Odiaବିଜେପିର ଦ୍ବିତୀୟ ତାଲିକାରେ ୭୨ ପ୍ରାର୍ଥୀଙ୍କ ନାମ; କର୍ଣ୍ଣାଲରୁ ଖଟ୍ଟର, ନାଗପୁରରୁ ଗଡକରୀ
ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ବୁଧବାର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ଏହି ତାଲିକାରେ ୧୦ ରାଜ୍ୟର ୭୨ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ । ଏଥିରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ, ପୀୟୁଷ ଗୋୟଲ ଏବଂ ହରିୟାଣା ଏବଂ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ ବାସବରାଜ ବୋମ୍ମାଇଙ୍କ ସମେତ ଅନେକ ବଡ଼ ନେତାଙ୍କ ନାମ ରହିଛି। ଗଡକରୀ ପୁଣି [...]
Odia୫-ଟି ଅଧ୍ୟକ୍ଷଙ୍କୁ ଭେଟିଲେ ପବିତ୍ର ମୋହନ ପ୍ରଧାନଙ୍କ ନାତୁଣୀ, ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତି ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା
ଭୁବନେଶ୍ଵର – ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ପ୍ରଜା ମଣ୍ଡଳ ଆନ୍ଦୋଳନର ପୁରୋଧା ଓଡିଶାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ବର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ସ୍ମୃତି ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ପଦକ୍ଷେପ ନେଇଛନ୍ତି ।ତାଳଚେରରେ ପବିତ୍ର ମୋହନ ମେଡିକାଲ କଲେଜ, ବ୍ରାହ୍ମଣୀ ନଦୀ ଉପରେ ତାଙ୍କ ନାମରେ ସେତୁ ପ୍ରତିଷ୍ଠା ସହିତ ସ୍ମୃତି ସଂଗ୍ରହାଳୟ ଏବଂ ଭୁବନେଶ୍ବରରେ ତାଙ୍କର ଏକ ପୂର୍ଣ୍ଣାବୟବ ମୂର୍ତ୍ତି ସ୍ଥାପନ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ୫-ଟି ତଥା [...]
Odiaପେଟିଏମ୍ ଫାଷ୍ଟଟ୍ୟାଗ୍ ବ୍ୟବହାରକାରୀଙ୍କୁ ମାର୍ଚ୍ଚ ୧୫ ସୁଦ୍ଧା ଅନ୍ୟ ବ୍ୟାଙ୍କରୁ ନୂଆ ଫାଷ୍ଟଟ୍ୟାଗ୍ ନେବାକୁ କହିଲା ଏନ୍ଏଚ୍ଏଆଇ
ନୂଆଦିଲ୍ଲୀ: ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ) ପେଟିଏମ୍ ଫାଷ୍ଟଟ୍ୟାଗ୍ ଗ୍ରାହକଙ୍କୁ ମାର୍ଚ୍ଚ ୧୫ ପୂର୍ବରୁ ଅନ୍ୟ ଏକ ବ୍ୟାଙ୍କରୁ ନୂଆ ଫାଷ୍ଟଟ୍ୟାଗ୍ ନେବାକୁ ପରାମର୍ଶ ଦେଇଛି । ବୁଧବାର ଜାରି ଏକ ବିବୃତ୍ତିରେ ଏନ୍ଏଚ୍ଏଆଇ କହିଛି, ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କର କଟକଣା ସଂକ୍ରାନ୍ତ ଗାଇଡଲାଇନ ଅନୁସାରେ ମାର୍ଚ୍ଚ ୧୫, ୨୦୨୪ ପରେ ପେଟିଏମ୍ ଫାଷ୍ଟଟ୍ୟାଗ୍ ବ୍ୟବହାରକାରୀଙ୍କୁ ଆଉ ରିଚାର୍ଜ କିମ୍ବା ଟପ୍-ଅପ୍ ବିକଳ୍ପ ମିଳିବ ନାହିଁ। ତେଣୁ ଜାତୀୟ ରାଜପଥରେ ଯାତ୍ରା [...]
Odiaଗଞ୍ଜାମରେ କ୍ରୀଡ଼ା ଭିତ୍ତିଭୂମିକୁ ମିଳିଲା ବଳ: ଆଉ ୭ ଇନଡୋର୍ ଷ୍ଟାଡିୟମ୍ ଉଦଘାଟିତ
ବ୍ରହ୍ମପୁର: ରାଜ୍ୟର ଯୁବଗୋଷ୍ଠୀ ବିଶେଷ କରି ବିଦ୍ୟାର୍ଥୀଙ୍କ ମଧ୍ୟରେ ପ୍ରତିଭାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କ୍ୟାମ୍ପସମାନଙ୍କରେ ନିକଟ ଅତୀତରେ ବଡ଼ ପରିମାଣରେ କ୍ରୀଡ଼ା, ସାଂସ୍କୃତିକ, ଭାଷା ସାହିତ୍ୟ ଏବଂ ପ୍ରତିଭା ବିକାଶ ସମ୍ବନ୍ଧୀୟ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏବେ କେବଳ ଛାତ୍ରଛାତ୍ରୀ ନୁହଁନ୍ତି ବରଂ ସାମଗ୍ରୀକ ଭାବେ ଯୁବକ ଯୁବତୀଙ୍କ ସମେତ ସମାଜର ବିଭିନ୍ନ ବୟସ ବର୍ଗର କ୍ରୀଡ଼ା ଓ ଫିଟନେସ୍ ସମ୍ବନ୍ଧିତ ଆବଶ୍ୟକତା ପୂରଣ ସକାଶେ ସୁବ୍ୟବସ୍ଥା କରିଛନ୍ତି। ଏହି [...]
କନିଷ୍ଠ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୨୦ ହଜାର ଟଙ୍କାକୁ ବୃଦ୍ଧି , ୨୦୨୩ ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ

Odiaକନିଷ୍ଠ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୨୦ ହଜାର ଟଙ୍କାକୁ ବୃଦ୍ଧି , ୨୦୨୩ ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ
ଭୁବନେଶ୍ବର -ରାଜ୍ୟରେ ଥିବା ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ନିୟୋଜିତ ହୋଇଥିବା କନିଷ୍ଠ ଶିକ୍ଷକମାନଙ୍କର (ଯେଉଁମାନେ ଯୋଜନା ଭିତ୍ତିକ ପଦବୀରେ ୩ ବର୍ଷ କାର୍ଯ୍ୟ କରିସାରିଛନ୍ତି) ବିଭିନ୍ନ ଦାବିକୁ ବିଚାରକୁ ନେଇ ସରକାର ସେମାନଙ୍କ ମାସିକ ପାରିଶ୍ରମିକ ୧୩,୮୦୦ ପରିବର୍ତ୍ତେ ୨୦,୦୦୦ ଟଙ୍କା କରିବା ପାଇଁ ସ୍ଥିର କରିଛନ୍ତି । ଏହି ବୃଦ୍ଧି ପିଛିଲା ଭାବେ ୨୦୨୩ ଜାନୁଆରୀ ୧ ତାରିଖରୁ ଲାଗୁ ହେବ । ଏହା ଦ୍ୱାରା ରାଜ୍ୟର କାର୍ଯ୍ୟରତ ୧୨,୭୮୪ ଜଣ କନିଷ୍ଠ [...]
Odiaବୁମରାଙ୍କୁ ହଟାଇ ଟେଷ୍ଟ ର଼୍ୟାଙ୍କିଙ୍ଗ ଶୀର୍ଷରେ ଅଶ୍ୱିନ
ଦୁବାଇ: ଭାରତର ଷ୍ଟାର ଅଫ୍ ସ୍ପିନର ଆର୍ ଅଶ୍ୱିନ ଆଇସିସି ଟେଷ୍ଟ ମାନ୍ୟତାରେ ଶୀର୍ଷ ସ୍ଥାନକୁ ଫେରିଛନ୍ତି। ମଜାର ବିଷୟ ହେଉଛି ଅଶ୍ୱିନ ସାଥୀ ଖେଳାଳି ଯସପ୍ରୀତ ବୁମରାଙ୍କୁ ହଟାଇ ପ୍ରଥମ ସ୍ଥାନ ହାସଲ କରିଛନ୍ତିି । ଧର୍ମଶାଳାରେ ନିଜ ୧୦୦ ତମ ଟେଷ୍ଟ ମ୍ୟାଚରେ ୯ ୱିକେଟ୍ ନେବା ପରେ ଅଶ୍ୱିନ୍ ଏକ ନମ୍ବର ଟେଷ୍ଟ ବୋଲର ହୋଇଛନ୍ତି। ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଅଶ୍ୱିନ ୪ଟି ଏବଂ [...]
Odiaବିଧାୟକ ପଦରୁ ବି ଇସ୍ତଫା ଦେଲେ ଖଟ୍ଟର
ଚଣ୍ଡିଗଡ଼: ହରିୟାଣା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର ଦିନକ ପରେ ମନୋହର ଲାଲ ଖଟ୍ଟର ବୁଧବାର ବିଧାନସଭା ସଦସ୍ୟତା ପଦରୁ ବି ଇସ୍ତଫା ଘୋଷଣା କରିଛନ୍ତି। ଖଟ୍ଟର କରନାଲ ଆସନରୁ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଛି । ବିଧାନସଭାରେ କରନାଲ ଆସନରୁ ପ୍ରତିନିଧିତ୍ୱ କରିଥିବା ଖଟ୍ଟର କହିଛନ୍ତି ଯେ ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି ଏହି ନିର୍ବାଚନମଣ୍ଡଳୀ ସମ୍ଭାଳିବେ । ନାୟବ ସିଂହ ସୈନି ସରକାର ବୁଧବାର ବିଧାନସଭାରେ ଆସ୍ଥା ଭୋଟ୍ [...]
Odiaଆସ୍ଥା ଜିତିଲେ ନାୟବ ସିଂହ ସୈନି ସରକାର
ଚଣ୍ଡିଗଡ଼: ହରିୟାଣାର ନାୟବ ସିଂହ ସୈନି ସରକାର ବୁଧବାର ବାଚନିକ ଭୋଟ୍ ଜରିଆରେ ବିଧାନସଭାରେ ଆସ୍ଥା ଭୋଟ୍ ଜିତିଛନ୍ତି। ଗୃହରେ ପ୍ରାୟ ଦୁଇ ଘଣ୍ଟା ଧରି ଆସ୍ଥା ଭୋଟ୍ ଉପରେ ଆଲୋଚନା ହୋଇଥିଲା । ଶାସକ ବିଜେପିର ପୂର୍ବ ସହଯୋଗୀ ଜନନାୟକ ଜନତା ପାର୍ଟି (ଜେଜେପି) ଏହାର ସମସ୍ତ ୧୦ ଜଣ ବିଧାୟକଙ୍କୁ ଆସ୍ଥା ଭୋଟ୍ ବେଳେ ଗୃହରେ ଅନୁପସ୍ଥିତ ରହିବାକୁ କହିଥିଲା । ଯେତେବେଳେ ଆସ୍ଥା ଭୋଟ୍ ଉପରେ ଆଲୋଚନା ଆରମ୍ଭ ହୋଇଥିଲା, ସେତେବେଳେ ଗୃହରେ [...]
Odiaଦୁଇଟି ପିଡିଏଫ୍ ଫାଇଲରେ ରହିଛି ୨୨,୨୧୭ ନିର୍ବାଚନୀ ବଣ୍ଡର ତଥ୍ୟ, ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲା ଏସବିଆଇ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ ପରେ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ମଙ୍ଗଳବାର ନିର୍ବାଚନ କମିଶନଙ୍କୁ ନିର୍ବାଚନୀ ବଣ୍ଡ୍ ତଥ୍ୟ ଦେଇଛି । ଏସବିଆଇ ଆଜି ଏହି ମାମଲାରେ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛି । ଏସବିଆଇ ଅଧ୍ୟକ୍ଷ ଦୀନେଶ ଖାରା ଏହି ସତ୍ୟପାଠ ଦାଖଲ କରିଛନ୍ତିି । ନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ବିବରଣୀ ନିର୍ବାଚନ କମିଶନଙ୍କ ନିକଟରେ ଉପଲବ୍ଧ କରାଯାଇଛି ବୋଲି ଏସବିଆଇ ଏହି ସତ୍ୟପାଠ ଜରିଆରେ କୋର୍ଟଙ୍କୁ ଜଣାଇଛି। ଏସବିଆଇ ଅଧ୍ୟକ୍ଷ ଦୀନେଶ [...]
Odiaମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଟେଣ୍ଡର ଆହ୍ୱାନ
ଭୁବନେଶ୍ୱର -ଭୁବନେଶ୍ୱର-କଟକ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି । ଏହି ପ୍ରକଳ୍ପ କାର୍ଯ୍ୟ ହାତକୁ ନେଇଥିବା ଦିଲ୍ଲୀ ମେଟ୍ରୋ ରେଳ ନିଗମ ପକ୍ଷରୁ ଟେଣ୍ଡର ଡକାଯାଇଛି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୂଳିଆ ଯାଏଁ ୨୬ କିଲୋମିଟର ମେଟ୍ରୋ ଟ୍ରେନ ଚାଲିବାକୁ ନିଷ୍ପତ୍ତି ହୋଇଛି। ପ୍ରଥମ ଟେଣ୍ଡରରେ କ୍ୟାପିଟାଲ ହସ୍ପିଟାଲରୁ ଆଚାର୍ଯ୍ୟ ବିହାର ଯାଏଁ ରେଳ ଲାଇନ ବିଛାଇବାକୁ ୬୩୦ କୋଟିର ଟେଣ୍ଡର ଆହ୍ୱାନ କରାଯାଇଛି। କ୍ୟାପିଟାଲ ହସ୍ପିଟାଲ, ବାପୁଜୀନଗର, ଭୁବନେଶ୍ୱର [...]
