Odiaତୁମୁଡ଼ିବନ୍ଧ: ଟ୍ରାକ୍ଟର ଓଲଟି ୧୫ ଗୁରୁତର
ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ବେଲଘର- ଝିରିପାଣି ରାସ୍ତାରେ ଶନିବାର ପୂର୍ବାହ୍ନରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରାକ୍ଟର ଓଲଟି ପ୍ରାୟ ୧୫ ଜଣ ପୁରୁଷ ଓ ମହିଳା ଗୁରୁତର ହୋଇଛନ୍ତି। ଆଉ ୧୫ ଜଣ ମଧ୍ୟ ଊଣାଅଧିକେ ଆହତ ହୋଇଛନ୍ତି। ଝିରିପାଣି ଅଞ୍ଚଳର ପ୍ରାୟ ୩୦ରୁ ଅଧିକ ଭକ୍ତ ମହାଶିବରାତ୍ର ଦର୍ଶନ ସକାଶେ ବେଲଘରର ପ୍ରସିଦ୍ଧ ଶୈବପୀଠକୁ ଶୁକ୍ରବାର ରାତିରେ ଆସିଥିଲେ। ଆଜି ସକାଳେ ସେମାନେ ଝିରିପାଣିକୁ ଏକ ଟ୍ରାକ୍ଟର ଯୋଗେ ଫେରୁଥିବା ବେଳେ [...]
Odiaପ୍ରଥମ ଦ୍ରୁତ ବୋଲର ଭାବେ ୭୦୦ ଓ୍ବିକେଟ୍ କ୍ଲବରେ ଆଣ୍ଡରସନ
ଧର୍ମଶାଳା: ଇଂଲଣ୍ଡର ଭେଟେରାନ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଶନିବାର ଟେଷ୍ଟ କ୍ରିକେଟରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ବିଶ୍ବର ପ୍ରଥମ ଦ୍ରୁତ ବୋଲର ଭାବେ ଟେଷ୍ଟରେ ୭୦୦ ୱିକେଟ୍ ନେଇଛନ୍ତି । ଧର୍ମଶାଳାରେ ଚାଲିଥିବା ପଞ୍ଚମ ଟେଷ୍ଟର ତୃତୀୟ ଦିନରେ କୁଲଦୀପ ଯାଦବଙ୍କୁ ଆଉଟ୍ କରି ଆଣ୍ଡରସନ ଏହି କୀର୍ତ୍ତମାନ ହାସଲ କରିଛନ୍ତି। ଇଂଲଣ୍ଡର ପ୍ରଥମ ଇନିଂସ୍ ସ୍କୋର୍ ୨୧୮ ରନ୍ ଜବାବରେ ଭାରତ ୪୭୭ ରନ୍ କରି ଅଲ୍ଆଉଟ୍ ହୋଇଛି। ଭାରତ [...]
Odiaଆଜି ସନ୍ଧ୍ୟାରେ କ୍ୟାବିନେଟ ବୈଠକ
ଭୁବନେଶ୍ୱର – ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିବେ । ଆଜିର ବୈଠକରେ କିଛି ବିଭାଗର ଏକାଧିକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିବା ସମ୍ଭାବନା ରହିଛି। ସ୍ୱାସ୍ଥ୍ୟ, ରାଜସ୍ୱ ଓ ସାଧାରଣ ପ୍ରଶାସନ ପରି ବିଭାଗର ବିଭିନ୍ନ ପ୍ରସ୍ତାବକୁ କ୍ୟାବିନେଟ ମୋହର ବାଜିବା ସମ୍ଭାବନା ରହିଛି। କ୍ୟାବିନେଟ ବୈଠକ ସଂଧ୍ୟା ସାଢେ ୬ଟାରେ ଲୋକସେବା ଭବନରେ ବସିବ ।
କଂଗ୍ରେସ ଛାଡ଼ିଲେ ଆଉ ଜଣେ ଗାନ୍ଧୀ ପରିବାର ଅନୁଗତ, ବିଜେପିରେ ଯୋଗଦେଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁରେଶ ପଚୌରୀ

Odiaକଂଗ୍ରେସ ଛାଡ଼ିଲେ ଆଉ ଜଣେ ଗାନ୍ଧୀ ପରିବାର ଅନୁଗତ, ବିଜେପିରେ ଯୋଗଦେଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁରେଶ ପଚୌରୀ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ସମସ୍ୟା କମିବା ବଦଳରେ ବଢ଼ିବାରେ ଲାଗିଛି। ଜଣକ ପରେ ଜଣେ ବଡ଼ ନେତା ଦଳ ଛାଡୁଛନ୍ତି। ଏବେ ଆଉ ଜଣେ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁରେଶ ପଚୌରୀ ବି କଂଗ୍ରେସର ହାତ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ଏକଦା ଗାନ୍ଧୀ ପରିବାରର ଘନିଷ୍ଠ କୁହାଯାଉଥିବା ପଚୌରୀ ଆଜି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତିି। ଏହି ଅବସରରେ ମଧ୍ୟପ୍ରଦେଶ [...]
Odiaଆଜିଠୁ ରେଶମ ସହରରେ ‘ମୋ ବସ୍’ ସେବା , ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ବ୍ରହ୍ମପୁର – ରେଶମ ସହର ଓ ଏହାର ଉପକଣ୍ଠ ଅଞ୍ଚଳ ମଧ୍ୟରେ ଯାତ୍ରୀ ପରିବହନ ସୁଗମ ହେବ । ଆଜିଠୁ ବ୍ରହ୍ମପୁରରେ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରନ୍ସପୋର୍ଟ- ସିଆରୟୁଟି ଦ୍ୱାରା ‘ମୋ ବସ୍’ ସେବା ଆରମ୍ଭ ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଭାସୀ ମାଧ୍ୟମରେ ବ୍ରହ୍ମପୁର ହଳଦିଆପଦର ନୂଆ ବସଷ୍ଟାଣ୍ଡରୁ ‘ମୋ ବସ୍’ ଚଳାଚଳର ଶୁଭାରମ୍ଭ କରିବେ। ପ୍ରଥମ ପର୍ଯ୍ୟାୟରେ ୪ଟି ରୁଟରେ ଚାଲିବ ମୋ ବସ୍ । ଏଥିପାଇଁ ୧୫ଟି ଏସି ଓ [...]
Odiaଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ତାଲିକା ପ୍ରସ୍ତୁତି ତଦାରଖ କମିଟିର ଆଜି ପ୍ରଥମ ବୈଠକ
ଭୁବନେଶ୍ୱର – ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ତାଲିକା ପ୍ରସ୍ତୁତି ତଦାରଖ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଠନ କରିଥିବା କମିଟିର ପ୍ରଥମ ବୈଠକ ଆଜି ପୁରୀରେ ବସିବ । କମିଟିର ମୁଖ୍ୟ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଜଷ୍ଟିସ ପଶାୟତ ୧୨ ଜଣିଆ କମିଟିର ଅଧ୍ୟକ୍ଷ ରହିଥିବା ବେଳେ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡା ଉପାଧ୍ୟକ୍ଷ ଅଛନ୍ତି। କମିଟିର ଅନ୍ୟ ସଦସ୍ୟମାନେ ହେଲେ ଆଲାହାବାଦ୍ ବ୍ୟାଙ୍କର [...]
Odiaବଡ଼ ଦେଉଳରେ ପୁଣି ଖସିଲା ପଥର
ପୁରୀ – ବଡ ଦେଉଳରେ ପୁଣି ଖସିଲା ପଥର । ଆଜି ବିମଳା ମନ୍ଦିର ନିକଟ ବରାହ ମନ୍ଦିରରୁ ଏକ ପଥର ଖସିଥିବା ସୂଚନା ମିଳିଛି। ଖସିଥିବା ପଥର ୫ ଇଞ୍ଚ ଓସାର ଓ ୧୦ଇଞ୍ଚ ଲମ୍ବ । ସୈାଭାଗ୍ୟବଶତଃ ପଥର ଖସିବା ଯୋଗୁଁ କାହାର କିଛି କ୍ଷତି ହୋଇନାହିଁ। ଭାରତୀୟ ପ୍ରତ୍ନତାତ୍ତ୍ବିକ ସଂସ୍ଥା- ଏଏସଆଇ ପକ୍ଷରୁ ପଥରକୁ ସଂଗ୍ରହ କରାଯାଇଛି ।
Odiaନିଯୁକ୍ତି ପର୍ବ: ବିଭିନ୍ନ ବିଭାଗରେ ୧୨୯୪ ଜଣ ନବନିଯୁକ୍ତଙ୍କୁ ଦିଗଦର୍ଶନ ଦେବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର – ଆଜି ରାଜ୍ୟ ସରକାରଙ୍କ ନିଯୁକ୍ତି ପର୍ବରେ ବିଭିନ୍ନ ବିଭାଗରେ ନବନିଯୁକ୍ତ ୧୨ ଶହ ୯୪ ଜଣ ଅଧିକାରୀଙ୍କୁ ଦିଗଦର୍ଶନ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅର୍ଥ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, କ୍ରୀଡ଼ା ଓ ଯୁବସେବା ବିଭାଗ, ଇସ୍ପାତ ଓ ଖଣି ବିଭାଗ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଉଚ୍ଚ ଶିକ୍ଷା ବିଭାଗ ଓ ଗୃହ ବିଭାଗରେ ବିଭିନ୍ନ ପଦବୀରେ ୧୨ ଶହ ୯୪ ଜଣଙ୍କୁ ନିଯୁକ୍ତି [...]
Odiaଭାରତର ପ୍ରଥମ ଇଣ୍ଡୋର ଆଥଲେଟିକ୍ସ ଷ୍ଟାଡିୟମର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ରୂପାନ୍ତରଣ ଆଣି ବିଶ୍ୱସ୍ତରୀୟ ଭିତ୍ତିଭୂମି ପ୍ରସ୍ତୁତ କରିଥିବା ପ୍ରଶଂସା ସାଉଁଟିଛନ୍ତି ନବୀନ ସରକାର। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ପରିସର ଏବେ ଦେଶର ଅଗ୍ରଣୀ କ୍ରୀଡା କେନ୍ଦ୍ର ଭାବେ ମୁଣ୍ଡ ଟେକିଛି । ବିଭିନ୍ନ କ୍ରୀଡା ପାଇଁ କ୍ରୀଡାବିତଙ୍କୁ ଉନ୍ନତମାନର ଅତ୍ୟାଧୁନିକ ଭିତ୍ତିଭୂମି ଥିବା କଳିଙ୍ଗ ସ୍ପୋର୍ଟସ କମ୍ପ୍ଲେକ୍ସରେ ଆଜି ଯୋଡି ହେବ ଭାରତର ପ୍ରଥମ ଇଣ୍ଡୋର ଆଥଲେଟିକ୍ସ ସେଣ୍ଟର ଏବଂ ଆକ୍ୱ।ଟିକ୍ସ ସେଣ୍ଟର ଓ ଇଣ୍ଡୋର ଡାଇଭିଂ ସେଣ୍ଟର । [...]
Odiaନମାଜ ପାଠ ବେଳେ ଲୋକଙ୍କୁ ଲାତ ମାରିଥିବା ଦିଲ୍ଲୀ ପୋଲିସ ଏସ୍ଆଇ ନିଲମ୍ବିତ
ନୂଆଦିଲ୍ଲୀ: ଉତ୍ତର ଦିଲ୍ଲୀର ଇନ୍ଦ୍ରାଲୋକ ଅଞ୍ଚଳରେ ରାସ୍ତାରେ ନମାଜ ପାଠ କରୁଥିବା କିଛି ଲୋକଙ୍କୁ ଲାତ ମାରିବା ଅଭିଯୋଗରେ ଦିଲ୍ଲୀ ପୋଲିସ ଶୁକ୍ରବାର ଜଣେ ସବ୍-ଇନ୍ସପେକ୍ଟରଙ୍କୁ ନିଲମ୍ବିତ କରିଛି । ଏହି ଘଟଣା ଇନ୍ଦ୍ରଲୋକ ମେଟ୍ରୋ ଷ୍ଟେସନ ନିକଟରେ ଶୁକ୍ରବାର ଅପରାହ୍ନ ପ୍ରାୟ ୨ଟା ସମୟରେ ଘଟିଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ରାସ୍ତା ଅବରୋଧ କରିଥିଲେ । [...]
