Odiaଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନର ଅରୁଣ ଗୋଏଲଙ୍କ ଇସ୍ତଫା
ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ । ହେଲେ ତା’ପୂର୍ବରୁ ନିର୍ବାଚନ କମିଶନର ଅରୁଣ ଗୋଏଲ ଶନିବାର ହଠାତ୍ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ କାର୍ଯ୍ୟକାଳ ୨୦୨୭ ପର୍ଯ୍ୟନ୍ତ ଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ଗୋଏଲଙ୍କ ଇସ୍ତଫା ସହିତ ବର୍ତ୍ତମାନ ଖାଲି ପଡ଼ିଥିବା ନିର୍ବାଚନ କମିଶନର ପଦ ସଂଖ୍ୟା ଦୁଇକୁ ବୃଦ୍ଧି ପାଇଛି । ଗୋଏଲ ଜଣେ ଅବସରପ୍ରାପ୍ତ ପଞ୍ଜାବ [...]
Odiaକ୍ୟାବିନେଟ ବୈଠକ: ସମସ୍ତ ୟୁଜି ଓ ପିଜି ପିଲାଙ୍କୁ ମିଳିବ ନୂଆ-ଓ ଛାତ୍ରବୃତ୍ତି, ବିରାଶାଳରେ ପ୍ରତିଷ୍ଠା ହେବ ବିଜୁ ପଟ୍ଟନାୟକ ଆଭିଏସନ ସେଣ୍ଟର
ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ବିଭିନ୍ନ ବିଭାଗର ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ୩ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। କ୍ୟାବିନେଟ ବୈଠକରେ ନୂଆ-ଓ ଛାତ୍ରବୃତ୍ତି ଗାଇଡଲାଇନ ସଂଶୋଧନ ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏଣିକି ରାଜ୍ୟର ସମସ୍ତ ୟୁଜି ଓ ପିଜି ପିଲାଙ୍କୁ ମିଳିବ ନୂଆ-ଓ ଛାତ୍ରବୃତ୍ତି । ପୂର୍ବରୁ କେବଳ ଉଚ୍ଚଶିକ୍ଷା ବିଭାଗ ଅଧୀନ ୟୁଜି, ପିଜି ପିଲା [...]
Odiaକ୍ୟାବିନେଟ ବୈଠକରେ ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ
ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ବିଭିନ୍ନ ବିଭାଗର ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ୩ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।
Odia୨୦୦୦ କୋଟିର ଡ୍ରଗ୍ସ ଚୋରା ଚାଲାଣ ଅଭିଯୋଗରେ ଫିଲ୍ମ ପ୍ରଡ୍ୟୁସର ଗିରଫ
ଚେନ୍ନାଇ: ବିଦେଶରେ ୨୦୦୦ କୋଟିର ଡ୍ରଗ୍ସ ଚୋରା ଚାଲାଣ ଅଭିଯୋଗରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଶନିବାର ଦକ୍ଷିଣ ଭାରତର ଜଣେ ଫିଲ୍ମ ନିର୍ମାତା ଜାଫର ସାଦିକଙ୍କୁ ଶନିବାର (ମାର୍ଚ୍ଚ ୯) ଗିରଫ କରିଛି । ଏନସିବି ଜାଫରଙ୍କୁ ୪ ମାସ ହେଲା ଖୋଜୁଥିଲା। ଜାଫର ତାମିଲନାଡୁର ଶାସକ ଦଳ ଦ୍ରାବିଡ ମୁନ୍ନେତ୍ରା କଜଗମ (ଡିଏମକେ)ର ଜଣେ ପୂର୍ବତନ କର୍ମୀ । ମଦୁରାଇର ଦୁଇ ରେଳ ଯାତ୍ରୀ ଏବଂ ଚେନ୍ନାଇର ଏକ ଡମ୍ପିଂ ୟାର୍ଡରୁ ୧୮୦ କୋଟି [...]
Odiaବେଙ୍ଗାଲୁରୁ କାଫେ ବିସ୍ଫୋରଣ: ଅଭିଯୁକ୍ତର ନୂଆ ଫଟୋ ଜାରି କଲା ଏନ୍ଆଇଏ
ବେଙ୍ଗାଲୁରୁ: ବେଙ୍ଗାଲୁରୁର ରମେଶ୍ୱରମ୍ କାଫେରେ ବିସ୍ଫୋରଣ ଅଭିଯୁକ୍ତର ନୂଆ ଫଟୋ ଜାରି କରିଛି ଏନ୍ଆଇଏ । ମାର୍ଚ୍ଚ ୧ରେ ଘଟିଥିବା ଏହି ବିସ୍ଫୋରଣରେ ୧୦ ଜଣ ଆହତ ହୋଇଥିଲେ । ଏନଆଇଏ ମାର୍ଚ୍ଚ ୩ରେ ଏହି ମାମଲାର ତଦନ୍ତ ହାତକୁ ନେଇଥିଲା। ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବା ପାଇଁ ଏନଆଇଏ ଲୋକଙ୍କ ସାହାଯ୍ୟ ଲୋଡିଛି। ରମେଶ୍ୱରମ୍ କାଫେ ବିସ୍ଫୋରଣର ପ୍ରାୟ ଏକ ଘଣ୍ଟା ପରେ ମୁଖ୍ୟ ସନ୍ଦିଗ୍ଧ ଅଭିଯୁକ୍ତ ଏକ ବସ୍ରେ ଚଢୁଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି [...]
Odiaଏନଡିଏକୁ ୬ ବର୍ଷ ପରେ ଫେରିବ ଟିଡିପି
ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶର ତେଲୁଗୁ ଦେଶମ ପାର୍ଟି (ଟିଡିପି) ୬ ବର୍ଷ ପରେ ଏନଡିଏକୁ ଫେରିବା ନିଶ୍ଚିତ ହୋଇଛି। ଆଜି ଏନେଇ ଘୋଷଣା ହୋଇପାରେ। ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବାସଭବନରେ ମେଣ୍ଟ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ ଏବଂ ଜନସେନା ପାର୍ଟି ସଭାପତି ପୱନ କଲ୍ୟାଣ ଯୋଗ ଦେଇଥିଲେ। ତାଙ୍କ ଦଳ ଏନଡିଏରେ ସାମିଲ ହେଉଛି ବୋଲି ଟିଡିପି ସାଂସଦ କନକମେଦାଲା ରବିନ୍ଦ୍ର କୁମାର କହିଛନ୍ତି [...]
Odiaମିଶନ ଶକ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ପ୍ରୋତ୍ସାହନ ରାଶି ବୃଦ୍ଧି, ୨୦୨୩ ଅକ୍ଟୋବରରୁ ପିଛିଲା ଭାବେ ଲାଗୁ
ଭୁବନେଶ୍ବର – ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କର ପ୍ରୋତ୍ସାହନ ରାଶି ବୃଦ୍ଧି ବିଷୟ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ସରକାରଙ୍କ ଏହି ପ୍ରୋତ୍ସାହନ ଅର୍ଥରାଶି ବୃଦ୍ଧି ଯୋଗୁଁ ମିଶନ ଶକ୍ତିର ୫୯,୫୦୯ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଉପକୃତ ହେବେ । ରାଜ୍ୟରେ ମହିଳା ସଶକ୍ତିକରଣରେ ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କର ଅତୁଳନୀୟ ଅବଦାନକୁ ସମ୍ମାନ ଜଣାଇବା ସହ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରୋତ୍ସାହନ ରାଶି [...]
Odiaଟେଷ୍ଟ ପ୍ରତି ଖେଳାଳିଙ୍କୁ ଆକର୍ଷିତ କରିବା ପାଇଁ ବିସିସିଆଇ ଆରମ୍ଭ କଲା ‘ଟେଷ୍ଟ କ୍ରିକେଟ୍ ପ୍ରୋତ୍ସାହନ ଯୋଜନା’
ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟ୍ ପ୍ରତି ଖେଳାଳିଙ୍କୁ ଆକର୍ଷିତ କରିବା ପାଇଁ ବିସିସିଆଇ ‘ଟେଷ୍ଟ କ୍ରିକେଟ୍ ପ୍ରୋତ୍ସାହନ ଯୋଜନା’ ଘୋଷଣା କରିଛି । ଏହି ଯୋଜନା ଅଧୀନରେ ଯେଉଁ ଖେଳାଳିମାନେ ଗୋଟିଏ ସିଜନରେ ୭୫% ମ୍ୟାଚ୍ ଖେଳନ୍ତି ସେମାନେ ମ୍ୟାଚ୍ ଫି ଭାବେ ୧୫ ଲକ୍ଷ ପରିବର୍ତ୍ତେ ଏଣିକି ୪୫ ଲକ୍ଷ ପାଇବେ | ଅନ୍ୟପକ୍ଷରେ ୫୦% ରୁ ୭୪% ଟେଷ୍ଟ ଖେଳୁଥିବା କ୍ରିକେଟରଙ୍କୁ ୩୦ ଲକ୍ଷ ଟଙ୍କା ମିଳିବ | କେନ୍ଦ୍ରୀୟ ଚୁକ୍ତି ବ୍ୟତୀତ ଖେଳାଳିଙ୍କୁ ଏହି [...]
ସମ୍ବଲପୁର ଓ ବ୍ରହ୍ମପୁରରେ ‘ମୋ ବସ୍’ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଆଗକୁ ସବୁ ସହରରେ ମୋ ବସ୍ ସୁବିଧା ମିଳିବା ନେଇ ଘୋଷଣା
ଭୁବନେଶ୍ବର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ବଲପୁର ଓ ବ୍ରହ୍ମପୁର ସହରରେ ‘ମୋ ବସ୍’ ସେବାର ଶୁଭାରମ୍ଭ କରିଛନ୍ତି। ସୂଚନାଯୋଗ୍ୟ ଯେ , ଉଭୟ ସହରରେ ଆଜି ୧୫ଟି ଲେଖାଏଁ ବସ୍ ଚଳାଚଳ ପାଇଁ ସୁବିଧା କରାଯାଇଛି। ସମ୍ବଲପୁର ସହରରେ ସମ୍ବଲପୁର-ବୁର୍ଲା-ହୀରାକୁଦ ମଧ୍ୟରେ ଏହି ବସ୍ ଚଳାଚଳ କରିବ। ସେହିଭଳି ବ୍ରହ୍ମପୁର ସହରରେ ଏମ୍.କେ.ସି.ଜି ମେଡିକାଲ କଲେଜ- ଇଂଜିନିୟରିଂ ସ୍କୁଲ-ରେଲୱେ ଷ୍ଟେସନ-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ମଧ୍ୟରେ ଏହି ବସ୍ ଚଳାଚଳ କରିବ। ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି [...]
Odia୧୦୦ତମ ମ୍ୟାଚରେ ଚମକିଲେ ଅଶ୍ବିନ, ଧର୍ମଶାଳା ଟେଷ୍ଟରେ ଇନିଂସ୍ ବିଜୟ ସହ ୪-୧ରେ ସିରିଜ୍ ଜିତିଲା ଭାରତ
ଧର୍ମଶାଳା: ପଞ୍ଚମ ତଥା ଅନ୍ତିମ ଟେଷ୍ଟରେ ଇଂଲଣ୍ଡକୁ ଏକ ଇନିଂସ ଓ ୬୪ ରନରେ ହରାଇଛି ଭାରତ । ମାତ୍ର ଅଢେ଼ଇ ଦିନରେ ଇଂଲଣ୍ଡକୁ ଧରାଶାୟୀ କରି ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୪-୧ରେ ଜିତିନେଇଛି । ବିରାଟ କୋହଲି, କେଏଲ୍ ରାହୁଲ (ପ୍ରଥମ ଟେଷ୍ଟ ଛାଡ଼ି) ଓ ମହମ୍ମଦ ସାମିଙ୍କ ଭଳି ପ୍ରମୁଖ ଖେଳାଳିଙ୍କ ବିନା ଖେଳିଥିବା ଭାରତ ପ୍ରଥମ ଟେଷ୍ଟରେ ହାରିବା ପରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲା । ପ୍ରଥମ ଟେଷ୍ଟ [...]
