Odiaଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଦେଓଗାଁ ବିଆରସି
ଭୁବନେଶ୍ୱର – ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକର ବ୍ଲକ୍ ରିସୋର୍ସ କୋଅର୍ଡିନେଟର ( ବିଆରସି ) ମଧୁସୂଦନ ପଟେଲଙ୍କୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଧରିଛି । ପାଇଖାନା ( ଇଣ୍ଡିଭିଜୁଆଲ ହାଉସହୋଲ୍ଡ ଲାଟ୍ରିନ) ନିର୍ମାଣ ସଂକ୍ରାନ୍ତ ବିଲ୍ ଦେବା ପାଇଁ ବିଆରସି ଜଣକ ଏକ ଏଚଏସଜିର ଅଧିକୃତ ପ୍ରତିନିଧିଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ସମ୍ପର୍କରେ ଅଭିଯୋଗ ହେଲା ପରେ ଭିଜିଲାନ୍ସ ସଂପୃକ୍ତ ବିଆରସିଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା। ବିଆରସିଙ୍କଠାରୁ ଲାଞ୍ଚ ଟଙ୍କା [...]
Odiaନିର୍ବାଚନୀ ବଣ୍ଡ୍ ମାମଲା: ଏସବିଆଇ ବିରୋଧରେ ସୁପ୍ରିମକୋର୍ଟରେ ଅବମାନନା ପିଟିସନ
ନୂଆଦିଲ୍ଲୀ: ନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ତଥ୍ୟ ଦାଖଲ ପାଇଁ ଅଧିକ ସମୟ ଦେବାକୁ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ)ର ଆବେଦନ ବିରୋଧରେ ‘ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍)’ ନାମକ ସଂସ୍ଥା ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ପିଟିସନ ଦାୟର କରିଛି । ଏହାର ଶୀଘ୍ର ଶୁଣାଣି ପାଇଁ ଦାବି କରାଯାଇଛି। ଏଡିଆର ପକ୍ଷରୁ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ଏହି ଆବେଦନ କରିଛନ୍ତି। ଏସବିଆଇର ଆବେଦନ ସହିତ ଅବମାନନା ପିଟିସନ ତାଲିକାଭୁକ୍ତ କରିବାକୁ କୋର୍ଟଙ୍କୁ ଅନୁରୋଧ କରିଛନ୍ତିି ପ୍ରଶାନ୍ତ [...]
Odiaବିଜେଡିରେ ମିଶିଲେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ
ଭୁବନେଶ୍ୱର – ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ପୁଅ ରାଜନୀତିରେ ପ୍ରବେଶ କରିଛନ୍ତି । ବିଜେଡିରେ ସାମିଲ ହୋଇଛନ୍ତି ବିଜୟଙ୍କ ପୁଅ ଅରବିନ୍ଦ ମହାପାତ୍ର। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି ଅରବିନ୍ଦ। ବାପା ବିଜୟ ମହାପାତ୍ର ବିଜେପିରେ ଅଛନ୍ତି । ଅରବିନ୍ଦ ପାଟକୁରା ନିର୍ବାଚନ ମଣ୍ଡଳୀରେ ବେଶ୍ ସକ୍ରିୟ ରହିଥିଲେ । ବିଭିନ୍ନ କାର୍ଯ୍ୟକ୍ରମରେ ଅରବିନ୍ଦଙ୍କୁ ଦେଖିବାକୁ ମିଳୁଥିଲା ।
Odiaଇଡିର ଦ୍ୱିତୀୟ ଅଭିଯୋଗ ପରେ କେଜ୍ରିୱାଲଙ୍କୁ ପୁଣି କୋର୍ଟ ସମନ
ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ସମନ ଟାଳିବା ନେଇ ଇଡିର ଦ୍ୱିତୀୟ ଅଭିଯୋଗ ଆଧାରରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କୁ ସାନି ସମନ ଜାରି କରିଛନ୍ତି। କେଜ୍ରିୱାଲଙ୍କୁ ସମନ ଜାରି କରି ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଦିବ୍ୟା ମାଲହୋତ୍ରା ମାର୍ଚ୍ଚ ୧୬ରେ ପରବର୍ତ୍ତୀ ଶୁଣାଣି ପାଇଁ ମାମଲାକୁ ତାଲିକାଭୁକ୍ତ କରିଛନ୍ତି। ସୂଚନାଯୋଗ୍ୟ, ଏହି ମାମଲାରେ [...]
Odiaଆଶା କର୍ମୀମାନଙ୍କ ମାସିକ ପାରିଶ୍ରମିକ ଓ ସେବା ନିବୃତ୍ତି ପ୍ରୋତ୍ସାହନ ରାଶିରେ ବୃଦ୍ଧି
ଭୁବନେଶ୍ବର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟର ଆଶା କର୍ମୀ ମାନଙ୍କର ମାସିକ ପାରିଶ୍ରମିକରେ ବୃଦ୍ଧି ଘୋଷଣା କରିଛନ୍ତି। ଏହା ସହିତ ଆଶାକର୍ମୀଙ୍କର ସେବା ନିବୃତ୍ତି ପ୍ରୋତ୍ସାହନ ରାଶିରେ ମଧ୍ୟ ବୃଦ୍ଧି କରିଛନ୍ତି। ଏହାଦ୍ବାରା ରାଜ୍ୟର ୪୯,୫୨୨ ଆଶା କର୍ମୀ ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ ୧୪୮.୫୭ କୋଟି ଟଙ୍କା ଖର୍ଚ୍ଚ କରିବେ। ସୂଚନାଯୋଗ୍ୟ ଯେ, ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ [...]
Odiaଧାରା ୩୭୦ ଉଚ୍ଛେଦ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଜି ପ୍ରଥମ କାଶ୍ମୀର ଗସ୍ତ
ଶ୍ରୀନଗର: ଧାରା ୩୭୦ ଉଚ୍ଛେଦ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ପ୍ରଥମ ଥର ପାଇଁ କାଶ୍ମୀର ଯାଉଛନ୍ତି।ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ରାଜଧାନୀ ଶ୍ରୀନଗରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁରକ୍ଷା ବାହିନୀ ଜେଲମ୍ ନଦୀରୁ ଆରମ୍ଭ କରି ସହରର ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଶ୍ରୀନଗରର ଏକ ଷ୍ଟାଡିୟମରେ ‘ବିକଶିତ ଭାରତ, ବିକଶିତ କାଶ୍ମୀର’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ମୋଦୀ ୫୦୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପରସ ଶିଳାନ୍ୟାସ ଓ ଉଦଘାଟନ [...]
Odiaନିର୍ବାଚନୀ ବଣ୍ଡ୍ ମାମଲାରେ ଅଧିକ ସମୟ ମାଗିବା ନେଇ ଏସବିଆଇକୁ ବ୍ୟାଙ୍କ ୟୁନିୟନର ସମାଲୋଚନା
ମୁମ୍ବାଇ: ବିରୋଧୀ ଦଳଙ୍କ ପରେ ବର୍ତ୍ତମାନ ଏକ ଜାତୀୟ ବ୍ୟାଙ୍କ ୟୁନିୟନ ନିର୍ବାଚନୀ ବଣ୍ଡ୍ ମାମଲାରେ ସୁପ୍ରିମକୋର୍ଟଙ୍କୁ ଅଧିକ ସମୟ ମାଗିବା ନେଇ ଷ୍ଟେଟ ବ୍ୟାଙ୍କ (ଏସବିଆଇ)କୁ ସମାଲୋଚନା କରିଛି । ନିର୍ବାଚନୀ ବଣ୍ଡ୍ ଯୋଜନାକୁ ଅସାମ୍ବିଧାନିକ କହି ସୁପ୍ରିମକୋର୍ଟ ରଦ୍ଦ କରିଥିଲେ । ଏଥିସହ ରାଜନୈତିକ ଦଳ ଗୁଡ଼ିକୁ ନିର୍ବାଚନୀ ବଣ୍ଡ୍ ଜରିଆରେ ଯେଉଁ ବ୍ୟକ୍ତିମାନେ ଚାନ୍ଦା ଦେଇଛନ୍ତି ସେ ସମ୍ପର୍କିତ ତଥ୍ୟ ମାର୍ଚ୍ଚ ୬ ସୁଦ୍ଧା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ [...]
Odiaଆଗେଇ ଚାଲିଛି ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ସମ୍ପ୍ରସାରଣ କାମ
ବ୍ରହ୍ମପୁର – ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନିକଟସ୍ଥ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ ସମ୍ପ୍ରସାରଣ କାମ ଜୋରସୋରରେ ଚାଲୁ ରହିଛି। ଗତକାଲି ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ବିଧାୟକ ବିକ୍ରମ ପଣ୍ଡା ସଂପ୍ରସାରଣ କାର୍ଯ୍ୟ ଅନୁଧ୍ୟାନ କରିବା ସହ ବିଭାଗୀୟ ଅଧିକାରୀଙ୍କ ସହିତ ସମୀକ୍ଷା କରିଥିଲେ। ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରୁ ଗତବର୍ଷ ମାର୍ଚ୍ଚ ୫ ତାରିଖରୁ ରାଜ୍ୟ ସରକାରଙ୍କ ଉଦ୍ୟମ କ୍ରମେ ୯ ସିଟ୍ ବିଶିଷ୍ଟ ବିମାନ ଭୁବନେଶ୍ବରକୁ ଉଡ଼ିବା ଆରମ୍ଭ ହୋଇଥିଲା। ବିମାନ ଉଡାଣ ଆରମ୍ଭର ବର୍ଷେ ବିତିଯାଇଥିବା [...]
Odiaଆଜିଠୁ ଧର୍ମଶାଳାରେ ପଞ୍ଚମ ଟେଷ୍ଟ: ଅଶ୍ୱିନଙ୍କ ୧୦୦ତମ ମ୍ୟାଚକୁ ସ୍ମରଣୀୟ କରିବା ଲକ୍ଷ୍ୟରେ ଭାରତ
ଧର୍ମଶାଳା: ଭାରତ ଓ ଇଂଲଣ୍ଡ ମଧ୍ୟରେ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଗୁରୁବାରଠାରୁ ଏଠାରେ ଆରମ୍ଭ ହେଉଛି । ଗତ ତିନିଟି ଟେଷ୍ଟ ଜିତି ସିରିଜରେ ୩-୧ ଅପରାଜେୟ ଅଗ୍ରଣୀ ହାସଲ କରିଥିବା ଭାରତ ଅନ୍ତିମ ଟେଷ୍ଟ ମ୍ୟାଚକୁ ଷ୍ଟାର୍ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ପାଇଁ ସ୍ମରଣୀୟ କରିବାକୁ ଚାହିଁବ। କାରଣ ଅଶ୍ବିନଙ୍କ ଏହା ହେବ ୧୦୦ତମ ଟେଷ୍ଟ ମ୍ୟାଚ୍ | ଏହା ମଧ୍ୟ ଇଂଲଣ୍ଡ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଜନି ବେୟାରଷ୍ଟୋଙ୍କ ୧୦୦ [...]
Odiaଗଙ୍ଗ ବଂଶର ରାଜା ପ୍ରଥମ ପୁରୁଷୋତ୍ତମ ଦେବ ଗଢ଼ିଥିଲେ କପିଳାସ ଶିବ ମନ୍ଦିର
କପିଳାସ ଶିବ ମନ୍ଦିର ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ ଅବସ୍ଥିତ ଏକ ମହାଦେବ ମନ୍ଦିର । ଏହି ମନ୍ଦିରରେ ଚନ୍ଦ୍ରଶେଖର ମହାଦେବ ପୂଜା ପାଆନ୍ତି । କପିଳାସ ପର୍ବତ ଓଡ଼ିଶା ରାଜ୍ୟର ଢେଙ୍କାନାଳ ସହରର ଉତ୍ତର ପୂର୍ବ ଦିଗରେ ଅବସ୍ଥିତ । ଏହା ଢେଙ୍କାନାଳ ସହରଠାରୁ ୨୦ କି.ମି. ଏବଂ ରାଜଧାନୀ ଭୁବନେଶ୍ୱରଠାରୁ ୯୦ କିଲୋମିଟର ଦୂରରେ ଅବସ୍ଥିତ । ଏହା ସମୁଦ୍ର ପତ୍ତନଠାରୁ ୨୨୩୯ ଫୁଟ ଉଚ୍ଚରେ ଅବସ୍ଥିତ । ଏହାର ମୁଖ୍ୟ ମନ୍ଦିରର ଉଚ୍ଚତା ୬୦ [...]
