Odiaମହାନଗର ନିଗମ, ମ୍ୟୁନିସିପାଲିଟି, ଏନଏସିର ମେୟର, ଡେପୁଟି ମେୟର, ଅଧ୍ୟକ୍ଷ, ଉପାଧ୍ୟକ୍ଷ, କର୍ପୋରେଟର ଓ କାଉନସିଲରଙ୍କ ଭତ୍ତା ଓ ପାରିତୋଷିକ ବୃଦ୍ଧି
ଭୁବନେଶ୍ବର – ରାଜ୍ୟର ୫ଟି ମହାନଗର ନିଗମ, ୪୮ଟି ପୌର ପରିଷଦ ଓ ୬୮ଟି ବିଜ୍ଞପିତ ଅଞ୍ଚଳ ପରିଷଦର ମେୟର, ଡେପୁଟି ମେୟର, ଅଧ୍ୟକ୍ଷ, ଉପାଧ୍ୟକ୍ଷ, କର୍ପୋରେଟର ଓ କାଉନସିଲରଙ୍କ ପାରିତୋଷିକ ଓ ଭତ୍ତାରେ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ପଞ୍ଚମ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିଶ ତଥା ଓଡିଶା ମ୍ୟୁନିସିପାଲ କର୍ପୋରେସନ ରୁଲ୍ସ- ୨୦୦୪ ଓ ଓଡିଶା ମ୍ୟୁନିସିପାଲିଟି ରୁଲ୍ସ-୧୯୫୩ ରେ ସଂଶୋଧନ ଆଣି ଏହି ବୃଦ୍ଧି କରାଯାଇଛି। ମହାନଗର ନିଗମମାନଙ୍କର [...]
Odiaନିର୍ବାଚନ କମିଶନର ନିଯୁକ୍ତି ମାମଲା: ମାର୍ଚ୍ଚ ୧୫ରେ ସୁପ୍ରିମକୋର୍ଟରେ ଶୁଣାଣି
ନୂଆଦିଲ୍ଲୀ: ନିର୍ବାଚନ କମିଶନରଙ୍କ ନିଯୁକ୍ତି ସଂକ୍ରାନ୍ତ ନୂଆ ଆଇନ ବିରୋଧରେ ହୋଇଥିବା ଆବେଦନର ଶୁଣାଣି ମାର୍ଚ୍ଚ ୧୫ରେ କରିବେ ସୁପ୍ରିମକୋର୍ଟ । ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର) ତରଫରୁ ହୋଇଥିବା ଆବେଦନରେ ନୂଆ ଆଇନ ଅନୁଯାୟୀ ମୁଖ୍ୟ ନିର୍ବାଚନ କମିଶନର ଏବଂ ନିର୍ବାଚନ କମିଶନରଙ୍କ ନିଯୁକ୍ତି ରୋକିବାକୁ ଦାବି ହୋଇଛି । ସୁପ୍ରିମକୋର୍ଟର ସମ୍ବିଧାନ ପୀଠର ରାୟ ମୁତାବକ ନିର୍ବାଚନ କମିଶନ ସଦସ୍ୟଙ୍କ ନିଯୁକ୍ତି ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଏଥିରେ ଅନୁରୋଧ କରାଯାଇଛି। ବର୍ତ୍ତମାନ [...]
Odiaପଦ୍ମ ସମ୍ମାନରେ ସମ୍ମାନିତ ଓଡିଶାର କୃତୀ ସନ୍ତାନମାନଙ୍କୁ ମାସକୁ ଦିଆଯିବ ୨୫ ହଜାର ଟଙ୍କା ସମ୍ମାନ ରାଶି
ଭୁବନେଶ୍ବର – ପଦ୍ମ ସମ୍ମାନ ହେଉଛି ଦେଶର ଗୌରବମୟ ବେସାମରିକ ସମ୍ମାନ । ବିଭିନ୍ନ କ୍ଷେତ୍ରରେ ଦେଶକୁ ଗୌରବାନ୍ବିତ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି ସମ୍ମାନ ମିଳିଥାଏ। ପଦ୍ମ ପୁରସ୍କାରପ୍ରାପ୍ତ କୃତୀ ସନ୍ତାନମାନେ ସେମାନଙ୍କ ପ୍ରତିଭା ଓ ସେବା କାର୍ଯ୍ୟ ଦ୍ୱାରା ଓଡିଶାର ଗୌରବ ବୃଦ୍ଧି କରିଛନ୍ତି । ସମାଜକୁ ସେମାନଙ୍କ ବଳିଷ୍ଠ ଅବଦାନର ସ୍ବୀକୃତି ସ୍ବରୂପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ସମ୍ମାନାର୍ଥେ ମାସକୁ ୨୫ ହଜାର ଟଙ୍କା ଲେଖାଏ ଅର୍ଥ ସମ୍ମାନ ରାଶି ପ୍ରଦାନ କରିବା [...]
Odiaଭଞ୍ଜନଗର ହେଲା ମ୍ୟୁନିସିପାଲଟି, ଆଉ ୨୨ଟି ନୂଆ ଏନ୍ଏସି ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ଭୁବନେଶ୍ବର – ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୧୩ଟି ଜିଲ୍ଲାରେ ୨୨ଟି ନୂଆ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ଏବଂ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଏନଏସି କୁ ମ୍ୟୁନିସିପାଲିଟିକୁ ଉନ୍ନୀତ କରାଯିବା ବିଷୟ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ବୌଦ୍ଧ ଜିଲ୍ଲାର ମନମୁଣ୍ଡା, ପୁରୁଣା କଟକ ଓ ବାଉଁଶୁଣି , ବଲାଙ୍ଗିରର ଲୋଇସିଂହା ଓ ସିନ୍ଧେକେଲା, ବରଗଡର ସୋହେଲା, ବାଲେଶ୍ବରର ବାଲିଆପାଳ ଓ ଖଇରା, ଭଦ୍ରକର ଧାମରା, ଢେଙ୍କାନାଳର ରାସୋଳ, ଜଗତସିଂହପୁରର କୁଜଙ୍ଗ କଳାହାଣ୍ଡିର [...]
Odiaଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ତିନି ଘଣ୍ଟା ବନ୍ଦ ରହିବ ଦର୍ଶନ
ପୁରୀ – ଆଜି ଫାଲଗୁନ ଶୁକ୍ଳ ଚତୁର୍ଥୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ଵିତୀୟ ଭୋଗମଣ୍ଡପ ଭୋଗ ପରେ ସନ୍ଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ବନକଲାଗି ପାଇଁ କ ନୀତି ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ। କିନ୍ତୁ ପାର୍ଶ୍ଵ ଦେବାଦେବୀଙ୍କ ଦର୍ଶନ କରାପାରିବେ ଶ୍ରଦ୍ଧାଳୁ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବନକଲାଗି [...]
Odiaଭଗବାନ ଶ୍ରୀ କୈଳାସ ପତି ସଦାଶିବଙ୍କ ପବିତ୍ର ଲୀଳାକ୍ଷେତ୍ର କାଶୀ
ଭଗବାନ ଶ୍ରୀ କୈଳାସ ପତି ସଦାଶିବଙ୍କ ପବିତ୍ର ଲୀଳାକ୍ଷେତ୍ର କାଶୀ।ବର୍ତ୍ତମାନର ବନାରସ ସହର। ପୌରାଣିକ ଯୁଗରୁ ଏହି ପବିତ୍ର କ୍ଷେତ୍ରର ରହିଛି ଅନେକ ମହତ୍ତ୍ୱ। ବିଶେଷ କରି ଏହି କ୍ଷେତ୍ରରେ ମନୁଷ୍ୟ ଦେହତ୍ୟାଗ କଲେ ତାର ଆଉ ପୁନର୍ଜନ୍ମ ହୁଏନାହିଁ ବୋଲି ମାନ୍ୟତା ରହିଛି। କାରଣ ଭଗବାନ ଭୁତ ଭାବନ ସ୍ୱୟଂ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି କର୍ଣ ରେ ପବିତ୍ର ଶ୍ରୀରାମ ତାରକ ମନ୍ତ୍ର ପ୍ରଦାନ କରିଥାନ୍ତି। ଏହି ପବିତ୍ର କ୍ଷେତ୍ରରେ ଯେଉଁସବୁ ଘାଟରେ ମୃତ [...]
Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ପୁଲକି ସପ୍ରେମ ପରସପର କହହୀଂ । ଭରତ ଆଗମନୁ ସୂଚକ ଅହହୀଂ ॥ ଭଏ ବହୁତ ଦିନ ଅତି ଅବସେରୀ । ସଗୁନ ପ୍ରତୀତି ଭେଁଟ ପ୍ରିୟ କେରୀ ॥ ଭାବାର୍ଥ :- ପ୍ରଭୁ ଶ୍ରୀରାମଚନ୍ଦ୍ର ଓ ମାତା ସୀତା ଆନନ୍ଦ ମନରେ ସପ୍ରେମ ପରସ୍ପରକୁ କହିଲେ କି ଶରୀରରେ ଏପରି ପୁଲକ ଅନୁଭବ ହେବା ଅର୍ଥ ଭରତ ଫେରି ଆସିବାର ପୂର୍ବ ସୂଚନା ପରି ଲାଗୁଛି । ତାଙ୍କୁ ମାମୁଙ୍କ [...]
Odiaଗୀତା ଉପଦେଶ:- ଈଶ୍ୱରଙ୍କ ଠାରେ ସମଗ୍ର ଜୀବ ଜଗତକୁ ଏବଂ ସମଗ୍ର ଜୀବ ଜଗତରେ ଈଶ୍ୱରଙ୍କୁ ଯିଏ ଅନୁଭଵ କରିପାରେ ସିଏ ସମଦର୍ଶୀ
ଭଗବାନ ଅର୍ଜୁନ ଙ୍କୁ କହୁଛନ୍ତି 🙁 ସେ ସକଳ ଜୀବଙ୍କଠାରେ ଆତ୍ମା ନିବାସ କରିଥିବା ଏବଂ ଆତ୍ମାରେ ସର୍ବଜୀବ ନିବାସ କରିଥିବା କଥା ଦର୍ଶନ କରିଥାନ୍ତି )। ଏଥିପାଇଁ ସେ ସମଦର୍ଶୀ ହୋଇଥାନ୍ତି। ଯୋ ମାଂ ପଶ୍ଯତି ସର୍ବତ୍ର ସର୍ବଂ ଚ ମୟି ପଶ୍ଯତି। ତସ୍ଯାହଂ ନ ପ୍ରଣଶ୍ଯାମି ସ ଚ ମେ ନ ପ୍ରଣଶ୍ଯତି ॥ ଭଗବାନ କହୁଛନ୍ତି :- ଧ୍ଯାନଯୋଗରେ ଯୁକ୍ତ ଯୋଗୀ ନିଜ ସ୍ବରୂପକୁ ସମସ୍ତଙ୍କଠାରେ ଏବଂ ସମସ୍ତଙ୍କୁ ନିଜ ସ୍ବରୂପରେ ଦେଖିଥାନ୍ତି [...]
Odiaପନ୍ତ ଆଇପିଏଲ୍ ପାଇଁ ଫିଟ୍ ଘୋଷିତ, ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପଟେନ୍ ଭାବେ ଫେରିବେ
ନୂଆଦିଲ୍ଲୀ: ବିସିସିଆଇ ମଙ୍ଗଳବାର ରିଷଭ ପନ୍ତଙ୍କୁ ଆଗାମୀ ଆଇପିଏଲ୍ ସିଜନରେ ୱିକେଟ୍ କିପର୍ ବ୍ୟାଟ୍ସମ୍ୟାନ୍ ଭାବେ ଖେଳିବାକୁ ଫିଟ୍ ଘୋଷଣା କରିଛି । ଏଥିସହ ଟି-୨୦ ବିଶ୍ୱକପ୍ ପାଇଁ ପନ୍ତଙ୍କ ଜାତୀୟ ଦଳକୁ ଫେରିବା ସମ୍ଭାବନା ବଢ଼ିଛି। ପନ୍ତ ୧୪ ମାସ ପୂର୍ବେ ଏକ ଭୟଙ୍କର କାର୍ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ପନ୍ତ ଆଇପିଏଲ ୨୦୨୪ରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଭାବେ ଫେରିବେ । ଏହି ଷ୍ଟାର ଖେଳାଳି ବିସ୍ତୃତ ରିହାବ୍ ପ୍ରକ୍ରିୟା ପରେ ମାର୍ଚ୍ଚ [...]
Odiaନିର୍ବାଚନ ପ୍ରସ୍ତୁତି: ଜିଲ୍ଲାପାଳ ଓ ଏସ୍ପିମାନଙ୍କ ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବୈଠକ
ଭୁବନେଶ୍ୱର – ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିମାନଙ୍କ ସହ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଭାସି ମାଧ୍ୟମରେ ଏକ ଗୁରୁତ୍ଵପୂର୍ଣ୍ଣ ସମୀକ୍ଷା ବୈଠକ କରିଛନ୍ତି । ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ଜିଲ୍ଲାସ୍ତରରେ ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ସାଧାରଣ ପ୍ରଶାସନ ଓ ପୋଲିସ ପ୍ରଶାସନ କିଭଳି ମିଳିତ ଭାବରେ ଆସନ୍ତା ସାଧାରଣ ନିର୍ବାଚନକୁ ମୁକ୍ତ , ଅବାଧ ଓ ନିରପେକ୍ଷ ଭାବରେ ପରିଚାଳନା [...]
