Odiaକନ୍ଧମାଳ ଦୁର୍ଗାପଙ୍ଗା ଜଙ୍ଗଲରେ ପୋଲିସ – ମାଓବାଦୀ ଗୁଳି ବିନିମୟ, ମାଓ ଶିବିର ଧ୍ଵଂସ
ଫୁଲବାଣୀ – କନ୍ଧମାଳ ଜିଲ୍ଲା ବେଲଘର ଥାନା ଅନ୍ତର୍ଗତ ଦୁର୍ଗାପଙ୍ଗl ଜଙ୍ଗଲରେ ଏସଓଜି ପୋଲିସ କମ୍ବିଂ କରୁଥିବା ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ । ଉଭୟଙ୍କ ମଧ୍ୟରେ ୧୫ ମିନିଟ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି। ପ୍ରଥମେ ମାଓବାଦୀମାନେ ଅତର୍କିତ ଭାବେ ପୋଲିସ ଉପରକୁ ଗୁଳିଚାଳନା କରିଥିଲେ । ପରେ ପୋଲିସ ଏହାର ପାଲଟା ଜବାବ ଦେବାକୁ ଯାଇ ଗୁଳିବିନିମୟ କରିଥିଲେ । ଘଞ୍ଚ ଜଙ୍ଗଲର ଫାଇଦା ଉଠାଇ ମାଓ ବାଦୀମାନେ ଛତ୍ର ଭଙ୍ଗ [...]
Odiaଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀମାନଙ୍କୁ ମିଳିବ ବର୍ଷକୁ ୧୫ ଦିନର ସାମୟିକ ଛୁଟି,ମହିଳା କର୍ମଚାରୀମାନଙ୍କ ସବୈତନିକ ପ୍ରସୂତିକାଳୀନ ଛୁଟି
ଭୁବନେଶ୍ବର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀମାନଙ୍କ ପାଇଁ ବର୍ଷକୁ ୧୫ ଦିନର ସାମୟିକ ଛୁଟି ଏବଂ ମହିଳା କର୍ମଚାରୀମାନଙ୍କ ପାଇଁ ସବୈତନିକ ପ୍ରସୂତିକାଳୀନ ଛୁଟି ପ୍ରଦାନ କରିବା ନିମନ୍ତେ ଘୋଷଣା କରିଛନ୍ତି। ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ସମୟରେ ବିଭିନ୍ନ ଅଞ୍ଚଳରେ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀ ଓ ସେମାନଙ୍କ ସଂଘ ପକ୍ଷରୁ ଏ ବିଷୟରେ ପ୍ରସ୍ତାବ ଆସିଥିଲା। ମୁଖ୍ୟମନ୍ତ୍ରୀଙ୍କ ସହ [...]
Odiaଅନୁଦାନପ୍ରାପ୍ତ ବେସରକାରୀ ଶିକ୍ଷାନୁଷ୍ଠାନ ବ୍ଲକ ଗ୍ରାଣ୍ଟ କର୍ମଚାରୀଙ୍କ ପାଇଁ ବିଭିନ୍ନ ସେବା ସୁବିଧା ଘୋଷଣା କଲେ ରାଜ୍ୟ ସରକାର
ଭୁବନେଶ୍ବର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବିଭିନ୍ନ ଅନୁଦାନପ୍ରାପ୍ତ ବେସରକାରୀ ଉଚ୍ଚତର ଶିକ୍ଷା ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ବ୍ଲକ ଗ୍ରାଣ୍ଟ ଅନୁଦାନ ପରିସରଭୁକ୍ତ କର୍ମଚାରୀମାନଙ୍କ ପାଇଁ ବିଭିନ୍ନ ସେବା ସୁବିଧା ଘୋଷଣା କରିଛନ୍ତି। ଘୋଷଣା ଅନୁଯାୟୀ, ଏହି ବ୍ଲକ ଗ୍ରାଣ୍ଟ କର୍ମଚାରୀମାନେ ବାର୍ଷିକ ପନ୍ଦର ଦିନର ସାମୟିକ ଛୁଟି ପାଇବେ। ଏଥିସହିତ ମହିଳା ବ୍ଲକ ଗ୍ରାଣ୍ଟ କର୍ମଚାରୀମାନଙ୍କୁ ଦୁଇଟି ଜୀବିତ ସନ୍ତାନ ଜନ୍ମ ପର୍ଯ୍ୟନ୍ତ ୧୮୦ ଦିନର ମାତୃତ୍ଵ ଛୁଟି ମିଳିବ। ବ୍ଲକ ଗ୍ରାଣ୍ଟ [...]
Odiaବେଆଇନ ବାଲି ଖନନ ମାମଲାରେ ଲାଲୁଙ୍କ ସହଯୋଗୀ ସୁଭାଷ ଯାଦବଙ୍କୁ ବାନ୍ଧିଲା ଇଡି
ନୂଆଦିଲ୍ଲୀ: ଲାଲୁ ପ୍ରସାଦ ଯାଦବଙ୍କ ଘନିଷ୍ଠ ସହଯୋଗୀ କୁହାଯାଉଥିବା ସୁଭାଷ ଯାଦବଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ବେଆଇନ ବାଲି ଖନନ ମାମଲାରେ ଶନିବାର ସୁଭାଷ ଯାଦବଙ୍କ ୮ଟି ସ୍ଥାନରେ ଇଡି ଚଢ଼ାଉ କରିଥିଲା। ଏହି ଚଢ଼ାଉ ୧୪ ଘଣ୍ଟା ଧରି ଚାଲିଥିଲା | ଚଢ଼ାଉ ସମୟରେ ଦାନାପୁର ସ୍ଥିତ ସୁଭାଷ ଯାଦବଙ୍କ ବାସଭବନରୁ ଇଡି ୨ କୋଟି ଟଙ୍କା ନଗଦ ବ୍ୟତୀତ ଅନେକ ସମ୍ପତ୍ତି ସମ୍ବନ୍ଧୀୟ ଦଲିଲ ଜବତ କରିଥିଲା ମିଳିଥିଲା। ଉଲ୍ଲେଖଯୋଗ୍ୟ, ପାଟନାରେ [...]
Odiaଚେକ୍ ରିପବ୍ଲିକର କ୍ରିଷ୍ଟିନା ପିଜକୋଭା ପିନ୍ଧିଲେ ମିସ୍ ଓ୍ବାର୍ଲ୍ଡ ମୁକୁଟ, ଭାରତର ସିନି ଶେଟ୍ଟୀ ସପ୍ତମ
ମୁମ୍ବାଇ: ଚେକ୍ ରିପବ୍ଲିକର କ୍ରିଷ୍ଟିନା ପିଜକୋଭା ପିନ୍ଧିଛନ୍ତି ‘ମିସ୍ ୱାର୍ଲ୍ଡ’ ମୁକୁଟ । ୧୯୯୬ ପରେ ଦ୍ୱିତୀୟ ଥର ଭାରତରେ ଅନୁଷ୍ଠିତ ହୋଇଥିଲା ଏହି ପ୍ରତିଯୋଗିତା । ଶନିବାର ରାତିରେ ଅନୁଷ୍ଠିତ ଗ୍ରାଣ୍ଡ ଫାଇନାଲରେ କ୍ରିଷ୍ଟିନା ପିଜକୋଭା ୨୦୨୪ର ମିସ୍ ୱାର୍ଲ୍ଡ ଟାଇଟଲ୍ ଜିତିଛନ୍ତି । ଲେବାନନର ୟାସିମିନ ଆଜାଇଟାଉନ ପ୍ରଥମ ରନର୍ ଅପ୍ ହୋଇଥିବାବେଳେ ଭାରତର ସିନି ଶେଟ୍ଟୀ ସପ୍ତମ ସ୍ଥାନରେ ରହିଥିଲେ । ମିସ୍ ଓ୍ବାର୍ଲ୍ଡ ପ୍ରତିଯୋଗିତା ମେ ୨୦୨୩ରେ ୟୁଏଇରେ ଅନୁଷ୍ଠିତ ହେବାର [...]
Odiaଇବ୍ ନଦୀରେ ବୁଡ଼ିଯାଇ ନିଖୋଜ କାକା ଓ ଦୁଇ ପୁତୁରାଙ୍କ ମୃତଦେହ ଠାବ
ସୁନ୍ଦରଗଡ଼ – ଇବ ନଦୀରେ ଭାସି ନିଖୋଜ ହୋଇଯାଇଥିବା ଗୋଟିଏ ପରିବାରର ତିନି ସଦସ୍ୟଙ୍କ ମୃତଦେହ ଉଦ୍ଧାର ହୋଇଛି । ଦୁଇ ନାବାଳକ ଓ ସେମାନଙ୍କ କକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୁନ୍ଦରଗଡ଼ ସହର ନିକଟସ୍ଥ ସେମିନାରେ ଇବ୍ ନଦୀରେ ଗତକାଲି ଗାଧୋଉଥିବା ବେଳେ କାକା ମହମ୍ମଦ ସାଜିଦ ( ୩୫ ବର୍ଷ ) ଓ ଦୁଇ ପୁତୁରା ମହମ୍ମଦ ଫରହାନ ( ୧୫) ଓ ମହମ୍ମଦ ରିଜୱନ ( ୧୭ ) ଭାସି ଯାଇଥିଲେ । [...]
Odiaକର୍ଣ୍ଣ।ଟକରେ ରହିଛି ” ଏକ କୋଟି ଶିବଲିଙ୍ଗ ବିଶିଷ୍ଠ ମନ୍ଦିର “
ଦେଶ ବିଦେଶରେ ଏମିତି ଅନେକ ମନ୍ଦିର ଅଛି। ସବୁ ମନ୍ଦିରରେ ସେଠାକାର ଆରାଧ୍ୟ ଦେବତା ରହିଛନ୍ତି। ତେବେ ପ୍ରତ୍ୟେକ ଧର୍ମାବଲମ୍ବି ମାନଙ୍କ ଠାରୁ ବିଶେଷତଃ ଶୈବ ଧର୍ମାବଲମ୍ବିଙ୍କ ସଂଖ୍ୟା ଅଧିକ ଦେଖାଯାଇଥାନ୍ତି।ତେବେ ବିଶ୍ୱରେ ଅନେକ ଶିବ ମନ୍ଦିର ରହିଛି। ଆପଣ ମଧ୍ୟ ଭଗବ।ନ ଶିବଙ୍କ ଅନେକ ସୁନ୍ଦର ମନ୍ଦିର ଦେଖିଥିବେ। ଏଠ।ରେ ଏମିତି ଏକ ମନ୍ଦିର ସମ୍ପର୍କରେ କୁହ।ଯ।ଇଛି, ଯେଉଁଠି ୧ କୋଟି ଶିବଲିଙ୍ଗ ନିର୍ମ।ଣ କର।ଯ।ଇଛି। କର୍ଣ୍ଣ।ଟକରେ ଥିବ। ଏହି ଶିବ ମନ୍ଦିରରେ ଗୋଟିଏ କିମ୍ବ। [...]
Odiaଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ହରି ଗୁନ ନାମ ଉପାର କଥା ରୁପ ଅଗନିତ ଅମିତ। ମୈ ନିଜମତି ଅନୁସାର କହଉଁ ଉମା ସାଦର ସୁନହୁ॥ ଭାବାର୍ଥ :- ଶ୍ରୀଶିବ କହିଲେ, ଶ୍ରୀହରିଙ୍କ ସମସ୍ତ ଗୁଣ, ମାନ ଯଶ ଓ ରୁପର କଥା ଅସୀମ ଅପାର ଆଉ ଅଗଣିତ। ତଥାପି ହେ ପାର୍ବତୀ ! ମୁଁ ନିଜ ବୁଦ୍ଧି ଅନୁସାରେ କହୁଛି, ତାହା ତୁମେ ଆଦର ପୁର୍ବକ ଶୁଣ।
Odiaଗୀତା ଉପଦେଶ: ଯେଉଁ ବ୍ୟକ୍ତି ଭଗବାନଙ୍କ ଠାରେ ସମ୍ପୂର୍ଣ୍ଣ ଭାବରେ ଶରଣାଗତି ହୋଇଯାଏ ସିଏ କେଉଁଥିରେ ମଧ୍ୟ ବିଚଳିତ ହୋଇନଥାଏ
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଷଷ୍ଠ ଅଧ୍ୟାୟରେ ଆତ୍ମସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : – ଯଂ ଲବଧ୍ୱା ଚାପରଂ ଲାଭଂ ମନ୍ୟତେ ନାଧିକଂ ତତଃ। ଯସ୍ମିନ୍ସ୍ଥିତୋ ନ ଦୁଃଖେନ ଗୁରୁଣାପି ବିଚାଲ୍ୟତେ। ଅର୍ଥାତ୍: ଏହି ଅବସ୍ଥାକୁ ପ୍ରାପ୍ତ କରି, ବ୍ୟକ୍ତି ଅନ୍ୟ କୌଣସି ପ୍ରାପ୍ତବ୍ୟକୁ ତାହାଠାରୁ ଶ୍ରେଷ୍ଠ ମନେ କରେ ନାହିଁ ଏବଂ ଅତ୍ୟନ୍ତ ବିପଜ୍ଜନକ ପରିସ୍ଥିତିରେ ମଧ୍ୟ ବିଚଳିତ ହୁଏ ନାହିଁ।
Odiaଭାରତର ପ୍ରଥମ ଇଣ୍ଡୋର ଆଥଲେଟିକ୍ସ ସେଣ୍ଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ପରିସରରେ ଆଜି ଉଦଘାଟିତ ହୋଇଛି ଦେଶର ପ୍ରଥମ ଇଣ୍ଡୋର ଆଥଲେଟିକ୍ସ ସେଣ୍ଟର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଇଣ୍ଡୋର ଆଥଲେଟିକ୍ସ ସେଣ୍ଟରକୁ ଉଦଘାଟନ କରିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ ଇଣ୍ଡୋର ଆକ୍ୱ।ଟିକସ ସେଣ୍ଟର ମଧ୍ୟ ଉଦଘାଟନ କରିଛନ୍ତି ଓ ଇଣ୍ଡୋର ଡାଇଭିଂ ସେଣ୍ଟର ପାଇଁ ଶିଳାନ୍ୟାସ କରିଛନ୍ତି। ଉଦଘାଟିତ ହୋଇଥିବା ଦେଶର ପ୍ରଥମ ଇଣ୍ଡୋର ଆଥଲେଟିକ୍ସ ସେଣ୍ଟରରେ ବିଶ୍ୱସ୍ତରୀୟ ସୁବିଧାସୁଯୋଗ ରହିଛି। ଏହି ସେଣ୍ଟରରେ ରହିଛି ୧୦ [...]
