ୍ୟାମେରାରେ ଠାବ ହୋଇଛି କଳା ବାଘ । ୬ ବର୍ଷ ପରେ ବିରଳ କଳା ବାଘକୁ ବନ ବିଭାଗ କ୍ୟାମେରା ଠାବ କରିଛି । ସୁନ୍ଦରଗଡ ଜିଲ୍ଲା ହେମଗିରି ଫରେଷ୍ଟ ରେଞ୍ଜର ଗର୍ଜନ ପାହାଡ ଜଙ୍ଗଲରେ ଏହି ବିରଳ କଳା ବାଘ ଠାବ ହୋଇଛି । ୨୦୧୮ ମସିହାରେ ଏହି ବାଘକୁ ଠାବ କରିଥିଲା ବନ ବିଭାଗର କ୍ୟାମେରା । ଏହା ପରଠାରୁ ଆଉ ଏଭଳି ବାଘ ଦେଖିବାକୁ ମିଳିନଥିଲା । [...]
Odiaପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
ପୁଣେ: ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ ଅସୁସ୍ଥ । ଫୁସଫୁସ୍ ସଂକ୍ରମଣ ଯୋଗୁଁ ପାଟିଲ (୮୯)ଙ୍କୁ ବୁଧବାର ରାତିରେ ପୁଣେର ଭାରତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ସ୍ଥିର ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କୁ ଗତକାଲି ରାତିରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଜ୍ୱର ସହ ତାଙ୍କର ଫୁସଫୁସ ସଂକ୍ରମଣ ସମସ୍ୟା ରହିଛି । ତାଙ୍କ ଅବସ୍ଥା ସ୍ଥିର ରହିଛି। ସେ ଚିକିତ୍ସିତ [...]
Odiaଏକକାଳୀନ ନିର୍ବାଚନ କମିଟି ଆଜି ରାଷ୍ଟ୍ରପତିଙ୍କୁ ଦେଇପାରେ ରିପୋର୍ଟ
ନୂଆଦିଲ୍ଲୀ: ‘ଏକ ଦେଶ, ଏକ ନିର୍ବାଚନ’ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିବାକୁ ସରକାର ଗଠନ କରିଥିବା କମିଟି ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରିପୋର୍ଟ ପ୍ରଦାନ କରିବା ସମ୍ଭାବନା ରହିଛି। ଏହି ୧୮,୦୦୦ ପୃଷ୍ଠାର ରିପୋର୍ଟ ଆଠ ଖଣ୍ଡରେ ରହିବ | ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏହି ଉଚ୍ଚ ସ୍ତରୀୟ କମିଟି ଦେଶରେ ଏକକାଳୀନ ଲୋକସଭା, ବିଧାନସଭା, ପୌର ଏବଂ ପଞ୍ଚାୟତ ନିର୍ବାଚନ ନେଇ ସମ୍ବିଧାନ ସଂଶୋଧନ ପାଇଁ ମଧ୍ୟ ସୁପାରିସ କରିପାରେ। ସୂଚନାନୁସାରେ, [...]
Odiaଭୋରରୁ ମନ୍ଦିର ରୂପାନ୍ତରଣ ନେଇ ୫-ଟି ଅଧ୍ୟକ୍ଷଙ୍କ ସମୀକ୍ଷା
ଭୁବନେଶ୍ବର – ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ଭୋରରୁ ଖୋର୍ଦ୍ଧା ଜିଲ୍ଲାର ମା’ ବରୁଣେଇ ଓ ଭୁବନେଶ୍ବରର କପିଳେଶ୍ୱର ମନ୍ଦିରର ରୂପାନ୍ତରଣ ନେଇ ସମୀକ୍ଷା କରିଛନ୍ତି। ମାଆ ବରୁଣେଇ ମନ୍ଦିରରେ ରୂପାନ୍ତରଣ ସମୀକ୍ଷା ପରେ ଭୁବନେଶ୍ବର କପିଳେଶ୍ବର ମନ୍ଦିରରେ ପହଞ୍ଚିଥିଲେ ୫-ଟି ଅଧ୍ୟକ୍ଷ। ମନ୍ଦିରରେ ପହଞ୍ଚି ବାବାଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରି ବରିଷ୍ଠ ଅଧିକାରୀଙ୍କ ସହ ମନ୍ଦିରର ନବକଳେବର ନେଇ ଆଲୋଚନା କରିଥିଲେ । ବେଢା ପରିକ୍ରମା କରି କଣ [...]
Odiaଗୁରୁବାର ଦିନ ସ୍ୱସ୍ତିକ ଚିହ୍ନର ବାସ୍ତୁବିଜ୍ଞାନରେ କଣ ରହିଛି ମହତ୍ୱ ?
ଆମ ଭାରତୀୟ ସଂସ୍କୃତିରେ ସ୍ୱସ୍ତିକ ଚିହ୍ନକୁ ଖୁବ ଶୁଭ ବୋଲି କୁହାଯାଇ ଥାଏ l ସ୍ୱସ୍ତିକ ଚିହ୍ନକୁ ମଙ୍ଗଳ କାମନାର ପ୍ରତୀକ ବୋଲି କୁହାଯାଇ ଥାଏ l ଯେତେବେଳେ ଆମେ କୌଣସି ଶୁଭକାର୍ଯ୍ୟ କରିଥାଉ ତା ପୂର୍ବରୁ ସ୍ୱସ୍ତିକ ଚିହ୍ନ ଅଙ୍କିତ କରିଥାଉ l ସ୍ୱସ୍ତିକର ପ୍ରକୃତ ଅର୍ଥ ହେଉଛି ମଙ୍ଗଳ କାମନା କାରୀ l ସ୍ୱସ୍ତିକ ଚିହ୍ନକୁ କେବଳ ହିନ୍ଦୁଧର୍ମ ନୁହେଁ ସମସ୍ତ ଧର୍ମ ରେ ପବିତ୍ର ବୋଲି ଗ୍ରହଣ କରାଯାଇ ଥାଏ l ମଙ୍ଗଳ [...]
Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ତୁହ୍ମ ପୁଁଛହୁ ମୈଂ କହତ ଡେରାଉଁ । ଧରେହୁ ମୋ’ର ଘରଫୋରୀ ନାଉଁ ॥ ସଜି ପ୍ରତୀତି ବହୁବିଧି ଗଢି ଛୋଲୀ। ଅବଧ ସାଢସାତୀ ତବ ବୋଲୀ ॥ ଭାବାର୍ଥ :- ମଂଥରା ରାଣୀ କୈକେୟୀଙ୍କୁ କହିଲା, ତୁମେ ପଚାରୁଛି, ମୋତେ କିନ୍ତୁ ଡର ଲାଗୁଚି, କାରଣ ପ୍ରଥମରୁ ହିଁ ତୁମେ ମୋ ନାମ ଘର ଭାଙ୍ଗିବା ବାଲି ରଖି ଦେଇଛ। ଏଣୁ ସେ ବହୁତ ପ୍ରକାରେ ଲୁଣ ଲଙ୍କା ଲଗାଇ [...]
Odiaଗୀତା ଉପଦେଶ: ଜଣେ ସୁଜ୍ଞାନୀ ବ୍ୟକ୍ତି ସର୍ବଦା ନମ୍ର ଏବଂ ଧୀର ଓ ଭଦ୍ର ହୋଇଥାନ୍ତି
ଭଗବାନ ଶ୍ରୀକୃଷ୍ଣଙ୍କୁ ଅର୍ଜୁନ ସ୍ଥିତପ୍ରଜ୍ଞର ଲକ୍ଷଣ ପଚାରୁଛନ୍ତି- ସ୍ଥିତପ୍ରଜ୍ଞସ୍ୟ କା ଭାଷା ସମାଧିସ୍ଥସ୍ୟ କେଶବ। ସ୍ଥିତଧୀଃ କିଂ ପ୍ରଭାଷେତ କିମାସୀତ ବ୍ରଜେତ କିମ୍। ଅର୍ଥାତ୍ ଅର୍ଜୁନ କହିଲେ ଯେ ହେ କେଶବ ଦିବ୍ୟ ଚେତନା ଯୁକ୍ତ ର ଲକ୍ଷଣ କ’ଣ। ଜଣେ ସୁଜ୍ଞାନୀ ବ୍ୟକ୍ତି କିପରି କଥାବାର୍ତ୍ତା ହୁଅନ୍ତି। କିପରି ବସନ୍ତି ଓ କିପରି ଚାଲନ୍ତି।
Odiaଜିଲ୍ଲା ପ୍ରଶାସନ ଓ ଏମସିଏଲ୍ ଚୁକ୍ତି ସ୍ବାକ୍ଷର, ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ସହଯୋଗ କରିବ ଏମସିଏଲ୍
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟରେ ଜିଲ୍ଲା ପ୍ରଶାସନ ଏବଂ ମହାନଦୀ କୋଲ୍ଡ ଫିଲ୍ଡ ଲିମିଟେଡ ମଧ୍ୟରେ ୧୧.୬ କୋଟି ଟଙ୍କାର ଚୁକ୍ତି ସ୍ଵାକ୍ଷରିତ ହୋଇଛି । ଜିଲ୍ଲାରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ନିମନ୍ତେ ଏହି ଚୁକ୍ତିବଳରେ ଏମସିଏଲ ସହଯୋଗ କରିବ । ଟେରାକୋଟା ସ୍କିଲ ସେଣ୍ଟର ପାଇଁ ୩ କୋଟି ୫୦ ଲକ୍ଷ , ଭୀମଭୋଇ ମେଡ଼ିକାଲ ବିଭିନ୍ନ ମେସିନ ତଥା ଉପକରଣ ପାଇଁ ୨ କୋଟି ୬୬ ଲକ୍ଷରୁ ଉର୍ଦ୍ଧ ,କଣ୍ଟାବାଞ୍ଜି ଉପଖଣ୍ଡ ସ୍ତରୀୟ ହସପିଟାଲ [...]
Odiaକ୍ରୀଡାକ୍ଷେତ୍ରରେ ରୂପାନ୍ତରଣ ପ୍ରକ୍ରିୟା : ଜୟପୁରରେ ସ୍ପୋର୍ଟସ କମ୍ପ୍ଲେକ୍ସ ଓ ବିଭିନ୍ନ ଜିଲ୍ଲାରେ ବହୁମୁଖୀ ଇନ୍ଡୋର ଷ୍ଟାଡିୟମର ଉଦ୍ଘାଟନ
ଭୁବନେଶ୍ଵର – ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲା ଜୟପୁରଠାରେ ଏକ ଅତ୍ୟାଧୁନିକ ସ୍ପୋର୍ଟସ କମ୍ପ୍ଲେକ୍ସର ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ସେ ଓଡ଼ିଶାର ୧୨ଟି ଜିଲ୍ଲାରେ ୨୬ଟି ବହୁମୁଖୀ ଇନଡୋର ଷ୍ଟାଡିୟମର ମଧ୍ୟ ଶୁଭାରମ୍ଭ କରିଛନ୍ତି । ୧୧ ଏକର ପରିମିତ ଏହି ଜୟପୁରର ସ୍ପୋର୍ଟସ କମ୍ପ୍ଲେକ୍ସରେ ଏକ ପ୍ରାକୃତିକ ଫୁଟବଲ ପଡ଼ିଆ ଓ ସିନ୍ଥେଟିକ୍ ଆଥଲେଟିକ୍ ଟ୍ରାକ୍ ରହିଛି। ୫୦୦ ଦର୍ଶକ ବସିବାର କ୍ଷମତା ରହିଛି । ଏଠାରେ ଅନ୍ତର୍ଜାତୀୟ ମାନର [...]
