Odiaଶ୍ରୀରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ରାମଥା ସୁନ୍ଦର କର ତାରୀ । ସଂସୟ ବିହଗ ଉଡାବନିହାରୀ ॥ ରାମକଥା କଲି ବିଟପ କୁଠାରୀ । ସାଦର ସୁନୁ ଗିରିରାଜକୁମାରୀ ॥ ଭାବାର୍ଥ:- ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ସୁନ୍ଦର କଥା ଶୁଣିବା ଲୋକର ହାତର ସୁନ୍ଦର ତାଳୀ ସଦୃଶ ଯାହା ସଂଶୟ ରୂପକ ପକ୍ଷୀମାନଙ୍କୁ ଉଡାଇ ଦେଇଥାଏ । ପୁଣି ଏହି କଳିକାଳ ରୂପ ବୃକ୍ଷକୁ କାଟିବା ପାଇଁ ଏହି ରାମ କଥା କୁରାଢୀ ସଦୃଶ ଅଟେ । ହେ [...]
Odiaଗୀତା ଉପଦେଶ: ପ୍ରତ୍ୟେକ ପରିବାରରେ ଧର୍ମ ଆଚରଣ କରିବା ଉଚିତ ନହେଲେ ଅଧର୍ମ ଦ୍ୱାରା ବର୍ଣଶଙ୍କର ଜାତ ହେବେ
ଭଗବାନ ଶ୍ରୀକୃଷ୍ଣଙ୍କୁ ଅର୍ଜୁନ କହୁଛନ୍ତି – ଅଧର୍ମାଭିଭବାତ୍କୃଷ୍ଣ ପ୍ରଦୁଷ୍ୟନ୍ତି କୁଳସ୍ତ୍ରିୟଃ। ସ୍ତ୍ରୀଷୁ ଦୁଷ୍ଟାସୁ ବାର୍ଷ୍ଣେୟ ଜାୟତେ ବର୍ଣ୍ଣସଙ୍କରଃ। ଅର୍ଥାତ୍ ଅର୍ଜୁନ କହିଲେ ଯେ ହେ କୃଷ୍ଣ ପରିବାର ରେ ଅଧର୍ମ ର ପ୍ରାଧାନ୍ୟ ହେତୁ କୁଳ ସ୍ତ୍ରୀ ମାନେ ଚରିତ୍ରହୀନ ହୋଇ ଯାଆନ୍ତି। ସେମାନଙ୍କ ସତୀତ୍ୱ ନଷ୍ଟ ହୋଇ ବର୍ଣ୍ଣ ଶଙ୍କର ଜନ୍ମ ଗ୍ରହଣ କରନ୍ତି।
Odiaବଢ଼ିଲା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା
ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ବଢ଼ାଇଛନ୍ତି ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କର୍ମଚାରୀମାନଙ୍କ ଡିଏ ୪% ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି। ବର୍ଦ୍ଧିତ ଡିଏ ଜାନୁଆରୀ ୧, ୨୦୨୪ରୁ ଲାଗୁ ହେବ। ଡିଏ ବୃଦ୍ଧି ପରେ କର୍ମଚାରୀଙ୍କ ଭତ୍ତା ୪୬% ରୁ ୫୦%କୁ ବୃଦ୍ଧି ପାଇଛି । ଡିଏ ବୃଦ୍ଧି ନିଷ୍ପତ୍ତି ଦ୍ବାରା ପ୍ରାୟ ୫୦ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୮ ଲକ୍ଷ [...]
Odiaଯଶସ୍ବୀଙ୍କ ପୁଣି ରେକର୍ଡ ବର୍ଷା, ଗାଭାସ୍କରଙ୍କ ପରେ ଦ୍ବିତୀୟ ଭାରତୀୟ ଭାବେ ଛୁଇଁଲେ ଏହି ମାଇଲଖୁଣ୍ଟ
ଧର୍ମଶାଳା: ଚଳିତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛନ୍ତି ଯୁବ ଓପନର୍ ଯଶସ୍ବୀ ଜୈସୱାଲ। ଏହି ସିରିଜରେ ଦୁଇଟି ଦ୍ୱିଶତକ ହାସଲ କରିଥିବା ଜୈସଓ୍ବାଲ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ପଞ୍ଚମ ଟେଷ୍ଟର ପ୍ରଥମ ଇନିଂସରେ ମଧ୍ୟ ଏକ ବିସ୍ଫୋରକ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ସେ ମାତ୍ର ୫୮ଟି ବଲରେ ୩ଟି ଛକା ଓ ୫ ଚୌକା ସହାୟତାରେ ଆକ୍ରମଣାତ୍ମକ ୫୭ ରନ୍ କରିଥିଲେ। ସେ ଅଧିନାୟକ ରୋହିତ ଶର୍ମାଙ୍କ ସହ [...]
Odiaମା’ମାନଙ୍କ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ଅଧିକାରର ସୁରକ୍ଷା ପାଇଁ ଉଦ୍ୟମ ଜାରି : ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟସ୍ତରୀୟ ବିଶ୍ୱ ମହିଳା ଦିବସ ପାଳନ ଅବସରରେ କହିଛନ୍ତି ଯେ ଗତ ୨୦ ବର୍ଷ ମଧ୍ୟରେ ଓଡିଶାର ମହିଳାମାନେ ବହୁତ ଉପରକୁ ଉଠି ପାରିଛନ୍ତି। ରାଜ୍ୟ ସରକାର ସେମାନଙ୍କ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ଅଧିକାରର ସୁରକ୍ଷା ପାଇଁ ପ୍ରତିବଦ୍ଧତାର ସହ ଉଦ୍ୟମ ଜାରି ରଖିଛନ୍ତି। ଆଜି ସ୍ଥାନୀୟ ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ସମ୍ମାନ ଦେବା ଉପରେ ଗୁରୁତ୍ୱ ଦେଇଥିଲେ। [...]
Odiaପୋଲସରା: କୁନି ଝିଅକୁ ମାରି ମାଆର ଆତ୍ମହତ୍ୟା !
ଛତ୍ରପୁର: ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ନିମିନା ପଞ୍ଚାୟତ ଅଧୀନ ସାନବରଗାଁରେ ଗୁରୁବାର ଅପରାହ୍ନରେ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି। ଦାମ୍ପତ୍ୟ କଳହରୁ କୁନି ଝିଅକୁ ମାରି ମାଆ ଆତ୍ମହତ୍ୟା କରିବା ଭଳି ଅଭାବନୀୟ ଘଟଣା ଘଟିଯାଇଛି। ମୃତକ ହେଲେ ମାଣିକ ଗୌଡ଼ ଓ ତାଙ୍କ ନାବାଳିକା କନ୍ୟା ସନ୍ତାନ ଗେଲି। ଦୁହିଁଙ୍କ ମରଶରୀର ଶୋଇବା ଘର ଚଟାଣରେ ଏକ ସପ ଉପରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପରିବାର ଲୋକଙ୍କ ଠାରୁ ଖବର [...]
Odiaପୁଣି ସଙ୍କଟ ମୋଚକ ସାଜିଲା ଭାରତୀୟ ନୌସେନା, ଆକ୍ରମଣର ଶିକାର ଜାହାଜରୁ ୨୧ ଜଣଙ୍କୁ ଉଦ୍ଧାର କଲା
ନୂଆଦିଲ୍ଲୀ: ଭାରତୀୟ ନୌସେନା ପୁଣି ଥରେ ଆଡେନ୍ ଗଲ୍ଫରେ ଏକ ପଣ୍ୟବାହୀ ଜାହାଜକୁ ଉଦ୍ଧାର କରିଛି। ନୌସେନା ସୂଚନା ଅନୁଯାୟୀ ବାରବାଡୋସ୍ ପତାକା ଲାଗିଥିବା ଲାଇବେରିଆ ଜାହାଜକୁ ୟେମେନର ହୁତି ବିଦ୍ରୋହୀମାନେ କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣ କରିଥିଲେ। ଏହା ପରେ ଜାହାଜରେ ନିଆଁ ଲାଗିଯାଇଥିଲା। ଚାଳକ ଦଳର ୩ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଆହତ ହୋଇଥିଲେ। ଜାହାଜରେ ଥିବା ୨୧ ଜଣଙ୍କୁ ଭାରତୀୟ ନୌସେନା ଉଦ୍ଧାର କରିଛି। ସେମାନଙ୍କ ମଧ୍ୟରେ ଜଣେ ଭାରତୀୟ [...]
Odiaଆସନ୍ତାକାଲି ମହାଶିବରାତ୍ରି ପାଇଁ କମିଶନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା
ଭୁବନେଶ୍ୱର – ଆସନ୍ତାକାଲି ମହାଶିବରାତ୍ରି ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିରରେ ପ୍ରବଳ ଭିଡ ସମ୍ଭାବନା ଥିବାରୁ କମିଶନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭିଡ଼ ଉପରେ ସ୍ୱତନ୍ତ୍ର ନଜର ରଖାଯିବ । ୪ଟି ସିଫ୍ଟରେ ସମ୍ପୂର୍ଣ୍ଣ ସ୍ଥାନ ଜଗିବେ ପୋଲିସ । ସୁରକ୍ଷା ଦାୟିତ୍ବରେ ୫ ଜଣ ଏଡିସିପି, ୧୪ ଜଣ ଏସିପି, ୨୧ ଜଣ ଆଇଆଇସି, ୮୪ ଜଣ ଏସଆଇ, ୯୩ ଏଏସଆଇ ମୁତୟନ ରହିବେ । ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା [...]
Odiaଏସପିଏ ଜରିଆରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀମାନଙ୍କ ପାରିଶ୍ରମିକ ୨୫ ପ୍ରତିଶତ ବଢିବ
ଭୁବନେଶ୍ବର – ସର୍ଭିସ ପ୍ରୋଭାଇଡର ଏଜେନ୍ସୀ ଦ୍ବାରା ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟ କରୁଥିବା ଆଉଟସୋର୍ସିଂ କର୍ମଚାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନେକ ପଦକ୍ଷେପ ବିଷୟରେ ଘୋଷଣା କରିଛନ୍ତି। ଏହି କର୍ମଚାରୀ ମାନଙ୍କ ପାରିଶ୍ରମିକରେ ୨୫ ପ୍ରତିଶତ ବୃଦ୍ଧି ଘୋଷଣା ସହିତ ଅଭିଜ୍ଞତା ଭିତ୍ତିରେ ପାରିଶ୍ରମିକ, ଅଭିଯୋଗ ଶୁଣାଣି ବ୍ୟବସ୍ଥା ତଥା ଠିକ୍ ସମୟରେ ପ୍ରାପ୍ୟ ପ୍ରଦାନ ଆଦି ବିଷୟ ଅନ୍ତର୍ଭୁକ୍ତ। ସୂଚନାଯୋଗ୍ୟ ଯେ ଏହି ଆଉଟସୋର୍ସିଂ କର୍ମଚାରୀମାନେ ସେମାନଙ୍କର ବିଭିନ୍ନ ଅସୁବିଧା ସଂପର୍କରେ [...]
Odiaକୁଲଦୀପ-ଅଶ୍ବିନଙ୍କ କମାଲ: ଇଂଲଣ୍ଡ ୨୧୮ରେ ଆଉଟ୍
ଧର୍ମଶାଳା: ଗୁରୁବାର ଠାରୁ ଆରମ୍ଭ ହୋଇଥିବା ପଞ୍ଚମ ଟେଷ୍ଟରେ ଇଂଲଣ୍ଡ ପ୍ରଥମ ଇନିଂସରେ ମାତ୍ର ୨୧୮ରେ ଅଲ୍ଆଉଟ୍ ହୋଇଯାଇଛି । ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ହେଲେ ଇଂଲଣ୍ଡ ଦଳ କୁଲଦୀପ ଯାଦବ ଓ ରବିଚନ୍ଦ୍ରନ ଅଶ୍ୱିନଙ୍କ ସ୍ପିନ୍ ଜାଲରେ ଫସି ଯାଇଥିଲା । ସମସ୍ତ ୧୦ ଓ୍ବିକେଟ୍ ସ୍ପିନର ନେଇଥିଲେ । ଭାରତ ପକ୍ଷରୁ କୁଲଦୀପ ଯାଦବ ୫ଟି ୱିକେଟ୍ ନେଇଥିବା ବେଳେ କ୍ୟାରିୟରର ୧୦୦ ତମ ଟେଷ୍ଟ ଖେଳୁଥିବା ଅଶ୍ୱିନ [...]
