Odiaନିର୍ବାଚନୀ ବଣ୍ଡ୍ ମାମଲାରେ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଏସସିବିଏ ସଭାପତି, ସୁପ୍ରିମକୋର୍ଟଙ୍କ ରାୟ କାର୍ଯ୍ୟକାରୀ ନ କରିବାକୁ ଅନୁରୋଧ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବାର ଆସୋସିଏସନ (ଏସସିବିଏ) ସଭାପତି ଆଦିଶ ସି ଅଗ୍ରୱାଲ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି ନିର୍ବାଚନୀ ବଣ୍ଡ୍ ଯୋଜନା ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ସହ ପରାମର୍ଶ କରିବାକୁ ଅନୁରୋଧ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାର ପୁଣିଥରେ ଶୁଣାଣି ନ କରିବା ପର୍ଯ୍ୟନ୍ତ ନିର୍ବାଚନୀ ବଣ୍ଡ୍ ମାମଲାରେ କୋର୍ଟ ରାୟକୁ କାର୍ଯ୍ୟକାରୀ ନକରିବାକୁ ମଧ୍ୟ ସେ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି। ଅଗ୍ରୱାଲ ରାଷ୍ଟ୍ରପତିଙ୍କୁ ଲେଖିଥିବା ଚିଠିରେ କହିଛନ୍ତି, ବିଭିନ୍ନ ରାଜନୈତିକ ଦଳ ଗୁଡ଼ିକୁ [...]
Odiaବଢୁଛି ତାତି : ୧୦ଟି ସହରର ତାପମାତ୍ରା ୩୭ ଡିଗ୍ରୀ ସେଲସିୟସରୁ ଅଧିକ, ପାରଳାଖେମୁଣ୍ଡି ସବୁଠୁ ଉତ୍ତପ୍ତ
ଭୁବନେଶ୍ୱର – ରାଜ୍ୟରେ ଧୀରେ ଧୀରେ ବଢୁଛି ତାତି । ରାଜ୍ୟରେ ଆଜି ୧୯ଟି ସହରରେ ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ କିମ୍ବା ଅଧିକ ରେକର୍ଡ କରାଯାଇଛି। ୧୦ଟି ସହରର ତାପମାତ୍ରା ୩୭ଟି ଡିଗ୍ରୀ ସେଲସିୟସ ବା ଅଧିକ ରହିଛି । ପାରଳାଖେମୁଣ୍ଡି ଆଜି ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଏଠାରେ ସର୍ବାଧିକ ୩୮.୧ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗିର,ଟିଟିଲାଗଡ଼ ଓ ବୌଦ୍ଧରେ ଦିନର ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ ରେକର୍ଡ [...]
Odiaଅବସରପ୍ରାପ୍ତ ଆଇପିଏସ ସନ୍ତୋଷ ଉପାଧ୍ୟାୟ ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡର ଅଧ୍ୟକ୍ଷ ନିଯୁକ୍ତ
ଭୁବନେଶ୍ୱର – ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ସନ୍ତୋଷ କୁମାର ଉପାଧ୍ୟାୟଙ୍କୁ ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ-ଓପିଆରବିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଏ ନେଇ ଆଜି ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଦାୟିତ୍ବ ନେବା ଦିନଠାରୁ ୧୯୮୮ ବ୍ୟାଚ ଆଇପିଏସ ସନ୍ତୋଷ ଉପାଧ୍ୟାୟଙ୍କ କାର୍ଯ୍ୟକାଳ ଆରମ୍ଭ ହେବ । ବର୍ତ୍ତମାନ ଏସଏଫଏସଏଲ ନିର୍ଦ୍ଦେଶକ ଥିବା ଆଇପିଏସ ରାଜେଶ କୁମାର ଓପିଆରବି ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି।
Odiaହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୟାବ ସିଂହ ସୈନି
ଚଣ୍ଡିଗଡ଼: ମନୋହର ଲାଲ ଖଟ୍ଟରଙ୍କ ଇସ୍ତଫା ପରେ ନୟାବ ସିଂହ ସୈନି ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମଙ୍ଗଳବାର ଶପଥ ନେଇଛନ୍ତି । ମନୋହର ଲାଲ ଖଟ୍ଟରଙ୍କ ସହ ତାଙ୍କର ପୂରା କ୍ୟାବିନେଟ ଆଜି ସକାଳେ ଇସ୍ତଫା ଦେଇଥିଲେ । ଶପଥ ନେବା ପରେ ନୟାବ ସିଂହ ସୈନି, ଖଟ୍ଟରଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। ତାଙ୍କ ସହ ବିଜେପିର ୪ ଓ ଜଣେ ସ୍ୱାଧୀନ ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏମାନେ ହେଲେ [...]
Odiaକଂଗ୍ରେସ ଜାରି କଲା ୪୩ ଜଣିଆ ଦ୍ୱିତୀୟ ପ୍ରାର୍ଥୀ ତାଲିକା
ନୂଆଦିଲ୍ଲୀ: କଂଗ୍ରେସ ଆଗାମୀ ଲୋକସଭା ନିର୍ବାଚନ ପାଇଁ ମଙ୍ଗଳବାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କରିଛି। ଏଥିରେ ୪୩ ଜଣ ପ୍ରାର୍ଥୀଙ୍କ ନାମ ରହିଛି । ଏଥିମଧ୍ୟରୁ ଆସାମର ୧୨, ଗୁଜରାଟର ୭, ମଧ୍ୟପ୍ରଦେଶର ୧୦, ରାଜସ୍ଥାନର ୧୦, ଉତ୍ତରାଖଣ୍ଡର ୩ ଏବଂ ଡାମନ ଓ ଡିୟୁର ଗୋଟିଏ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ । କଂଗ୍ରେସ ନେତା ଅଜୟ ମାକେନ୍ କହିଛନ୍ତି, ଏହି ତାଲିକାର ବିଶେଷତ୍ୱ ହେଉଛି ଏଥିରେ ୭୬.୭ ପ୍ରତିଶତ ଏସସି, [...]
Odiaନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ତଥ୍ୟ ଦାଖଲ କଲା ଏସବିଆଇ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ତଥ୍ୟ ମଙ୍ଗଳବାର ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଛି। ଏହାଛଡ଼ା କୋର୍ଟଙ୍କ ଆଦେଶ ଅନୁପାଳନ ପୂର୍ବକ ଏ ବାବଦରେ ଏସବିଆଇ ମହାପ୍ରବନ୍ଧକଙ୍କ ତରଫରୁ ଏକ ସତ୍ୟପାଠ ମଧ୍ୟ ଦାଖଲ କରାଯାଇଛି । ନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ତଥ୍ୟ ଦାଖଲ ପାଇଁ ଜୁନ୍ ୩୦ ପର୍ଯ୍ୟନ୍ତ ମହଲତ ଦେବାକୁ ଏସବିଆଇର ଆବେଦନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଥିଲେ। କୋର୍ଟ ଏସବିଆଇକୁ ମାର୍ଚ୍ଚ ୧୨ [...]
Odiaଜାମୁଝରୀରେ ସବୁଜ ବଳୟ ଆଦର୍ଶ କାରାଗାର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର – ଜାମୁଝରୀରେ ଏକ ସବୁଜ ବଳୟ ଆଦର୍ଶ କାରାଗାର ପ୍ରତିଷ୍ଠା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ନିର୍ମାଣ ହେଲେ ଜାମୁଝରୀ ହେବ ରାଜ୍ୟର ସବୁଠାରୁ ବଡ ଓ ପ୍ରଥମ ସବୁଜ ବଳୟ ଆଦର୍ଶ କାରାଗାର । ଜେଲଟି ସଂପୂର୍ଣ୍ଣ ଆଶ୍ରମ ଢାଞ୍ଚାରେ ନିର୍ମାଣ କରାଯିବ । ଅତ୍ୟାଧୁନିକ ଜ୍ଞାନକୌଶଳ ସହ ଉନ୍ନତ ଭିତ୍ତିଭୂମି ନିର୍ମାଣ କରିବା ପାଇଁ ଅନେକ ରିସର୍ଚ୍ଚ ଓ ଡିଜାଇନ୍ ପ୍ରସ୍ତୁତ କରାଯାଇଥିଲା [...]
Odiaବ୍ରହ୍ମପୁରରେ କେନ୍ଦ୍ରୀୟ ସୁରକ୍ଷା ବଳ ସହ ପୋଲିସ ଫ୍ଲାଗ ମାର୍ଚ୍ଚ
ବ୍ରହ୍ମପୁର: ଆଗାମୀ ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହ ସାରିବା ଦୃଷ୍ଟିରୁ ବ୍ରହ୍ମପୁରରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ସୁରକ୍ଷା ବାହିନୀ। ବ୍ରହ୍ମପୁର ପୋଲିସ ଜିଲ୍ଲା ପାଇଁ ୧ କମ୍ପାନୀ ସଶସ୍ତ୍ର ବିଏସଏଫ୍। ଏମାନେ ନିର୍ବାଚନ ଦୃଷ୍ଟିରୁ ବିଭିନ୍ନ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ମୁତୟନ ହେବେ। ତା ସହ ପଇଁତରା ମାରିବା, ଭୋଟ ଗ୍ରହଣ କେନ୍ଦ୍ର ଓ ଇଭିଏମ୍ ରଖିବା ସ୍ଥାନରେ ନିୟୋଜିତ ରହିବେ। ଆଜି ପ୍ରଥମ କରି ୩ ପ୍ଲାଟୁନ୍ ବିଏସଏଫ୍ ଯବାନ, ବ୍ରହ୍ମପୁର ପୋଲିସ ରିଜର୍ଭ ଯବାନ ଓ ବଡ଼ବଜାର [...]
Odiaଶ୍ରୀମନ୍ଦିର ସେବାୟତମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର – ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ସେବାୟତମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ଘୋଷଣା କରିଛନ୍ତି। ବିଭିନ୍ନ ଭତ୍ତା ପରିମାଣ ଓ ସ୍ୱାସ୍ଥ୍ୟ ବୀମାରେ ବୃଦ୍ଧି କରାଯାଇଥିବା ବେଳେ ସେବାୟତ ପରିବାରର ଛାତ୍ରଛାତ୍ରୀଙ୍କ ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହି ସବୁ କଲ୍ୟାଣ ଯୋଜନା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାର୍ଯ୍ୟକାରୀ କରାଯାଉଛି। ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା [...]
Odiaରାଜ୍ୟର ପ୍ରତି ଭାଗବତ ଟୁଙ୍ଗୀକୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ଭୁବନେଶ୍ବର – ଭାଗବତ ଟୁଙ୍ଗୀ ଆମ ଗ୍ରାମ୍ୟ ଜୀବନର ଆଧ୍ୟାତ୍ମିକ, ସାଂସ୍କୃତିକ ଓ ସାମାଜିକ ପ୍ରାଣ କେନ୍ଦ୍ର। ସାରା ଗାଁକୁ ଏକତାର ସୂତ୍ରରେ ବାନ୍ଧି ରଖିଥାଏ ଭାଗବତ ଟୁଙ୍ଗୀ। ଆମ ସଂସ୍କୃତି ଓ ପରମ୍ପରାର ଏହି ମହାନ ପ୍ରତୀକ ଭାଗବତ ଟୁଙ୍ଗୀ ହେଉଛି ଓଡିଆ ଜାତିର ସାଂସ୍କୃତିକ ଅସ୍ମିତାର ଏକ ଗୌରବମୟ ପରିଚୟ। ରାଜ୍ୟରେ ଥିବା ୭ ହଜାର ୨୦୦ଟି ଭାଗବତ ଟୁଙ୍ଗୀକୁ ଅଧିକ କ୍ରିୟାଶୀଳ କରାଯିବ ।ଏଥି ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତି ଭାଗବତ [...]
