Odiaଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ରାମ ନାମ ଗୁନ ଚରିତ ସୁହାଏ । ଜନମ କରମ ଅଗନିତ ଶୃତି ଗାଏ ॥ ଜଥା ଅନଂତ ରାମ ଭଗବାନା । ତଥା କଥା କିରତି ଗନ ନାନା ॥ ଭାବାର୍ଥ :- ବେଦରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ସୁନ୍ଦର ନାମ, ଗୁଣ, ଚରିତ୍ର ଆଉ କର୍ମ ବିଷୟରେ ବିଷଦ ଭାବରେ ଅସଂଖ୍ୟ କଥା କୁହାଯାଇଛି । ଯେପରି ଭଗବାନ ଶ୍ରୀରାମଚନ୍ଦ୍ର ଅନନ୍ତ ଅଟନ୍ତି, ସେହିପରି ତାଙ୍କ କଥା, କୀର୍ତ୍ତି ଆଉ [...]
Odiaଗୀତା ଉପଦେଶ:- ରୋଗଗ୍ରସ୍ତ ଶରୀର ଯୋଗ ସାଧନାରେ ବାଧା ଉତ୍ପନ୍ନ କରିଥାଏ
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଯୋଗ ସାଧନା ବିଷୟରେ ଉପଦେଶ ଦେବାକୁ ଯାଇ କହୁଛନ୍ତି – ଯୁକ୍ତାହାରବିହାରସ୍ୟ ଯୁକ୍ତଚେଷ୍ଟସ୍ୟ କର୍ମସୁ । ଯୁକ୍ତସ୍ୱପ୍ନାବବୋଧସ୍ୟ ଯୋଗୋ ଭବତି ଦୁଃଖହା। । ଅର୍ଥାତ: ଆତ୍ମାର ପରମାତ୍ମାଙ୍କ ସହିତ ମିଳନ ଯୋଗ ଅଟେ । ଏହାର ବିପରୀତ ଭୋଗ ଅଟେ, ଯାହାର ଅର୍ଥ ଇନ୍ଦ୍ରିୟ ସୁଖରେ ମଜ୍ଜିଯିବା । ଭୋଗରେ ଲିପ୍ତ ରହିବା, ଶରୀରର ପ୍ରାକୃତିକ ନିୟମକୁ ବିରୋଧ କରିଥାଏ, ଯାହା ରୋଗ ସୃଷ୍ଟି କରେ ଏବଂ ପୂର୍ବ ଶ୍ଲୋକରେ କୁହାଯିବା ପ୍ରକାରେ [...]
Odiaପ୍ରଧାନମନ୍ତ୍ରୀଙ୍କୁ ‘ପନୌତି’ ଓ ‘ପକେଟ୍ ମାର୍’ କହିବା ନେଇ ରାହୁଲ ଗାନ୍ଧୀଙ୍କୁ ନିର୍ବାଚନ କମିଶନଙ୍କ ଚେତାବନୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ପନୌତି’ ଏବଂ ‘ପକେଟ୍ ମାର୍’ କହିବା ନେଇ ନିର୍ବାଚନ କମିଶନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଚେତାବନୀ ଦେଇଛନ୍ତି । ସର୍ବସାଧାରଣରେ ଭାଷଣ ଦେବାବେଳେ ନିଜ ଭାଷା ପ୍ରତି ଯତ୍ନବାନ ହେବାକୁ ରାହୁଲଙ୍କୁ କହିଛନ୍ତି ନିର୍ବାଚନ କମିଶନ । ଗତ ବର୍ଷ ଡିସେମ୍ବରରେ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ନିର୍ବାଚନ କମିଶନ ଷ୍ଟାର ପ୍ରଚାରକ ଓ ରାଜନତା ମାନଙ୍କ ପାଇଁ ଜାରି ଆଡଭାଇଜରିକୁ କଡ଼ାକଡ଼ି ପାଳନ କରିବାକୁ ରାହୁଲଙ୍କୁ କହିଛନ୍ତି । [...]
Odiaତାତି ବଢୁଛି : ୧୧ଟି ସହରର ତାପମାତ୍ରା ୩୬ ଡିଗ୍ରୀ କିମ୍ବା ଅଧିକ, ପାରଳାଖେମୁଣ୍ଡି ଉତ୍ତପ୍ତ ସହର
ଭୁବନେଶ୍ୱର -ମାର୍ଚ୍ଚ ପ୍ରଥମ ସପ୍ତାହରେ ହିଁ ବଢିଲାଣି ତାତି । ପ୍ରବଳ ଗରମ ଅନୁଭୂତ ହେଉଛି । ଆଜି ରାଜ୍ୟରେ ୧୧ଟି ସହରର ଦିନ ତାପମାତ୍ରା ୩୬ ଡିଗ୍ରୀ କିମ୍ବା ତାଠାରୁ ଉପରେ ରହିଛି । ୩୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି। ଝାରସୁଗୁଡ଼ାରେ ୩୬.୮ ଡିଗ୍ରୀ, ତାଳଚେରରେ ୩୬, ଭବାନୀପାଟଣାରେ ୩୬.୨, ବଲାଙ୍ଗୀରରେ ୩୬.୯ ଟିଟିଲାଗଡ଼ରେ ୩୬.୫, ମାଲକାନାଗିରିରେ ୩୬.୭, ସୁବର୍ଣ୍ଣପୁରରେ ୩୬.୨, ନୟାଗଡ଼ ଓ ବୌଦ୍ଧରେ ୩୬ [...]
Odiaଭୁବନେଶ୍ୱରରେ ପ୍ରଥମ ‘ଆଦିବାସୀ ଭବନ’ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜଧାନୀର ଗୋଠପାଟଣାଠାରେ ପ୍ରଥମ ‘ଆଦିବାସୀ ଭବନ’ର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟ ଅଟକଳରେ କରାଯାଉଥିବା ଏହି ଭବନ ଆଦିବାସୀ କଳା, ସଂସ୍କୃତି ଓ ବିକାଶର ବିଚାରବିମର୍ଶ, ବୈଠକ, ସମ୍ମିଳନୀ ଓ ପ୍ରଦର୍ଶନ ପାଇଁ ଏକ ବହୁମୁଖୀ କେନ୍ଦ୍ର ଭାବେ ପରିଗଣିତ ହେବ। ରାଜ୍ୟର ଜନଜାତି ଲୋକଙ୍କ ଉଦ୍ଦେଶ୍ୟରେ ସମର୍ପିତ ଏହି ଭବନ ନବୀନ [...]
Odiaଶେଷରେ ଶାହାଜାହାନ ଶେଖଙ୍କୁ ସିବିଆଇକୁ ହସ୍ତାନ୍ତର କଲା ପଶ୍ଚିମବଙ୍ଗ ପୋଲିସ
କୋଲକାତା: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସନ୍ଦେଶଖାଲିରେ ଇଡି ଟିମ୍ ଉପରେ ଆକ୍ରମଣ ମାମଲାରେ ଅଭିଯୁକ୍ତ ଟିଏମସି ନେତା ଶାହାଜାହାନ ଶେଖଙ୍କୁ ଶେଷରେ ସିବିଆଇକୁ ହସ୍ତାନ୍ତର କରିଛି ପଶ୍ଚିମବଙ୍ଗ ପୋଲିସ । ଶାହାଜାହାନ ଶେଖଙ୍କୁ ଆଜି ଅପରାହ୍ନ ୪.୧୫ ସୁଦ୍ଧା ସିବିଆଇକୁ ହସ୍ତାନ୍ତର କରିବାକୁ କଲିକତା ହାଇକୋର୍ଟ ପଶ୍ଚିମବଙ୍ଗ ପୋଲିସକୁ ପୁଣିଥରେ ନିର୍ଦ୍ଦେଶ ଦେଇଥିଲେ । ସିବିଆଇ ଶାହାଜାହାନଙ୍କୁ ନିଜ ହାଜତକୁ ନେବା ପାଇଁ ବୁଧବାର ରାଜ୍ୟ ପୋଲିସ ମୁଖ୍ୟାଳୟରେ ପହଞ୍ଚିଥିଲା । ଆବଶ୍ୟକ ପ୍ରକ୍ରିୟା ପୂରଣ ପରେ [...]
Odiaଓଡ଼ିଶାବାସୀଙ୍କ ବୃହତ୍ତର ସ୍ୱାର୍ଥ ପାଇଁ ବିଜେଡି ସବୁ କିଛି କରିବ: ବରିଷ୍ଠ ବିଜେଡି ନେତା
ଭୁବନେଶ୍ବର – ଓଡ଼ିଶାବାସୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ବିଜେଡି ସବୁ କିଛି କରିବ । ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଦଳର ବରିଷ୍ଠ ନେତାମାନେ ଏହା କହିଛନ୍ତି। ୨୦୩୬ ମସିହାରେ ସ୍ୱତନ୍ତ୍ର ରାଜ୍ୟ ଭାବେ ଓଡ଼ିଶା ୧୦୦ ବର୍ଷ ପୂରଣ କରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମୟ ମଧ୍ୟରେ ଅନେକ ମାଇଲଖୁଣ୍ଟ ସ୍ଥାପନ କରିବାକୁ ଯାଉଛି । ଓଡ଼ିଶାର ସ୍ୱାର୍ଥ ହାସଲ ପାଇଁ ବିଜୁ ଜନତା ଦଳ ଯାହା କିଛି ସମ୍ଭବ, ସବୁ [...]
Odiaବିଜେପିରେ ଯୋଗଦେଲେ ଟିଏମସିର ବରିଷ୍ଠ ନେତା ତାପସ ରାୟ
କୋଲକାତା: ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ତାପସ ରାୟ ବୁଧବାର ବିଜେପିରେ ଯୋଗ ଦେଇଛନ୍ତି। ଦୁଇ ଦିନ ତଳେ ସେ ଟିଏମସିରୁ ଇସ୍ତଫା ଦେଇଥିଲେ। ଏହାପରେ ସେ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ହୋଇଥିଲା । ପଶ୍ଚିମବଙ୍ଗ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ଏବଂ ରାଜ୍ୟ ବିଜେପି ସଭାପତି ସୁକାନ୍ତ ମଜୁମଦାରଙ୍କ ଉପସ୍ଥିତିରେ ତାପସ ରାୟ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି । ମାଳ ମାଳ ଦୁର୍ନୀତି [...]
Odiaପ୍ୟାରିସ ଅଲିମ୍ପିକ୍ସ: ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତୀୟ ପୁରୁଷ ହକି ଟିମ୍
ଲୋଜାନ୍: ଚଳିତ ବର୍ଷ ହେବାକୁ ଥିବା ପ୍ୟାରିସ ଅଲିମ୍ପିକ୍ସର ହକି ଇଭେଣ୍ଟ ପାଇଁ କାର୍ଯ୍ୟସୂଚୀ ବୁଧବାର ଘୋଷଣା କରାଯାଇଛି। ଭାରତୀୟ ପୁରୁଷ ହକି ଦଳ ଜୁଲାଇ ୨୭ରେ ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ । ଟୋକିଓ ଅଲିମ୍ପିକ୍ସର ବ୍ରୋଞ୍ଜ ପଦକ ଜିତିଥିବା ଭାରତ ପୁଲ୍ ବି’ରେ ସ୍ଥାନ ପାଇଛି | ଜୁଲାଇ ୨୭ରେ ନ୍ୟୁଜିଲ୍ୟାଣ୍ଡ ସହ ମୁହାଁମୁହିଁ ହେବା ପରେ ଭାରତ ଜୁଲାଇ ୨୯ରେ ଆର୍ଜେଣ୍ଟିନା, ଜୁଲାଇ ୩୦ରେ ଆୟର୍ଲାଣ୍ଡ, ଅଗଷ୍ଟ ୧ରେ ବେଲଜିୟମ ଏବଂ ଅଗଷ୍ଟ [...]
Odiaତାରାତାରିଣୀ ମନ୍ଦିରରେ ବିଦେଶିନୀ ପର୍ଯ୍ୟଟକ
ଛତ୍ରପୁର: ରାଜ୍ୟର ବିଭିନ୍ନ ଧର୍ମାନୁଷ୍ଠାନର ବ୍ୟାପକ ରୂପାନ୍ତରୀକରଣ କରାଯାଇଛି। ଫଳରେ ସେସବୁ କେବଳ ସାଧାରଣ ଭକ୍ତ ନୁହେଁ ବରଂ ଦେଶବିଦେଶର ପର୍ଯ୍ୟଟକଙ୍କୁ ମଧ୍ୟ ଆକୃଷ୍ଟ କରୁଛି। ଆଧ୍ୟାତ୍ମିକ ପର୍ଯ୍ୟଟନର ନୂଆ ସୁଯୋଗ ଖୋଲିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ତତ୍ତ୍ଵାବଧାନରେ ପରିଚାଳିତ ଏହି ରୂପାନ୍ତରୀକରଣ ପ୍ରକ୍ରିୟା। ଗଞ୍ଜାମ ଜିଲ୍ଲାର ଅନେକ ପ୍ରସିଦ୍ଧ ମନ୍ଦିର ମଧ୍ୟ ଏହି କାରଣରୁ ନବକଳେବର ହେଉଛି। ଆଉ ତାହା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ସେହିକ୍ରମରେ [...]
