Odiaଓଡ଼ିଶାର ଦୀର୍ଘତମ ଫ୍ଲାଏଓଭର ଓ ଦୀର୍ଘତମ ସେତୁର ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ଆଜି ବିଭିନ୍ନ ଜିଲ୍ଲାରେ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ। ବଲାଙ୍ଗୀର, କେନ୍ଦୁଝର, ଖୋର୍ଦ୍ଧା ଓ ବୈ।ଦ୍ଧ ଜିଲ୍ଲାରେ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ। ଏଥିମଧ୍ୟରେ ରହିଛି ବଲାଙ୍ଗୀର ଜିଲ୍ଲାର ହରିଶଙ୍କର ପୀଠର ଉନ୍ନତିକରଣ ପ୍ରକଳ୍ପ, କେନ୍ଦୁଝର ଯୋଡ଼ାରେ ୩ କିଲୋମିଟର ବିଶିଷ୍ଟ ଓଡ଼ିଶାର ଦୀର୍ଘତମ ଫ୍ଲାଏଓଭର, ଖୋର୍ଦ୍ଧା ଜିଲ୍ଲା ଜଟଣୀ କୁଦିଆରୀରେ ୭୬୨ ମିଟର ଦୈର୍ଘ୍ୟ ବିଶିଷ୍ଟ ରେଳ ଓଭରବ୍ରିଜ । ବୈ।ଦ୍ଧ ଜିଲ୍ଲାରେ ତିନିଟି ସେତୁ [...]
Odiaଆଜି ମିଳିବ କାଳିଆ ସହାୟତା ରାଶି, ସମସ୍ତ ଜିଲ୍ଲାରେ କାଳିଆ କେନ୍ଦ୍ର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ଆଜି ଚାଷୀମାନଙ୍କୁ ମିଳିବ କାଳିଆ ସହାୟତା ଅର୍ଥ । ଖରିଫ ଚାଷ ପାଇଁ ମିଳିବ କାଳିଆ ସହାୟତା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ହିତାଧିକାରୀଙ୍କୁ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସହାୟତା ଅର୍ଥ ବଣ୍ଟନର ଶୁଭାରମ୍ଭ କରିବେ । ୪୬ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ କୃଷକ ପରିବାର ଉପକୃତ ହେବେ । ୯୩୩ କୋଟିରୁ ଅଧିକ ଟଙ୍କାର ସହାୟତା ଡିବିଟି ମାଧ୍ୟମରେ ପ୍ରଦାନ କରାଯିବ । ଏହାଛଡା [...]
Odiaଗୀତା ଉପଦେଶ: ପରମେଶ୍ୱରଙ୍କର ଉପାସନାରେ ବିଶ୍ୱାସ ସର୍ବାଧିକ ଲାଭଦାୟକ ବିଶ୍ୱାସ ଅଟେ
ଭଗବାନ ଶ୍ରୀକୃଷ୍ଣ ଗୀତା ରେ ବିଶ୍ୱର ସମସ୍ତ ଦେବତାଙ୍କ ଆତ୍ମା ମୁଁ ସ୍ୱୟଂ ବୋଲି ପ୍ରମାଣିତ କରି କହୁଛନ୍ତି- ଯୋ ଯୋ ଯାଂ ଯାଂ ତନୁଂ ଭକ୍ତଃ ଶ୍ରଦ୍ଧୟାର୍ଚିତୁମିଚ୍ଛତି । ତସ୍ୟ ତସ୍ୟାଚଳାଂ ଶ୍ରଦ୍ଧାଂ ତାମେବ ବିଦଧାମ୍ୟହମ୍। ଅର୍ଥାତ ଜଣେ ଭକ୍ତ, ବିଶ୍ୱାସର ସହିତ ଯେଉଁ ଦେବତାଙ୍କର ଭକ୍ତି କରିବାକୁ ଇଚ୍ଛା କରିଥାଆନ୍ତି, ମୁଁ ସେହି ଭକ୍ତଙ୍କର ବିଶ୍ୱାସ ସେହି ଦେବତାଙ୍କଠାରେ ସୁଦୃଢ଼ କରିଥାଏ ।
Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ଭରତ ସରିସ ପ୍ରିୟ କୌ ଜଗ ମାହୀଂ । ହିଁ ସଗୁନ ଫଲୁ ଦୂସର ନାହୀଂ ॥ ରାମହି ବଂଧୁ ସୋଚ ଦିନ ରାତୀ । ଅଂଡହ୍ନି କମଠ ହୃଦୟ ଜେହିଂ ଭାଁତୀ ॥ ଭାବାର୍ଥ :- ପ୍ରଭୁ ଶ୍ରୀରାମ ମାତା ସୀତାଙ୍କୁ କହିଲେ, ଭାଇ ଭରତଙ୍କ ପରି ଆମକୁ ଆଉ କେହି ଏ ସାରା ଦୁନିଆରେ ପ୍ରିୟ ନୁହନ୍ତି ! ଶ୍ରୀରାମଚନ୍ଦ୍ରଙ୍କର ମନରେ ଭାଇ ଭରତଙ୍କୁ ମନେ ପକାଇ ଦିନରାତି [...]
Odiaବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ବିଶାଖାପାଟଣା -ଭବାନୀପାଟଣା ପାସେଞ୍ଜର
ବିଜୟନଗରମ – ଏକ ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତିଲା ବିଶାଖାପାଟଣା- ଭବାନୀପାଟଣା ପାସେଞ୍ଜର ଟ୍ରେନ। ଆନ୍ଧ୍ର ପ୍ରଦେଶର ବିଜୟନଗରମ୍ ଜିଲ୍ଲା କୋଟବାଲସାରେ ଟ୍ରେନ ଲାଇନଚ୍ୟୁତ ହୋଇଥିଲେ ମଧ୍ୟ କୈାଣସି କ୍ଷୟକ୍ଷତି ହୋଇନାହିଁ। ଟ୍ରାକ ବଦଳାଇବା ସମୟରେ ଟ୍ରେନ ଲାଇନଚ୍ୟୁତ ହୋଇଥିଲେ ମଧ୍ୟ ଲୋକୋ ପାଇଲଟଙ୍କ ସତର୍କତା ଯୋଗୁଁ ବଡ଼ ଅଘଟଣ ଟଳିଯାଇଛି । ଦୁର୍ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନାହାନ୍ତି । ଲୋକୋ ପାଇଲଟ ସାମାନ୍ୟ ଆହତ ହୋଇଛନ୍ତି।
Odiaମାର୍ଚ୍ଚ ୧୫ ସୁଦ୍ଧା ହୋଇପାରେ ଦୁଇ ନିର୍ବାଚନ କମିଶନରଙ୍କ ନିଯୁକ୍ତି
ନୂଆଦିଲ୍ଲୀ: ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେଙ୍କ ଅବସର ଏବଂ ଅରୁଣ ଗୋଏଲଙ୍କ ଅଚାନକ ଇସ୍ତଫା ପରେ ଖାଲି ପଡ଼ିଥିବା ପଦରେ ମାର୍ଚ୍ଚ ୧୫ ସୁଦ୍ଧା ଦୁଇଜଣ ନିର୍ବାଚନ କମିଶନରଙ୍କୁ ନିଯୁକ୍ତି ଦିଆଯିବା ସମ୍ଭାବନା ରହିଛି। ଲୋକସଭା ନିର୍ବାଚନ ତାରିଖ ଘୋଷଣାର କିଛି ଦିନ ପୂର୍ବରୁ ନିର୍ବାଚନ କମିଶନର ଅରୁଣ ଗୋଏଲ ଶୁକ୍ରବାର ସକାଳେ ନିଜ ପଦରୁ ଇସ୍ତଫା ଦେଇଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ତାଙ୍କ ଇସ୍ତଫା ଗ୍ରହଣ କରିଥିଲେ । ଆଇନ ମନ୍ତ୍ରଣାଳୟ [...]
Odiaଦିଗପହଣ୍ଡି ବାଙ୍କେଶ୍ୱରୀ ଘାଟିରୁ ଖସିପଡିଲା ପିକଅପ୍, ୨୦ ଯାତ୍ରୀ ଆହତ
ବ୍ରହ୍ମପୁର – ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବାଙ୍କେଶ୍ଵରୀ ଘାଟିରେ ଦୁର୍ଘଟଣା । ଏକ ପିକଅପ୍ ଘାଟିରୁ ଖସି ପଡିବାରୁ ୨୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତର ଆହତମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତମାନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମା’ ବାଙ୍କେଶ୍ଵରୀଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଭାରସାମ୍ୟ ହରାଇ ପିକଅପ୍ ରାସ୍ତା ତଳକୁ ଖସିପଡ଼ିଥିବା [...]
Odiaଟେଷ୍ଟ ର଼୍ୟାଙ୍କିଙ୍ଗରେ ଶୀର୍ଷକୁ ଫେରିଲା ଭାରତ, ତିନି ଫର୍ମାଟରେ ନମ୍ବର ଓ୍ବାନ୍
ଦୁବାଇ: ଧର୍ମଶାଳାରେ ଇଂଲଣ୍ଡକୁ ଇନିଂସ୍ ଓ ୬୪ ରନରେ ହରାଇ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୪-୧ରେ ଜିତିବା ପରେ ଭାରତ ସଦ୍ୟତମ ଆଇସିସି ଟେଷ୍ଟ ମାନ୍ୟତାର ଏକ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଛି। ଅଷ୍ଟ୍ରେଲିଆକୁ ହଟାଇ ଶୀର୍ଷ ସ୍ଥାନକୁ ଫେରିଛି ଭାରତ। ଏଥିସହ ତିନୋଟି ଯାକ ଫର୍ମାଟରେ ଟିମ୍ ଇଣ୍ଡିଆ ଏକ ନମ୍ବର ଦଳ ହୋଇଛି । ଧର୍ମଶାଳା ଟେଷ୍ଟ ଜିତିବା ପରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଟେବୁଲରେ ମଧ୍ୟ ଭାରତ ପ୍ରଥମ ସ୍ଥାନରେ ସ୍ଥିତି [...]
Odiaବିଜେପି ସାଂସଦ ବ୍ରିଜେନ୍ଦ୍ର ସିଂହ କଂଗ୍ରେସରେ ସାମିଲ
ଚଣ୍ଡିଗଡ଼/ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ହରିୟାଣାର ହିସାରରୁ ବିଜେପି ସାଂସଦ ବ୍ରିଜେନ୍ଦ୍ର ସିଂହ ‘ଅନିବାର୍ଯ୍ୟ ରାଜନୈତିକ କାରଣ’ ଦର୍ଶାଇ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇ କଂଗ୍ରେସରେ ସାମିଲ ହୋଇଛନ୍ତି । ବ୍ରିଜେନ୍ଦ୍ର ସିଂହ ହେଉଛନ୍ତି ବିଜେପି ନେତା ବୀରେନ୍ଦ୍ର ସିଂହଙ୍କ ପୁଅ। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସେ ତାଙ୍କ ଇସ୍ତଫା ବିଷୟରେ ସୂଚନା ଦେଇଥିଲେ । ଏହା ପରେ ସେ ନୂଆଦିଲ୍ଲୀରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରେ ପହଞ୍ଚି ବିରୋଧୀ ଦଳରେ ଯୋଗ [...]
Odiaଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ତୃଣମୂଳ କଂଗ୍ରେସ, ତାଲିକାରେ କ୍ରିକେଟର ୟୁସୁଫ ପଠାନ, କିର୍ତ୍ତୀ ଆଜାଦଙ୍କ ନାଁ
କୋଲକାତା: ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ ରବିବାର ରାଜ୍ୟର ସମସ୍ତ ୪୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥର ଦଳ କିଛି ଦଳୀୟ ସାଂସଦଙ୍କୁ ଟିକେଟ୍ ଦେଇନାହିଁ । ଦଳର ପ୍ରାର୍ଥୀ ତାଲିକାରେ ପୂର୍ବତନ କ୍ରିକେଟର୍ ୟୁସୁଫ ପଠାନ ଏବଂ କିର୍ତ୍ତୀ ଆଜାଦଙ୍କ ପରି ଅନେକ ନୂଆ ଚେହେରାଙ୍କୁ ସାମିଲ କରାଯାଇଛି । ଦଳ ୧୬ ସାଂସଦଙ୍କ ଉପରେ ପୁଣି ଭରସା ପ୍ରକଟ କରିଛି। ଏହି ତାଲିକାରେ ୧୨ ଜଣ ମହିଳା [...]
